Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସାମସଙ୍ଗ ଆଣିଲା ଭିନ୍ନ ଧରଣର ଫୋଲଡିଂ ମୋବାଇଲ ‘ଗାଲାକ୍ସି ଜେଡ୍ ଫୋଲଡ 3’, ଜାଣନ୍ତୁ ଦାମ କେତେ

Samsung Galaxy Z Fold 3: ବିଶ୍ବର ଆଗ୍ରଣୀ ସ୍ମାର୍ଟ ଫୋନ ନିର୍ମାତା ସାମସୁଙ୍ଗ ଆଣିଛି ଏକ ଭିନ୍ନ ଧରଣର ମୋବାଇଲ। ଯାହାର ନାମ ରହିଛି Samsung Galaxy Z Fold 3। ଏହି ଫୋନର ବିଶେଷତ୍ବ ହେଉଛି ଯେ, ଏହା ଫୋଲିଡିଂ ହୋଇ ପକେଟ ଭିତରେ ସୁବିଧାର ରହିପାରିବ। ଫୋଲଡିଂ ଖୋଲିଲେ ଏହା 6.2 ଇଞ୍ଚି ଲମ୍ବା ହୋଇପାରିବ। ଏହି ସମୟରେ ଫୋନଟିରେ ଫୋଲିଡିଂ ବ୍ୟବସ୍ଥା ଅଛି ବୋଲି ବିଲକୁଲ ଜାଣି ହେବ ନାହିଁ।

ସାମସଙ୍ଗ ଗତକାଲି Samsung Galaxy Z Fold 3 ସହିତ ଆଉ ଏକ ନୂଆ ଫୋନର ମଧ୍ୟ ଘୋଷଣା କରିଛି। ତାହା ହେଲା Galaxy Z Flip 3 । ଏହି ଦୁଇଟି ନୂଆ ଫୋନ ସଂପର୍କରେ କଂପାନୀ ଘୋଷଣା କରିବା ପରେ ବିଶ୍ବ ମୋବାଇଲ ବଜାରରେ ହଇଚଇ ସୃଷ୍ଟି ହୋଇଛି।

Samsung Galaxy Z Fold 3 ର ବିଶେଷତ୍ବ କଣ

ସାମସଙ୍ଗ ଗାଲାକ୍ସି ଜେ ଫୋଲ୍ଡ 3 6.2-ଇଞ୍ଚ FHD + AMOLED ବାହ୍ୟ ସ୍କ୍ରିନ ରହିଛି। ଯେତେବେଳେ ଫୋଲଡିଂ ଖୋଲି ସେତେବେଳେ ସ୍କ୍ରିନ୍ ଏକ ବୃହତ 7.5-ଇଞ୍ଚର ନମନୀୟ AMOLED ପ୍ୟାନେଲ ବ୍ୟବହାର କରିବ। ଏହା UTG (ଅଲ୍ଟ୍ରା-ପତଳା-ଗ୍ଲାସ) ରେ ନିର୍ମିତ। ଉଭୟ ପରଦାରେ 120Hz ରିଫ୍ରେସ ରହିବ ଏବଂ HDR10 + କୁ ସମର୍ଥନ କରିବ, ଏବଂ S ପେନ୍ ସମର୍ଥନ ମଧ୍ୟ ଅନ୍ତର୍ଭୂକ୍ତ ହେବ।

ଗାଲାକ୍ସି ଜେ ଫୋଲ୍ଡ 3 ରେ 12MP ପ୍ରାଥମିକ ସେନସର 12MP ଟେଲିଫୋଟୋ ଲେନ୍ସ ଏବଂ 12MP ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ ଲେନ୍ସ ସହିତ ଯୋଡି ହୋଇଥିବା କୁହାଯାଉଛି। ଏହି ତିନୋଟି ଲେନ୍ସ PDAF (ଫେଜ୍ ଚିହ୍ନଟ ଅଟୋଫୋକସ୍) କୁ ସମର୍ଥନ କରିବ। ଛୋଟ ଡିସପ୍ଲେରେ 10MP ସେନ୍ସର ଏବଂ ମୁଖ୍ୟ ସ୍କ୍ରିନରେ 16MP ଅଣ୍ଡର-ଡିସପ୍ଲେ କ୍ୟାମେରା ଥିବା କୁହାଯାଉଛି। ଏହି ଫୋନଟି କ୍ୱାଲକମ୍ ସ୍ନାପଡ୍ରାଗନ୍ 888+ SoC ଦ୍ୱାରା ଚାଳିତ ବୋଲି କୁହାଯାଉଛି।

