Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚାଷୀଙ୍କ ଦାବୀ ମାନିବାକୁ ସରକାର ନାରାଜ, ସପ୍ତମ ଥର ପାଇଁ ଚାଷୀ ସରକାର ଆଲୋଚନା ବିଫଳ
ଜାତୀୟ ଖବର

ଚାଷୀଙ୍କ ଦାବୀ ମାନିବାକୁ ସରକାର ନାରାଜ, ସପ୍ତମ ଥର ପାଇଁ ଚାଷୀ ସରକାର ଆଲୋଚନା ବିଫଳ

January 5, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ବାରମ୍ବାର ବୈଠକ ବସୁଛି, ଘଣ୍ଟା ଘଣ୍ଟା ଆଲୋଚନା ହେଉଛି, ହେଲେ ସମାଧାନ ହୋଇପାରୁ ନାହିଁ। ସରକାର କୃଷି ବିଲ ପ୍ରତ୍ୟାହାର କରିବା ପାଇଁ ରାଜି ନାହାଁନ୍ତି, ସେପଟେ ଚାଷି ସଂଗଠନ ବିଲ ପ୍ରତ୍ୟାହାର ନାହିଁ ତ ଆନ୍ଦୋଳନ ପ୍ରତ୍ୟାହାର ନାହିଁ ଜିଦରେ ଅଛନ୍ତି। ଫଳରେ ଦୀର୍ଘଦିନ ଧରି ଚାଲିଥିବା ଚାଷି ଆନ୍ଦୋଳନ ବଢିବାରେ ଲାଗିଛି।

ସୋମବାର ଦିନ ମଧ୍ୟ ଚାଷୀ ସଂଗଠନ ସହିତ କେନ୍ଦ୍ର ସରକାରଙ୍କ ପ୍ରତିନିଧୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା ହେବା। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି ବୈଠକରେ ଦେଶର 41ଟ ଚାଷୀ ସଂଗଠନର ପ୍ରତିନିଧି ଯୋଗଦେଇଥିଲେ।

ସେହିପରି ସରକାରଙ୍କ ତରଫରୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରେଳବାଇ, ବାଣିଜ୍ୟ ଏବଂ ଶିଳ୍ପ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋୟାଲ ଏବଂ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୋମ ପ୍ରକାଶଙ୍କ ସହିତ ଆଲୋଚନା ହୋଇଥିଲା। ହେଲେ କୌଣସି ସୁଫଳ ମିଳି ନ ଥିଲା।

ଏହି ବୈଠକ ପ୍ରାରମ୍ଭରେ ମୃତ ଚାଷୀଙ୍କ ପାଇଁ ସମସ୍ତେ ଏକ ମିନିଟ ପାଇଁ ନିରବ ପ୍ରାର୍ଥନା କରିିଥିଲେ। ଏହାପରେ ଚାଷୀ ନେତାଙ୍କୁ ବୁଝାଇବା ପାଇଁ ତିନି ମନ୍ତ୍ରୀ ଲାଗିପଡି ଥିଲେ। ହେଲେ ଚାଷୀ ନେତା ସେମାନଙ୍କ ଭାଷଣକୁ ଶୁଣିବା ମୁଡରେ ନ ଥିଲେ। ଫଳରେ ପୁଣିଥରେ ସେହି ବୈଠକ ବିଫଳ ହେଲା ବୋଲି ଚାଷୀ ନେତାମାନେ କହିଥିଲେ।

ସେପଟେ କୃଷିମନ୍ତ୍ରୀ କହିଛନ୍ତି ଯେ ଆଲୋଚନା ଠିକଠାକ୍ ଚାଲିଛି। ପୁଣିଥରେ ଚାଷୀମାନଙ୍କ ସହିତ ଆସନ୍ତା 8 ତାରିଖରେ ବୈଠକ ବସିବ। ସେହି ବୈଠକରେ ଏକ ନିସ୍କର୍ଷ ବାହାରିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ କେନ୍ଦ୍ର ସରକାର ଏବଂ ଚାଷୀଙ୍କ ମଧ୍ୟରେ ସାତ ଥର ଆଲୋଚନା ହୋଇସାରିଲାଣି। ତଥାପି କୈଣସି ସମାଧାନ ହୋଇପାରୁ ନାହିଁ।

Farmers Protest ଚାଷୀ ଆନ୍ଦୋଳନ
Share. Facebook Twitter LinkedIn Email WhatsApp Copy Link

Related Posts

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Latest News

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.