Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେ. କବିତାଙ୍କ ବିପକ୍ଷରେ ୨୦୦ ଚାଷୀଙ୍କ ପ୍ରାର୍ଥୀପତ୍ର ଦାଖଲ
ଆଜିର ଖବର

କେ. କବିତାଙ୍କ ବିପକ୍ଷରେ ୨୦୦ ଚାଷୀଙ୍କ ପ୍ରାର୍ଥୀପତ୍ର ଦାଖଲ

March 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
200 farmers file nomination against k kavitha
200 farmers file nomination against k kavitha

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଝିଅ କେ କବିତାଙ୍କ ବିପକ୍ଷରେ ୨୦୦ ଚାଷୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିଜାମାବାଦ ଆସନରୁ ସାଂସଦ ରହିଥିବା କବିତାଙ୍କ ବିପକ୍ଷରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ୨୦୦ପ୍ରାର୍ଥୀପତ୍ର ଦାଖଲ କରାଯାଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିଥିବା ଚାଷୀଙ୍କ ମଧ୍ୟରେ ମୁଖ୍ୟତଃ ହଳଦୀ ଚାଷୀ ରହିଥିବା ଜଣାପଡିଛି । ଚାଷୀମାନେ କହିଛନ୍ତି ପୂର୍ବରୁ ୧୦୦୦ ପ୍ରାର୍ଥୀପତ୍ର ଦାଖଲର ଯୋଜନା ରଖାଯାଇଥିଲା ମାତ୍ର ସରକାରୀ ଅଧିକାରୀଙ୍କ ସହାୟତା ନ ମିଳିବାରୁ ୨୦୦ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲା ବୋଲି ଏ ଗଙ୍ଗା ରେଡ୍ଡୀ ହଳଦୀ ଚାଷୀ କମିଟିର ଜନୈକ ସଦସ୍ୟ ପ୍ରକାଶ କରିଛନ୍ତି । ଏତଦ୍‌ ବ୍ୟତୀତ କିଛି ଆଖୁଚାଷୀ ଏବଂ ବାଜରା ଚାଷୀ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଚାଷୀ ମାନଙ୍କର ଏହି ପ୍ରାର୍ଥୀପତ୍ର ଦାଖଲକୁ ବିପକ୍ଷ ଦଳ ମାନଙ୍କର ରାଜନୈତିକ ଚାଲ ବୋଲି କହିଛନ୍ତି କବିତା । ନିଜାମାବାଦରୁ ସମୁଦାୟ ୨୪୫ ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ରଜତ କୁମାର । ଯଦି ପ୍ରାର୍ଥୀଙ୍କ ସଂଖ୍ୟା ୨୦୦ ଅତିକ୍ରମ କରେ ତେବେ ଇଭିଏମ୍‌ ବଦଳରେ ବାଲାଟ୍‌ ପେପର ବ୍ୟବହାର କରାଯିବ । ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଥିବା ଅନ୍ୟ ହେଭିଓ୍ବେଟ୍‌ ନେତାଙ୍କ ମଧ୍ୟରେ ରହିଛନ୍ତି ତେଲେଙ୍ଗାନା ପିସିସି ସଭାପତି ଉତ୍ତମ କୁମାର ରେଡ୍ଡୀ, ପୂର୍ବତନ କଂଗ୍ରେସ କେନ୍ଦ୍ରମନ୍ତୀ ରେଣୁକା ଚୌଧୁରୀ, ଏଆଇଏମ୍‌ଆଇଏମ୍‌ ସଭାପତି ଅସଦୁଦ୍ଦିନ୍‌ ଓଓ୍ବେସୀ, ରେବନ୍ତ ରେଡ୍ଡୀ ଏବଂ ବିଜେପିରେ ଯୋଗ ଦେଇଥିବା ଡିକେ ଅରୁଣା ପ୍ରମୁଖ ।

the samikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026
Latest News

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.