Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପିଆଜ କିଲୋ ପିଛା ୨୫ ଟଙ୍କାରେ ବିକ୍ରି ଆରମ୍ଭ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଖରିଫ ଫସଲ ଆସିବାରେ ବିଳମ୍ବ ହେବା କାରଣରୁ ପିଆଜ ଦର ବୃଦ୍ଧିରୁ ଉପଭୋକ୍ତା ମାନଙ୍କୁ ରକ୍ଷା କରିବା ପାଇଁ ସରକାର ବଫରରୁ ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ଖୁଚୁରା ବିକ୍ରି ଆରମ୍ଭ କରିଛନ୍ତି। ଘରୋଇ ଉପଭୋକ୍ତା ମାନଙ୍କ ପାଇଁ ପିଆଜର ଉପଲବ୍ଧତା ଏବଂ ସୁଲଭ ମୂଲ୍ୟରେ ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ନିଆଯାଇଥିବା ପଦକ୍ଷେପ ବ୍ୟତୀତ ଆଉ ଅନ୍ୟ ପଦକ୍ଷେପ ଆରମ୍ଭ ହୋଇଛି, ଯେମିତିକି ୨୯ ଅକ୍ଟୋବର, ୨୦୨୩ ରୁ ପ୍ରତି ମେଟ୍ରିକ ଟନ୍ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ (ଏମଇପି) ଲାଗୁ କରିବା, ବଫର କ୍ରୟ ପୂର୍ବରୁ ୫.୦୬ ଲକ୍ଷ ଟନ୍ ହୋଇଥିବା ବେଳେ ଅତିରିକ୍ତ ୨ ଲକ୍ଷ ଟନ୍ ବୃଦ୍ଧି କରିବା, ଏବଂ ଅଗଷ୍ଟ ଦ୍ୱିତୀୟ ସପ୍ତାହରୁ ଖୁଚୁରା ବିକ୍ରି, ଇ – ନାମ ନିଲାମ ଏବଂ ହୋଲସେଲ ବଜାରରେ ବ୍ୟାପକ ବିକ୍ରି ମାଧ୍ୟମରେ ପିଆଜର ନିରନ୍ତର ନିଷ୍କାସନ।

ଖାଉଟି ବ୍ୟାପାର ବିଭାଗ ଏନ୍‌ସିସିଏଫ୍‌, ନାଫେଡ, କେନ୍ଦ୍ରୀୟ ଭଣ୍ଡାର ଏବଂ ଅନ୍ୟ ରାଜ୍ୟ ନିୟନ୍ତ୍ରିତ ସମବାୟ ସମିତି ଦ୍ୱାରା ପରିଚାଳିତ ଖୁଚୁରା ଦୋକାନ ଏବଂ ମୋବାଇଲ ଭ୍ୟାନ ମାଧ୍ୟମରେ କିଲୋ ପିଛା ୨୫ ଟଙ୍କା ରିହାତି ମୂଲ୍ୟରେ ପିଆଜ ବିକ୍ରି ଆରମ୍ଭ କରିଛି। ନଭେମ୍ବର ୨ତାରିଖ ସୁଦ୍ଧା ନାଫେଡ୍ ୨୧ଟି ରାଜ୍ୟର ୫୫ଟି ସହରରେ ୩୨୯ଟି ରିଟେଲ୍ ପଏଣ୍ଟ ସ୍ଥାପନ କରିଛି, ଯେଉଁଥିରେ ଷ୍ଟେସନ୍ ଆଉଟଲେଟ୍ ଓ ମୋବାଇଲ୍ ଭ୍ୟାନ୍ ରହିଛି। ସେହିପରି ଏନ୍‌ସିସିଏଫ୍ ପକ୍ଷରୁ ୨୦ଟି ରାଜ୍ୟର ୫୪ଟି ସହରରେ ୪୫୭ଟି ରିଟେଲ ପଏଣ୍ଟ ସ୍ଥାପନ କରାଯାଇଛି।

କେନ୍ଦ୍ରୀୟ ଭଣ୍ଡାର ମଧ୍ୟ ୩ ନଭେମ୍ବର, ୨୦୨୩ରୁ ଦିଲ୍ଲୀ – ଏନସିଆରରେ ଏହାର ଖୁଚୁରା ଦୋକାନ ମାଧ୍ୟମରେ ପିଆଜର ଖୁଚୁରା ଯୋଗାଣ ଆରମ୍ଭ କରିଛି ଏବଂ ସଫଲ ମଦର ଡାଏରୀ ପକ୍ଷରୁ ବିକ୍ରି ଚଳିତ ସପ୍ତାହ ଶେଷରୁ ଆରମ୍ଭ ହେବ। ତେଲଙ୍ଗାନା ଏବଂ ଅନ୍ୟାନ୍ୟ ଦକ୍ଷିଣ ଭାରତ ରାଜ୍ୟରେ ଉପଭୋକ୍ତା ମାନଙ୍କୁ ପିଆଜର ଖୁଚୁରା ବିକ୍ରୟ ହାଇଦ୍ରାବାଦ କୃଷି ସମବାୟ ସଂଘ (ଏଚ୍‌ଏସିଏ) ଦ୍ୱାରା ହାତକୁ ନିଆଯାଉଛି।

ରବି ଏବଂ ଖରିଫ ଫସଲ ମଧ୍ୟରେ ଋତୁକାଳୀନ ମୂଲ୍ୟ ଅସ୍ଥିରତାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପରବର୍ତ୍ତୀ କ୍ୟାଲିବ୍ରେଟେଡ୍ ଏବଂ ଲକ୍ଷ୍ୟ ନିର୍ଦ୍ଧାରିତ ରିଲିଜ୍ ପାଇଁ ରବି ପିଆଜ କ୍ରୟ କରି ପିଆଜ ବଫର୍ ବଜାୟ ରଖନ୍ତି। ୨୦୨୨ – ୨୩ରେ ବଫର ଆକାର ୨.୫ ଏଲ୍‌ଏମ୍‌ଟି ଥିବା ବେଳେ ଚଳିତ ବର୍ଷ ଏହାକୁ ୭ ଏଲ୍‌ଏମ୍‌ଟିକୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫.୦୬ ଲକ୍ଷ ମେଟ୍ରିକ ଟନ୍ ପିଆଜ କ୍ରୟ ହୋଇଥିବା ବେଳେ ବାକି ୨ ଏଲ୍‌ଏମ୍‌ଟି ପିଆଜ କ୍ରୟ ଚାଲିଛି।

