ଭୁବନେଶ୍ୱର: ପ୍ରାଥମିକ ସ୍କୁଲ ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ବିଜେପି ପକ୍ଷରୁ ଟାର୍ଗେଟ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍କୁଲ ବନ୍ଦ ନିଷ୍ପତ୍ତି ଏକ ଭୟଙ୍କର ନିଷ୍ପତ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, 9 ହଜାର ପ୍ରାଥମିକ ସ୍କୁଲ ବନ୍ଦ ନିଷ୍ପତ୍ତି ସହଜରେ ଗ୍ରହଣୀୟ ହେବ ନାହିଁ । ବାଜପେୟୀଙ୍କ ବେଳେ ସର୍ବଶିକ୍ଷା ଅଭିଯାନରେ ସ୍କୁଲ ସବୁ ଖୋଲିଥିଲା । 25ରୁ କମ ପିଲା କିମ୍ବା 1 କିମି ମଧ୍ୟରେ ସ୍କୁଲ ଥିଲେ ବନ୍ଦ ନିଷ୍ପତ୍ତି କ୍ଷତିକାରକ । 11ଲକ୍ଷ ପିଲା ନାମ ଲେଖାଇଛନ୍ତି । 5 ଲକ୍ଷ ଦଶମ ପରୀକ୍ଷା ଦେଉଛନ୍ତି । 6 ଲକ୍ଷ ପିଲା ଅଧାରୁ ସ୍କୁଲ ଛାଡ଼ୁଛନ୍ତି । କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତି । ସ୍କୁଲ ବନ୍ଦ ହେଲେ ପିଲାଙ୍କ ସ୍କୁଲ ଛାଡ଼ିବା ହାର 80%କୁ ବୃଦ୍ଧି ପାଇବ। ଆସନ୍ତା 15 ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି ନ ବଦଳାଇଲେ ଶିକ୍ଷାଧିକାରୀଙ୍କ ଅଫିସରେ ଧାରଣା ଦିଆଯିବ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।