ଶ୍ରୀମନ୍ଦିର ପାଇଁ 154 କୋଟିର ବଜେଟ୍‌କୁ ମିଳିଲା ଅନୁମୋଦନ

Published: Nov 17, 2020, 3:26 pm IST

ପୁରୀ : ଶ୍ରୀମନ୍ଦିର ପାଇଁ 154 କୋଟିର ବଜେଟ୍‌କୁ ଅନୁମୋଦନ ମିଳିଛି । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । 2020-21 ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଅନୁମୋଦନ ହୋଇଛି । ବୈଠକ ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଶ୍ରୀମନ୍ଦିରର ବ୍ୟୟ ବଢିଛି, ମାତ୍ର ଆୟ ଅନେକ କମିଯାଇଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ଆୟବୃଦ୍ଧି ପାଇଁ ଅନଲାଇନ୍‌ ଡୋନେସନ୍‌ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ, ପରିଚାଳନା କମିଟି ସଦସ୍ୟ ମାନଙ୍କ ଉପସ୍ଥିତିରେ ବଜେଟ ଆଗତ କରାଯାଇଥିଲା ।

Related posts