ବେଞ୍ଚମାର୍କ ଲାସଲଗାଓଁ ବଜାରରେ ପିଆଜ ଦର ୨୮ ଅକ୍ଟୋବର ୨୦୨୩ ରେ କ୍ୱିଂଟାଲ୍ ପିଛା ୪,୮୦୦ ରହିଥିବା ବେଳେ ୦୩ ନଭେମ୍ବର ୨୦୨୩ ରେ ୩,୬୫୦ ଟଙ୍କାକୁ ହ୍ରାସ ପାଇଛି, ଅର୍ଥାତ୍ ଏଥିରେ ୨୪% ହ୍ରାସ ଦେଖା ଦେଇଥିବାରୁ ସରକାରଙ୍କ ଦ୍ୱାରା ନିଆଯାଇଥିବା ସକ୍ରିୟ ପଦକ୍ଷେପର ଫଳାଫଳ ଦେଖିବାକୁ ମିଳିଛି। ଆସନ୍ତା ସପ୍ତାହରୁ ଖୁଚୁରା ଦରରେ ସମାନ ହ୍ରାସ ଘଟିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ମୌସୁମୀ ବର୍ଷା ଓ ଧଳା ମାଛି ଉପଦ୍ରବ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେବା କାରଣରୁ ୨୦୨୩ ଜୁନ୍ ଶେଷ ସପ୍ତାହରୁ ଟମାଟୋ ଦର ବୃଦ୍ଧି ପାଇଥିବା ବେଳେ ସରକାର କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରର ଉତ୍ପାଦନକାରୀ ରାଜ୍ୟରୁ ଏନ୍‌ସିସିଏଫ୍ ଏବଂ ନାଫେଡ୍ ମାଧ୍ୟମରେ ଟମାଟୋ କ୍ରୟ କରି ପ୍ରମୁଖ ଉପଭୋକ୍ତା କେନ୍ଦ୍ର ଗୁଡିକରେ ଗ୍ରାହକଙ୍କୁ ଅତ୍ୟଧିକ ରିହାତି ଦରରେ ଯୋଗାଣ କରିଥିଲେ। କ୍ରୟ ହୋଇଥିବା ଟମାଟୋ ଖୁଚୁରା ଉପଭୋକ୍ତାଙ୍କୁ ରିହାତି ଦରରେ ବିକ୍ରି କରାଯାଉଥିଲା। କିଲୋ ପିଛା ୯୦ ଟଙ୍କାରୁ ଆରମ୍ଭ ହୋଇ ଏହା କ୍ରମାଗତ ଭାବେ ୪୦ ଟଙ୍କାକୁ ହ୍ରାସ ପାଇଛି। ଖୁଚୁରା ହସ୍ତକ୍ଷେପ ମାଧ୍ୟମରେ , ଟମାଟୋ ଖୁଚୁରା ମୂଲ୍ୟ ଅଗଷ୍ଟ ପ୍ରଥମ ସପ୍ତାହରେ କିଲୋ ପିଛା ସର୍ବଭାରତୀୟ ସ୍ତରରେ ସର୍ବୋଚ୍ଚ ହାରାହାରି ଖୁଚୁରା ମୂଲ୍ୟ ୧୪୦ ଟଙ୍କାରୁ ହ୍ରାସ ପାଇ ସେପ୍ଟେମ୍ବର, ୨୦୨୩ ପ୍ରଥମ ସପ୍ତାହ ସୁଦ୍ଧା କିଲୋ ପିଛା ପ୍ରାୟ ୪୦ ଟଙ୍କା ହୋଇ ଯାଇଥିଲା।

ଡାଲି ଅଧିକାଂଶ ଭାରତୀୟ ପରିବାର ପାଇଁ ପୁଷ୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଅଟେ । ସାଧାରଣ ପରିବାରକୁ ଡାଲିର ଉପଲବ୍ଧତା ଏବଂ ସୁଲଭ ମୂଲ୍ୟରେ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ୧ କେଜି ପ୍ୟାକ୍ ନିମନ୍ତେ କିଲୋ ପିଛା ୬୦ ଟଙ୍କା ଏବଂ ୩୦ କେଜି ପ୍ୟାକ୍ ପାଇଁ କିଲୋ ପିଛା ୫୫ ଟଙ୍କା ରିହାତି ମୂଲ୍ୟରେ ଭାରତ ଡାଲି ଆରମ୍ଭ କରିଛନ୍ତି।

ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ନାଫେଡ, ଏନସିସିଏଫ, କେନ୍ଦ୍ରୀୟ ଭଣ୍ଡାର, ସଫଲ ଏବଂ ରାଜ୍ୟ ନିୟନ୍ତ୍ରିତ ସମବାୟ ସମିତି ମାଧ୍ୟମରେ ଗ୍ରାହକ ମାନଙ୍କୁ ଖୁଚୁରା ବିକ୍ରୟ ଏବଂ ସେନାକୁ, ସିଏପିଏଫ୍‌କୁ ଏବଂ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ଯୋଗାଣ ପାଇଁ ଭାରତ ଡାଲି ଉପଲବ୍ଧ କରାଯାଏ।

ବର୍ତ୍ତମାନ ସୁଦ୍ଧା ୩.୨ ଲକ୍ଷ ମେଟ୍ରିକ୍ ଟନ୍ ଚଣା ଷ୍ଟକ୍‌କୁ ରୂପାନ୍ତରଣ ପାଇଁ ଆବଣ୍ଟନ କରାଯାଇଥିବା ବେଳେ ସେଥି ମଧ୍ୟରୁ ୭୫,୨୬୯ ମେଟ୍ରିକ୍ ଟନ୍ ମିଲିଂ କରାଯାଇଛି ଏବଂ ୨୮୨ଟି ସହରରେ ୩୦୧୦ଟି ରିଟେଲ ପଏଣ୍ଟ (ଷ୍ଟେସନାରୀ ଆଉଟଲେଟ୍ ମୋବାଇଲ୍ ଭ୍ୟାନ୍‌) ମାଧ୍ୟମରେ ୫୯,୧୮୩ ମେଟ୍ରିକ୍ ଟନ୍ ଉତ୍ପାଦନ କରାଯାଇଛି। ସାରା ଦେଶରେ ଉପଭୋକ୍ତା ମାନଙ୍କୁ ୪ ଲକ୍ଷ ଟନ୍‌ରୁ ଅଧିକ ଭାରତ ଡାଲି ଉପଲବ୍ଧ କରାଇବା ପାଇଁ ଆଗାମୀ ଦିନରେ ଭାରତ ଡାଲିର ଯୋଗାଣ ବୃଦ୍ଧି କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଘରୋଇ ବଜାରରେ ଦର ବୃଦ୍ଧିକୁ ରୋକିଲା ପିଆଜର ସର୍ବନିମ୍ନ ରପ୍ତାନି ମୂଲ୍ୟ ଉପରେ କେନ୍ଦ୍ରର ହସ୍ତକ୍ଷେପ

ନୂଆଦିଲ୍ଲୀ: ରପ୍ତାନିକୁ ନିରୁତ୍ସାହିତ କରିବା ଏବଂ ଘରୋଇ ବଜାରରେ ଉପଲବ୍ଧତା ବଜାୟ ରଖିବା ପାଇଁ ୨୯ ଅକ୍ଟୋବର୨୦୨୩ରୁ ୩୧ ଡିସେମ୍ବର୨୦୨୩ ପର୍ଯ୍ୟନ୍ତ ପିଆଜ ଉପରେ ସର୍ବନିମ୍ନ ରପ୍ତାନି ମୂଲ୍ୟ ଟନ୍‍ ପ୍ରତି ୮୦୦ ଆମେରିକୀୟ ଡଲାର ଲାଗୁ କରିବାକୁ ଭାରତ ସରକାରଙ୍କ ନିଷ୍ପତ୍ତି ମହାରାଷ୍ଟ୍ର ବଜାରରେ ମୂଲ୍ୟ ସଂଶୋଧନର ତୁରନ୍ତ ପ୍ରଭାବ ଦେଖାଇଛି, ଯେଉଁଠାରେ ମୂଲ୍ୟ ଗତ ସପ୍ତାହରେ ଧାର୍ଯ୍ୟ ସର୍ବୋଚ୍ଚ ମୂଲ୍ୟଠାରୁ ୫% ରୁ ୯% ହ୍ରାସ ପାଇଛି । ମହାରାଷ୍ଟ୍ରରେ ସମସ୍ତ ବଜାରରେ ପିଆଜର ହାରାହାରି ମୂଲ୍ୟ ୪.୫% ହ୍ରାସ ପାଇଛି ଏବଂ ବିକ୍ରୟ କେନ୍ଦ୍ରରେ ମଧ୍ୟ ସମାନ ହ୍ରାସ ପରିଲକ୍ଷିତ ହୋଇଛି ।

