Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋଆ ବିଧାନସଭାର ଦୁଇ ଏମ୍‌ଜିପି ବିଧାୟକ ବିଜେପିରେ ସାମିଲ
ଆଜିର ଖବର

ଗୋଆ ବିଧାନସଭାର ଦୁଇ ଏମ୍‌ଜିପି ବିଧାୟକ ବିଜେପିରେ ସାମିଲ

March 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗତ ବିଳମ୍ବିତ ରାତ୍ରୀରେ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର (ଏମ୍‌ଜିପି) ତିନି ଜଣ ବିଧାୟକଙ୍କ ମଧ୍ୟରୁ ଦୁଇଜଣ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ବାେଲି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ସୂଚନା ଦେଇଛନ୍ତି। ଫଳରେ ୩୬ ସଦସ୍ୟବିଶିଷ୍ଟ ଗୃହରେ ବିଜେପିର ବିଧାୟକଙ୍କ ସଂଖ୍ୟା ୧୨ ରୁ ୧୪ କୁ ବୃଦ୍ଧି ପାଇଛି। ଏବେ ବିଜେପିର ସଦସ୍ୟ ସଂଖ୍ୟା ଗୃହରେ ବିରୋଧୀ କଂଗ୍ରେସ ପାର୍ଟିର ସଦସ୍ୟଙ୍କ ସମକକ୍ଷ ହୋଇପାରିଛି। ଦସ୍ତଖତ ହୋଇଥିବା ଗୋଟିଏ ଚିଠିରେ ଦୁଇ ବିଧାୟକ ମନୋହର ଆଜ୍‌ଗାଓଁକର୍‌ ଏବଂ ଦୀପକ ପୌସ୍କର କହିଛନ୍ତି ଯେ ସେମାନେ ଏମ୍‌ଜିପିକୁ ବିଜେପି ସହ ସାମିଲ କରିଛନ୍ତି। କିନ୍ତୁ ଗୋଆରେ ବିଜେପି ନେତୃତ୍ୱାଧୀନ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ତୃତୀୟ ବିଧାୟକ ସୁଦିନ ଧାଓ୍ଵଲିକର ସେ ଚିଠିରେ ଦସ୍ତଖତ କରି ନାହାନ୍ତି। ରାତି ୧.୩୦ରେ ଗୋଆ ବିଧାନସଭାର ବାଚସ୍ପତି ମାଇକେଲ୍‌ ଲୋବୋଙ୍କ ନିକଟକୁ ଏହି ପତ୍ର ପଠାଯାଇଥିଲା।  ଦଳର ଦୁଇ ତୃତୀୟାଂଶ ସଦସ୍ୟ ବିଜେପି ସହିତ ଯେଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମିଶ୍ରଣ ଭାରତୀୟ ସମ୍ବିଧାନ ଅନୁଯାୟୀ ହେବ ବାେଲି ଲୋବୋ ପ୍ରକାଶ କରିଛନ୍ତି। ଉଭୟ ନେତା ଗୋଆ ରାଜ୍ୟପାଳଙ୍କ ଉପସ୍ଥିତିରେ ଆଜି ମଧ୍ୟାହ୍ନରେ ଶପଥ ଗ୍ରହଣ ଉତ୍ସବ ହେବ। ଗୋଆ ମୁଖ୍ୟମନ୍ତ୍ରୀ ଆମକୁ ଯେଉଁ ମନ୍ତ୍ରାଳୟ ଦେବେ ଆମେ ତାହା ଗ୍ରହଣ କରିବୁ ବୋଲି ଉଭୟ ପ୍ରକାଶ କରିଛନ୍ତି। ଏହି ମିଶ୍ରଣକୁ ଗୋଅ ପିସିସି  ମୁଖପାତ୍ର ସୁନୀଲ କଓ୍ବାଥଙ୍କର କହିଛନ୍ତି ଏହା ହିଁ ବିଜେପିର ଅସଲ ରୂପ। ନିଜର ଅଂଶୀଦାର ଦଳଙ୍କୁ ମଧ୍ୟ ଏହା ଛାଡୁନାହିଁ। ତେଣୁ ଏହା କେନ୍ଦ୍ରରେ ଏନ୍‌ଡିଏର ଅଂଶୀଦାର ଦଳ ମାନଙ୍କ ପାଇଁ ସତର୍କ ଘଣ୍ଟି। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ବିଜେପିକୁ ୨୦ ସଦସ୍ୟଙ୍କ ସମର୍ଥନ ମିଳିଥିଲା। ବିଜେପିର ୧୧ ସଦସ୍ୟ, ଏମ୍‌ଜିପି ଏବଂ ଗୋଆ ଫରଓ୍ବାର୍ଡ ପାର୍ଟିର ତିନି ଜଣ ଲେଖାଏଁ ସଦସ୍ୟ ରହିଥିବା ବେଳେ ଅନ୍ୟ ଭୋଟ ସ୍ବାଧୀନ ସଦସ୍ୟଙ୍କ ରହିଥିଲା।

BJP joins thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ

February 26, 2026

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026
Latest News

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026

ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କୁ ଗିରଫ ପ୍ରତିବାଦରେ ଓଡିଶା ଯୁବ କଂଗ୍ରେସର ବିକ୍ଷୋଭ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.