Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭକ୍ତର ମାନସିକ ନଡିଆକୁ ମା’ଙ୍କ ନିକଟରେ ପହଞ୍ଚାଇଲେ ଅଭିନେତା ସବ୍ୟସାଚୀ
ଆଜିର ଖବର

ଭକ୍ତର ମାନସିକ ନଡିଆକୁ ମା’ଙ୍କ ନିକଟରେ ପହଞ୍ଚାଇଲେ ଅଭିନେତା ସବ୍ୟସାଚୀ

December 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଭକ୍ତ ଓ ଭଗବାନଙ୍କ ମଧ୍ୟରେ କରୋନା ଏକ ପାଚେରୀ ହୋଇ ଠିଆ ହୋଇଛି। କରୋନା ଯୋଗୁଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଛି। ଯଦିଓ ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଆବେଗିକ କିନ୍ତୁ ଦେବାଳୟକୁ ଯାଇ ପ୍ରଭୁଙ୍କ ନିକଟରେ ଭକ୍ତଟିଏ ପ୍ରାର୍ଥନା କରିବାକୁ ସବୁବେଳେ ଆତୁର। କରୋନା ଯୋଗୁଁ ଦୀର୍ଘ ୧୦ ମାସ ହେଲା ଭକ୍ତଟିଏ ମନ୍ଦିର ଯାଇପାରୁନାହିଁ।

ଏପରି ସ୍ଥିତିରେ ଭକ୍ତର ମାନସିକ ନଡିଆ ମଧ୍ୟ ବାଦ୍‌ ପଡିଛି। ନା ଭକ୍ତ ଯାଇପାରୁଛି ମନ୍ଦିରକୁ ନା ଯାଇପାରୁଛି ତା’ର ମାନସିକ ନଡିଆ। ଭକ୍ତଟିଏ ନଡିଆଟିଏ ବାନ୍ଧି ଦେଇ ମା’ଙ୍କୁ ନିଜର ସମସ୍ତ ଅଳି ଅର୍ଦ୍ଦଳି ଜଣାଇଥାଏ। ପ୍ରତି ମାନସିକ ନଡିଆ ସହିତ ଜଡି ହୋଇ ରହି ଥାଏ ଦୁଃଖୀ ମଣିଷମାନଙ୍କର ବିକଳ ପ୍ରାର୍ଥନା। କୋଉଠି ମାଆ, ମୃତ୍ୟୁମୁହଁରେ ପଡ଼ିଥିବା ନିଜ ଛୁଆଟିର ଜୀବନ ପାଇଁ ଠାକୁରାଣୀ ମାଆ ପାଖେ ନଡିଆଟିଏ ଯାଚିଦେଇଥାଏ ତ କେଉଁଠି ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ବାମୀଙ୍କୁ ରକ୍ଷା କରିବା ପାଇଁ ନଡ଼ିଆଟିଏ ମାନସିକ କରିଥାଏ ସ୍ତ୍ରୀ।

ହେଲେ କରୋନା ପାଇଁ ଲକ୍ ଡାଉନ୍ ଆରମ୍ଭରୁ ମାନସିକ ନଡ଼ିଆ ସବୁ ମା’ ତାରିଣୀଙ୍କ ପାଖରେ ପହଞ୍ଚି ନ ପାରି ଗଦେଇ ହୋଇ ଚାଲିଥିଲା ରାସ୍ତାକଡରେ ଓ ବସ୍ ଷ୍ଟାଣ୍ଡ ରେ। ମହାମାରୀ ଆତଙ୍କ ଯୋଗୁ କେହି ହାତ ମାରିବାକୁ ଚାହୁଁନଥିଲେ ସେଇ ଗଦା ହେଇଥିବା ନଡ଼ିଆକୁ। ଭକ୍ତର ନଡିଆଟି ସେମିତି ପଡି ରହିଥିଲା ରାସ୍ତାକଡରେ।

ମାନସିକ ନଡିଆଗୁଡିକ ରାସ୍ତାରେ ପଡି ପଡି ସହରର ପରିବେଶ ଓ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ କରୁଥିଲା। କିଛି ନଡ଼ିଆରୁ ଗଜା ବାହାରିସାରିଥିଲା ଓ କିଛି ପଚିଯାଇଥିବାରୁ ଦୁର୍ଗନ୍ଧ ସହ ପରିବେଶ ଦୂଷିତ ହେଉଥିଲା। କୁକୁର ଦ୍ଵାରା କିଛି ନଡିଆ ରାସ୍ତାକୁ ଗଡି ଆସୁଥିବା ଫଳରେ ଦୁର୍ଘଟଣାର କାରଣ ମଧ୍ୟ ହେଉଥିଲା। ହେଲେ ସବୁଠୁ ବଡ଼ କଥା ହେଲା ଭକ୍ତର ଆବେଗଭରା ବିଶ୍ୱାସ ହୋଇଯାଇଥିଲା ସାହାଶୂନ୍ୟ।

ତେବେ ଭକ୍ତ ଓ ଭଗବାନ ମଧ୍ୟରେ ପୁଣି ଥରେ ଆସ୍ଥାର ଯୋଗସୂତ୍ର ସ୍ଥାପନ ହୋଇଛି। ଭକ୍ତର ମାନସିକ ନଡିଆ ପୁଣିଥରେ ଭକ୍ତର ମନୋବାଞ୍ଛା ନେଇ ମା’ଙ୍କ ପାଖରେ ପହଞ୍ଚୁଛି। ଏଭଳି ଏକ ଧାର୍ମିକ କାର୍ଯ୍ୟରେ ସହଯୋଗ କରିଛନ୍ତି ଓଲିଉଡ୍‌ ଅଭିନେତା ସବ୍ୟସାଚୀ। ଭୁବନେଶ୍ୱର ର ବରମୁଣ୍ଡା, ଫାୟାର୍ ଷ୍ଟେସନ୍ ଛକ, ସିଆରପି, ଆଚାର୍ଯ୍ୟବିହାର, ବାଣୀବିହାର, ରସୁଲଗଡ଼, କଟକର ଅନେକ ଜାଗା, ଚଣ୍ଡିଖୋଲ ସହ ପାଣିକୋଇଲିରୁ ଏଇଭଳି ଅଟକି ରହିଥିବା ପାଖାପାଖି ୩୫୦୦୦ ନଡିଆ (୩୦୦ ବସ୍ତା) କୁ ଆଜି ଦୁଇଟି ଟ୍ରକ୍ ମାଧ୍ୟମରେ ଘଟଗାଁ ପଠାଇଛନ୍ତି। ଭକ୍ତଙ୍କ ଭରସାକୁ ମାଁ ଙ୍କ ନିକଟରେ ପହଞ୍ଚାଇ ବେଶ୍‌ ଆନନ୍ଦିତ ହୋଇଛନ୍ତି ଅଭିନେତା।

ସୂଚନାଯୋଗ୍ୟ, କରୋନା କାଳରେ ଲକ୍‌ଡାଉନ୍‌ ସମୟରେ ଓଡ଼ିଶାର ପ୍ରତ୍ୟେକ ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଏହି ଅଭିନେତା ଜଣକ। ଆଜି ଭକ୍ତଙ୍କ ମନୋବାଞ୍ଛା ପୂରଣ କରିବା ପାଇଁ ମାନସିକ ନଡିଆକୁ ମା’ଙ୍କ ପାଖକୁ ପଠାଇ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଅଭିନେତା ଜଣକ।

କରୋନା ଧର୍ମାନୁଷ୍ଠାନ ମା' ତାରିଣୀ ସବ୍ୟସାଚୀ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.