ଏହି ଫୋନଟି ଫୋଲଡିଂ ସମୟରେ ପଛପଟେ ଏକ 1.9-ଇଞ୍ଚ ସେକେଣ୍ଡାରୀ ସ୍କ୍ରିନ ଥିବା କୁହାଯାଉଛି। ଯେତେବେଳେ ଫୋନଟି ଫୋଲଡିଂ ହୋଇଥିବ, ସେବେଳେ କଲ ଆସିଲେ ଏହି ସ୍କ୍ରିନରେ ସମସ୍ତ ବିବରଣୀ ଦେଖିହେବ। ଏହା 8GB RAM ଏବଂ 128GB ଆଭ୍ୟନ୍ତରୀଣ ଷ୍ଟୋରେଜ୍ ସହିତ ଯୋଡି ହୋଇଥିବା କ୍ୱାଲକମ୍ ସ୍ନାପଡ୍ରାଗନ୍ 888 ଚିପସେଟ ଦ୍ୱାରା ଚାଳିତ।

ଏହି ଫୋନର ମୁଲ୍ୟ ବର୍ତ୍ତମନ ୟୁକେ ରେ Rs. 133,690 ରହିବ ବୋଲି ଆଶା କରାଯାଉଛି। ତେବେ ଭାରତୀୟ ବଜାରରେ Samsung Galaxy Z Fold 3 ପ୍ରାୟ ଦେଢ ଲକ୍ଷ ପାଖାପାଖି ଆସିବ ବୋଲି ଜଣାପଡୁଛି। ତେବେ କଂପାନୀ ତରଫରୁ ଏହାର ମୂଲ୍ୟ ଘୋଷଣା କରାଯାଇ ନାହିଁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଚୀନ୍‌କୁ ଝଟ୍‌କା ଦେଲା ସାମସଙ୍ଗ୍‌ : ମୋବାଇଲ୍‌ ଡିସ୍‌ପ୍ଲେ ଫ୍ୟାକ୍ଟ୍ରିକୁ ଭାରତକୁ ସ୍ଥାନାନ୍ତର କଲା

ଲକ୍ଷ୍ନୌ : ଚୀନ୍‌କୁ ଝଟକା ଦେଇଛି ସାମସଙ୍ଗ୍‌ ।  ଦକ୍ଷିଣ କୋରିଆର ବହୁ ପ୍ରତିଷ୍ଠିତ ସ୍ମାର୍ଟଫୋନ୍‌ କମ୍ପାନୀ ସାମସଙ୍ଗ୍‌  ନିଜ ମୋବାଇଲ୍‌ ଓ ଆଇଟି ଡିସ୍‌ପ୍ଲେ ୟୁନିଟ୍‌କୁ ଚୀନ୍‌ରୁ ଭାରତକୁ ସ୍ଥାନାନ୍ତର କରିଛି । କରୋନା ଭାଇରସ ପରବର୍ତ୍ତୀ ପରସ୍ଥିତିରେ ଚୀନକୁ ଆଉ ଏକ ଅର୍ଥନୈତିକ ଝଟକା ଲାଗିଛି । ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ଭାରତରେ 4825 କୋଟିର ନିବେଶ କରିବାକୁ ଯାଉଛି ।  ଉତ୍ତର ପ୍ରଦେଶର ନୋଇଡାରେ ସାମସଙ୍ଗ ପକ୍ଷରୁ ଏହାର ଏହି ନୂତନ ନିବେଶ କରାଯିବ ବୋଲି ଜଣାପଡିଛି ।  ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କ କ୍ୟାବିନେଟ ପକ୍ଷରୁ ଅନୁମୋଦନ ମିଳିଛି । ଉତ୍ତର ପ୍ରଦେଶର ନୋଇଡାରେ କମ୍ପାନୀ ପକ୍ଷରୁ ଏକ ନୂତନ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ଭାରତରେ ସାମସଙ୍ଗ୍‌ର ଏହା ପ୍ରଥମ ହାଇ-ଟେକ୍‌ନିକ୍‌ ପ୍ରୋଜେକ୍ଟ ।

