
ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଠାରେ ଭାରସାମ୍ୟ ହରାଇ ୩୦ ଫୁଟ ରାସ୍ତା ତଳକୁ ଏକ କାର୍ ଓଲଟିଛି। ମିଳିଥିବା ସୂଚନା ଅନୁସାରେ ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ନିକଟରେ ଭୁବନେଶ୍ୱରରୁ ସୁନାଖଳା ଅଭିମୁଖେ ଏକ ଅଲ୍ଟୋ କାର୍ ଯାଉଥିବା ବେଳେ ଭାରସାମ୍ୟ ହରାଇ କାର୍ ଟି ରାସ୍ତା ତଳକୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ୨ ଶିଶୁ ସମେତ ୪ ଗୁରୁତର ହୋଇଛନ୍ତି।
ଦୁର୍ଘଟଣାର ଖବର ପାଇ ଟାଙ୍ଗୀ ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ମାନଙ୍କୁ ପ୍ରଥମେ ଟାଙ୍ଗୀ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ମାନେ ହେଲେ ୯ ବର୍ଷର ଅର୍ପିତା ପ୍ରିୟ ଦର୍ଶନୀ, ୩ ବର୍ଷର ଆଶିଷ ଦାସ, ୩୦ ବର୍ଷର ଅର୍ପିତା ସୁଆର ଓ ୫୫ ଵର୍ଷୀୟ ଜ୍ୟୋତ୍ସ୍ନାରାଣୀ ଆଚାର୍ଯ୍ୟ। କାରରେ ଯାତ୍ରା କରୁଥିବା ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣା ପଡିଛି।