ଖାଉଟି ବ୍ୟାପାର ବିଭାଗ ପିଆଜ ରପ୍ତାନି ଏବଂ ଦର ଉପରେ ପ୍ରତିଦିନ ନଜର ରଖିଛି ଯାହା ଦ୍ୱାରା ଘରୋଇ ମୂଲ୍ୟରେ ସ୍ଥିରତା ଏବଂ ଉପଭୋକ୍ତାଙ୍କୁ ଉପଲବ୍ଧତା ସୁନିଶ୍ଚିତ ହେବ । ନଭେମ୍ବର ମାସରେ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ପିଆଜ ବଫର ଷ୍ଟକକୁ ଉଭୟ ମଣ୍ଡି ବିକ୍ରି ଓ ରିହାତି ବିକ୍ରୟ ମାଧ୍ୟମରେ ଖୁଚୁରା ଉପଭୋକ୍ତାଙ୍କୁ ଅଧିକ ମୂଲ୍ୟରେ ବଜାରକୁ ଛାଡିବା ଆରମ୍ଭ କରିଛି । ଏଥିରେ ୧୭୦ରୁ ଅଧିକ ସହରକୁ ଅନ୍ତର୍ଭୁକ୍ତ କରି ୬୮୫ଟି ଭ୍ରାମ୍ୟମାଣ ଖୁଚୁରା ବିକ୍ରୟକେନ୍ଦ୍ର ମାଧ୍ୟମରେ ବିକ୍ରି କରାଯାଉଛି । ପିଆଜ ଦରକୁ ନିୟନ୍ତ୍ରଣରେ ରଖିବା ଏବଂ ଉପଭୋକ୍ତାଙ୍କ ସ୍ୱାର୍ଥ କୁ ସୁରକ୍ଷିତ ରଖିବା ପାଇଁ ନାଫେଡ୍ ଏବଂ ଏନସିସିଏଫ ମଧ୍ୟ ଖରିଫ ଅମଳର ଅତିରିକ୍ତ ୨ ଲକ୍ଷ ମେଟ୍ରିକ ଟନ୍‍ ପିଆଜ କିଣିବା ଆରମ୍ଭ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପିଆଜ ବଫର ଷ୍ଟକ୍ ପରିମାଣ ୩ଲକ୍ଷ ମେଟ୍ରିକ ଟନ୍‌ରୁ ୫ଲକ୍ଷ ମେଟ୍ରିକ ଟନ୍‌କୁ ବୃଦ୍ଧି

ନୂଆଦିଲ୍ଲୀ: ଏକ ଅଭୂତପୂର୍ବ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ପିଆଜର ମହଜୁଦ (ବଫର ଷ୍ଟକ୍‌)ପରିମାଣ ୩ଲକ୍ଷ ମେଟ୍ରିକ ଟନରୁ ୫ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିଛନ୍ତି। ଚଳିତବର୍ଷ ପ୍ରାରମ୍ଭିକ ଭାବେ ସରକାର ତିନି ଲକ୍ଷ ଟନ୍ ପିଆଜ ବଫର ଷ୍ଟକ ଭାବେ ମହଜୁଦ କରି ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ସେହି ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ପରେ ଏହାକୁ ହଠାତ୍ ପାଞ୍ଚଲକ୍ଷ ମେଟ୍ରିକ ଟନ୍‌କୁ ବଢାଇ ଦିଆଯାଇଛି। ବଫର ଷ୍ଟକ୍‌ର ଅର୍ଥ ହେଲ କୌଣସି ଏକ ସାମଗ୍ରୀର ମୂଲ୍ୟ ସ୍ଥିର ରଖିବା ପାଇଁ ତାହାକୁ ଆବଶ୍ୟକ ପରିମାଣରେ ମହଜୁଦ୍ କରି ରଖିବା ଏବଂ ମୂଲ୍ୟ ଓ ଚାହିଦା ବୃଦ୍ଧି ସମୟରେ ତାହାକୁ ବଜାରକୁ ଛାଡି ତାହାର ମୂଲ୍ୟକୁ ସ୍ଥିର ରଖିବା।

ଏବେ ସରକାର ପିଆଜର ବଫର ଷ୍ଟକ୍ ପରିମାଣ ବୃଦ୍ଧି କରିଥିବାରୁ ଅତିରିକ୍ତ ଦୁଇଲକ୍ଷ ଟନ୍ ପିଆଜ କିଣିବାକୁ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ଏନ୍‌ସିସିଏଫ ଓ ନାଫେଡକୁ ନିର୍ଦ୍ଦେଶ ଦେଇଛି। ଏହି ଦୁଇ ସଂସ୍ଥା ଏକ ଲକ୍ଷ ଟନ୍ ଲେଖାଏଁ ପିଆଜ ସଂଗ୍ରହ କରି ତାହାକୁ ମହଜୁଦ୍ ରଖିବେ। ଏହା ଛଡା ପିଆଜର ମୂଲ୍ୟକୁ ସ୍ଥିର ରଖିବା ପାଇଁ ମହଜୁଦ୍ ଥିବା ପିଆଜକୁ ଦେଶର ପ୍ରମୁଖ ଖାଉଟି ବଜାରକୁ ସରକାର ଛାଡିବେ।

ତଦନୁସାରେ ସରକାରଙ୍କ ପାଖରେ ଯେଉଁ ପିଆଜ ମହଜୁଦ ଥିଲା ତାହାକୁ ବଜାରକୁ ଛଡାଗଲାଣି। ଏବେ ଦେଶର ବିଭିନ୍ନ ଅଞ୍ଚଳରେ ପିଆଜର ମୂଲ୍ୟ ସ୍ୱାଭାବିକ ଠାରୁ ଉପରେ ରହିଛି। ତେଣୁ ମୂଲ୍ୟ ସ୍ଥିର ରଖିବାକୁ ମହଜୁଦ ପିଆଜ ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଯୋଗାଇ ଦିଆଯାଉଛି। ଆଜି ତାରିଖ ସୁଦ୍ଧା ବଫର ଷ୍ଟକ୍‌ରୁ ସରକାର ପ୍ରାୟ ୧୪୦୦ ମେଟ୍ରିକ ଟନ୍ ପିଆଜ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଇ ସାରିଛନ୍ତି। ଏହି ଯୋଗାଣ ବ୍ୟବସ୍ଥା ପିଆଜ ବଜାରକୁ ସ୍ଥିର ରଖିବା ପର୍ଯ୍ୟନ୍ତ ଅବ୍ୟାହତ ରହିବ।

ବଫର ଷ୍ଟକରେ ଥିବା ପିଆଜକୁ ବିଭିନ୍ନ ପ୍ରମୁଖ ବଜାରକୁ ସରକାର ପଠାଇବା ସହିତ ଖୁଚୁରା କ୍ରେତାଙ୍କୁ ରିହାତି ମୂଲ୍ୟରେ କିଲୋପିଛା ୨୫ଟଙ୍କା ଦାମରେ ମଧ୍ୟ ବିକିବେ। ଆସନ୍ତାକାଲି ଅର୍ଥାତ୍ ସୋମବାଠାରୁ ଏନ୍‌ସିସିଏଫ ବିଭିନ୍ନ ଖୁଚୁରା ବିକ୍ରୟ କେନ୍ଦ୍ରରେ ପିଆଜ କିଲୋପ୍ରତି ୨୫ଟଙ୍କାରେ ବିକିବା କାମ ଆରମ୍ଭ କରିବେ। ମୋବାଇଲ ଭ୍ୟାନରେ ମଧ୍ୟ ବିଭିନ୍ନ ବଜାରରେଏହି ପିଆଜ ୨୫ଟଙ୍କା ମୂଲ୍ୟରେ ଖାଉଟିଙ୍କ ପାଇଁ ଉପଲବ୍ଧ ହେବ। ଆଗାମୀ ଦିନରେ ଅନ୍ୟାନ୍ୟ ସଂସ୍ଥା ଓ ଇ-କମର୍ସ ମାଧ୍ୟମରେ ଖାଉଟିକୁ ମଧ୍ୟ ଶସ୍ତାରେ ପିଆଜ ଯୋଗାଇ ଦେବାକୁ ସରକାର କ୍ରମଶଃ ପ୍ରକ୍ରିୟା ଆରମ୍ଭ କରିବେ।

