ଯୁବ କଂଗ୍ରେସ ସଭାପତି ହେଲେ ବିଭି ଶ୍ରୀନିବାସ

Published: Dec 2, 2020, 5:34 pm IST

ନୂଆଦିଲ୍ଲୀ : ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଭାରତୀୟ ଯୁବ କଂଗ୍ରେସର ନୂତନ ସଭାପତି ନିଯୁକ୍ତ କରାଯାଇଛି । ବିଭି ଶ୍ରୀନିବାସଙ୍କୁ ଯୁବ କଂଗ୍ରେସର ସଭାପତି ଭାବରେ ଘୋଷଣା କରାଯାଇଛି । ଏଆଇସିସିର ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଏ ସମ୍ପର୍କିତ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ସହିତ ସଙ୍ଗେ ସଙ୍ଗେ ତାଙ୍କୁ ସଭାପତି ଦାୟିତ୍ୱ ଗ୍ରହଣ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି ।

2019ଜୁଲାଇରେ ପ୍ରଥମ ଥର ପାଇଁ ଶ୍ରୀନିବାସଙ୍କୁ ଯୁବ କଂଗ୍ରେସର ଅନ୍ତରୀଣ ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା । 2019 ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ କେଶବ ଚାନ୍ଦ ଯାଦବ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହା ପରଠାରୁ ଅନ୍ତରୀଣ ସଭାପତି ଦାୟିତ୍ୱ ନିର୍ବାହ କରୁଛନ୍ତି ଶ୍ରୀନିବାସ ।

କର୍ଣ୍ଣାଟକର ଏହି 40 ବର୍ଷୀୟ ଯୁବନେତା ବ୍ଲକ ପ୍ରେସିଡେଣ୍ଟରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ଭାରତୀୟ ଯୁବ କଂଗ୍ରେସର ସଭାପତି ବିଭିନ୍ନ ପଦ ପଦବୀରେ ରହି 2018ରେ ପ୍ରଥମ ଥର ପାଇଁ ଯୁବ କଂଗ୍ରେସର ଉପ ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ । ଜୁଲାଇ 2019ରେ ଚାନ୍ଦଙ୍କ ଇସ୍ତଫା ପରେ ଅନ୍ତରୀଣ ସଭାପତି ଏବଂ ବୁଧବାର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀନିବାସ ।

Related posts