ପିଆଜକୁ ଏହି ଉପାୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗଚ୍ଛିତ କରନ୍ତୁ, ହେବ ନାହିଁ କୌଣସି ଅସୁବିଧା

Published: Feb 22, 2022, 3:50 pm IST

ନୂଆଦିଲ୍ଲୀ: ରୋଷେଇ ଘରେ ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକ ଉପାଦାନ ମଧ୍ୟରୁ ପିଆଜ ଅନ୍ଯତମ। ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଏହା ଏକ ଭଲ ପରିବା। ଏହାର ସର୍ବାଧିକ ବ୍ୟବହାର ହେତୁ ଲୋକମାନେ ଏହାକୁ ବହୁ ପରିମାଣରେ କିଣନ୍ତି। କିନ୍ତୁ ଘରେ ଏହାକୁ ଅଧିକ ଦିନ ଧରି ରଖିଲେ ଏହାର ରଙ୍ଗ ଏବଂ ସ୍ୱାଦ ନଷ୍ଟ ହୋଇଯାଏ। ଯଦି ଆପଣ ପିଆଜ ଗଚ୍ଛିତ କରିବାର ସଠିକ୍ ଉପାୟ ଜାଣି ନାହାଁନ୍ତି, ଏହା ଶୀଘ୍ର ନଷ୍ଟ ହୋଇଯାଏ। ଯଦି ସଠିକ୍ ଭାବରେ ପିଆଜ ଗଚ୍ଛିତ ହୁଏ, ଏହା ଅନେକ ମାସ ପର୍ଯ୍ୟନ୍ତ ସତେଜ ରହିଥାଏ। ଦୀର୍ଘ ସମୟ ଧରି ପିଆଜ ଗଚ୍ଛିତ କରିବାର ସଠିକ୍ ଉପାୟ ଆସନ୍ତୁ ଜାଣିବା….

ଏକ ଅନ୍ଧାର ସ୍ଥାନରେ ରଖନ୍ତୁ: ଏକ ଥଣ୍ଡା, ଶୁଖିଲା ଏବଂ ଅନ୍ଧାର ସ୍ଥାନ ପିଆଜକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖିବା ପାଇଁ ସର୍ବୋତ୍ତମ ସ୍ଥାନ। ସର୍ବଦା ପିଆଜକୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ଆର୍ଦ୍ରତା କିମ୍ବା ପାଣି ନାହିଁ। ପାଣି ସହିତ ସଂସ୍ପର୍ଶରେ ଆସିଲେ ପିଆଜ ନଷ୍ଟ ହୋଇପାରେ।

ପ୍ଲାଷ୍ଟିକ୍ ବ୍ୟାଗରେ ରଖନ୍ତୁ ନାହିଁ: ପିଆଜରେ କ୍ଷୟ ନହେବା ପାଇଁ ଭେଣ୍ଟିଲେସନ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଏକ ଖୋଲା ଟୋକେଇରେ ରଖନ୍ତୁ। ପ୍ଲାଷ୍ଟିକ ବ୍ୟାଗରେ ପିଆଜ କେବେବି ରଖନ୍ତୁ ନାହିଁ। କାରଣ ଖରାପ ଭେଣ୍ଟିଲେସନ୍ ହେତୁ ଏହା ଶୀଘ୍ର ନଷ୍ଟ ହୋଇପାରେ। ତେଣୁ, ବଜାରରୁ ପିଆଜ ଆଣିବା ପରେ ଏହାକୁ ତୁରନ୍ତ ଏକ ଖୋଲା ଟୋକେଇରେ ରଖନ୍ତୁ।

ନାଇଲନ୍ ଷ୍ଟକିଙ୍ଗରେ ଗଚ୍ଛିତ କରନ୍ତୁ: ନାଇଲନ୍ ଷ୍ଟକିଙ୍ଗରେ ପିଆଜ ସଂରକ୍ଷଣ କରିବା ଦ୍ଵାରା ଏହା ସତେଜ ରହେ। ଏଥିପାଇଁ ପ୍ରଥମେ ପିଆଜକୁ ଶୁଖିବାକୁ ଦିଅନ୍ତୁ। ଏହା ପରେ ଆପଣ ଏହାକୁ ନାଇଲନ୍ ଷ୍ଟକିଙ୍ଗରେ ଗଚ୍ଛିତ କରନ୍ତୁ। ଏହା କରିବା ଦ୍ୱାରା ପିଆଜ ଅନେକ ମାସ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ।

Related posts