ସରକାର ପିଆଜର ବଫର ଷ୍ଟକ୍ ପରିମାଣ ବୃଦ୍ଧି କରିଥିବାରୁ ଏହାର ଲାଭ ଉଭୟ ଚାଷୀ ଓ ଖାଉଟି ପାଇବେ। ଯେଉଁ ବ୍ୟବସାୟୀମାନେ ପିଆଜ ରପ୍ତାନୀ କରୁଛନ୍ତି ସେମାନଙ୍କୁ ବହୁ ଅଧିକ ରପ୍ତାନୀ ଟିକସ ଏବେ ଦେବାକୁ ପଡିବ। ସରକାର ପିଆଜ ରପ୍ତାନୀ ଉପରେ ମଧ୍ୟ ପରୋନ କଟକଣା ଜାରି କରିଛନ୍ତି। ଏହା ଫଳରେ ପିଆଜ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟରେ ସରକାରଙ୍କୁ ନିଜର ଉତ୍ପାଦ ବିକିବେ। ଖାଉଟିମାନେ ମଧ୍ୟ ବଫର ପିଆଜକୁ ରିହାତି ମୂଲ୍ୟରେ ପାଇ ଲାଭବାନ ହେବେ। ପିଆଜ ମୂଲ୍ୟକୁ ସ୍ଥିର ରଖିବା ପାଇଁ ସରକାର ନିଜ ପାଖରେ ମହଜୁଦ ପିଆଜକୁ ନିରନ୍ତର ଶସ୍ତାରେ ଖାଉଟିଙ୍କୁ ଯୋଗାଇବା କାମ ଜାରି ରଖିବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଟମାଟୋ ପରେ ଶସ୍ତାରେ ପିଆଜ ମଧ୍ୟ ଦେବେ ସରକାର, କିଲୋଗ୍ରାମ ପିଛା ୨୫ ରେ ହେବ ବିକ୍ରି

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତିରୁ ସାଧାରଣ ଲୋକଙ୍କୁ ଆଶ୍ଵସ୍ତି ଦେବା ପାଇଁ ସରକାର ନିରନ୍ତର ହସ୍ତକ୍ଷେପ କରୁଛନ୍ତି। ଏହି କାରଣରୁ ଟମାଟୋ ସାଧାରଣ ଲୋକଙ୍କ ପାଇଁ ପ୍ରାୟ ଏକ ମାସ ପାଇଁ ଶସ୍ତା ଦରରେ ଉପଲବ୍ଧ ହେଉଛି। ବର୍ତ୍ତମାନ ସରକାର ମଧ୍ୟ ଶସ୍ତା ମୂଲ୍ୟରେ ପିଆଜ ଉପଲବ୍ଧ କରିବାକୁ ଯାଉଛନ୍ତି। ଏହା ଅଧୀନରେ ଲୋକମାନେ କିଲୋଗ୍ରାମ ପିଛା 2୨୫ ଟଙ୍କା ଦରରେ ପିଆଜ ପାଇବେ।

ରିହାତି ମୂଲ୍ୟରେ ପିଆଜ ବିକ୍ରି ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଶସ୍ତା ଦାମରେ ଏହି ପିଆଜ ବିକ୍ରୟ ଏନସିସିଏଫ୍ ଦ୍ୱାରା କରାଯିବ।

ଗୋଟିଏ ଦିନ ପୂର୍ବରୁ ଲାଗିଲା ରପ୍ତାନି ଶୁଳ୍କ:

ସରକାରୀ ପ୍ରକାଶନରେ ଏହା କୁହାଯାଇଛି ଯେ, ସୋମବାର ଠାରୁ ଏନସିସିଏଫ କିଲୋଗ୍ରାମ ପିଛା ୨୫ ଟଙ୍କା ରିହାତିରେ ପିଆଜ ବିକ୍ରି କରିବ। ଏହାପୂର୍ବରୁ ଶନିବାର ଦିନ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ସୂଚନା ଦେଇଥିଲେ। ଦେଶରୁ ପିଆଜ ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ଏହି ପ୍ରତିବନ୍ଧକ ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଏଥିପାଇଁ ନିଆଯାଇଛି ପଦକ୍ଷେପ:

ପିଆଜ ଦର ବୃଦ୍ଧି ହେବାର ଆଶଙ୍କା ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦେଖିବାକୁ ମିଳୁଛି। ଏହିପରି ଆଶଙ୍କା ପ୍ରକାଶ ପାଇଥିଲା ଯେ, ଟମାଟୋ ପରେ ପିଆଜ ମଧ୍ୟ ସାଧାରଣ ଲୋକଙ୍କ ସମସ୍ୟା ବଢାଇପାରେ ଏବଂ ସେପ୍ଟେମ୍ବରରୁ ଏହାର ମୂଲ୍ୟରେ ଏକ ବଡ ବୃଦ୍ଧି ହୋଇପାରେ। ଏହି କାରଣରୁ ସରକାର ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିସାରିଛନ୍ତି, ଯାହାଫଳରେ ଆସନ୍ତା ମାସରେ ପାରବ୍ନ ଋତୁତୁରେ ମୁଦ୍ରାସ୍ଫୀତି ଲୋକଙ୍କୁ ଅଧିକ ହଇରାଣ କରିବ ନାହିଁ।

ସରକାର ବଫର୍ ଷ୍ଟକ୍ ବୃଦ୍ଧି କରୁଛନ୍ତି:

ପିଆଜ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସର ଏକ ଅଂଶ ଭାବରେ ସରକାର ଏହାର ବଫର ଷ୍ଟକ୍ ର ସୀମା ମଧ୍ୟ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ପିଆଜ ପାଇଁ ବଫର ସୀମା ୩ ଲକ୍ଷ ମେଟ୍ରିକ୍ ଟନ୍ ରେ ସ୍ଥିର କରାଯାଇଥିଲା। ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ କ୍ରୟ କରାଯିବା ପରେ ସରକାର ଏହାକୁ ୫ ଲକ୍ଷ ଟନ୍କୁ ବୃଦ୍ଧି କରିଛନ୍ତି। ସରକାର ଉଭୟ ସହଯୋଗୀ ଏଜେନ୍ସି ଏନସିସିଏଫ ଏବଂ ନାଫେଡଙ୍କୁ ପ୍ରତ୍ୟେକ ଅତିରିକ୍ତ ୧ ଲକ୍ଷ ଟନ୍ କିଣିବାକୁ କହିଛନ୍ତି।

ବଫର୍ ଷ୍ଟକ୍ ଠାରୁ ଯୋଗାଣ ଆରମ୍ଭ:

ଅନ୍ୟପକ୍ଷରେ ସରକାର ବଫର ଷ୍ଟକରୁ ବଜାରକୁ ପିଆଜ ପଠାଇବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୪୦୦ ଟନ୍ ପିଆଜ ରିଜର୍ଭରୁ ବଜାରକୁ ଅଣାଯାଇଛି। ଘରୋଇ ବଜାରରେ ପିଆଜର ଚାହିଦା ପୂରଣ କରିବା ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ବଜାୟ ରଖିବା ଦ୍ଵାରା ଘରୋଇ ବଜାରରେ ପିଆଜ ମୂଲ୍ୟ ଟମାଟୋ ପରି ଆକାଶ ଛୁଆଁ ହେବ ନାହିଁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କେନ୍ଦ୍ର ସରକାର ବଫର ଷ୍ଟକରୁ ଛାଡ଼ିଲେ ୩ ଲକ୍ଷ ମେଟ୍ରିକ ଟନ ପିଆଜ

