Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଭିନେତା ତଥା ବିଜେପି ସାଂସଦ ସନି ଦେଓଲଙ୍କୁ କରୋନା
ଆଜିର ଖବର

ଅଭିନେତା ତଥା ବିଜେପି ସାଂସଦ ସନି ଦେଓଲଙ୍କୁ କରୋନା

December 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଫିଲ୍ମ ଅଭିନେତା ଏବଂ ଭାରତୀୟ ଜନତା ପାର୍ଟି (ବିଜେପି)ର ଗୁରଦାସପୁର ସାଂସଦ ସନି ଦେଓଲ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟ ସଚିବ ମଙ୍ଗଳବାର ସନି ଦେଓଲ୍ କରୋନାରେ ସଂକ୍ରମିତ ହେବା କଥା ଜଣାଇଛନ୍ତି। ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟ ସଚିବ ଅମିତାଭ ଅଓ୍ବସ୍ଥି କହିଛନ୍ତି ଯେ, ଅଭିନେତାରୁ ନେତା ହୋଇଥିବା ସନି ଦେଓଲ ଗତ କିଛି ଦିନ ହେବ କୁଲ୍ଲୁରେ ରହୁଥିଲେ। କୁଲ୍ଲୁର ମୁଖ୍ୟ ଚିକିତ୍ସା ଅଧିକାରୀ ଦ୍ବାରା ଦିଆଯାଇଥିବା ସୂଚନା ଅନୁସାରେ, ସନି ଦେଓଲ ଏବଂ ତାଙ୍କ ବନ୍ଧୁ ମୁମ୍ବାଇ ବାହାରିବାକୁ ଯିବା ପାଇଁ ଯୋଜନା କରିଥିଲେ। କିନ୍ତୁ ମଙ୍ଗଳବାର ସେ କରୋନାରେ ସଂକ୍ରମିତ ହୋଇଯାଇଥିଲେ। 64ବର୍ଷୀୟ ବଲିଉଡ ଅଭିନେତା ସନି ଦେଓଲ କିଛି ଦିନ ତଳେ ମୁମ୍ବାଇରେ କାନ୍ଧର ସର୍ଜରୀ କରିଥିଲେ ଏବଂ ସେ କୁଲ୍ଲୁ ଜିଲ୍ଲାର ମନାଲି ପାଖରେ ଏକ ଫାର୍ମହାଉସରେ ଥିଲେ।

ସେହିପରି ଗୁଜୁରାଟର ବିଜେପି ରାଜ୍ୟସଭା ସାଂସଦ ଅଭୟ ଭରଦ୍ବାଜଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ମଙ୍ଗଳବାର ଦିନଚେନ୍ନାଇଠାରେ ଅଭୟଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଅଗଷ୍ଟ 31 ତାରିଖରେ କରୋନାରେ ସଂକ୍ରମିତ ହୋଇଥିବା ଅଭୟଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିଲେ । ପ୍ରଥମେ ସେ ରାଜକୋଟ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଚିକିତ୍ସା ପାଇଁ ସେ ଚେନ୍ନାଇ ଆସିଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ପକ୍ଷରୁ ୧୧ଟି ଗ୍ରାମରେ ୧୬ଟି କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

July 29, 2026

AIIMS Bhubaneswar: ୩୬ ଦିନର ଏକମୋ ପରେ ନୂତନ ଜୀବନ ପାଇଲେ ମହିଳା ପୁଲିସ ଅଧିକାରୀ

July 29, 2026

ଜୀ ସାର୍ଥକରେ ନୂତନ ମେଗା ଧାରାବାହିକ ‘ଶ୍ରାବଣୀ’: ଏକ ହୃଦୟସ୍ପର୍ଶୀ ପାରିବାରିକ କାହାଣୀ

July 29, 2026

ସିଜେପି ପ୍ରତିବାଦକୁ ସମର୍ଥନ କଲେ ପାକିସ୍ତାନର ଜେନ-ଜି: ପ୍ରତିକ୍ରିୟା ଦେଲେ ଭାରତ ସରକାର

July 29, 2026
Latest News

ସୋଆ ପକ୍ଷରୁ ୧୧ଟି ଗ୍ରାମରେ ୧୬ଟି କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

July 29, 2026

AIIMS Bhubaneswar: ୩୬ ଦିନର ଏକମୋ ପରେ ନୂତନ ଜୀବନ ପାଇଲେ ମହିଳା ପୁଲିସ ଅଧିକାରୀ

July 29, 2026

ଜୀ ସାର୍ଥକରେ ନୂତନ ମେଗା ଧାରାବାହିକ ‘ଶ୍ରାବଣୀ’: ଏକ ହୃଦୟସ୍ପର୍ଶୀ ପାରିବାରିକ କାହାଣୀ

July 29, 2026

ସିଜେପି ପ୍ରତିବାଦକୁ ସମର୍ଥନ କଲେ ପାକିସ୍ତାନର ଜେନ-ଜି: ପ୍ରତିକ୍ରିୟା ଦେଲେ ଭାରତ ସରକାର

July 29, 2026

ICC ODI Rankings: ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେଲେ ଶୁଭମନ ଗିଲ୍:

July 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.