Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଅପଡେଟ୍‌ : 90 ଲକ୍ଷ ପାର୍‌ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଆଜିର ଖବର

କରୋନା ଅପଡେଟ୍‌ : 90 ଲକ୍ଷ ପାର୍‌ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

November 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବିଗତ କିଛି ଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା କମ ରହିଥିବା ବେଳେ ଗତକାଲି ଏଥିରେ ସାମାନ୍ୟ ବୃଦ୍ଧି ପାଇଥିଲା । ବିଗତ 24 ଘଣ୍ଟା ମଧ୍ୟରେ 45 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 90 ଲକ୍ଷ ପାର କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବିଗତ 24 ଘଣ୍ଟା ମଧ୍ୟରେ 45 ହଜାର 882 ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 584 ମୃତ୍ୟୁ ହୋଇଛି । ଏବେ ଦେଶରେ ସମୁଦାୟ କରୋନା ଜନିତ ମୃତକଙ୍କ ସଂଖ୍ୟା 1 ଲକ୍ଷ 32 ହଜାର 202ରେ ପହଞ୍ଚିଛି । 45 ହଜାର 882 ନୂତନ ଆକ୍ରାନ୍ତଙ୍କ ସହିତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 90 ଲକ୍ଷ 4 ହଜାର 365ରେ ପହଞ୍ଚିଛି । ସେହିପରି 24 ଘଣ୍ଟା ମଧ୍ୟରେ ଦେଶରେ ସୁସ୍ଥ ହୋଇଛନ୍ତି 44 ହଜାର 807ଜଣ।

ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 43 ହଜାରରେ ପହଞ୍ଚିଛି ।  ବିଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ ସବୁଠାରୁ ଅଧିକ ସଂକ୍ରମଣ ନଜର ଆସିଛି । ଦିଲ୍ଲୀରେ ସର୍ବାଧିକ 7 ହଜାର 546 ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ କେରଳରେ 5 ହଜାର 722 ଏବଂ ମହାରାଷ୍ଟ୍ରରେ 5 ହଜାର 535 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ 154ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦିଲ୍ଳୀରେ 98 ଜଣଙ୍କ ମୃତ୍ୟୁ ଘଟିଛି ।ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟା 5 କୋଟି 68 ଲକ୍ଷ 80ହଜାର 69ରେ ପହଞ୍ଚିଥିବା ବେଳେ 13 ଲକ୍ଷ 60 ହଜାର 183 ଜଣଙ୍କର ମୃତ୍ୟୁ ଘଟିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

ସେବା ପକ୍ଷ ଅଭିଯାନରେ ପରିବେଶ ସୁରକ୍ଷାର ବାର୍ତ୍ତା

September 30, 2026

ରାୟଗଡ଼ା ଡିଭିଜନରେ ରେଳ ସେବା: ଆଗାମୀ ଦୁଇ ଦିନ ପାଇଁ ବାତିଲ ହେଲା ଏହି ଟ୍ରେନ୍

September 30, 2026

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ବଢିଲା ସମସ୍ୟା: ଜମି ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

September 30, 2026
Latest News

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

ସେବା ପକ୍ଷ ଅଭିଯାନରେ ପରିବେଶ ସୁରକ୍ଷାର ବାର୍ତ୍ତା

September 30, 2026

ରାୟଗଡ଼ା ଡିଭିଜନରେ ରେଳ ସେବା: ଆଗାମୀ ଦୁଇ ଦିନ ପାଇଁ ବାତିଲ ହେଲା ଏହି ଟ୍ରେନ୍

September 30, 2026

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ବଢିଲା ସମସ୍ୟା: ଜମି ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.