Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାରଳାଖେମୁଣ୍ଡି ପୌର ପରିଷଦର ୧୫ ନମ୍ବର ୱାର୍ଡ଼ର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ
ଆଜିର ଖବର

ପାରଳାଖେମୁଣ୍ଡି ପୌର ପରିଷଦର ୧୫ ନମ୍ବର ୱାର୍ଡ଼ର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

November 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର/ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାଳାଖେମୁଣ୍ଡି ପୌର ପରିଷଦର ୧୫ ନମ୍ବର ୱାର୍ଡ଼ର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ମେଡ଼ିକାଲ୍ ଛକ ଠାରୁ ପୁରୁଣାପାଟଣା ଯାଉଥିବା ରାସ୍ତାର ଉଭୟ ପାଶ୍ୱର୍ରେ ଦୁଇଟି ନାଳ ରହିଛି। ଏହି ନାଳରେ ସହରର ପ୍ରାୟ ୩ଟି ୱାର୍ଡ଼ର ମଇଳା ପାଣି ଆବର୍ଜନା ସବୁ ଏହି ଡ଼୍ରେନରେ ଆସି ୧୫ ନଂ ୱାର୍ଡ଼ର କାମାକ୍ଷୀ ନଗର, ସତ୍ୟସାଇ ନଗର, ଶ୍ରୀଧର ନଗର, ମହେନ୍ଦ୍ର ନଗର, ଗଜପତି ନଗର, ରାଧାକୃଷ୍ଣ ନଗର, ମହେନ୍ଦ୍ର ତନେୟା ନଗର ପ୍ରଭୃତି ଅଂଚଳରେ ଡ଼୍ରେନ୍‌ଗୁଡ଼ିକରେ ଜମି ରହି ପାଣି ନିଷ୍କାସିତ ହୋଇପାରୁନାହିଁ। ଏହା ଦ୍ୱାରା ଏ ଅଂଚଳରେ ବିଭିନ୍ନ ମଶାମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ଏ ଅଂଚଳରେ ଡ଼େଙ୍ଗୁ, ମ୍ୟାଲେରିଆ ବ୍ୟାପିବାରେ ଲାଗିଛି।

ମେଡ଼ିକାଲ୍ ଛକଠାରୁ ପୁରୁଣା ପାଟଣା ରାସ୍ତାରେ ଦୁଇଟି ବାର ରେଷ୍ଟୁରାଣ୍ଟ ରହିଥିବା ଯୋଗୁଁ ଏହି ଡ଼୍ରେନ୍‌ରେ ମଦ ବୋତଲଠାରୁ ଆରମ୍ଭ କରି ମଦ ପିଇବା ଗ୍ଲାସ, ପାଣି ବୋତଲ ପ୍ରଭୃତି ଭତ୍ତି ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ବିଭିନ୍ନ ହୋଟେଲ୍‌, ଜଳଖିଆ ଦୋକାନ ଓ ପରିବା ଦୋକାନ, ଚା’ ଦୋକାନ ପ୍ରଭୃତିରୁ ବାହାରୁଥିବା କୁଢ଼ କୁଢ଼ ମଇଳା ଡ଼୍ରେନ ପାଣିରେ ଭାସି ଆସି ସାହିଗୁଡ଼ିକର ଆରମ୍ଭ ଓ ଶେଷରେ ଜମା ହୋଇ ପରିବେଶକୁ ଅତ୍ୟନ୍ତ ପୂତି ଗନ୍ଧମୟ କରି ପକାଉଛି। ରାସ୍ତାର ଉଭୟ ପାଶ୍ୱର୍ରେ ହୋଇଥିବା ଡ଼୍ରେନ୍‌ର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯାଉନଥିବାରୁ ଡ଼୍ରେନ ପାଣି ନିଷ୍କାସନ ହୋଇପାରୁନାହିଁ।

ଏ ଅଂଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲେ ମଧ୍ୟ ପୌରପରିଷଦ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁନାହିଁ। ରାଜ୍ୟ ସରକାରଙ୍କ ତରଫରୁ ପ୍ରତିବର୍ଷ ସଫେଇ ଓ ସ୍ୱରେଜ ବ୍ୟବସ୍ଥା ପାଇଁ ପୌର ପରିଷଦ ଗୁଡ଼ିକୁ ବ୍ୟାପକ ଅର୍ଥ ଯୋଗାଇ ଦେଉଥିଲେ ମଧ୍ୟ ମିଳୁôଥବା ଅର୍ଥ ବାଟମାରଣା ହେଉଥିବା ଫଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ କରୁଛନ୍ତି ଏ ଅଂଚଳର ଜନସାଧାରଣ। ଏ ସବୁ ଦିଗରେ ପୌରପରିଷଦ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

ପାରଳାଖେମୁଣ୍ଡି
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.