Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୨୦୨୦ ଡିସେମ୍ବରରେ ଜିଏସ୍‍ଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ; ଟଙ୍କା କଥା ଜାଣିଲେ ଆଶ୍ଚର୍ଯ୍ୟ ହେବେ
ଜାତୀୟ ଖବର

୨୦୨୦ ଡିସେମ୍ବରରେ ଜିଏସ୍‍ଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ; ଟଙ୍କା କଥା ଜାଣିଲେ ଆଶ୍ଚର୍ଯ୍ୟ ହେବେ

January 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
୨୦୨୦ ଡିସେମ୍ବରରେ ଜିଏସ୍‍ଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ; କେତେ ଟଙ୍କା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ, ୨୦୨୦ ଡିସେମ୍ବର ମାସରେ ଦେଶରେ ସଂଗୃହୀତ ମୋଟ ଜିଏସ୍‍ଟି ପରିମାଣ ୧୧୫୧୭୪ କୋଟି ଟଙ୍କା ହୋଇଛି । ସେଥିମଧ୍ୟରୁ କେନ୍ଦ୍ରୀୟ ଜିଏସ୍‍ଟି ପରିମାଣ ୨୧୩୬୫ କୋଟି ହୋଇଥିବାବେଳେ ରାଜ୍ୟ ଜିଏସ୍‍ଟି ଓ ସମନ୍ୱିତ ଜିଏସ୍‍ଟି ପରିମାଣ ଯଥାକ୍ରମେ ୨୭୮୦୪ କୋଟି ଓ ୫୭୪୨୬ କୋଟି ଟଙ୍କା । ଏଥିମଧ୍ୟରେ ସାମଗ୍ରୀ ରପ୍ତାନୀ ବାବଦ ରାଜସ୍ୱ ସଂଗ୍ରହ ପରିମାଣ ୨୭୦୫୦ କୋଟି ଓ ଉପକର ବା ସେସ୍‍ ବାବଦରେ ୮୫୭୯ କୋଟି ଟଙ୍କା ରହିଛି । ଗତ ନଭେମ୍ବରରୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ମୋଟ ୮୭ ଲକ୍ଷ ଲୋକ ଜିଏସ୍‍ଟିଆର ୩ବି ରିଟର୍ଣ୍ଣ ଫାଇଲ କରିଛନ୍ତି।

ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ସମନ୍ୱିତ ଜିଏସ୍‍ଟିରୁ କେନ୍ଦ୍ର ସରକାର ତାଙ୍କ ଭାଗ ବାବଦ ୨୩୨୭୬ କୋଟି ଟଙ୍କା ପାଇଥିବାବେଳେ ରାଜ୍ୟମାନଙ୍କ ଭାଗରେ ପଡିଛି ୧୭୬୮୧ କୋଟି ଟଙ୍କା । ଏହି ମାସରେ କେନ୍ଦ୍ର ସରକାର ମୋଟ ୪୪୬୪୧ କୋଟି ଟଙ୍କା ଆୟ କରିଥିବାବେଳେ ରାଜ୍ୟ ସରକାରମାନଙ୍କ ମୋଟ ଆୟ ରହିଛି ୪୫୪୮୫ କୋଟି ଟଙ୍କା ।
ଜିଏସ୍‍ଟି ଆଦାୟରେ ଯେଉଁ ଅଭିବୃଦ୍ଧିର ଧାରା ପରିଲକ୍ଷିତ ହୋଇଥିଲା ତାହା ଡିସେମ୍ବର ମାସରେ ସର୍ବାଧିକ ହୋଇଛି । ୨୦୧୯ ଡିସେମ୍ବର ମାସ ତୁଳନାରେ ୨୦୨୦ ଡିସେମ୍ବରରେ ଏହି ଅଭିବୃଦ୍ଧି ୧୨ ଶତାଂଶ ରହିଛି । ଏହି ମାସରେ ଆମଦାନୀରୁ ଯେଉଁ ଜିଏସ୍‍ଟି ମିଳିଛି ତାହା ଘରୋଇ ସାମଗ୍ରୀ କାରବାରଜନିତ ଆୟଠାରୁ ୨୭ ଶତାଂଶ ଅଧିକ।

