
ଦୁଇ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ରାଜ୍ୟରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ବୋଲି ଜଣାପଡିଛି। ବିଜେପି ପକ୍ଷରୁ ଏହି ରାଲି ନିମନ୍ତେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ ପଶ୍ଚିମ ବଙ୍ଗ ଉପରେ ଅଧିକ ଧ୍ୟାନ ରହିବ ବୋଲି ଜଣାପଡିଛି ।ଏହି ୪ ରାଜ୍ୟରୁ ୨୧୦ ଲୋକସଭା ସଦସ୍ୟ ସଂସଦକୁ ଆସିଥାନ୍ତି। ୟୁପିରୁ ୮୦, ମହାରାଷ୍ଟ୍ରରୁ ୪୮, ପଶ୍ଚିମବଙ୍ଗରୁ ୪୨ ଏବଂ ବିହାରରୁ ୪୦ ସାଂସଦ ଲୋକସଭାକୁ ଆସୁଛନ୍ତି। ଦଳୀୟ ସୂତ୍ର ଅନୁଯାୟୀ ଶ୍ରୀ ମୋଦି ୟୁପିରେ ସର୍ବାଧିକ ୨୦ଟି ରାଲିକୁ ସମ୍ବୋଧିତ କରିବେ। ଏହାପରେ ବିହାର ଏବଂ ପଶ୍ଚିମବଙ୍ଗରେ୧୦ ଟି ଲେଖାଏଁ ରାଲିର କାର୍ଯ୍ୟକ୍ରମ ରହିଛି। ମହାରାଷ୍ଟ୍ରରେ ୧୦ରୁ ୧୨ଟି ରାଲିର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ, ମୋଦି ଚଳିତ ଗୁରୁବାର ଠାରୁ ଜମ୍ମୁ କଶ୍ମୀରରୁ ନିଜର ପ୍ରଚାର ଆରମ୍ଭ କରିବେ। ସମାନ ଦିନରେ ଉତ୍ତରାଖଣ୍ଡ ଏବଂ ମିରଟ୍ରେ ମଧ୍ୟ ନିର୍ବାଚନ ପ୍ରଚାରରେ ଭାଗ ନେବେ ମୋଦି। ମିରଟ୍ ରାଲିରେ ମୋଦି ଅନ୍ୟୁନ ୮ଟି ଲୋକସଭା ଆମସନରେ ସମ୍ବୋଧିତ କରିବେ। ଏହାପରେ ଶୁକ୍ରବାର ଦିନ ମୋଦି ଓଡିଶାର କୋରାପୁଟ, ତେଲେଙ୍ଗାନାର ମେହବୁବ ନଗର, ଆନ୍ଧ୍ର ପ୍ରଦେଶର କର୍ଣ୍ଣୁଲ୍ରେ ନିର୍ବାଚନୀ ପ୍ରଚାରରେ ସାମିଲ୍ ହେବେ। ୨୦୧୪ ନିର୍ବାଚନରେ ୟୁପି ଏବଂ ବିହାରର ୧୨୦ ଆସନ ମଧ୍ୟରୁ ଏନ୍ଡିଏ ହାତରେ ୧୦୪ ଆସନ ପଡିଥିଲା ଯାହାକି ଦଳର ବିଜୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ।