ସର୍ବସାଧାରଣଙ୍କ ପାଇଁ ବନ୍ଦ ହେଲା ବିଧାନସଭା ରାସ୍ତା‌ : ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏଁ ରାସ୍ତା ସିଲ୍‌

Published: Nov 29, 2020, 11:20 am IST

ଭୁବନେଶ୍ବର : ସର୍ବସାଧାରଣଙ୍କ ପାଇଁ ବନ୍ଦ ହେଲା ବିଧାନସଭା ରାସ୍ତା ।  ବିଧାନସଭା ଆଗରେ ବାରମ୍ବାର ଆତ୍ମହୂତି ଉଦ୍ୟମ ପରେ ଏହି ରାସ୍ତାକୁ ସିଲ୍‌ କରାଯାଇଛି । ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏଁ ରାସ୍ତା ସିଲ୍‌ କରାଯାଇଛି । କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ଏନେଇ କଟକଣା ଜାରି କରାଯାଇଛି ।

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ବିଧାନସଭା ସମ୍ମୁଖରେ ଆତ୍ମହୂତି ଧମକ ଦିଆଯାଉଛି । ନିକଟରେ ପରୀ ହତ୍ୟାର ନ୍ୟାୟ ପାଇଁ ତାଙ୍କ ବାପା- ମା’ ବିଧାନସଭା ସମ୍ମୁଖରେ ଆତ୍ମହୂତି ଉଦ୍ୟମ କରୁଥିବାବେଳେ ସୁରକ୍ଷାକର୍ମୀମାନେ ଉଦ୍ଧାର କରିଥିଲେ । ସେହିପରି ଗତକାଲି ଜଣେ ମା ଓ ପୁଅ ତାଙ୍କ ପୁଅ ହତ୍ୟାର ନ୍ୟାୟ ଦାବି କରି ବିଧାନସଭା ସମ୍ମୁଖରେ କିରୋସିନୀ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ସେହିପରି ଦିନକ ପୂର୍ବରୁ କିଛି ଚାଷୀମାନେ ଋଣ ଭାରରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । (ଏଜେନ୍ସି)

Related posts