ନୂଆଦିଲ୍ଲୀ: ଖାଉଟି ବ୍ୟାପାର ବିଭାଗ ପିଆଜର ବଫର ଷ୍ଟକରୁ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ ବଜାରକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭାଗୀୟ ସଚିବ ରୋହିତ କୁମାର ସିଂହ ଗତକାଲି (୧୦-୦୮-୨୦୨୩) ଦିନ ନାଫେଡ ଓ ଏନସିସିଏଫର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଏକ ବୈଠକ କରିବା ପରେ ଏଥି ନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥଲା। ରାଜ୍ୟ ଓ ଆଞ୍ଚଳିକ ବଜାର ଯେଉଁଠାରେ ପିଆଜର ଦର ସର୍ବଭାରତୀୟ ହାରାହାରି ଦର ଠାରୁ ଅଧିକ ଓ ପୂର୍ବ ମାସ ଓ ବର୍ଷ ତୁଳନାରେ ଅଧିକ ଓ ସୀମାରେଖା ବାହାରେ ରହିଥିବ ସେଠାରେ ଏହି ଅତିରିକ୍ତ ଷ୍ଟକ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି। ଇ-ନିଲାମ ଓ ପାଇକାରୀ ବିକ୍ରୟ ଇ-କମର୍ସ ମଞ୍ଚ ଜରିଆରେ ମଧ୍ୟ କରାଯିବା ପାଇଁ ବାଟ ଖୋଜା ଯାଉଛି।

ଖାଉଟିମାନଙ୍କୁ ଯେପରି ସୁଲଭ ଦରରେ ପିଆଜ ଉପଲବ୍ଧ ହେବ ସେହି ଅନୁସାରେ ଏହାର ପରିମାଣ ନିର୍ଦ୍ଧାରିତ କରାଯାଇ ଛଡ଼ାଯାଉଛି। ବଜାରକୁ ଛଡ଼ାଯିବା ସହ ରାଜ୍ୟଗୁଡ଼ିକୁ ଖୁଚୁରା ଦୋକାନରେ ପିଆଜର ବିକ୍ରି ପାଇଁ ସେମାନଙ୍କ ଖାଉଟି ସମବାୟ ସମିତି ଓ ନିଗମ ଜରିଆରେ ମଧ୍ୟ ପିଆଜ ପଠାଇବାକୁ ସ୍ଥିର ହୋଇଛି।

ଚଳିତ ବର୍ଷ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ ଅତିରିକ୍ତ ଭାବେ ରଖିବା ପାଇଁ ସଂଗ୍ରହ କରାଯାଇଥିଲା ଓ ପରିସ୍ଥିତି ସେପରି ଉପୁଜିଲେ ଏହାର ପରିମାଣ ମଧ୍ୟ ବୃଦ୍ଧି କରାଯାଇ ପାରିବ। ଦୁଇଟି କେନ୍ଦ୍ରୀୟ ନୋଡାଲ ସଂସ୍ଥା ଯଥା ନାଫେଡ ଏବଂ ଏନସିସିଏଫ ପ୍ରତ୍ୟେକ ଜୁନ୍ ଓ ଜୁଲାଇ ରବି ପିଆଜ ଋତୁରେ ୧.୫ ଲକ୍ଷ ଟନ୍ ଲେଖାଏଁ ପିଆଜ ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶରୁ ସଂଗ୍ରହ କରିଥଲେ। ଏକ ଆଗୁଆ ପଦକ୍ଷେପ ସ୍ବରୂପ ଭାବା ଆଣିବିକ ଗବେଷଣା କେନ୍ଦ୍ର (ବିଏଆରସି) ସହଯୋଗରେ ଚଳିତ ବର୍ଷ ପିଆଜଗୁଡ଼ିକୁ ବିକିରଣ ମୁକ୍ତ କରିବାକୁ ପଦକ୍ଷେପ ନିଆଯାଇଥିଲା। ଭଣ୍ଡାରଣ ଜନିତ କ୍ଷତିକୁ କମ୍ କରିବା ଉଦ୍ଦେଶ୍ୟରେ ପ୍ରାୟ ଏକ ହଜାର ମେଟ୍ରିକ ଟନ୍ ପିଆଜ ବିକିରଣ ମୁକ୍ତ କରାଯିବା ପରେ ନିୟନ୍ତ୍ରିତ ବାୟୁମଣ୍ଡଳର ଭଣ୍ଡାର ଘରେ ସାଇତା ହୋଇଛି।

ଦରଦାମ ସ୍ଥିରତା ପାଣ୍ଠି ଅଧୀନରେ ସରକାର ଅତିରିକ୍ତ ପିଆଜ ମହଜୁଦ ରଖି ପିଆଜ ଦର ବୃଦ୍ଧି ସମସ୍ୟାର ମୁକାବିଲା କରୁଛନ୍ତି। ରବି ଅମଳରୁ ସଂଗ୍ରହ କରି ବାର୍ଷିକ ବଫର ଷ୍ଟକରୁ ପିଆଜ ଅମଳ ନ ଥିବା ଋତୁରେ ପ୍ରମୁଖ ପିଆଜ ଖାଉଟି କେନ୍ଦ୍ରଗୁଡ଼ିକୁ ପଠା ଯାଇଥାଏ। ଗତ ଚାରି ବର୍ଷ ମଧ୍ୟରେ ଏହି ବଫର ଷ୍ଟକ ପରିମାଣ ତିନିଗୁଣ ବୃଦ୍ଧି ପାଇଛି। ୨୦୨୦-୨୧ରେ ଏହା ଏକ ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ, ୨୦୨୩-୨୪ ଏହା ତିନି ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ଏହି ପିଆଜର ବଫର ଷ୍ଟକ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇବା ସୁନିଶ୍ଚିତ କରିବା ସହ, ଦରରେ ମଧ୍ୟ ସ୍ଥିରତା ରକ୍ଷା କରିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପିଆଜ ଶରୀର ପାଇଁ ଲାଭଦାୟକ, ଏହାକୁ ପ୍ରତିଦିନ ଖାଦ୍ୟରେ କରନ୍ତୁ ସାମିଲ

ସ୍ୱାସ୍ଥ୍ୟ ଟିପ୍ସ: ଯଦି ଆପଣ ପିଆଜ ଖାଆନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। କାରଣ ଏଥିରେ କମ୍ କ୍ୟାଲୋରୀ ଏବଂ ଅଧିକ ପୁଷ୍ଟିକର ଖାଦ୍ୟ ମିଳିଥାଏ। ଅନ୍ୟ ପଟେ, ପିଆଜରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍-ବି, ଫୋଲେଟ୍ (ବି-୯) ଏବଂ ପେଇଡୋସିନ୍ (ବି-୬) ଥାଏ, ଯାହା ଆପଣଙ୍କ ଶରୀରରେ ମେଟାବୋଲିଜିମ୍, ସ୍ନାୟୁ କାର୍ଯ୍ୟ ଏବଂ ଲାଲ ରକ୍ତ କଣିକା ବୃଦ୍ଧି ପାଇଁ କାର୍ଯ୍ୟ କରିଥାଏ। ଏହା ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫାଇବର, କାର୍ବୋହାଇଡ୍ରେଟ୍, ସଲଫର୍, ପ୍ରୋଟିନ୍ ଏବଂ ମିନେରାଲ୍ସର ଏକ ଉତ୍ତମ ଉତ୍ସ।

ପିଆଜର ଉପକାରିତା:

୧- ବ୍ଲଡ ସୁଗାର ଭଲ ରହିଥାଏ: ପିଆଜ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରାଯାଏ। ଏକ ଅନୁସନ୍ଧାନରେ ଦେଖାଯାଏ ଯେ, ନାଲି ପିଆଜ ଖାଇବା ଦ୍ୱାରା ରକ୍ତରେ ଗ୍ଲୁକୋଜର ମାତ୍ରା କମିଯାଏ। ଏଥିସହ, ଏହା ଶରୀରରେ ହାଇପୋଗ୍ଲାଇସେମିକ୍ ଉତ୍ପାଦନ କରନ୍ତି ଯାହା ମଧୁମେହ ରୋଗୀଙ୍କ ପାଇଁ ଏକ ଖାଦ୍ୟପେୟ ସପ୍ଲିମେଣ୍ଟ ଭାବରେ କାମ କରିପାରିବ।

