Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁରେ ଦୁଇ ଜଣ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ : ତଦନ୍ତ ଜାରି
ଆଜିର ଖବର

ବାଲୁଗାଁରେ ଦୁଇ ଜଣ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ : ତଦନ୍ତ ଜାରି

November 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବେଲପଡା ଗ୍ରାମ ଏବଂ ରାମପୁର ଛକରେ ଦୁଇ ଜଣ ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏ ନେଇ ବାଲୁଗାଁ ପୋଲିସ ଦୁଇ ଗୋଟି ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି  । ସୂଚନା ମୁତାବକ ଗତକାଲି ଅପରାହ୍ନ ୦୪ ଘଟିକା ସମୟରେ ନିମିଖେତା ପଞ୍ଚାୟତ ଅନ୍ତର୍ଗତ ବେଲପଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ସେନାପତି ନିଜ  ବିଲକୁ ଧାନ ସ୍ଥିତି ଦେଖିବାକୁ ଯାଇଥିଲେ । ହେଲେ ବିଳମ୍ବିତ ସଂଧ୍ୟା ଯାଏଁ ରମେଶ  ଘରକୁ ନ ଫେରିବାରୁ ଘର ଲୋକ ବ୍ୟସ୍ତ ବିବ୍ରତ ହୋଇ ବହୁ ଖୋଜାଖୋଜି କରିବାପରେ ସଂଧ୍ୟା ୦୭ ଘଟିକାରେ ବିଲକୁ ଯାଇ ଦେଖିବାବେଳେକୁ ରମେଶ ମୂର୍ଚ୍ଛା ହୋଇ ତଳେ ପଡ଼ିଥିଲେ ।  ତୁରନ୍ତ ସମ୍ପର୍କୀୟ ମାନେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ  କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ  ଘୋଷଣା କରିଥିଲେ l ରମେଶ ଙ୍କ ସେମିତି କିଛି ବିଶେଷ ରୋଗନଥିବା ବେଳେ ତାଙ୍କ ଅକସ୍ମାତ ମୃତ୍ୟକୁ ପରିବାର ଲୋକେ ସହଜରେ  ଗ୍ରହଣ କରିପାରୁନାହାନ୍ତି। ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଁଚି ରମେଶ ଙ୍କ ଶବ ଜବତ କରି ବ୍ୟବଛେଦ ପାଈଁ ପଠାଇଦେଇଛି ଏବଂ ୧୧/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରିରଖିଛି ।

ଅନୁରୂପ ଭାବେ କାଲି ରାତିରେ ବାଲୁଗାଁ ଏନ.ଏ.ସି ଅନ୍ତର୍ଗତ ରାମପୁର ଛକଠାରେ ଜଣେ ଅଜଣା ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ଦୀର୍ଘ ଏକ ବର୍ଷ ହେଲା ରାମପୁର ଛକ ନିକଟରେ ଏକ କ୍ୟାବିନରେ ବସବାସ କରୁଥିଲେ । ହେଲେ ହଠାତ କାଲି ରାତି ପାଖାପାଖି ୮ ଘଟିକା ସମୟରେ ବୃଦ୍ଧ ଜଣକ କ୍ୟାବିନରୁ ତଳେ ପଡିଯାଇଥିଲେ। ଏ ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ବାଲୁଗାଁ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ବୃଦ୍ଧଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଲାବେଳକୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲୁଗାଁ ପୋଲିସ ମେଡିକାଲ ରେ ପହଂଚି ଶବ ଜବତ କରିଛି। ହେଲେ ବର୍ତ୍ତମାନ ସୁଦ୍ଧା ମୃତକ ଙ୍କ ପରିଚୟ ମିଳିନଥିବାସ୍ଥଳେ ଏ ସଂକ୍ରାନ୍ତରେ ବାଲୁଗାଁ ପୋଲିସ  ୧୦ /୨୦ ରେ ଏକ ଅପମୃତ୍ୟ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ ୧୭ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

August 14, 2026

ଜ୍ୟୋର୍ତିପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଦୀର୍ଘାୟୁ କାମନା କରି ଶାନ୍ତି ଯଜ୍ଞ

August 14, 2026

IndiGo Delay Sparks Anger: ବିମାନ ବିଳମ୍ବ ନେଇ ଭୁବନେଶ୍ବର ବିମାନ ବନ୍ଦରରେ ଯାତ୍ରୀଙ୍କ ହାଙ୍ଗାମା

August 14, 2026

ପୁରୀରେ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ: ଉଦ୍ଧାର କାର୍ଯ୍ୟ ଜାରି

August 14, 2026
Latest News

ଅଗଷ୍ଟ ୧୭ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

August 14, 2026

ଜ୍ୟୋର୍ତିପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଦୀର୍ଘାୟୁ କାମନା କରି ଶାନ୍ତି ଯଜ୍ଞ

August 14, 2026

ୟୁଏଇରୁ ପଳାତକ ଡ୍ରଗ୍ କିଙ୍ଗପିନ୍ ବୀରେନ୍ଦ୍ର ସିଂହ ବସୋୟାଙ୍କୁ ଭାରତ ଫେରାଇ ଆଣିଲା ଏନସିବି

August 14, 2026

“ଧ୍ୱଂସ ଦ୍ୱାରରେ ପାକିସ୍ତାନ”: ଏମଜେ ଆକବରଙ୍କ କଡ଼ା ବିବୃତ୍ତି

August 14, 2026

IndiGo Delay Sparks Anger: ବିମାନ ବିଳମ୍ବ ନେଇ ଭୁବନେଶ୍ବର ବିମାନ ବନ୍ଦରରେ ଯାତ୍ରୀଙ୍କ ହାଙ୍ଗାମା

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.