Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ଅଲ୍ଟିମେଟ୍ ମେଡିକେୟାର ବିଶେଷଜ୍ଞଙ୍କ ସଫଳ ଅସ୍ତ୍ରୋପଚାର: ୧୨ ମାସ ଶିଶୁର ଶ୍ୱାସନଳୀରୁ ବାହାରିଲା ଆତ ମଞ୍ଜି
ଆଜିର ଖବର

ସମ୍ ଅଲ୍ଟିମେଟ୍ ମେଡିକେୟାର ବିଶେଷଜ୍ଞଙ୍କ ସଫଳ ଅସ୍ତ୍ରୋପଚାର: ୧୨ ମାସ ଶିଶୁର ଶ୍ୱାସନଳୀରୁ ବାହାରିଲା ଆତ ମଞ୍ଜି

November 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାର ସର୍ଜନଙ୍କ ଦ୍ୱାରା ପୁଣି ସଫଳତାର ସହ ସମ୍ପାଦିତ ହୋଇଛି ଏକ ଜଟିଳ ଅସ୍ତ୍ରୋପଚାର।  ଏକ ୧୨ ମାସର ଶିଶୁର ଶ୍ୱାସନଳୀରୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ବାହାର କରାଯାଇଛି ଆତ ମଞ୍ଜି । ଏହି ମଞ୍ଜି ଅଟକିଥିବା ଯୋଗୁଁ  ଶିଶୁର ଜୀବନ ସଙ୍କଟାପନ୍ନ ହୋଇପଡିଥିଲା।

ବରଗଡ ଜିଲ୍ଲା ଅତାବିରା ଅଂଚଳର ହେମଲତା ଯାଦବ ନାମକ ଏହି ୧୨ ମାସର ଶିଶୁ କନ୍ୟାଟି ଗତ ଅକ୍ଟୋବର ୩୦ ତାରିଖ ଦିନ ଘରେ ଖେଳୁଥିବା ସମୟରେ ଭୁଲବଶତଃ ଆତ ମଞ୍ଜିଟିକୁ ଗିଳି ଦେଇଥିଲା ଯାହାକି ତା’ର ଶ୍ୱାସନଳୀରେ ଅଟକି ଯାଇଥିଲା। ଏହା ଦ୍ୱାରା ଶିଶୁଟିର ଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରିଥିଲା।

ବ୍ୟସ୍ତ ବିବ୍ରତ ହୋଇ ତା’ର ବାପା-ମା ଶିଶୁଟିକୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରୁ ତାକୁ ଅନ୍ୟ କୌଣସି ବଡ଼ ହସ୍ପିଟାଲକୁ ତୁରନ୍ତ ନେଇଯିବା ପାଇଁ କୁହାଯାଇଥିଲା। ଶିଶୁଟିକୁ ଦୀର୍ଘ ୧୦ ଦିନ ଧରି ବାପା-ମା ଅନେକ ହସ୍ପିଟାଲ୍ ଘୁରି ବୁଲିଥିଲେ ମଧ୍ୟ କେହି ତା’ର ସଫଳ ଚିକିତ୍ସା କରିପାରି ନଥିଲେ। ଶେଷରେ ସେମାନେ ଚିକିତ୍ସା ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ଆସିଥିଲେ।

ଗୁରୁତର ଅବସ୍ଥାରେ ଶିଶୁଟି ସମ୍ମମ୍‌ରେ ଭର୍ତି ହୋଇଥିଲା ଓ ପରୀକ୍ଷାରୁ  ତା’ ଶରୀରରେ ରକ୍ତହୀନତା ଥିବା ତଥା ସେ ଯକ୍ଷ୍ମା ରୋଗରେ ପୀଡିତ ଥିବା ଜଣାପଡିଥିଲା। ସମସ୍ତ ପରୀକ୍ଷା ନୀରିକ୍ଷା ପରେ ସମ୍ମମ୍‌ର ଇଏନ୍‌ଟି ଏବଂ ସ୍କଲ ବେସ୍ ସର୍ଜରୀର ମୁଖ୍ୟ ଡ. ରାଧାମାଧବ ସାହୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ଶିଶୁର ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତି ନେଇଥିଲେ। ତେବେ ଗୁରୁତର ଅବସ୍ଥାରେ ଥିବା ଶିଶୁଟିକୁ ନିଶ୍ଚେତକ ଦେଇ ଅପରେସନ୍ କରିବା ଖୁବ୍ ବଡ୍ ଆହ୍ୱାନ ଥିଲା। ତେବେ ଡ. ସାହୁ ଏବଂ ସମ୍ମମ୍‌ର ସିନିୟର ଆନେସ୍‌ଥେସିଆ ବିଭାଗର କନ୍‌ସଲ୍‌ଟାଂଟ ଡ. ଦୀପଙ୍କର ପଢ଼ିହାରୀ ଏବଂ ନିଶ୍ଚେତକ ଟିମ୍ ଶିଶୁଟିର ଜୀବନ ବଂଚାଇବା ପାଇଁ ଏହି ଅପରେସନ୍‌କୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ।

ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ଅପ୍ଟିକାଲ୍ ଫୋରସେପ୍ ବ୍ୟବହାର କରାଯାଇ ଶିଶୁର ଶ୍ୱାସନଳୀରୁ ସଫଳତାର ସହ ଏକ ବଡ ଆତ ମଞ୍ଜି ବାହାର କରାଯାଇଥିଲା। ଏହି ବୟସର ଶିଶୁଙ୍କର ଅମ୍ଳଜାନ ସ୍ତର ଖୁବ୍ ଶୀଘ୍ର କମିଯାଉଥିବାରୁ ସେମାନଙ୍କୁ ଆନେସ୍‌ଥେସିଆ ପ୍ରୟୋଗ କରିବା ସମସ୍ୟା ଜଡିତ ବୋଲି ଡ. ସାହୁ କହିଥିଲେ।

ନିକଟରେ ଡ. ସାହୁ ଏହିଭଳି ଅନେକ ଜଟିଳ ପ୍ରକ୍ରିୟାରେ ଅସ୍ତ୍ରୋପଚାର କରି ଛୋଟ ଛୋଟ ଶିଶୁଙ୍କର ଜୀବନ ବଂଚାଇବାରେ ସକ୍ଷମ ହୋଇପାରିଛନ୍ତି। ଏଭଳି ପ୍ରକ୍ରିୟାରେ ଅସ୍ତ୍ରୋପଚାର କରିବାରେ ସମ୍ ଅଲ୍ଟିମେଟ୍ ମେଡିକେୟାର ଖୁବ୍ ସଫଳ ହୋଇପାରିଛି।

ସମ୍ ଅଲ୍ଟିମେଟ୍ ମେଡିକେୟାର
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.