୨- ଶରୀରକୁ ଥଣ୍ଡା କରେ: ପିଆଜର ଥଣ୍ଡା ପ୍ରଭାବ ଯୋଗୁଁ, ଗ୍ରୀଷ୍ମ ଋତୁରେ ଏହାକୁ ଖାଇବା ଦ୍ୱାରା ଆମେ ଥଣ୍ଡା ପାଇଥାଉ, ଏହା ଗ୍ରୀଷ୍ମ ସମୟରେ ଆପଣଙ୍କ ଶରୀରର ତାପମାତ୍ରାକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରିଥାଏ।

୩- ଉତ୍ତାପରୁ ରକ୍ଷା କରେ: ଗ୍ରୀଷ୍ମ ଋତୁରେ ଉତ୍ତାପ ବୃଦ୍ଧି ପାଇଥାଏ। ଏହା ଆପଣଙ୍କୁ ଗୁରୁତର ଅସୁସ୍ଥ କରିପାରେ। ଏପରି ପରିସ୍ଥିତିରେ, ପିଆଜ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ହେବ। ପିଆଜରେ ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ରହିଥାଏ, ଯାହା ଆପଣଙ୍କୁ ଦିନସାରା ହାଇଡ୍ରେଟ୍ କରିପାରେ। ଏବଂ ପିଆଜ ଖାଇବା ଦ୍ୱାରା ଆପଣଙ୍କୁ କମ୍ ଉତ୍ତାପ ଲାଗେ।

୪- କର୍କଟ ହେବାର ସମ୍ଭାବନା କମ୍: ପିଆଜ ଏବଂ ରସୁଣ ପରି ଏଲିୟମ୍ ପନିପରିବା ଖାଇବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା ବହୁତ କମ ହୋଇପାରେ। ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁମାନେ ଏଲିୟମ୍ ପନିପରିବା ଖାଉଛନ୍ତି ସେମାନେ ଶୀଘ୍ର କର୍କଟ ରୋଗରୁ ମୁକ୍ତି ପାଇପାରିବେ।

୫- କୋଲେଷ୍ଟ୍ରଲ ସ୍ତର ଠିକ୍ ରହିଥାଏ: ପିଆଜରେ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ ଆପଣଙ୍କୁ ପ୍ରଦାହକୁ ମୁକାବିଲା କରିବାରେ ଏବଂ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଯେଉଁ କାରଣରୁ ହୃଦଘାତ ହେବାର ସମ୍ଭାବନା ବହୁତ କମିଯାଏ। ଏହାସହ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଏହା ସାହାଯ୍ୟକାରୀ।

Categories
ଆଜିର ଖବର ସ୍ବାସ୍ଥ୍ୟ

ପିଆଜ ଶରୀର ପାଇଁ ଲାଭଦାୟକ, ଏହାକୁ ପ୍ରତିଦିନ ଖାଦ୍ୟରେ କରନ୍ତୁ ସାମିଲ

ସ୍ୱାସ୍ଥ୍ୟ ଟିପ୍ସ: ଯଦି ଆପଣ ପିଆଜ ଖାଆନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। କାରଣ ଏଥିରେ କମ୍ କ୍ୟାଲୋରୀ ଏବଂ ଅଧିକ ପୁଷ୍ଟିକର ଖାଦ୍ୟ ମିଳିଥାଏ। ଅନ୍ୟ ପଟେ, ପିଆଜରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍-ବି, ଫୋଲେଟ୍ (ବି-୯) ଏବଂ ପେଇଡୋସିନ୍ (ବି-୬) ଥାଏ, ଯାହା ଆପଣଙ୍କ ଶରୀରରେ ମେଟାବୋଲିଜିମ୍, ସ୍ନାୟୁ କାର୍ଯ୍ୟ ଏବଂ ଲାଲ ରକ୍ତ କଣିକା ବୃଦ୍ଧି ପାଇଁ କାର୍ଯ୍ୟ କରିଥାଏ। ଏହା ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫାଇବର, କାର୍ବୋହାଇଡ୍ରେଟ୍, ସଲଫର୍, ପ୍ରୋଟିନ୍ ଏବଂ ମିନେରାଲ୍ସର ଏକ ଉତ୍ତମ ଉତ୍ସ।

ପିଆଜର ଉପକାରିତା:

୧- ବ୍ଲଡ ସୁଗାର ଭଲ ରହିଥାଏ: ପିଆଜ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରାଯାଏ। ଏକ ଅନୁସନ୍ଧାନରେ ଦେଖାଯାଏ ଯେ, ନାଲି ପିଆଜ ଖାଇବା ଦ୍ୱାରା ରକ୍ତରେ ଗ୍ଲୁକୋଜର ମାତ୍ରା କମିଯାଏ। ଏଥିସହ, ଏହା ଶରୀରରେ ହାଇପୋଗ୍ଲାଇସେମିକ୍ ଉତ୍ପାଦନ କରନ୍ତି ଯାହା ମଧୁମେହ ରୋଗୀଙ୍କ ପାଇଁ ଏକ ଖାଦ୍ୟପେୟ ସପ୍ଲିମେଣ୍ଟ ଭାବରେ କାମ କରିପାରିବ।

୨- ଶରୀରକୁ ଥଣ୍ଡା କରେ: ପିଆଜର ଥଣ୍ଡା ପ୍ରଭାବ ଯୋଗୁଁ, ଗ୍ରୀଷ୍ମ ଋତୁରେ ଏହାକୁ ଖାଇବା ଦ୍ୱାରା ଆମେ ଥଣ୍ଡା ପାଇଥାଉ, ଏହା ଗ୍ରୀଷ୍ମ ସମୟରେ ଆପଣଙ୍କ ଶରୀରର ତାପମାତ୍ରାକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରିଥାଏ।

୩- ଉତ୍ତାପରୁ ରକ୍ଷା କରେ: ଗ୍ରୀଷ୍ମ ଋତୁରେ ଉତ୍ତାପ ବୃଦ୍ଧି ପାଇଥାଏ। ଏହା ଆପଣଙ୍କୁ ଗୁରୁତର ଅସୁସ୍ଥ କରିପାରେ। ଏପରି ପରିସ୍ଥିତିରେ, ପିଆଜ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ହେବ। ପିଆଜରେ ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ରହିଥାଏ, ଯାହା ଆପଣଙ୍କୁ ଦିନସାରା ହାଇଡ୍ରେଟ୍ କରିପାରେ। ଏବଂ ପିଆଜ ଖାଇବା ଦ୍ୱାରା ଆପଣଙ୍କୁ କମ୍ ଉତ୍ତାପ ଲାଗେ।

୪- କର୍କଟ ହେବାର ସମ୍ଭାବନା କମ୍: ପିଆଜ ଏବଂ ରସୁଣ ପରି ଏଲିୟମ୍ ପନିପରିବା ଖାଇବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା ବହୁତ କମ ହୋଇପାରେ। ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁମାନେ ଏଲିୟମ୍ ପନିପରିବା ଖାଉଛନ୍ତି ସେମାନେ ଶୀଘ୍ର କର୍କଟ ରୋଗରୁ ମୁକ୍ତି ପାଇପାରିବେ।

୫- କୋଲେଷ୍ଟ୍ରଲ ସ୍ତର ଠିକ୍ ରହିଥାଏ: ପିଆଜରେ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ ଆପଣଙ୍କୁ ପ୍ରଦାହକୁ ମୁକାବିଲା କରିବାରେ ଏବଂ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଯେଉଁ କାରଣରୁ ହୃଦଘାତ ହେବାର ସମ୍ଭାବନା ବହୁତ କମିଯାଏ। ଏହାସହ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଏହା ସାହାଯ୍ୟକାରୀ।

Categories
ଆଜିର ଖବର ଜୀବନ ଶୈଳୀ

ପିଆଜକୁ ଏହି ଉପାୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗଚ୍ଛିତ କରନ୍ତୁ, ହେବ ନାହିଁ କୌଣସି ଅସୁବିଧା

