Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତ ସରକାର ପ୍ରସ୍ତୁତ କଲେ ଡିଜିଟାଲ କ୍ୟାଲେଣ୍ଡର, ଏହା କଣ ଜାଣିନ୍ତୁ, ଦରକାରରେ ଆସିବ
ଜାତୀୟ ଖବର

ଭାରତ ସରକାର ପ୍ରସ୍ତୁତ କଲେ ଡିଜିଟାଲ କ୍ୟାଲେଣ୍ଡର, ଏହା କଣ ଜାଣିନ୍ତୁ, ଦରକାରରେ ଆସିବ

January 9, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତ ସରକାର ପ୍ରସ୍ତୁତ କଲେ ଡିଜିଟାଲ କ୍ୟାଲେଣ୍ଡର, ଏହା କଣ ଜାଣିନ୍ତୁ, ଦରକାରରେ ଆସିବ

ନୂଆଦିଲ୍ଲୀ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ଭାରତ ସରକାରଙ୍କ ଡିଜିଟାଲ କ୍ୟାଲେଣ୍ଡର ଓ ଡାଏରୀର ଉନ୍ମୋଚନ କରିଛନ୍ତି । ନୂଆଦିଲ୍ଲୀର ନ୍ୟାସନାଲ ମିଡିଆ ସେଣ୍ଟରରେ ଆୟୋଜିତ ଏକ ଉତ୍ସବରେ ଜାଭଡେକର ବଟନ୍ କ୍ଲିକ୍ କରି କ୍ୟାଲେଣ୍ଡର ଓ ଡାଏରୀର ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ମୋବାଇଲ୍ ଆପ୍ଲିକେସନକୁ ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ଜାଭଡେକର ଅତୀତରେ କାନ୍ଥର ଶୋଭାବର୍ଦ୍ଧନ କରୁଥିବା ସରକାରୀ କ୍ୟାଲେଣ୍ଡରଗୁଡିକ ଏବେ ମୋବାଇଲ୍ ଫୋନର ଆଭା ମଣ୍ଡିତ କରିବାକୁ ଯାଉଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଆପ୍‌ର ବୈଶିଷ୍ଟ୍ୟ ସମ୍ପର୍କରେ ଉଲ୍ଲେଖ କରି ଜାଭଡେକର କହିଥିଲେ, “ବିନା ମୂଲ୍ୟର ଏହି ଆପ୍ ଜାନୁଆରୀ ୧୫ ତାରିଖ ୨୦୨୧ରୁ ୧୧ଟି ଭାଷାରେ ଉପଲବ୍ଧ ହେବ ।

ଏହି ଆପ୍ ପ୍ରତିବର୍ଷ ଏକ ନୂତନ କ୍ୟାଲେଣ୍ଡରର ଆବଶ୍ୟକତାକୁ ଦୂର କରିପାରିବ ।” ସେ ଆହୁରି କହିଛନ୍ତି ଯେ “ଏହି କ୍ୟାଲେଣ୍ଡର ପ୍ରତିମାସରେ ଏକ ବିଷୟବସ୍ତୁ ଓ ତତ୍‌ସଂଲଗ୍ନ ବାର୍ତ୍ତା ସହିତ ଜଣେ ବିଶିଷ୍ଟ ଭାରତୀୟ ବ୍ୟକ୍ତିତ୍ୱଙ୍କୁ ସନ୍ନିବେଶିତ କରିବ । ଏହି ଆପ୍ ମଧ୍ୟ ଆଜି ପର‌୍ୟ୍ୟନ୍ତ ଅନୁଷ୍ଠିତ ବିଭିନ୍ନ ସରକାରୀ କାର‌୍ୟ୍ୟକ୍ରମ ଶୁଭାରମ୍ଭର ସମୟ ନିର୍ଘଣ୍ଟ ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିବ ।”

ଆପ୍‌ରେ ଥିବା ଡାଏରୀର ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି “ଡାଏରୀ ସନ୍ନିବେଷିତ ହୋଇଥିବା କାରଣରୁ ଏହି କ୍ୟାଲେଣ୍ଡର ଅନ୍ୟାନ୍ୟ ଡିଜିଟାଲ୍ କ୍ୟାଲେଣ୍ଡର ଆପ୍ ତୁଳନାରେ ଅଧିକ ଉଚ୍ଚକୋଟୀର, ଅଧିକ ବୈଶିଷ୍ଟ୍ୟଭରା ଏବଂ ଅଧିକ ସହଜ ହୋଇପାରିଛି ।

ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ଲକ୍ଷ୍ୟ ଆଧାରରେ ଭାରତ ସରକାରଙ୍କ ଏହି ଡିଜିଟାଲ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି ଏବଂ ଯେକୌଣସି ସ୍ମାର୍ଟ ଫୋନ୍‌ରୁ କେବଳ ଗୋଟିଏ ମାତ୍ର କ୍ଲିକ୍‌ରେ ଏହା ଉପଳବ୍ଧ ହୋଇପାରିବ । ଏହି ଆପ୍‌କୁ ଉଭୟ ଗୁଗଲ୍ ପ୍ଲେ ଷ୍ଟୋର ଓ ଆଇଓଏସ୍ ଆପ୍ ଷ୍ଟୋର୍‌ରୁ ଡାଉନଲୋଡ୍ କରାଯାଇପାରିବ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବ୍ୟୁରୋ ଅଫ ଆଉଟରିଚ୍ ଆଣ୍ଡ କମ୍ୟୁନିକେସନ୍ ଦ୍ୱାରା ଏହି ଆପ୍‌ର ଢାଞ୍ଚା ପ୍ରସ୍ତୁତି ଓ ବିକାଶ କରାଯାଇଛି । ଏହି ଆପ୍ ବର୍ତ୍ତମାନ ହିନ୍ଦୀ ଓ ଇଂରାଜୀ ଭାଷାରେ ଉପଲବ୍ଧ ଏବଂ ଖୁବ୍‌ଶୀଘ୍ର ଏହାକୁ ୧୧ଟି ଅନ୍ୟ ଭାରତୀୟ ଆଞ୍ଚଳିକ ଭାଷାରେ ଉବଲବ୍‌ଧ କରାଯିବ ।

