Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ଟେଣ୍ଡର କାର୍ଯ୍ୟରେ ଅନିୟମିତତାକୁ ନେଇ ତାତିଲେ ଜନତା: ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର
ଆଜିର ଖବର

ବାଲୁଗାଁ ଟେଣ୍ଡର କାର୍ଯ୍ୟରେ ଅନିୟମିତତାକୁ ନେଇ ତାତିଲେ ଜନତା: ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

November 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିବାବେଳେ ଗୁରବାର ଅପରାହ୍ଣରେ ଟେଣ୍ଡରର ପକ୍ରିୟାକରଣ କରାଯାଇ ଆବେଦନକାରୀଙ୍କ ନାମ ଘୋଷଣା କରାଯାଇଥିଲା। ସର୍ବମୋଟ ୨କୋଟି ୧୪ ଲକ୍ଷ ୮୮ ହଜାର ଟଙ୍କା ବ୍ୟୟ ଅଟକଳ ରେ ୨୫ଟି କାର୍ଯ୍ୟାଦେଶର ସୂଚୀ ଜାରିକରଯାଇଥିଲା। କାର୍ଯ୍ୟାଦେଶରେ ଏନ.ଏ.ସିର ବିଭିନ୍ନ ୱାର୍ଡର ଉନ୍ନତିକରଣକୁ ଉପେକ୍ଷା କରାଯାଇଥିବାବେଳେ ଯେତିକି କାର୍ଯ୍ୟାଦେଶ ଜାରି ହୋଇଛି ସେ ସବୁର ଅଟକଳ ପ୍ରାୟତଃ ମୂଳ ଆନୁମାନିକ ମୂଲ୍ୟରୁ ଦୁଇ ଗୁଣ ଅଧିକା ହୋଇଥିବା ସୂଚନା ରହିଛି। ଏହାସହିତ ସ୍ଥାନୀୟ କିଛି ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଦ୍ୱାରା ସବୁ କାର୍ଯ୍ୟାଦେଶ କେତେକ ନିର୍ଦ୍ଦିଷ୍ଟ ଠିକାଦାର ପାଇବାକୁ ଯାଉଥିବାବେଳେ ଏହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଫଳରେ ଗତକାଲି ପୂର୍ବାହ୍ନରେ ଶତାଧିକ ଅଞ୍ଚଳବାସି ଏନଏସି କାର୍ଯ୍ୟାଳୟରେ ଏକତ୍ରିତ ହୋଇ କାର୍ଯ୍ୟନିର୍ବାହୀ ଅଧକାରୀଣି ଆକୃତି ଗୋଏଙ୍କାଙ୍କୁ ଏକ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।

ଏନଏସି ଅଞ୍ଚଳବାସିଙ୍କ ଅଭିଯୋଗ ଅନୁଯାୟୀ କୌଣସି ୱାର୍ଡର ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟକୁ ସଠିକ ଭାବେ ତଦାରଖ କରା ନଯାଇ କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର ମିଶ୍ର କେତେକ ରାଜନୈତିକ ନେତାଙ୍କ ପ୍ରରୋଚନାରେ କାର୍ଯ୍ୟାଦେଶ ଜାରି କରିଛନ୍ତି। କେତେକ ୱାର୍ଡକୁ ପକ୍ଷପାତିତା କରିବା ସହ ଅଧିକାଶଂ ନିର୍ମାଣ କାର୍ଯ୍ୟର ଆବଶ୍ୟକତା ନ ଥାଇ ଅର୍ଥତୋଷରପାତଃ କରିବା ଉଦ୍ଦେଶ୍ୟରେ ଟେଣ୍ଡର କରାଯାଇଛି। ଶ୍ରୀ ମିଶ୍ରଙ୍କ ତତ୍ୱାବଧାନରେ ପୂର୍ବରୁ କରାଯାଇଥିବା ସମସ୍ତ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କାର୍ଯ୍ୟ ସମାପ୍ତିର ୬ ମାସ ନ ପୁରୁଣୁ ସେ ସବୁ ନଷ୍ଟ ହେଇଯାଉଛି। ଅଧିକାଂଶ ୱାର୍ଡ ରେ ରାସ୍ତା ନିର୍ମାଣ ଆବଶ୍ୟକତା ଥିବାସତ୍ତ୍ୱେ ତାହାକୁ ଟେଣ୍ଡର ରେ ଗୁରୁତ୍ୱ ଦିଆଯାଇନାହିଁ। ଅଧିକାଂଶ ଭଲ ରାସ୍ତାକୁ ନବୀକରଣ ଆଳରେ ଅର୍ଥ ତୋଷାରପାତ ପାଇଁ ପୁଣି ଟେଣ୍ଡର କରାଯାଇଛି।

ତେଣୁ ଜାରି କରାଯାଇଥିବା ସମସ୍ତ ଟେଣ୍ଡରଗୁଡିକୁ ବାତିଲ କରି ପୁନଶ୍ଚ ପ୍ରତ୍ୟେକ ୱାର୍ଡରେ ପୁଙ୍ଖାନୁପୁଙ୍ଖ ତଦାରଖ କରି ଆବଶ୍ୟକତା ଅନୁଯାୟୀ ଟେଣ୍ଡର କରିବା ଏବଂ ଦୁର୍ନୀତିଖୋର କନିଷ୍ଠ ଯନ୍ତ୍ରୀଙ୍କୁ ବହିଷ୍କାର କରିବା ପାଇଁ ଅଞ୍ଚଳବାସୀ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ନିକଟରେ ଦାବି କରିବା ସହ ଉକ୍ତ ଦାବିପତ୍ରର ଏକକିତା ନକଲ ଏନ.ଏ.ସିର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

ହେଲେ ଏ ବିଷୟ ନେଇ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କାଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ଦାବିପତ୍ରଟି ଅଞ୍ଚଳବାସୀଙ୍କ ଠାରୁ ପାଇଛନ୍ତି ଏବଂ ଆସନ୍ତା ସପ୍ତାହରେ ଏହାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ସୂଚନା ଦେଇଛନ୍ତି।

ଅତିରିକ୍ତ ଜିଲ୍ଲାପାଳ ଅନିୟମିତତା ଦାବିପତ୍ର ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026
Latest News

କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

April 1, 2026

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.