Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିଟାଲ : ଦ୍ବିତୀୟ ଥର ପାଇଁ ଯକୃତ ପ୍ରତ୍ୟାରୋପଣରେ ସଫଳ ହେଲା
ଆଜିର ଖବର

ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିଟାଲ : ଦ୍ବିତୀୟ ଥର ପାଇଁ ଯକୃତ ପ୍ରତ୍ୟାରୋପଣରେ ସଫଳ ହେଲା

November 30, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ଡାକ୍ତରୀ ଇତିହାସରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରାଯାଇ ପାରିଛି । ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲରେ ରବିବାର ଦିନ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ କରାଯାଇଛି ।

ଗତ ମାର୍ଚ୍ଚ ୫ ତାରିଖରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ରାଜ୍ୟର ପ୍ରଥମ ସଫଳ ଯକୃତ ପ୍ରତ୍ୟାରୋପଣ କରାଯାଇଥିଲା ।

ହାଇଦ୍ରାବାଦ ସ୍ଥିତ ଏସିଆନ ଇନଷ୍ଟିଚ୍ୟୁଟ୍ ଅଫ ଗ୍ୟାଷ୍ଟ୍ରୋ ଏଂଟେରୋଲୋଜିର ପ୍ରଫେସର ପି. ବାଲଚନ୍ଦ୍ରନ ମେନନ୍‌ଙ୍କ ନେତୃତ୍ୱରେ ଏକ ଟିମ୍ ଏବଂ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନମାନେ ଅସ୍ତ୍ରୋପଚାର କରିଥିଲେ ।

ଏହି ଅପରେସନ ପ୍ରକ୍ରିୟା ଭୋର ୪ ଟାରୁ ଆରମ୍ଭ ହୋଇ ଦୀର୍ଘ ୧୨ ଘଂଟା ପର୍ଯ୍ୟନ୍ତ ଜାରି ରହିଥିଲା ବୋଲି ସୂଚନା ଦେଇଛନ୍ତି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏଂଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ ।

ସମ୍ବଲପୁର ଅଂଚଳର ଉମେଶ କୁମାର ରାଉତ (୪୯)ଙ୍କର ଯକୃତ ପ୍ରତ୍ୟାରୋପଣ କରାଯାଇଥିବା ବେଳେ ତାଙ୍କ ଭଉଣୀ ଅନୀତା କୁମାରୀ (୪୧) ତାଙ୍କ ଯକୃତର କିଛି ଅଂଶ ନିଜ ଭାଇକୁ ପ୍ରଦାନ କରିଥିଲେ । ଶ୍ରୀ ରାଉତ ଯକୃତ ରୋଗର ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ତାଙ୍କ ଜୀବନ ବଂଚାଇବାପାଇଁ ଯକୃତ ପ୍ରତ୍ୟାରୋପଣ ହିଁ ଏକମାତ୍ର ଉପାୟ ଥିଲାବୋଲି ପ୍ରଫେସର ସାହୁ କହିଛନ୍ତି ।

ଗ୍ୟାଷ୍ଟ୍ରୋ ଇଂଟେଷ୍ଟାଇନାଲ ସର୍ଜରୀ, ହେପାଟୋଲଜି, ଆନାସ୍ଥେସିଆ, କାର୍ଡିଓଲୋଜି, ୟୁରୋଲୋଜି, ନେଫ୍ରୋଲଜି, ରେଡିଓଲୋଜି, ଓଟି, ଇନଫେକସନ କଂଟ୍ରୋଲ, ସେଂଟ୍ରାଲ ଲ୍ୟାବ ଏବଂ ବ୍ଲଡ ବ୍ୟାଙ୍କର ଡାକ୍ତର, ନର୍ସ ଏବଂ ପାରାମେଡିକ୍‌ସ ମାନଙ୍କୁ ନେଇ ଏହି ଅପରେସନ ନିମନ୍ତେ ଏକ ୪୦ ଜଣିଆ ଟିମ୍ ଗଠନ କରାଯାଇଥିଲା । ସର୍ଜରୀ ପୂର୍ବରୁ ଏଆଇଜି ଏବଂ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ ମଧ୍ୟରେ ଏହି ଯକୃତ ପ୍ରତ୍ୟାରୋପଣ ନେଇ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।

ଏହି ପ୍ରତ୍ୟାରୋପଣ ପ୍ରକ୍ରିୟା ସମ୍ବନ୍ଧରେ ସୂଚନା ଦେଇ ପ୍ରଫେସର ସାହୁ କହିଛନ୍ତି ଯେ, ଅପରେସନ ଥିଏଟରରେ ଯକୃତ ପ୍ରଦାନ କରିଥିବା ଡୋନରଙ୍କର ୬୦% ଯକୃତ ପ୍ରଥମେ କଢ଼ାଯାଇଥିବା ବେଳେ ରୋଗୀଙ୍କର ଅସୁସ୍ଥ ଯକୃତଟିକୁ ସମ୍ପୂର୍ଣ୍ଣ ଭାବେ କଢ଼ାଯାଇଥିଲା ।

ନୂଆ ଯକୃତଟି ସହିତ ସର୍ଜନମାନେ ଆର୍ଟେରୀ, ଭେନ ଏବଂ ବାଇଲ ଡକ୍ଟା ଗୁଡିକୁ ରୋପଣ କରିଥିଲେ । ଏକ ନୂଆ ରୋଟମ୍ ପ୍ରକ୍ରିୟା ମାଧ୍ୟମରେ ଏହି ପ୍ରତ୍ୟାରୋପଣ କରାଯାଇଥିଲା । ଉଭୟ ଡୋନର ଏବଂ ଯକୃତ ଗ୍ରହଣ କରିଥିବା ରୋଗୀ ଅପରେସନ ପରେ ସୁସ୍ଥ ଥିବା ପ୍ରଫେସର ସାହୁ କହିଛନ୍ତି ।