ଭାରତ ସରକାରଙ୍କ କ୍ୟାଲେଣ୍ଡରର ପୂର୍ବ ବାସ୍ତବ ସଂସ୍କରଣ ଦେଶର ପଞ୍ଚାୟତ ସ୍ତର ପର‌୍ୟ୍ୟନ୍ତ ପହଞ୍ଚି ଏବେ ଏହି ଆପ୍ ରୂପରେ ଆବିର୍ଭୁତ ହୋଇଥିବା କ୍ୟାଲେଣ୍ଡରର ଡିଜିଟାଲ ଅବତାର ସମଗ୍ର ବିଶ୍ୱର ଯେକୌଣସି ବ୍ୟକ୍ତିଙ୍କ ନିକଟରେ ଅତି ସହଜରେ ପହଞ୍ଚିପାରିବ ।

ଭାରତ ସରକାରଙ୍କ କ୍ୟାଲେଣ୍ଡର ଆପ୍‌ରେ ନିମ୍ନଲିଖିତ ବୈଶିଷ୍ଟ୍ୟସବୁ ରହିଛି:

କ) ବିଭିନ୍ନ ଯୋଜନା, କାର‌୍ୟ୍ୟକ୍ରମ ଏବଂ ଭାରତ ସରକାରଙ୍କ ପ୍ରକାଶନଗୁଡିକ ଉପରେ ସଦ୍ୟତମ ସୂଚନା

ଖ) ସରକାରୀ ଛୁଟିଦିବସ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତାରିଖ

ଗ) ଆମ ରାଷ୍ଟ୍ରର ମହାନ୍ ବ୍ୟକ୍ତିତ୍ୱଙ୍କର ଅନୁପ୍ରେରକ ଓ ପ୍ରେରଣାଦାୟୀ ବାର୍ତ୍ତା

ଘ) ସର୍ବାଧୁନିକ ନିରାପତ୍ତା ଓ ବ୍ୟକ୍ତିଗତ ଗୋପନୀୟତା ଦ୍ୱାରା ଗଚ୍ଛିତ ହୋଇ ରହିପାରୁଥିବା ଭଳି ଡିଜିଟାଲ୍ ପଦ୍ଧତିରେ ବିବରଣୀ ଲିପିବଦ୍ଧ କରିବା ବ୍ୟବସ୍ଥା

ଙ) ଗୁରୁତ୍ୱପୂର୍ଣ୍ଣ କାର‌୍ୟ୍ୟ ଓ ଘଟଣାବଳୀଗୁଡିକୁ ଅନୁସ୍ମରଣ କରାଇବା ଏବଂ ବୈଠକର କାର‌୍ୟ୍ୟସୂଚୀ ଲିପିବଦ୍ଧ କରିବା

ଚ) ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ “ଆକ୍ସେସିବଲ୍ ଇଣ୍ଡିଆ”/“ସୁଗମ୍ୟ ଭାରତ ଅଭିଯାନ”ର ଲକ୍ଷ୍ୟ ପୂରଣ କରିବା ଦିଗରେ ଦୃଷ୍ଟିହୀନ ଦିବ୍ୟାଙ୍ଗଜନଙ୍କ ପାଇଁ ବ୍ୟବହାର ଉପଯୋଗୀ ବୈଶିଷ୍ଟ୍ୟଗୁଡିକର ଉପଲବଧତା

ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍‌ରେ ଗୁଗଲ୍ ପ୍ଲେ ଷ୍ଟୋରର ଲିଙ୍କ୍‌ରୁ ଏହି ଆପ୍ଲିକେସନ୍ ଡାଉନଲୋଡ୍ କରାଯାଇପାରିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେଲେ ମୋଦୀ: ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା

June 10, 2026

ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମକୁ ଉଦଘାଟନ କଲେ ଅମିତ ଶାହ

June 10, 2026

ଗ୍ରାମୀଣ ବିକାଶ ପ୍ୟାକେଜ ପାଇଁ ୧.୨୫ ଲକ୍ଷ କୋଟି: ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ ନୂତନ ଢାଞ୍ଚା

June 10, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026
Latest News

ଭାରତର ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେଲେ ମୋଦୀ: ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା

June 10, 2026

ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମକୁ ଉଦଘାଟନ କଲେ ଅମିତ ଶାହ

June 10, 2026

ଗ୍ରାମୀଣ ବିକାଶ ପ୍ୟାକେଜ ପାଇଁ ୧.୨୫ ଲକ୍ଷ କୋଟି: ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ ନୂତନ ଢାଞ୍ଚା

June 10, 2026

ଓଡିଶା-ଛତିଶଗଡ ସୀମାରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ପୋରକ ସାମଗ୍ରୀ ଜବତ

June 10, 2026

ଜୁନ ୧୦ ତାରିିଖ ବୁଧବାର ଦିନ କଣ ରହିଛି ଆପଣଙ୍କର ଭାଗ୍ୟରେ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.