2018ରେ ସାମସଙ୍ଗ ପକ୍ଷରୁ ଦିଲ୍ଲୀରେ ଏହାର ପ୍ରଥମ ୟୁନିଟ ସ୍ଥାପନ କରାଯାଇଥିଲା। ଏହି ସମୟରେ କମ୍ପାନୀ ପକ୍ଷରୁ 4915 କୋଟି ଟଙ୍କା ନିବେଶର ପ୍ରତିଶ୍ରୁତି ଦିଆଯାଇଥିଲା । ଉକ୍ତ ପ୍ରତିଶ୍ରୁତି ମୁତାବକ ଏହି ଉତ୍ପାଦନ ୟୁନିଟ ସ୍ଥାପନ କରାଯାଇଛି । ଏହି ୟୁନିଟରେ ପ୍ରତ୍ୟକ୍ଷ ରୂପରେ ପ୍ରାୟ 510 ନୂତନ ନିଯୁକ୍ତି ସୃଷ୍ଟି ହେବ । ସେହିପରି ଅପ୍ରତ୍ୟକ୍ଷ ରୂପରେ ବଡ ସଂଖ୍ୟାରେ ରୋଜଗାରର ଅବସରର ମିଳିବ ବୋଲି ସୂଚନା ରହିଛି । ସମଗ୍ର ବିଶ୍ୱରେ ବ୍ୟବହୃତ ଏଲଇଡି ଡିସପ୍ଲେର 70 ପ୍ରତିଶତ ସାମସଙ୍ଗ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ଦକ୍ଷିଣ କୋରିଆ, ଭିଏତନାମ ଏବଂ ଚୀନରେ ରହିଥିବା ବେଳେ ଚୀନରେ ରହିଥିବା କମ୍ପାନୀ ଭାରତକୁ ସ୍ଥାନାନ୍ତର କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

ଜୁନ୍‌ 8ରେ ସାମସଙ୍ଗ ଲଞ୍ଚ କରିବ ଏହି ନୂଆ ଫୋନ୍‌ : 1024 ଜିବି ପର୍ଯ୍ୟନ୍ତ ବଢାଇହେବ ଷ୍ଟୋରେଜ୍‌ କ୍ଷମତା

ନୂଆଦିଲ୍ଲୀ : ସାମସଙ୍ଗ ପକ୍ଷରୁ ଏକ ନୂତନ ଫୋନ୍‌ ଲଞ୍ଚ କରିବା ନେଇ ଘୋଷଣା କରାଯାଇଛି । ରବିବାର କୋରିଆନ କମ୍ପାନୀ ସାମସଙ୍ଗ ଭାରତୀୟ ବଜାରରେ ନୂତନ ଫୋନ୍‌ ଲଞ୍ଚ ନେଇ ଘୋଷଣା କରିଛି । ଆସନ୍ତା କାଲି କମ୍ପାନୀ ପକ୍ଷରୁ ଗାଲାକ୍ସି ସିରିଜ୍‌ର ଟାବ୍‌ ଏସ୍‌6 ଲାଇଟ୍‌ର ଲଞ୍ଚ ସମ୍ପର୍କରେ ଘୋଷଣା କରାଯାଇଛି । ପୂର୍ବରୁ ଚୀନ୍‌ରେ ଏହି ମଡେଲ ଲଞ୍ଚ ହୋଇ ସାରିଥିବା ବେଳେ ଭାରତୀୟ ବଜାରରେ ଏହି ଫୋନ୍‌ର ମୂଲ୍ୟ 30 ହଜାର ଟଙ୍କା ମଧ୍ୟରେ ରହିବ ।

ଏହି ଟାବ୍ଲେଟ୍‌ରେ ଓ୍ବିଣ୍ଡୋଜ୍‌ 10 ରହିଥିବା ବେଳେ ସ୍କ୍ରିନ୍‌ ସାଇଜ୍‌ 10.4 ଇଞ୍ଚ ରହିଛି । 4 ଜିବି ରାମ୍‌ ଏବଂ 64/128 ଜିବି ରମ୍‌ ରହିଥିବା ଏହି ଫୋନ୍‌ରେ 7040 ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି । ପ୍ରଥମ ଥର ପାଇଁ ଏହି ଫୋନ୍‌ରେ 1 ଟେରାବାଇଟ୍‌(1024 ଜିବି)ର ମେମୋରୀ କାର୍ଡ ପଡିବାର ସୁବିଧା ରହିଛି । ପ୍ରଥମ ଥର ପାଇଁ କୌଣସି ଫୋନ୍‌ରେ ଏହି ସୁବିଧା ପ୍ରଦାନ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

