Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚୀନ୍‌କୁ ଝଟ୍‌କା ଦେଲା ସାମସଙ୍ଗ୍‌ : ମୋବାଇଲ୍‌ ଡିସ୍‌ପ୍ଲେ ଫ୍ୟାକ୍ଟ୍ରିକୁ ଭାରତକୁ ସ୍ଥାନାନ୍ତର କଲା
ଆଜିର ଖବର

ଚୀନ୍‌କୁ ଝଟ୍‌କା ଦେଲା ସାମସଙ୍ଗ୍‌ : ମୋବାଇଲ୍‌ ଡିସ୍‌ପ୍ଲେ ଫ୍ୟାକ୍ଟ୍ରିକୁ ଭାରତକୁ ସ୍ଥାନାନ୍ତର କଲା

December 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଲକ୍ଷ୍ନୌ : ଚୀନ୍‌କୁ ଝଟକା ଦେଇଛି ସାମସଙ୍ଗ୍‌ ।  ଦକ୍ଷିଣ କୋରିଆର ବହୁ ପ୍ରତିଷ୍ଠିତ ସ୍ମାର୍ଟଫୋନ୍‌ କମ୍ପାନୀ ସାମସଙ୍ଗ୍‌  ନିଜ ମୋବାଇଲ୍‌ ଓ ଆଇଟି ଡିସ୍‌ପ୍ଲେ ୟୁନିଟ୍‌କୁ ଚୀନ୍‌ରୁ ଭାରତକୁ ସ୍ଥାନାନ୍ତର କରିଛି । କରୋନା ଭାଇରସ ପରବର୍ତ୍ତୀ ପରସ୍ଥିତିରେ ଚୀନକୁ ଆଉ ଏକ ଅର୍ଥନୈତିକ ଝଟକା ଲାଗିଛି । ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ଭାରତରେ 4825 କୋଟିର ନିବେଶ କରିବାକୁ ଯାଉଛି ।  ଉତ୍ତର ପ୍ରଦେଶର ନୋଇଡାରେ ସାମସଙ୍ଗ ପକ୍ଷରୁ ଏହାର ଏହି ନୂତନ ନିବେଶ କରାଯିବ ବୋଲି ଜଣାପଡିଛି ।  ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କ କ୍ୟାବିନେଟ ପକ୍ଷରୁ ଅନୁମୋଦନ ମିଳିଛି । ଉତ୍ତର ପ୍ରଦେଶର ନୋଇଡାରେ କମ୍ପାନୀ ପକ୍ଷରୁ ଏକ ନୂତନ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ଭାରତରେ ସାମସଙ୍ଗ୍‌ର ଏହା ପ୍ରଥମ ହାଇ-ଟେକ୍‌ନିକ୍‌ ପ୍ରୋଜେକ୍ଟ ।

2018ରେ ସାମସଙ୍ଗ ପକ୍ଷରୁ ଦିଲ୍ଲୀରେ ଏହାର ପ୍ରଥମ ୟୁନିଟ ସ୍ଥାପନ କରାଯାଇଥିଲା। ଏହି ସମୟରେ କମ୍ପାନୀ ପକ୍ଷରୁ 4915 କୋଟି ଟଙ୍କା ନିବେଶର ପ୍ରତିଶ୍ରୁତି ଦିଆଯାଇଥିଲା । ଉକ୍ତ ପ୍ରତିଶ୍ରୁତି ମୁତାବକ ଏହି ଉତ୍ପାଦନ ୟୁନିଟ ସ୍ଥାପନ କରାଯାଇଛି । ଏହି ୟୁନିଟରେ ପ୍ରତ୍ୟକ୍ଷ ରୂପରେ ପ୍ରାୟ 510 ନୂତନ ନିଯୁକ୍ତି ସୃଷ୍ଟି ହେବ । ସେହିପରି ଅପ୍ରତ୍ୟକ୍ଷ ରୂପରେ ବଡ ସଂଖ୍ୟାରେ ରୋଜଗାରର ଅବସରର ମିଳିବ ବୋଲି ସୂଚନା ରହିଛି । ସମଗ୍ର ବିଶ୍ୱରେ ବ୍ୟବହୃତ ଏଲଇଡି ଡିସପ୍ଲେର 70 ପ୍ରତିଶତ ସାମସଙ୍ଗ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ଦକ୍ଷିଣ କୋରିଆ, ଭିଏତନାମ ଏବଂ ଚୀନରେ ରହିଥିବା ବେଳେ ଚୀନରେ ରହିଥିବା କମ୍ପାନୀ ଭାରତକୁ ସ୍ଥାନାନ୍ତର କରାଯାଇଛି । (ଏଜେନ୍ସି)

china india samsung
Share. Facebook Twitter LinkedIn Email WhatsApp Copy Link

Related Posts

ଜେନ୍-ଜି ଯୁବପିଢ଼ିଙ୍କ ସହ ପ୍ରଧାନମନ୍ତ୍ରୀ ‘ଭଜନ କ୍ଲବିଂ’: ଖଞ୍ଜଣି ବଜାଇ ଗାଇଲେ ଭଜନ

September 26, 2026

ପ୍ରବଳ ବର୍ଷା ସତ୍ତ୍ୱେ ପୂର୍ବ ତଟ ରେଳପଥ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ

September 26, 2026

ପୁଣି କେନ୍ଦ୍ରର ବଡ଼ ନିଷ୍ପତ୍ତି: ୩ ରାଜ୍ୟରେ ଅକ୍ଟୋବର ୧ରୁ ବଢ଼ିଲା AFSPA ଅବଧି

September 26, 2026

ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚିହ୍ନର ଇ-ନିଲାମୀରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଝଲକ

September 26, 2026
Latest News

ଜେନ୍-ଜି ଯୁବପିଢ଼ିଙ୍କ ସହ ପ୍ରଧାନମନ୍ତ୍ରୀ ‘ଭଜନ କ୍ଲବିଂ’: ଖଞ୍ଜଣି ବଜାଇ ଗାଇଲେ ଭଜନ

September 26, 2026

ପ୍ରବଳ ବର୍ଷା ସତ୍ତ୍ୱେ ପୂର୍ବ ତଟ ରେଳପଥ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ

September 26, 2026

ପୁଣି କେନ୍ଦ୍ରର ବଡ଼ ନିଷ୍ପତ୍ତି: ୩ ରାଜ୍ୟରେ ଅକ୍ଟୋବର ୧ରୁ ବଢ଼ିଲା AFSPA ଅବଧି

September 26, 2026

ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚିହ୍ନର ଇ-ନିଲାମୀରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଝଲକ

September 26, 2026

‘ବିକଶିତ ଭାରତ’ର ସଂକଳ୍ପକୁ ଆଗେଇ ନେବ ନବୋନ୍ମେଷର ତରଙ୍ଗ: ପ୍ରହ୍ଲାଦ ଯୋଶୀ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.