କେ. କବିତାଙ୍କ ବିପକ୍ଷରେ ୨୦୦ ଚାଷୀଙ୍କ ପ୍ରାର୍ଥୀପତ୍ର ଦାଖଲ

Published: Mar 27, 2019, 2:56 pm IST
200 farmers file nomination against k kavitha

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଝିଅ କେ କବିତାଙ୍କ ବିପକ୍ଷରେ ୨୦୦ ଚାଷୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିଜାମାବାଦ ଆସନରୁ ସାଂସଦ ରହିଥିବା କବିତାଙ୍କ ବିପକ୍ଷରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ୨୦୦ପ୍ରାର୍ଥୀପତ୍ର ଦାଖଲ କରାଯାଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିଥିବା ଚାଷୀଙ୍କ ମଧ୍ୟରେ ମୁଖ୍ୟତଃ ହଳଦୀ ଚାଷୀ ରହିଥିବା ଜଣାପଡିଛି । ଚାଷୀମାନେ କହିଛନ୍ତି ପୂର୍ବରୁ ୧୦୦୦ ପ୍ରାର୍ଥୀପତ୍ର ଦାଖଲର ଯୋଜନା ରଖାଯାଇଥିଲା ମାତ୍ର ସରକାରୀ ଅଧିକାରୀଙ୍କ ସହାୟତା ନ ମିଳିବାରୁ ୨୦୦ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲା ବୋଲି ଏ ଗଙ୍ଗା ରେଡ୍ଡୀ ହଳଦୀ ଚାଷୀ କମିଟିର ଜନୈକ ସଦସ୍ୟ ପ୍ରକାଶ କରିଛନ୍ତି । ଏତଦ୍‌ ବ୍ୟତୀତ କିଛି ଆଖୁଚାଷୀ ଏବଂ ବାଜରା ଚାଷୀ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଚାଷୀ ମାନଙ୍କର ଏହି ପ୍ରାର୍ଥୀପତ୍ର ଦାଖଲକୁ ବିପକ୍ଷ ଦଳ ମାନଙ୍କର ରାଜନୈତିକ ଚାଲ ବୋଲି କହିଛନ୍ତି କବିତା । ନିଜାମାବାଦରୁ ସମୁଦାୟ ୨୪୫ ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ରଜତ କୁମାର । ଯଦି ପ୍ରାର୍ଥୀଙ୍କ ସଂଖ୍ୟା ୨୦୦ ଅତିକ୍ରମ କରେ ତେବେ ଇଭିଏମ୍‌ ବଦଳରେ ବାଲାଟ୍‌ ପେପର ବ୍ୟବହାର କରାଯିବ । ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଥିବା ଅନ୍ୟ ହେଭିଓ୍ବେଟ୍‌ ନେତାଙ୍କ ମଧ୍ୟରେ ରହିଛନ୍ତି ତେଲେଙ୍ଗାନା ପିସିସି ସଭାପତି ଉତ୍ତମ କୁମାର ରେଡ୍ଡୀ, ପୂର୍ବତନ କଂଗ୍ରେସ କେନ୍ଦ୍ରମନ୍ତୀ ରେଣୁକା ଚୌଧୁରୀ, ଏଆଇଏମ୍‌ଆଇଏମ୍‌ ସଭାପତି ଅସଦୁଦ୍ଦିନ୍‌ ଓଓ୍ବେସୀ, ରେବନ୍ତ ରେଡ୍ଡୀ ଏବଂ ବିଜେପିରେ ଯୋଗ ଦେଇଥିବା ଡିକେ ଅରୁଣା ପ୍ରମୁଖ ।

Related posts