Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ସବ୍‌ ଜେଲରେ ବିଚାରାଧନୀ କଏଦୀ ମୃତ୍ୟୁ ପ୍ରସଙ୍ଗ: ତଦନ୍ତ କଲା ସ୍ଥାନୀୟ ପ୍ରଶାସନ
ଆଜିର ଖବର

ବାଣପୁର ସବ୍‌ ଜେଲରେ ବିଚାରାଧନୀ କଏଦୀ ମୃତ୍ୟୁ ପ୍ରସଙ୍ଗ: ତଦନ୍ତ କଲା ସ୍ଥାନୀୟ ପ୍ରଶାସନ

November 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଜେଲରେ ଗତକାଲି ସଂଧ୍ୟାରେ ବିଚାରାଧୀନ ବନ୍ଦୀଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ସ୍ଥାନୀୟ ପ୍ରଶାସନ ଜେଲରେ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ଥାନା ଆଇ ଆଇ ସି ସଂଜୟ କୁମାର ପଟ୍ଟନାୟକ ଓ ସାଇଣ୍ଟିଫିକ୍ ଦଳ ବାଣପୁର ଜେଲ୍ ରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଜେଲ୍ ରେ ଏହି ତଦନ୍ତକାରୀ ଦଳ ଜେଲ୍  ଅନ୍ତେଵାସୀ ଓ ଜେଲ୍‌ରେ କର୍ମଚାରୀ ମାନଙ୍କୁ ପଚରା ଉଚୁରା କରିଛନ୍ତି। ଏହା ସହ ଘଟଣା କିଭଳି ଘଟିଲା ଜାଣିବା ପାଇଁ  ସି ସି ଟି ଭି ଫୁଟେଜ  ଯାଞ୍ଚ କରିଛନ୍ତି। ତଦନ୍ତକାରୀ ଦଳ ପୁଣି ବାଣପୁର ଡାକ୍ତରଖାନାକୁ ଯାଇ ଡାକ୍ତରମାନଙ୍କ ସହ ଘଟଣା ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରଖିଛନ୍ତି। ଅଭିଯୁକ୍ତ ଜଣକ ଜେଲର ଏକ ମହଲା ଉପରୁ ଡେଇଁପଡ଼ି ଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ବାଣପୁର ସବ୍‌ ଜେଲ୍‌  କର୍ତ୍ତୃପକ୍ଷ। ଆଜି ସି.ସି.ଟି.ଭି ଫୁଟେଜ ଯାଞ୍ଚ କଲା ପରେ ଅଭିଯୁକ୍ତ ଜଣକ ଜେଲ୍‌ର ପ୍ରଥମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ ବୋଲି ଜଣାପଡିଛି।

ତେବେ ମୃତ ଅଭିଯୁକ୍ତ ଜଣକ ଗତ ମାର୍ଚ୍ଚ ୨୦ ତାରିଖରେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଖୋର୍ଦ୍ଧା ରୋଡ଼ ଜି.ଆର.ପି ଦ୍ୱାରା ୧୫୯/୨୦ ମାମଲାରେ ଗିରଫ ହୋଇଥିଲେ। ପରେ ଜଟଣୀ କୋର୍ଟର ଦଣ୍ଡବିଧାନ ଅନୁଯାୟୀ ଝାରପଡା ଜେଲକୁ ଯାଇଥିଲେ। ଗତ ୧୮ ତାରିଖ ଦିନ ଝାରପଡାରୁ ବାଣପୁର ସବଜେଲକୁ ୧୯ ଜଣ କଏଦୀ ସ୍ଥାନାନ୍ତରିତ ହୋଇଥିଲେ। ଯେଉଁଥିରେ ଶିବୁନ ଅନ୍ୟତମ ଥିଲେ। ପୋଲିସ୍‌ ମୃତ ଅଭିଯୁକ୍ତଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ତେବେ ଏହି ଘଟଣାରେ ୨୮/୨୦ ଅପମୃତ୍ୟୁ ମାମଲା ରୁଜୁ କରି ବାଣପୁର ପୋଲିସ୍ତ‌ ଦନ୍ତ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ବାଲୁଗାଁ ଏସ୍‌ଡିପିଓ ସୁରେଶ କୁମାର ଦାସ। ସେହିପରି ଅଭିଯୁକ୍ତଙ୍କର ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାରକୁ ସୂଚନା ଦେଇଛି ବାଣପୁର ପୋଲିସ୍‌। (ଏଜେନ୍ସି)

ବାଣପୁର ସବ୍‌ଜେଲ୍‌ ସ୍ଥାନୀୟ ପ୍ରଶାସନ
Share. Facebook Twitter LinkedIn Email WhatsApp Copy Link

Related Posts

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.