ନୂଆଦିଲ୍ଲୀ: ରୋଷେଇ ଘରେ ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକ ଉପାଦାନ ମଧ୍ୟରୁ ପିଆଜ ଅନ୍ଯତମ। ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଏହା ଏକ ଭଲ ପରିବା। ଏହାର ସର୍ବାଧିକ ବ୍ୟବହାର ହେତୁ ଲୋକମାନେ ଏହାକୁ ବହୁ ପରିମାଣରେ କିଣନ୍ତି। କିନ୍ତୁ ଘରେ ଏହାକୁ ଅଧିକ ଦିନ ଧରି ରଖିଲେ ଏହାର ରଙ୍ଗ ଏବଂ ସ୍ୱାଦ ନଷ୍ଟ ହୋଇଯାଏ। ଯଦି ଆପଣ ପିଆଜ ଗଚ୍ଛିତ କରିବାର ସଠିକ୍ ଉପାୟ ଜାଣି ନାହାଁନ୍ତି, ଏହା ଶୀଘ୍ର ନଷ୍ଟ ହୋଇଯାଏ। ଯଦି ସଠିକ୍ ଭାବରେ ପିଆଜ ଗଚ୍ଛିତ ହୁଏ, ଏହା ଅନେକ ମାସ ପର୍ଯ୍ୟନ୍ତ ସତେଜ ରହିଥାଏ। ଦୀର୍ଘ ସମୟ ଧରି ପିଆଜ ଗଚ୍ଛିତ କରିବାର ସଠିକ୍ ଉପାୟ ଆସନ୍ତୁ ଜାଣିବା….

ଏକ ଅନ୍ଧାର ସ୍ଥାନରେ ରଖନ୍ତୁ: ଏକ ଥଣ୍ଡା, ଶୁଖିଲା ଏବଂ ଅନ୍ଧାର ସ୍ଥାନ ପିଆଜକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖିବା ପାଇଁ ସର୍ବୋତ୍ତମ ସ୍ଥାନ। ସର୍ବଦା ପିଆଜକୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ଆର୍ଦ୍ରତା କିମ୍ବା ପାଣି ନାହିଁ। ପାଣି ସହିତ ସଂସ୍ପର୍ଶରେ ଆସିଲେ ପିଆଜ ନଷ୍ଟ ହୋଇପାରେ।

ପ୍ଲାଷ୍ଟିକ୍ ବ୍ୟାଗରେ ରଖନ୍ତୁ ନାହିଁ: ପିଆଜରେ କ୍ଷୟ ନହେବା ପାଇଁ ଭେଣ୍ଟିଲେସନ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଏକ ଖୋଲା ଟୋକେଇରେ ରଖନ୍ତୁ। ପ୍ଲାଷ୍ଟିକ ବ୍ୟାଗରେ ପିଆଜ କେବେବି ରଖନ୍ତୁ ନାହିଁ। କାରଣ ଖରାପ ଭେଣ୍ଟିଲେସନ୍ ହେତୁ ଏହା ଶୀଘ୍ର ନଷ୍ଟ ହୋଇପାରେ। ତେଣୁ, ବଜାରରୁ ପିଆଜ ଆଣିବା ପରେ ଏହାକୁ ତୁରନ୍ତ ଏକ ଖୋଲା ଟୋକେଇରେ ରଖନ୍ତୁ।

ନାଇଲନ୍ ଷ୍ଟକିଙ୍ଗରେ ଗଚ୍ଛିତ କରନ୍ତୁ: ନାଇଲନ୍ ଷ୍ଟକିଙ୍ଗରେ ପିଆଜ ସଂରକ୍ଷଣ କରିବା ଦ୍ଵାରା ଏହା ସତେଜ ରହେ। ଏଥିପାଇଁ ପ୍ରଥମେ ପିଆଜକୁ ଶୁଖିବାକୁ ଦିଅନ୍ତୁ। ଏହା ପରେ ଆପଣ ଏହାକୁ ନାଇଲନ୍ ଷ୍ଟକିଙ୍ଗରେ ଗଚ୍ଛିତ କରନ୍ତୁ। ଏହା କରିବା ଦ୍ୱାରା ପିଆଜ ଅନେକ ମାସ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ।

Categories
ଜୀବନ ଶୈଳୀ ବିଶେଷ ଖବର

ପିଆଜ ଏବଂ ରସୁଣକୁ କାଟିବାରେ ହେଉଛି କି ଅସୁବିଧା?: ଏହି ଟିପ୍ସଗୁଡିକ ଅନୁସରଣ କଲେ ଦୂର ହେବ ସମସ୍ୟା

ନୂଆଦିଲ୍ଲୀ: ରସୁଣ-ପିଆଜ ଗ୍ରେଭି ବିନା ଖାଦ୍ୟ ଅସମ୍ପୂର୍ଣ୍ଣ ମନେହୁଏ। ଉଭୟ ଜିନିଷ କେବଳ ଖାଦ୍ୟର ସ୍ୱାଦ ନୁହେଁ ବରଂ ସୁଗନ୍ଧ ମଧ୍ୟ ବଢାଇଥାଏ। ତଥାପି, ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ସେଗୁଡିକୁ କାଟିବା କିମ୍ବା ଛଡେଇବା ସମସ୍ତଙ୍କ ପାଇଁ ସହଜ କଥା ନୁହେଁ। ବାସ୍ତବରେ, ରସୁଣ ଛଡେଇବାକୁ ଅନେକ ଲୋକ ବିରକ୍ତ ହୁଅନ୍ତି। ଏହା ବ୍ୟତୀତ ପିଆଜ କାଟିବା ବେଳେ ଆମ ଆଖିରୁ ଲୁହ ବାହାରିବା ଆରମ୍ଭ କରେ। ବର୍ତ୍ତମାନ ଆପଣଙ୍କୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ କାରଣ ଏଠାରେ, ଆପଣଙ୍କର ସମସ୍ୟାକୁ ବୁଝି, ଆମେ ଆପଣଙ୍କୁ କିଛି ସ୍ମାର୍ଟ କୌଶଳ କହିବୁ, ଯାହା ଆପଣଙ୍କ ସମସ୍ୟାର ସମାଧାନ କରିବ ଏବଂ ରୋଷେଇ କରିବା ସମୟରେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ। ଆସନ୍ତୁ ଜାଣିବା ରସୁଣ ଏବଂ ପିଆଜକୁ ଛାଣିବା ପାଇଁ ଏହି ସରଳ ଟିପ୍ସ।

ରସୁଣ ଛଡେଇବାର ପଦ୍ଧତି:

ରସୁଣ ଛଡେଇବା ବହୁତ କଷ୍ଟସାଧ୍ୟ, କିନ୍ତୁ ଆମର ଏଥିପାଇଁ ଏକ ସମାଧାନ ଅଛି। ହାତରେ ରସୁଣକୁ ଛଡେଇବା ବେଳେ ଏକ ବୁନ୍ଦା ଅଲିଭ୍ ତେଲ ଲଗାନ୍ତୁ। ଏହା ପରେ ଆପଣ ରସୁଣକୁ ଶୀଘ୍ର ଛଡେଇ ପାରିବେ।

ରସୁଣକୁ ଗରମ ପାଣିରେ ବୁଡ଼ାଇ ମୁଣ୍ଡି ପାର୍ଶ୍ୱରୁ ଛଡେଇ ଦିଅନ୍ତୁ। ଏହା କରିବା ଦ୍ୱାରା ରସୁଣର ଚୋପା ସହଜରେ ବାହାରକୁ ଆସିବ।

ପିଆଜ କାଟିବାର ପଦ୍ଧତି:

