ମାତ୍ର 52 ହଜାର ଟଙ୍କାରେ ଘରକୁ ନିଅନ୍ତୁ ଟାଟା ଟିଆଗୋ, କମ୍ପାନୀ ଦେଉଛି ଖାସ୍‌ ଅଫର୍‌

Published: Dec 20, 2020, 1:37 pm IST

ନୂଆଦିଲ୍ଲୀ :  ଯଦି ଆପଣ ଗାଡି କିଣିବା ପାଇଁ ପ୍ଲାନ୍‌ କରୁଛନ୍ତି ତେବେ ଟାଟା ଆପଣଙ୍କୁ ସୁବର୍ଣ୍ଣ ସୁଯୋଗ ଦେଉଛି । ଟାଟା ମୋଟର୍ସର ପପୁଲାର୍‌ ହ୍ୟାଚ୍‌ବେକ୍‌ କାର ଟିଆଗୋ ଉପରେ କମ୍ପାନୀ ନିଜ ଗ୍ରାହକଙ୍କୁ ବିଶେଷ ରିହାତି ଦେଉଛି । ଏବେ ଆପଣ ମାତ୍ର 52 ହଜାର ଟଙ୍କା ନେଇ ଏହି ଗାଡିକୁ ନିଜ ଘରକୁ ନିଅନ୍ତୁ । ଯୁଥ୍‌ଙ୍କର ସବୁଠୁ ପସନ୍ଦିତା ଗାଡି ଭାବେ ଟିଆଗୋ ବେଶ୍‌ ଲୋକପ୍ରିୟ । ନିକଟରେ ଟାଟା ଟିଆଗୋ, ଟିଗୋର, ନେକ୍ସନ୍‌, ଅଲ୍ଟରଜ୍‌ ଓ ହ୍ୟାରିଅର୍‌ ପରି ବହୁ କାର୍‌ ଲଞ୍ଚ କରିଛି ।

ଆପଣ ମାତ୍ର 52 ହଜାର ଟଙ୍କାର ଡାଉନ୍‌ପେମେଣ୍ଟ ଦେଇ ଏହି ଗାଡିକୁ କିଣିପାରିବେ।  ତେବେ ଏହି କାର୍‌ ପାଇଁ ଆପଣଙ୍କୁ ପାଞ୍ଚ ବର୍ଷର ଋଣ ନେବାକୁ ପଡିବ । ଏଥିପାଇଁ ଆପଣଙ୍କୁ 4 ଲକ୍ଷ 69 ହଜାର 239 ଟଙ୍କାର ଲୋନ୍‌ ନେବାକୁ ପଡିବ । ଏଥିପାଇଁ ଆପଣଙ୍କୁ ପ୍ରତ୍ୟେକ ମାସ ଇଏମ୍‌ଆଇ 9 ହଜାର 924 ଟଙ୍କା ଦେବାକୁ ପଡିବ । ଏତଦ୍‌ବ୍ୟତୀତ ଆପଣଙ୍କୁ 9.8 ପ୍ରତିଶତ ସୁଧ ଦେବାକୁ ପଡିବ ।

ଯଦି ଆପଣ 6 ବର୍ଷ ପାଇଁ ଲୋନ୍‌ ନେବାକୁ ଚାହୁଁଛନ୍ତି ତେବେ ସୁଧ ରୂପେ ଆପଣଙ୍କୁ 1 ଲକ୍ଷ 53 ହଜାର 273 ଟଙ୍କା ଦେବାକୁ ପଡିବ । ଏଥିପାଇଁ ଆପଣଙ୍କୁ ପ୍ରତିମାସ 8 ହଜାର 646 ଇଏମ୍‌ଆଇ ଭରିବାକୁ ପଡିବ । ସେହିପରି ଆପଣଙ୍କୁ 7 ମାସ ପାଇଁ ଲୋନ୍‌ ନେବାକୁ ପଡିଲେ ଆପଣଙ୍କୁ 1 ଲକ୍ଷ 81 ହଜାର 089 ଟଙ୍କା ର ସୁଧ ଦେବାକୁ ପଡିବ । ଏଥିପାଇଁ ଆପଣଙ୍କୁ ପ୍ରତ୍ୟେକ ମାସ 7 ହଜାର 742 ଟଙ୍କାର ଇଏମଆଇ ଭରିବାକୁ ପଡିବ ।

ଯଦି ଆପଣ ଟାଟା ଟିଆଗୋର ମୈନୁଆଲ୍‌ କାର ବେସ୍‌ ମଡେଲ କ୍ରୟ କରିବାକୁ  ଯାଉଛନ୍ତି  ତେବେ ଏହାର ଦିଲ୍ଲୀଠାରେ ଶୋରୂମ୍‌ ପ୍ରାଇସ୍‌ 4ଲକ୍ଷ 70 ହଜାରର ରହିଛି । ଏହି କାର୍‌ରେ 5 ଆସନ ବିଶିଷ୍ଟ ହୋଇଥିବାବେଳେ ଏଥିରେ 1.2 ଲିଟର 3 ଲିଟିର ବିଏସ୍‌ 6 ପେଟ୍ରୋଲ୍‌ ଇଞ୍ଜିନ୍‌ ରହିଛି । (ଏଜେନ୍ସି)

Related posts