ଭାରତୀୟ ବଜାରରେ ଉପଲବ୍ଧ ହେଲା ଗାଲାକ୍ସି ଏ 51

ମୁମ୍ବାଇ : ଭାରତୀୟ ବଜାରରେ ଲଞ୍ଚ ହୋଇଛି ସାମସଙ୍ଗର ନୂତନ ଗାଲାକ୍ସି ଏ 51 । ବୁଧବାର ଭାରତୀୟ ବଜାରରେ ଲଞ୍ଚ ହୋଇଥିବା ଏହି ଫୋନ୍‌ର ମୂଲ୍ୟ 23999 ଟଙ୍କା ରହିଛି । ବ୍ଲୁ, ହ୍ବାଇଟ୍‌ ଏବଂ ବ୍ଲାକ୍‌ ପ୍ରିଜ୍‌ମ ରଙ୍ଗରେ ଏହି ଫୋନ୍‌ ଉପଲବ୍ଧ ହେବାକୁ ଯାଉଛି । ଆଜିଠାରୁ ଏହି ଫୋନ୍‌ ଅନ୍‌ଲାଇନ୍‌ ଉପଲବ୍ଧ ହେବାକୁ ଥିବା ବେଳେ 31 ତାରିଖଠାରୁ ଏହା ରିଟେଲ ଷ୍ଟୋରରେ ଉପଲବ୍ଧ ହେବାକୁ ଯାଉଛି । ସାମସଙ୍ଗ ପକ୍ଷରୁ ଏହି ଫୋନ୍‌ରେ ଇନ୍‌ଫିନିଟି ଓ ସୁପର ଆମୋଲେଡ୍‌ ଡିସ୍‌ପ୍ଲେର ବ୍ୟବହାର କରାଯାଇଛି । ଫୋନ୍‌ରେ 4ଟି କ୍ୟାମେରା ରହିଛି । 48 ମେଗାପିକ୍ସେଲ୍‌ର ମୁଖ୍ୟ କ୍ୟାମେରା ସହିତ 5 ମେଗାପିକ୍ସେଲ୍‌ର ତିନୋଟି କ୍ୟାମେରା ରହିଛି । 15 ଓ୍ବାଟ୍‌ର ଫାଷ୍ଟ ଚାର୍ଜର ସହିତ 4000 ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି ।

Categories
ଆଜିର ଖବର ବ୍ୟବସାୟ

ଗାଲାକ୍ସି ନୋଟ୍‌ 10 ଏସ୍‌ର ଲାଇଟ୍ ଭର୍ସନ୍‌ ଲଞ୍ଚ କରିବ ସାମସଙ୍ଗ

ନୂଆଦିଲ୍ଳୀ ,02/01 : ସାମସଙ୍ଗର ଫ୍ଲାଗ୍‌ସିପ୍‌ ଫୋନ୍‌ ଗାଲାକ୍ସି ନୋଟ୍‌ ସିରିଜ୍‌ର ଲାଇଟ୍‌ ଭର୍ସନ ଆଣିବାକୁ ଯାଉଛି । ଅନ୍ୟ ଚାଇନିଜ୍‌ ବ୍ରାଣ୍ଡର ଶସ୍ତା ଫୋନ୍‌ ସହିତ ପ୍ରତିଦ୍ବନ୍ଦିତା ପାଇଁ ସାମସଙ୍ଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଅଗଷ୍ଟ 2019ରେ ଗାଲାକ୍ସି ନୋଟ୍‌ 10 ଲଞ୍ଚ କରାଯାଇଥିବା ବେଳେ ଏହାର ଲାଇଟ୍‌ ଭର୍ସନ୍‌ ଆସନ୍ତା ମାସରେ ଲଞ୍ଚ ହେବାକୁ ଯାଉଛି । ଏନେଇ ଗୁରୁବାର ସାମସଙ୍ଗ ପକ୍ଷରୁ ଘୋଷଣା କରାଯାଇଛି । ଏହି ଫୋନ୍‌ରେ ଚାରି କୋଣିଆ କ୍ୟାମେରା ରହିଥିବା ବେଳେ ତିନିଟି ସେନ୍ସର ରହିଛି । ଫୋନ୍‌ଟିରେ ଫିଙ୍ଗର ପ୍ରିଣ୍ଟ ସେନ୍ସର ରହିଥିବା ଜଣାପଡିଛି । ସୁପର ଆମୋଲେଡ୍‌ ଡିସ୍‌ପ୍ଲେର ଏହି ଫୋନ୍‌ରେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଥିବା ଜଣାପଡିଛି । ଏକ୍ସିନୋସ୍‌ ପ୍ରସେସର ରହିଥିବା ଏହି ଫୋନ୍‌ରେ 6 ଜିବି ରାମ୍‌ ଏବଂ 128 ଜିବି ରମ୍‌ ରହିଛି । ଏହି ଫୋନ୍‌ରେ 4500 ଏମ୍‌ଏଏଚ୍‌ ବ୍ୟାଟେରୀ ରହିଥିବା ବେଳେ ଏହାର ମୂଲ୍ୟ 15 ହଜାର ମଧ୍ୟରେ ରହିବ ବୋଲି ଜଣାପଡିଛି ।