କନୌଜ : ବିବାହରେ ନିମନ୍ତ୍ରଣ କାର୍ଡ ବିଶେଷ ଭୂମିକା ନିର୍ବାହ କରିଥାଏ । ଏହି କାର୍ଡରେ ବର-ବଧୂ ତଥା ତାଙ୍କ ପରିବାରର ପରିଚୟ ରହିଥଶଏ । ଆଜିକାଲି ବଜାରରେ ଭିନ୍ନ ଭିନ୍ନଧରଣର ନିମନ୍ତ୍ରଣ କାର୍ଡ ଉପଲବ୍ଧ । ତେବେ ଉତ୍ତରପ୍ରଦେଶରେ ଏକ ବିବାହ କାର୍ଡକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଏହି ବିବାହ କାର୍ଡଟିକୁ ଜଣେ ପିତା ତାଙ୍କ ଝିଅର ବିବାହ ଉଦ୍ଦେଶ୍ୟରେ ଛାପିଛନ୍ତି । ତେବେ ଏହି ବିବାହ କାର୍ଡରେ ଥିବା ବାର୍ତ୍ତା ଏବେ ବେଶ୍ ଭାଇରାଲ୍ ହୋଇଛି । ଏହି କାର୍ଡରେ ପିତା ଜଣକ ନିମନ୍ତ୍ରଣ ପତ୍ରରେ ବିବାହ ସମ୍ବନ୍ଧୀୟ ସୂଚନା ଦେବା ସହିତ ସାମାଜିକ ବାର୍ତ୍ତା ମଧ୍ୟ ଦେଇଛନ୍ତି । ଏହି ବିବାହ କାର୍ଡରେ ମଦ୍ୟପାନ କରନ୍ତୁ ନାହିଁ ବୋଲି ଏକ ବାର୍ତ୍ତା ଲେଖା ହୋଇଛି । ଜଣେ ପିତାର ଦାୟିତ୍ବ ସହ ସାମାଜିକ ଦାୟିତ୍ବ ନିର୍ବାହ କରିଛନ୍ତି ବ୍ୟକ୍ତିଜଣକ । ତାଙ୍କର ଏପରି ଅନନ୍ୟ ଉଦ୍ୟମ ଦେଖି ଲୋକେ ବେଶ୍ ପ୍ରଶଂସା କରିଛନ୍ତି ।
କନୌଜର ତାଲଗ୍ରାମର ଅବଧେଶ ଚନ୍ଦ୍ର ଜଣକ ନିଜ ଝିଅର ବିବାହ କାର୍ଡରେ ଏପରି ଏକ ବାର୍ତ୍ତା ଛାପିଛନ୍ତି । ସେ କହିଛନ୍ତି ଯେ, ବିବାହରେ ପ୍ରାୟ ସମୟରେ ମଦ ନିଶା ଯୋଗୁଁ ବହୁ ବ୍ୟାଘାତ ସୃଷ୍ଟି ହୋଇଥାଏ । ବିବାହ ପରି ଏକ ମାଙ୍ଗଳିକ କାର୍ଯ୍ୟଗୁଡିକ ମଦ ନିଶା ଯୋଗୁଁ ନଷ୍ଟ ହୋଇଟାଇଥାଏ । ଏଥିପାଇଁ ସେ ବିବାହ ନିମନ୍ତ୍ରଣ ପତ୍ରରେ ଏପରି ଏକ ସନ୍ଦେଶ ଦେଇଛନ୍ତି ।
ସାଧାରଣତଃ ବିବାହରେ ମଦ ତଥା ନିଶା ଦ୍ରବ୍ୟର ବ୍ୟବହାର ବହୁଳ ପରିମାଣରେ ହୋଇଥାଏ । ଅବଧେଶଙ୍କ ଏପରି ଉଦ୍ୟମ ଯୋଗୁଁ ବାହାଘରରେ ମାଦ୍ରକ ଦ୍ରବ୍ୟ ସେବନକୁ କିଛି ମାତ୍ରାରେ ବନ୍ଦ କରି ହେବ ବୋଲି ଜଣାପଡୁଛି । ଅବଧେଶଙ୍କ ଏପରି ନିଆରା ଉଦ୍ୟମ ଏବେ ପ୍ରଶଂସା ସାଉଁଟୁଛି । (ଏଜେନ୍ସି)