ଜିଏସ୍‍ଟି ପ୍ରବର୍ତ୍ତନ ପରଠାରୁ ଏଯାବତ୍‍ ୨୦୨୦ ଡିସେମ୍ବରରେ ସର୍ବାଧିକ ଏହି ଟିକସ ସଂଗୃହୀତ ହୋଇଛି । ପ୍ରଥମଥର ପାଇଁ ଜିଏସ୍‍ଟି ସଂଗ୍ରହ ପରିମାଣ ୧.୧୫ ଲକ୍ଷ କୋଟି ଟଙ୍କା ଟପିଛି । ଏହା ପୂର୍ବରୁ ୨୦୧୯ ଏପ୍ରିଲ ମାସରେ ସର୍ବାଧିକ ୧୧୩୮୬୬ କୋଟି ଟଙ୍କାର ଜିଏସ୍‍ଟି ସଂଗୃହୀତ ହୋଇଥିଲା । ତେବେ ମାର୍ଚ୍ଚ ମାସରେ ରିଟର୍ଣ୍ଣ ଦାଖଲ ହେଉଥିବାରୁ ଏପ୍ରିଲରେ ସାଧାରଣତଃ ଅଧିକ ଜିଏସ୍‍ଟି ସଂଗୃହୀତ ହୋଇଥାଏ । କାରଣ ଏହା ଆର୍ଥିକ ବର୍ଷର ଆରମ୍ଭ ମାସ। ତେବେ ଡିସେମ୍ବରରେ ଏହି ସୁବିଧା ନ ଥିବା ସତ୍ତ୍ୱେ ଏଥର ଅସ୍ୱାଭାବିକଭାବେ ସର୍ବାଧିକ ଜିଏସ୍‍ଟି ଆଦାୟ ହୋଇଛି । କ୍ରମାଗତଭାବେ ୨୧ ମାସ ପରେ ଜିଏସ୍‍ଟି ଆଦାୟ ବା ସଂଗ୍ରହ ଅଭିବୃଦ୍ଧି ସର୍ବାଧିକ ସ୍ତରରେ ପହଞ୍ଚିଛି ।

ମହାମାରୀ ପରେ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଯେଉଁସବୁ ମିଳିତ ପଦକ୍ଷେପ ଆରମ୍ଭ କରାଯାଇଥିଲା ଏହା ତାହାର ପରିଣତି । ଜିଏସ୍‍ଟି ଫାଙ୍କୁଥିବା ଏବଂ ନକଲି ବିଲ୍‍ ଆଦି ଦ୍ୱାରା ସରକାରଙ୍କୁ ଠକୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦେଶବ୍ୟାପୀ ଚଢଉ ଫଳରେ ଏହି ଆଦାୟ ବଢିଛି । ଅଧିକରୁ ଅଧିକ ବ୍ୟବସାୟୀ ଟିକସ ଦାଖଲ କରିଛନ୍ତି । ଜିଏସ୍‍ଟି ପ୍ରବର୍ତ୍ତନ କାଳରୁ ଏହାକୁ ମିଶାଇ ତୃତୀୟଥର ପାଇଁ ଏହି ରାଜସ୍ୱ ସଂଗ୍ରହ ପରିମାଣ ୧.୧ ଲକ୍ଷ କୋଟି ଟଙ୍କା ଟପିଛି । ଆହୁରି ମଧ୍ୟ ଚଳିତ ଆର୍ଥିକବର୍ଷର ଗତ ୩ ମାସ ମଧ୍ୟରେ କ୍ରମାଗତଭାବେ ଜିଏସ୍‍ଟି ସଂଗ୍ରହ ବୃଦ୍ଧି ପାଉଥିବାରୁ ଏହା ଆର୍ଥିକ ପୁନରୁଦ୍ଧାରର ସୂଚନା ଦେଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରମିକଙ୍କୁ ବଡ ଉପହାର : ୧୫ ଲକ୍ଷ ଶ୍ରମିକଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା

May 1, 2026

ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି: ଦୈନିକ ୧୦୦ ଉଡ଼ାଣ ହ୍ରାସ ହେବ

May 1, 2026

ରଣନୈତିକ ଗୁରୁତ୍ୱ ଓ ସନ୍ତୁଳିତ ବିକାଶର ପ୍ରକୃଷ୍ଟ ଉଦାହରଣ ସାଜୁଛି ‘ଗ୍ରେଟ୍ ନିକୋବର ପ୍ରକଳ୍ପ’

May 1, 2026

ଆସନ୍ତାକାଲି ପଶ୍ଚିମବଙ୍ଗରେ ପୁଣି ମତଦାନ

May 1, 2026
Latest News

ଶ୍ରମିକଙ୍କୁ ବଡ ଉପହାର : ୧୫ ଲକ୍ଷ ଶ୍ରମିକଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା

May 1, 2026

RDC ତଦନ୍ତ କୁ ବ୍ୟାଙ୍କ ସଂଘର ଚ୍ୟାଲେଞ୍ଜ

May 1, 2026

ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି: ଦୈନିକ ୧୦୦ ଉଡ଼ାଣ ହ୍ରାସ ହେବ

May 1, 2026

ରଣନୈତିକ ଗୁରୁତ୍ୱ ଓ ସନ୍ତୁଳିତ ବିକାଶର ପ୍ରକୃଷ୍ଟ ଉଦାହରଣ ସାଜୁଛି ‘ଗ୍ରେଟ୍ ନିକୋବର ପ୍ରକଳ୍ପ’

May 1, 2026

ସୁଧୀର ହତ୍ୟା ମାମଲା : ଆଉ ଦୁଇ ଦିନ ରିମାଣ୍ଡ ଅନୁମତି

May 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.