ପିଏମ କେୟାର୍ସ ଅର୍ଥକୁ ନେଇ ପ୍ରଶ୍ନ କଲେ ମମତା

Published: Dec 2, 2020, 5:40 pm IST

କୋଲକାତା:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ପିଏମ୍- କେୟାର୍ସ ପାଣ୍ଠି ଟଙ୍କା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ଅଡିଟ୍ କରାଯାଇ ସତ୍ୟାସତ୍ୟ ଲୋକଲୋଚନକୁ ଅଣାଯିବା ଉଚିତ ବୋଲି ସେ କହିଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଥିବାବେଳେ କରୋନାରେ ଲକ୍ଷାଧିକ ଲୋକ ପ୍ରାଣ ହରାଇଲେଣି।

ମହାମାରୀ କରୋନା କାରଣରୁ ଲୋକମାନେ ହନ୍ତସନ୍ତ ହୋଇ ମରୁଛନ୍ତି। ଟଙ୍କା କୁଆଡେ ଯାଉଛି କଣ ହେଉଛି ତାର ଉତ୍ତର ଦିଆଯାଉ ବୋଲି ସେ କହିଛନ୍ତି।କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ବ୍ୟବହାର କରି କେନ୍ଦ୍ର ସରକାର ଦେଶର ସଂଘୀୟ ବ୍ୟବସ୍ଥାକୁ ଭାଙ୍ଗୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। (ଏଜେନ୍ସି)

Related posts