୧- ଯେଉଁମାନଙ୍କର ପିଆଜ କାଟିବା ସମୟରେ ଲୁହ ବାହାରିଥାଏ, ପିଆଜ କାଟିବା ପୂର୍ବରୁ ଏହାକୁ ଏକ ଫ୍ରିଜରେ କିମ୍ବା ଏକ ପାତ୍ରରେ ପାଣିରେ ୧୫ ମିନିଟ୍ ଭିଜାନ୍ତୁ। ଏହା କରିବା ଦ୍ଵାରା ପିଆଜର ରାଗ ଗନ୍ଧ ଦୂର କରିବା ସହିତ ଆପଣ ପିଆଜକୁ ସହଜରେ କାଟିପାରିବେ।

୨- କିଛି ଲୋକ ପିଆଜ କାଟିବା ପାଇଁ ବହୁତ ସମୟ ନେଇଥାନ୍ତି। ଏପରି ପରିସ୍ଥିତିରେ, ପିଆଜକୁ କାଟିବା ପାଇଁ ପ୍ରଥମେ ଏହାର ମୂଳ କାଟି ଦିଅନ୍ତୁ। ଏହା ଦ୍ଵାରା ପିଆଜ ଚୋପାକୁ ଶୀଘ୍ର ବାହାର କରିହେବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସାବଧାନ, ଭୁଲରେ ସୁଦ୍ଧା କଟା ପିଆଜ ଫ୍ରିଜରେ ରଖି ବ୍ୟବହାର କରନ୍ତୁ ନାହିଁ, ଜାଣନ୍ତୁ କଣ ହେବ

ନୂଆଦିଲ୍ଲୀ, ପ୍ରାୟତଃ କାର୍ଯ୍ୟରତ ମହିଳାମାନେ ନିଜ କାମ କରିବା ପାଇଁ ଗୋଟିଏ ଦିନ ପୂର୍ବରୁ ପିଆଜ କାଟନ୍ତି । ଯାହାଫଳରେ ଯେତେବେଳେ ସେମାନଙ୍କୁ ସକାଳେ ରାନ୍ଧିବାକୁ ପଡିବ, ସେମାନେ ପିଆଜ କାଟିବାକୁ ପଡିବ ନାହିଁ । କିନ୍ତୁ ଆପଣ ଜାଣନ୍ତି ଯେ ଅନେକ ପନିପରିବା ଏପରି ଯେ ଯଦି ଗୋଟିଏ ଦିନ ପୂର୍ବରୁ କାଟି ଦିଆଯାଏ, ତେବେ ଏହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ପିଆଜ ସେହି ପନିପରିବା ମଧ୍ୟରୁ ଗୋଟିଏ । ବାସ୍ତବରେ, ପରଦିନ କଟା ପିଆଜର ବ୍ୟବହାର ସାଂଘାତିକ ହୋଇପାରେ । 10 ଘଣ୍ଟାରୁ ଅଧିକ ସମୟ ପାଇଁ କଟା ପିଆଜ ରଖିବା ଏଥିରେ ବିପଜ୍ଜନକ ଜୀବାଣୁ ସୃଷ୍ଟି କରିଥାଏ ।

କଟା ପିଆଜର ଅସୁବିଧା

ଡାକ୍ତରଙ୍କ କହିବାନୁସାରେ, ଯଦି ପିଆଜକୁ ଏକ ସଫା ବୋର୍ଡରେ କାଟି ଫ୍ରିଜରେ ଥିବା ଏୟାରଟାଇଟ୍ ପାତ୍ରରେ ରଖାଯାଏ, ତେବେ ଏହା ସୁରକ୍ଷିତ ହୋଇପାରିବ । କିମ୍ବା ଯଦି ଏହା ଏକ ପାଣି ପାତ୍ରରେ ରଖାଯାଏ, ତେବେ ପରଦିନ ଏହାକୁ ବ୍ୟବହାର କରାଯାଇପାରିବ ।

ଯଦି ପିଆଜ ରସ ବହାରିଥାଏ

ଯଦି ପିଆଜକୁ ସଫା କରି ସଠିକ୍ ଭାବେ ଫ୍ରିଜରେ ରଖାଯାଏ, ତେବେ ଏହାକୁ 10 ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ । ଏଥିସହ, ଯଦି ପିଆଜ ଚାରିପାଖରେ ରସ ବାହାରିଛି ତେବେ ଏହାକୁ ବ୍ୟବହାର କରନ୍ତୁ ନାହିଁ । ବାହାରେ କିମ୍ବା ଫ୍ରିଜରେ ଏହାକୁ କାଟି ରଖିଲେ ଏଥିରେ ବିଷାକ୍ତ ପଦାର୍ଥ ଉତ୍ପନ୍ନ ହୁଏ, ଯାହା ଶରରକୁ ଅସୁସ୍ଥ କରିପାରେ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପିଆଜର ବଜାର ଦରକୁ କମ କରିବା ପାଇଁ ଆମଦାନୀ କଟକଣା କୋହଳ

ନୂଆଦିଲ୍ଲୀ, ବଜାରରେ ପିଆଜ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସର୍ତ୍ତମୂଳକ ଭାବେ ଏହାର ଆମଦାନୀ ମିଆଦ ବୃଦ୍ଧି କରିଛନ୍ତି। ପ୍ଳାଣ୍ଟ କ୍ଵାରେନଟାଇନ ଅର୍ଡର ୨୦୦୩ ଓ ଫିଟୋ ସାନିଟାଇଜ ପ୍ରମାଣପତ୍ର ବଳରେ ଏହି ରପ୍ତାନୀକୁ ୨୦୨୧ ଜାନୁଆରୀ ୩୧ ତାରିଖ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଭାରତୀୟ ବନ୍ଦରଗୁଡିକୁ ବିଶୋଧିତ ନହୋଇ ଆସୁଥିବା ପିଆଜ ଭାରତରେ ପହଞ୍ଚିବା ପରେ ସ୍ଵୀକୃତପ୍ରାପ୍ତ ବିଶୋଧନକାରୀ ସଂସ୍ଥା ଦ୍ଵାରା ଆମଦାନୀକାରୀମାନେ ବିଶୋଧନ କରିବାକୁ ପଡିବ ।

ବାହାରୁ ଆମଦାନୀ ହୋଇ ଆସୁଥିବା ପିଆଜକୁ ସଙ୍ଗରୋଧ ଅଧିକାରୀମାନେ ଟିକିନିଖି କରି ପରୀକ୍ଷା ନିରୀକ୍ଷା କରିବା ପରେ ଏହା ଜୀବାଣୁ ମୁକ୍ତ ହୋଇଥିଲେ ହିଁ ବଜାରକୁ ଛଡାଯିବ । ଆସିଥିବା ପିଆଜ ପରୀକ୍ଷା କାଳରେ ପଚାସଢା ବାହାରିଲେ ତାହାକୁ ଅଗ୍ରାହ୍ୟ କରି ଫେରାଇ ଦିଆଯିବ । ଯଦି ପିଆଜରେ କୌଣସି ପୋକ ବା ଶଣ୍ଢା ବାହାରିଥାଏ ତାହାକୁ ବିଶୋଧନକାଳରେ ବାଦ ଦେଇ ଭଲ ପିଆଜଗୁଡ଼ିକୁ ବଜାରକୁ ଛାଡିବାକୁ ପଡିବ ।

ତେବେ କ୍ଷତି ପାଇଁ ନିରୀକ୍ଷଣ ବାବଦ ଖର୍ଚ୍ଚ ଦେବାକୁ ପଡିବ ନାହିଁ । ପିଆଜ ଆମଦାନିକାରୀଙ୍କୁ କେବଳ ଖାଉଟୀମାନଙ୍କ ପାଇଁ ଉଦ୍ଦିଷ୍ଟ ଓ ଏହା ପ୍ରଚାର ପ୍ରସାର ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଏକ ମୁଚାଲିକା ଦେବାକୁ ପଡିବ । ବ୍ୟବହାର ପାଇଁ ଉଦ୍ଦିଷ୍ଟ ପିଆଜ ଅତିରିକ୍ତ ନିରୀକ୍ଷଣ ବ୍ୟୟ ଦେବାକୁ ପଡିବ ନାହିଁ ।