Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁରେ ଦୁଇ ଜଣ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ : ତଦନ୍ତ ଜାରି
ଆଜିର ଖବର

ବାଲୁଗାଁରେ ଦୁଇ ଜଣ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ : ତଦନ୍ତ ଜାରି

November 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବେଲପଡା ଗ୍ରାମ ଏବଂ ରାମପୁର ଛକରେ ଦୁଇ ଜଣ ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏ ନେଇ ବାଲୁଗାଁ ପୋଲିସ ଦୁଇ ଗୋଟି ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି  । ସୂଚନା ମୁତାବକ ଗତକାଲି ଅପରାହ୍ନ ୦୪ ଘଟିକା ସମୟରେ ନିମିଖେତା ପଞ୍ଚାୟତ ଅନ୍ତର୍ଗତ ବେଲପଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ସେନାପତି ନିଜ  ବିଲକୁ ଧାନ ସ୍ଥିତି ଦେଖିବାକୁ ଯାଇଥିଲେ । ହେଲେ ବିଳମ୍ବିତ ସଂଧ୍ୟା ଯାଏଁ ରମେଶ  ଘରକୁ ନ ଫେରିବାରୁ ଘର ଲୋକ ବ୍ୟସ୍ତ ବିବ୍ରତ ହୋଇ ବହୁ ଖୋଜାଖୋଜି କରିବାପରେ ସଂଧ୍ୟା ୦୭ ଘଟିକାରେ ବିଲକୁ ଯାଇ ଦେଖିବାବେଳେକୁ ରମେଶ ମୂର୍ଚ୍ଛା ହୋଇ ତଳେ ପଡ଼ିଥିଲେ ।  ତୁରନ୍ତ ସମ୍ପର୍କୀୟ ମାନେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ  କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ  ଘୋଷଣା କରିଥିଲେ l ରମେଶ ଙ୍କ ସେମିତି କିଛି ବିଶେଷ ରୋଗନଥିବା ବେଳେ ତାଙ୍କ ଅକସ୍ମାତ ମୃତ୍ୟକୁ ପରିବାର ଲୋକେ ସହଜରେ  ଗ୍ରହଣ କରିପାରୁନାହାନ୍ତି। ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଁଚି ରମେଶ ଙ୍କ ଶବ ଜବତ କରି ବ୍ୟବଛେଦ ପାଈଁ ପଠାଇଦେଇଛି ଏବଂ ୧୧/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରିରଖିଛି ।

ଅନୁରୂପ ଭାବେ କାଲି ରାତିରେ ବାଲୁଗାଁ ଏନ.ଏ.ସି ଅନ୍ତର୍ଗତ ରାମପୁର ଛକଠାରେ ଜଣେ ଅଜଣା ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ଦୀର୍ଘ ଏକ ବର୍ଷ ହେଲା ରାମପୁର ଛକ ନିକଟରେ ଏକ କ୍ୟାବିନରେ ବସବାସ କରୁଥିଲେ । ହେଲେ ହଠାତ କାଲି ରାତି ପାଖାପାଖି ୮ ଘଟିକା ସମୟରେ ବୃଦ୍ଧ ଜଣକ କ୍ୟାବିନରୁ ତଳେ ପଡିଯାଇଥିଲେ। ଏ ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ବାଲୁଗାଁ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ବୃଦ୍ଧଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଲାବେଳକୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲୁଗାଁ ପୋଲିସ ମେଡିକାଲ ରେ ପହଂଚି ଶବ ଜବତ କରିଛି। ହେଲେ ବର୍ତ୍ତମାନ ସୁଦ୍ଧା ମୃତକ ଙ୍କ ପରିଚୟ ମିଳିନଥିବାସ୍ଥଳେ ଏ ସଂକ୍ରାନ୍ତରେ ବାଲୁଗାଁ ପୋଲିସ  ୧୦ /୨୦ ରେ ଏକ ଅପମୃତ୍ୟ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ପୋଲିସର ବାର୍ତ୍ତା: ସୋସିଆଲ ମିଡ଼ିଆରେ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ ନକରିବାକୁ ନିବେଦନ

October 6, 2025

ଜୁଆ ଖେଳରୁ ହତ୍ୟାକାଣ୍ଡ: ଟଙ୍କା ଭାଗବଣ୍ଟାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

October 6, 2025

ନୂଆପଡା ଉପନିର୍ବାଚନ ଜିତିବା ପାଇଁ ବିଜେପିର ରଣନୀତି, ଆଜି ମୁଖ୍ୟମନ୍ତ୍ରୀ ଢାଳିବେ 1100 କୋଟି ଟଙ୍କା

October 6, 2025

BSNL ଉପଭୋକ୍ତାମାନଙ୍କ ପାଇଁ ଖୁସି ଖବର!: ଏବେ ମୋବାଇଲ୍ ନେଟୱାର୍କ ବିନା ମଧ୍ୟ କରିପାରିବେ କଲ୍

October 6, 2025
Latest News

ଓଡିଶା ପୋଲିସର ବାର୍ତ୍ତା: ସୋସିଆଲ ମିଡ଼ିଆରେ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ ନକରିବାକୁ ନିବେଦନ

October 6, 2025

ଜୁଆ ଖେଳରୁ ହତ୍ୟାକାଣ୍ଡ: ଟଙ୍କା ଭାଗବଣ୍ଟାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

October 6, 2025

ବିହାରରେ କେବେ ଏବଂ କେତେ ପର୍ଯ୍ୟାୟରେ ହେବ ନିର୍ବାଚନ?, ଆଜି ଅପରାହ୍ନ ୪ଟାରେ ଘୋଷଣା

October 6, 2025

ନୂଆପଡା ଉପନିର୍ବାଚନ ଜିତିବା ପାଇଁ ବିଜେପିର ରଣନୀତି, ଆଜି ମୁଖ୍ୟମନ୍ତ୍ରୀ ଢାଳିବେ 1100 କୋଟି ଟଙ୍କା

October 6, 2025

BSNL ଉପଭୋକ୍ତାମାନଙ୍କ ପାଇଁ ଖୁସି ଖବର!: ଏବେ ମୋବାଇଲ୍ ନେଟୱାର୍କ ବିନା ମଧ୍ୟ କରିପାରିବେ କଲ୍

October 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.