ପିଆଜର ବଜାର ଦରକୁ କମ କରିବା ପାଇଁ ଆମଦାନୀ କଟକଣା କୋହଳ

Published: Dec 17, 2020, 11:54 pm IST

ନୂଆଦିଲ୍ଲୀ, ବଜାରରେ ପିଆଜ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସର୍ତ୍ତମୂଳକ ଭାବେ ଏହାର ଆମଦାନୀ ମିଆଦ ବୃଦ୍ଧି କରିଛନ୍ତି। ପ୍ଳାଣ୍ଟ କ୍ଵାରେନଟାଇନ ଅର୍ଡର ୨୦୦୩ ଓ ଫିଟୋ ସାନିଟାଇଜ ପ୍ରମାଣପତ୍ର ବଳରେ ଏହି ରପ୍ତାନୀକୁ ୨୦୨୧ ଜାନୁଆରୀ ୩୧ ତାରିଖ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଭାରତୀୟ ବନ୍ଦରଗୁଡିକୁ ବିଶୋଧିତ ନହୋଇ ଆସୁଥିବା ପିଆଜ ଭାରତରେ ପହଞ୍ଚିବା ପରେ ସ୍ଵୀକୃତପ୍ରାପ୍ତ ବିଶୋଧନକାରୀ ସଂସ୍ଥା ଦ୍ଵାରା ଆମଦାନୀକାରୀମାନେ ବିଶୋଧନ କରିବାକୁ ପଡିବ ।

ବାହାରୁ ଆମଦାନୀ ହୋଇ ଆସୁଥିବା ପିଆଜକୁ ସଙ୍ଗରୋଧ ଅଧିକାରୀମାନେ ଟିକିନିଖି କରି ପରୀକ୍ଷା ନିରୀକ୍ଷା କରିବା ପରେ ଏହା ଜୀବାଣୁ ମୁକ୍ତ ହୋଇଥିଲେ ହିଁ ବଜାରକୁ ଛଡାଯିବ । ଆସିଥିବା ପିଆଜ ପରୀକ୍ଷା କାଳରେ ପଚାସଢା ବାହାରିଲେ ତାହାକୁ ଅଗ୍ରାହ୍ୟ କରି ଫେରାଇ ଦିଆଯିବ । ଯଦି ପିଆଜରେ କୌଣସି ପୋକ ବା ଶଣ୍ଢା ବାହାରିଥାଏ ତାହାକୁ ବିଶୋଧନକାଳରେ ବାଦ ଦେଇ ଭଲ ପିଆଜଗୁଡ଼ିକୁ ବଜାରକୁ ଛାଡିବାକୁ ପଡିବ ।

ତେବେ କ୍ଷତି ପାଇଁ ନିରୀକ୍ଷଣ ବାବଦ ଖର୍ଚ୍ଚ ଦେବାକୁ ପଡିବ ନାହିଁ । ପିଆଜ ଆମଦାନିକାରୀଙ୍କୁ କେବଳ ଖାଉଟୀମାନଙ୍କ ପାଇଁ ଉଦ୍ଦିଷ୍ଟ ଓ ଏହା ପ୍ରଚାର ପ୍ରସାର ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଏକ ମୁଚାଲିକା ଦେବାକୁ ପଡିବ । ବ୍ୟବହାର ପାଇଁ ଉଦ୍ଦିଷ୍ଟ ପିଆଜ ଅତିରିକ୍ତ ନିରୀକ୍ଷଣ ବ୍ୟୟ ଦେବାକୁ ପଡିବ ନାହିଁ ।

Related posts