Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋଳନ୍ଥରା ଥାନା ଅଂଚଳରେ ବଢ଼ୁଛି ଅରାଜକତା: କୃଷକ ନେତାଙ୍କୁ ମରଣାନ୍ତକ ଆକ୍ରମଣର ୪୮ ଘଣ୍ଟା ନ ପୁରୁଣୁ ବଡ଼ଧରଣର ଚୋରି
ଆଜିର ଖବର

ଗୋଳନ୍ଥରା ଥାନା ଅଂଚଳରେ ବଢ଼ୁଛି ଅରାଜକତା: କୃଷକ ନେତାଙ୍କୁ ମରଣାନ୍ତକ ଆକ୍ରମଣର ୪୮ ଘଣ୍ଟା ନ ପୁରୁଣୁ ବଡ଼ଧରଣର ଚୋରି

November 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଯୁବକଙ୍କ ମୃତ୍ୟୁ
ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍ ଜିଲ୍ଲା ଅନ୍ତର୍ଗତ ଗୋଳନ୍ଥରା ଥାନା ଏକ ସ୍ପର୍ଶକାତର ଥାନା ହୋଇଥିବା ବେଳେ ଅଂଚଳଟି ବର୍ତ୍ତମାନ ପେଟ୍ରୋଲିଂ ଅଭାବ ତଥା କର୍ମଚାରୀଙ୍କ ଢ଼ିଲା ମନଭାବରୁ ଅଂଚଳରେ ଚୋରି, ଡ଼କାୟତି, ରାହାଜାନୀ, ହତ୍ୟା ଉଦ୍ୟମ, ଜୁଆଆଡ୍ଡା, ବଟି ମାଗିବା ଘଟଣା ବଢ଼ିବାରେ ଲାଗିଛି। ଏହି ଥାନା ଅଂଚଳରେ ଗୋଟିଏ ଦିନ ପୂର୍ବରୁ ଜନୈକ କୃଷକ ନେତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାବେଳେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ସେହିପରି କିଛିଦିନ ତଳେ ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କୁ ମଧ୍ୟ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିଲେ। ଉଭୟ ମାମଲାରେ ଗୋଳନ୍ଥରା ପୋଲିସର୍ ହାତ ଖାଲି।

ପୂର୍ବରୁ ଏହି ଅଂଚଳରେ ଦାଦାବଟି ମାଗିବା ନେଇ ମଧ୍ୟ ବହୁବାର ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସ୍ ଗୋଟିଏ ମାମଲାରେ ହିଁ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଅନ୍ୟ ଦୁବୃର୍ତ୍ତମାନ ପୂର୍ବବତ୍ ବଟି ମାଗିବା ଅଭ୍ୟାସ ଜାରି ରଖିଛନ୍ତି। ସେହିପରି ଅଂଚଳର ବହୁ ନିଛାଟିଆ ସ୍ଥାନ, ଗ୍ରାମ କୋଠଘର, ତୋଟାମାଳରେ ଜୁଆଆଡ୍ଡା ପୋଲିସ୍‌ର ଦୃଷ୍ଟି ଆଢ଼ୁଅଳରେ ଚାଲୁଥିବାବେଳେ ଗୋଟିଏ ଦୁଇଟିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନ ଚଢ଼ାଉ କରିବାରେ ପୋଲିସ୍ ବିଫଳ ହୋଇଛି।

ସୂଚନାଥାଉକି ଗୋଳନ୍ଥରା ଥାନା ଏକ ସ୍ପର୍ଶକାତର ଥାନା ହୋଇଥିବା ସ୍ଥଳେ ତତ୍‌କାଳୀନ ଆଇଆଇସି ଆଲୋକ ଜେନାଙ୍କର ବଦଳି ପରେ ପୁଣିଥରେ ଏହି ଅଂଚଳରେ ଅରାଜକତା ବୃଦ୍ଧି ପାଇବାରେ ଲାଗିଛି। ଗୋଳନ୍ଥରା ଥାନା ସମୁଦ୍ରକୂଳିଆ ଅଂଚଳ ହୋଇଥିବାବେଳେ ମାଛଧରାକୁ କେନ୍ଦ୍ରକରି ମଧ୍ୟ ବହୁବାର ଗଣ୍ଡଗୋଳ ପରସ୍ଥିତି ଉପୁଜିଛି। ଅଂଚଳରେ ପେଟ୍ରୋଲିଂର ଘୋର ଅଭାବ। କେଉଁ ଦିନ ମଧ୍ୟରେ ଥାନାରୁ କର୍ମଚାରୀମାନେ ପେଟ୍ରୋଲିଂ ପାଇଁ ଯାଉନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି।

ଫଳରେ ଗତକାଲି ରାତ୍ର ଶାସନପଦର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରୁ ଦୁବୃର୍ତ୍ତମାନେ ବହୁ ଟଙ୍କା ଏବଂ ଲକ୍ଷଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରି ନେଇଛନ୍ତି। ପୋଲିସ୍‌ର ପେଟ୍ରୋଲିଂ ବ୍ୟବସ୍ଥା ଢ଼ିଲା ହୋଇଥିବାରୁ ଆସାମଜିକ ବ୍ୟକ୍ତିଙ୍କ ମନବଳ ବୃଦ୍ଧି ପାଇଛି। ତେଣୁ ଏଭଳି ଲୁଟ୍ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ଆଜି ଗ୍ରାମରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ରାତ୍ର ସମୟରେ ଏଭଳି ବଡ଼ ଧରଣର ଚୋରି ହୋଇଥିବାବେଳେ ସକାଳ ପର୍ଯ୍ୟନ୍ତ ଥାନାର କୌଣସି କର୍ମଚାରୀ ଘଟଣାସ୍ଥଳକୁ ଯାଇନଥିବା ଅଭିଯୋଗ ହୋଇଛି। ସନ୍ଧ୍ୟା ୮ ଘଣ୍ଟା ପର୍ଯ୍ୟନ୍ତ ଏହି ବିଷୟ ନେଇ ସାମ୍ବାଦିକ ଥାନାଧିକାରୀଙ୍କୁ ପଚାରିବାରେ ରିପୋର୍ଟ ଲେଖାଚାଲିଥିବା ନେଇ ଉତ୍ତର ଦେଇଥିଲେ ଏବଂ ଚୋରିର ସଠିକ୍ ବିବରଣୀ ପ୍ରଦାନ କରିନଥିଲେ।

ଗୋଳନ୍ଥରା ପରି ଗୋଟିଏ ରାଜନୈତିକ, ମତ୍ସ୍ୟଭିତ୍ତିକ ଏବଂ ଜାତୀୟ ରାଜପଥ ପାଶ୍ୱର୍ ସ୍ପର୍ଶକାତର ଥାନା ହୋଇଥିବାରୁ ପେଟ୍ରୋଲିଂ ବ୍ୟବସ୍ଥା ଦୃଢ଼ କରିବା ସହ କର୍ମଚାରୀମାନେ ସଜାଗ ହୋଇ ଅପରାଧୀ ଦମନରେ ନିଜକୁ ନିୟୋଜିତ କରିବାକୁ ଦାବି ହୋଇଛି। ନଚେତ୍ ଏଠାରେ ଘୋର ଅରାଜକତା ସୃଷ୍ଟି ହେବ ଏହାର ଫଳ ସମାଜ ଭୋଗିବ।

ଗୋଳନ୍ଥରା ଥାନା ମରଣାନ୍ତକ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.