ନୂଆଦିଲ୍ଲୀ : ଓଡିଶା ସମେତ ଛଅଟି ରାଜ୍ୟକୁ ଦୁର୍ବିପାକ ସହାୟତା ରାଶି ଘୋଷଣା କରିଛି କେନ୍ଦ୍ର । ବାତ୍ୟା ‘ଅମ୍ପାନ’, ନିସର୍ଗ ସହ ବାତ୍ୟା ଓ ଭସ୍ଖଳନ ପାଇଁ ସହାୟତା ରାଶି ଘୋଷଣା ହୋଇଛି । ଓଡ଼ିଶାକୁ ବାତ୍ୟା ‘ଅମ୍ପନ’ ପାଇଁ କେନ୍ଦ୍ରର ସହାୟତା ଘୋଷଣା କରାଯାଇଛି। 128.23 କୋଟିର ଅତିରିକ୍ତ ସହାୟତା ଘୋଷଣା କରିଛି କେନ୍ଦ୍ର । ସେହିପରି ମୋଟ୍ 6ଟି ରାଜ୍ୟକୁ 4381.88 କୋଟିର ଅତିରିକ୍ତ ସହାୟତା ରାଶିଘୋଷଣା କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ କମିଟି ଏହାକୁ ଅନୁମୋଦନ କରିଛି । ତେବେ ଓଡିଶା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ସିକିମକୁ ମିଳିବ ଏହି ସହାୟତା ।