ଏହି ସର୍ଜରୀ ନିମନ୍ତେ ଏଆଇଜିର ଯକୃତ ପ୍ରତ୍ୟାରୋପଣ ନିର୍ଦ୍ଦେଶକ ପ୍ରଫେସର ମେନନ୍‌ଙ୍କ ନେତୃତ୍ୱରେ ଡ. ଜି.ଭି. ପ୍ରେମକୁମାର, ଡ. ଶକ୍ତି ସ୍ୱରୂପ, ଡ. କ୍ରିଷ୍ଣା ଚୈତନ୍ୟ ଓ ସନ୍ତୋଷ କୁମାର ସାହୁଙ୍କ ସମେତ ୧୦ ଜଣ ଏଠାକୁ ଆସିଥିଲେ । ସେହିପରି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଏହି ପ୍ରତ୍ୟାରୋପଣ ଟିମ୍‌ରେ ସାମିଲ୍ ଥିଲେ ଡ. ସତ୍ୟପ୍ରକାଶ ରାୟଚୌଧୁରø, ଡ. ସୁମିତ୍ ମହାନ୍ତି, ଡ. ସତ୍ୟସୁନ୍ଦର ଗଜେନ୍ଦ୍ରମହାପାତ୍ର, ଡ. ସନ୍ତୋଷ କୁମାର ସିଂହ, ଡ. ରାଜୀବ ଲୋଚନ ସାମଲ, ଡ. ଦେବକାନ୍ତ ମିଶ୍ର, ଡ. ରାଜେଶ କୁମାର ଭୋଳ, ଡ. ଗିରିଜାନନ୍ଦିନୀ କାନୁନଗୋ ଏବଂ ପ୍ରତ୍ୟାରୋପଣ ସଂଯୋଜକ ଶ୍ରୀ ସୁଶାନ୍ତ କୁମାର ବିଶ୍ୱାଳ ଏବଂ ଶ୍ରୀ ସରୋଜ ସେନାପତି ।

ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏଭଳି ସର୍ଜରୀ ନିମନ୍ତେ ଉପଲବ୍ଧ ଥିବା ସୁବିଧାକୁ ନେଇ ଖୁସି ବ୍ୟକ୍ତ କରିଥିଲେ ପ୍ରଫେସର ମେନନ୍ । ସମ୍ ହସ୍ପିଟାଲର ସର୍ଜନ, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଖୁବ୍ ସହଯୋଗ କରିଥିଲେ ଏବଂ ସେମାନଙ୍କ ଠାରେ ଉତ୍ସାହ ରହିଛି ବୋଲି ସେ କହିଛନ୍ତି । ଭବିଷ୍ୟତରେ ସମ୍ ହସ୍ପିଟାଲ ପ୍ରତ୍ୟାରୋପଣ ସର୍ଜରୀ ନିମନ୍ତେ ଏକ କେନ୍ଦ୍ର ହୋଇପାରେ ବୋଲି ସେ କହିଛନ୍ତି ।

ଓଡ଼ିଶାରେ ଯକୃତ ପ୍ରତ୍ୟାରୋପଣ ଆରମ୍ଭ କରିବା ନିମନ୍ତେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କର ସ୍ୱପ୍ନ ଥିଲା ବୋଲି ପ୍ରଫେସର ସାହୁ କହିବା ସହ ପ୍ରଥମ ସର୍ଜରୀ ରାଜ୍ୟରେ ଇତିହାସ ରଚିଥିଲା ବୋଲି କହିଥିଲେ।

ପ୍ରଫେସର ସାହୁଙ୍କ ନେତୃତ୍ୱରେ ହସ୍ପିଟାଲରେ ପ୍ରଥମ ସର୍ଜରୀ ଗତ ମାର୍ଚ୍ଚ ୫ ତାରିଖରେ ବାଲେଶ୍ୱର ଅଂଚଳର ଜୟନ୍ତ କୁମାର ବିଶ୍ୱାଳଙ୍କର ଶରୀରରେ କରାଯାଇଥିବାବେଳେ ତାଙ୍କୁ ତାଙ୍କ ୧୮ ବର୍ଷର ପୁଅ ଯକୃତ ପ୍ରଦାନ କରିଥିଲେ । ଏହା ଏକ ସଫଳ ପ୍ରତ୍ୟାରୋପଣ ଥିଲା । ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କର ଖୁବ୍ ସହଯୋଗ ରହିଥିଲାବୋଲି ସେ କହିଛନ୍ତି ।

ଯକୃତ ଜନିତ ରୋଗ ଓଡ଼ିଶାରେ ଦୃତ ଗତିରେ ବୃଦ୍ଧି ପାଉଥିବାବେଳେ ଅନେକ ଯୁବାବସ୍ଥାରେ ପ୍ରତ୍ୟାରୋପଣର ଅଭାବ ଯୋଗୁ ମୃତ୍ୟୁବରଣ କରୁଛନ୍ତି । ତେବେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏହା ଏବେ ସମ୍ଭବ ହୋଇପାରିଛି ଏବଂ ଖୁବ୍ ସୁଲଭ ମୁଲ୍ୟରେ ଏହି ପ୍ରତ୍ୟାରୋପଣ ହୋଇପାରୁଛି ବୋଲି ପ୍ରଫେସର ସାହୁ କହିଛନ୍ତି ।

ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.