ଜମ୍ମୁ କଶ୍ମୀରର ସୋପିଆରେ ୩ ଆତଙ୍କବାଦୀ ନିହତ

Published: Mar 28, 2019, 10:41 am IST
3 militans killed in shopian encounter

ଜମ୍ମୁ କଶ୍ମୀର ସୋପିଆ ଜିଲ୍ଲାରେ ସୁରକ୍ଷାବାହିନୀର ଯବାନମାନେ ବୁଧୁବାର-ଗୁରୁବାର ରାତି ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଆତଙ୍କବାଦୀଙ୍କ ମୃତଦେହ ଆଜି ଜବତ କରାଯାଇଛି। ସୁରକ୍ଷାବାହିନୀକୁ କେଲଲର ଅଂଚଳରେ କିଛି ଆତଙ୍କବାଦୀ ଉପସ୍ଥିତ ଥିବାର ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ସେନା, ସିଆରପିଏଫ ଏବଂ ଜମ୍ମୁ କଶ୍ମୀର ପୋଲିସର ଯବାନମାନେ ଅତର୍କିତ ଏନକାଉଣ୍ଟର ଆରମ୍ଭ କରି ଦେଇଥିଲେ ।ବର୍ତ୍ତମାନ ସୁଦ୍ଧା ମଧ୍ୟ ତଲାସି ଅଭିଯାନ ଜାରି ରହିଛି। ସୂଚନାଯୋଗ୍ୟ ଜମ୍ମୁ କଶ୍ମୀରର ବାନ୍ଦିପୋରା ଏବଂ ସୋପିଆ ଜିଲ୍ଲାରେ ମାର୍ଚ୍ଚ ୨୩ରେ ସୁରକ୍ଷାବଳ ସହିତ ଭିନ୍ନ ଭିନ୍ନ ଏନକାଉଣ୍ଟର ହୋଇଥିଲା। ଏଥିରେ ମୋଟ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏଥିରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ସାମିଲ ଥିଲେ। ଏହି ଆତଙ୍କବାଦୀମାନେ ଜଣେ ୧୨ ବର୍ଷର ବାଳକକୁ ବନ୍ଧକ କରି ହତ୍ୟା କରିଥିଲେ। ଏନକାଉଣ୍ଟରରେ ମରିଥିବା ଆତଙ୍କବାଦୀଙ୍କ ସଂଖ୍ୟ ୯ରେ ପହଂଚିଛି। ଉତ୍ତର କଶ୍ମୀରର ହଣ୍ଡଓ୍ଵାରା ଅନ୍ତର୍ଗତ ୟାରୁ ଅଞ୍ଚଳରେ ଅନ୍ୟ ଏକ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଛି। ସମ୍ପୃକ୍ତ ଅଞ୍ଚଳକୁ କର୍ଡନ୍‌ କରାଯାଇଛି ବୋଲି ଜମ୍ମୁ କଶ୍ମୀର ପୁଲିସ ଟୁଇଟ୍‌ କରିଛି।

Related posts