Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଧାନକିଣା ବିବାଦ: ପୁୁଣି ଆକ୍ରାମଣ କଲା ବିଜେଡି, କହିଲା ବିଜେପି ଦଲାଲଙ୍କ ପାଇଁ ଓକିଲାତି କରୁଛି
ଜାତୀୟ ଖବର

ଧାନକିଣା ବିବାଦ: ପୁୁଣି ଆକ୍ରାମଣ କଲା ବିଜେଡି, କହିଲା ବିଜେପି ଦଲାଲଙ୍କ ପାଇଁ ଓକିଲାତି କରୁଛି

January 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧାନକିଣା ବିବାଦ: ପୁୁଣି ଆକ୍ରାମଣ କଲା ବିଜେଡି, କହିଲା ବିଜେପି ଦଲାଲଙ୍କ ପାଇଁ ଓକିଲାତି କରୁଛି

ଭୁବନେଶ୍ୱର, ରାଜ୍ୟରେ ଜାରି ରହିଥିବା ଧାନ କିଣା ପ୍ରକ୍ରିୟାରେ ଚାଷୀମାନେ ଉପକୃତ ହେଉଥିବା ବେଳେ କେତେକ ଦଲାଲଙ୍କ ସହ ହାତ ମିଳାଇ ଓଡିଶା ବିଜେପି ସେମାନଙ୍କ ପାଇଁ ଓକିଲାତି କରୁଛି । ବିଜେପି ନେତାମାନେ ସର୍ବଦା ଦଲାଲମାନଙ୍କ ପାଇଁ ଓକିଲାତି କରୁଥିବା ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

ଶ୍ରୀମୟୀ କହିଛନ୍ତି ଯେ, ରାଜ୍ୟରେ ରେକର୍ଡ ପରିମାଣର ଧାନ ଉତ୍ପାଦନ ହୋଇଥିବାବେଳେ ଠିକଣା ଭାବେ ଧାନ ସଂଗ୍ରହ ଯୋଗୁଁ ଲକ୍ଷାଧିକ ଚାଷୀ ଉପକୃତ ହେଉଛନ୍ତି । ୨୦୧୮-୧୯ ବର୍ଷରେ ୬୫.୫ଲକ୍ଷ ମେଟ୍ରିକ ଟନ୍‍ ଧାନ ସଂଗ୍ରହ ହୋଇଥିବାବେଳେ ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୧,୪୦୦ କୋଟି ଟଙ୍କା ପଠାଯାଇଥିଲା ।

୨୦୧୯-୨୦ ବର୍ଷରେ ଧାନ ସଂଗ୍ରହ ପରିମାଣ ୭୦.୫୬ଲକ୍ଷ ମେଟ୍ରିକ ଟନ୍‍ ଥିବାବେଳେ ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୨,୮୦୮ କୋଟି ଟଙ୍କା ଯାଇଥିଲା ଯେଉଁଥିରୁ ଓଡିଶାର ଚାଷୀମାନେ କିଭଳି ଉପକୃତ ହେଉଛନ୍ତି ତାହା ଦେଖିବାକୁ ମିଳିଥିଲା । ପ୍ରକୃତ ଚାଷୀଙ୍କ ନିକଟରେ ଥିବା ଗୋଟିଏ ଅଖା ଧାନକୁ ମଧ୍ୟ ସଂଗ୍ରହ କରିବାପାଇଁ ବିଜେଡି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

ବିଜେଡି ମୁଖପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ଚାଷୀଙ୍କ ଠାରୁ ଧାନ ଖରିଦ କରି ଚାଲିଥିବା ବେଳେ ବିଜେପି ଏବେ ଦଲାଲଙ୍କ ପାଇଁ ଓକିଲାତି କରୁଛି । ଦିଲ୍ଲୀରେ କୃଷକମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଚଳାଉଥିବା ପ୍ରଦର୍ଶନରୁ ନଜର ହଟାଇବାପାଇଁ ଓଡିଶା ବିଜେପି ଏଭଳି ଡ୍ରାମା କରୁଥିବା ଓଡିଶାବାସୀ ଭଲଭାବେ ବୁଝି ସାରିଲେଣି ।

ବିଜେଡି ସାଂସଦମାନେ ଗତକାଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିବା ସହିତ ଚାଉଳ ସଂଗ୍ରହ ଓ ସବସିଡ୍‍ ପ୍ରଦାନ ସମ୍ପର୍କିତ ସମସ୍ୟାର ସମାଧାନ ହୋଇଛି । ହେଲେ ବିଜେପି ସାଂସଦମାନେ ଓଡିଶା ପାଇଁ କରିଛନ୍ତି କ’ଣ ? ଏଠାରେ ଶସ୍ତା ରାଜନୀତି କରିବା ଅପେକ୍ଷା ଓଡିଶା ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ବିଜେଡି ସାଂସଦଙ୍କ ଭଳି ସେମାନେ ପଦକ୍ଷେପ ନେବା ଉଚିତ୍‍ । ଧାନ ସଂଗ୍ରହ ପ୍ରକ୍ରିୟାରେ ପ୍ରକୃତ ଚାଷୀଙ୍କ ନିକଟରେ ଥିବା ଗୋଟିଏ ଧାନକୁ ବି ସଂଗ୍ରହ କରାଯିବା ନେଇ ବିଜେଡି ସରକାର ଗ୍ୟାରେଣ୍ଟି ଦେଇଥିବା ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ।

Paddy Procurment Issu ବିଜେଡି ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ପୂର୍ଣ୍ଣ ନୂଆ ରୂପରେ ଜିଓଫାଇନାନ୍ସ ଆପ୍ ଶୁଭାରମ୍ଭ: ଏବେ କେଉଁଠି ନିବେଶ କରିବେ କହିବ ଏଆଇ

March 1, 2026

ଆଜି ସେମିଫାଇନାଲ ପାଇଁ ମହା ଲଢେଇ: ଜାଣନ୍ତୁ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ କାହାର ପଲ୍ଲା ଭାରି?

March 1, 2026

ଖାମେନେଇଙ୍କ ମୃତ୍ୟୁକୁ ନେଇ କାଶ୍ମୀରରେ ଉତ୍ତେଜନା: ଲାଲ ଚୌକରେ ସମର୍ଥକଙ୍କ ପ୍ରତିବାଦ

March 1, 2026

ବିସ୍ଫୋରକ କାରଖାନାରେ ବଡ ବିସ୍ଫୋରଣ: ୧୫ ମୃତ, ଅନେକ ଶ୍ରମିକ ଆହତ

March 1, 2026
Latest News

ସମ୍ପୂର୍ଣ୍ଣ ନୂଆ ରୂପରେ ଜିଓଫାଇନାନ୍ସ ଆପ୍ ଶୁଭାରମ୍ଭ: ଏବେ କେଉଁଠି ନିବେଶ କରିବେ କହିବ ଏଆଇ

March 1, 2026

ଆଜି ସେମିଫାଇନାଲ ପାଇଁ ମହା ଲଢେଇ: ଜାଣନ୍ତୁ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ କାହାର ପଲ୍ଲା ଭାରି?

March 1, 2026

ଦୁବାଇ ସମେତ ୟୁଏଇ ଉପରେ ସିରିଜ ଆକ୍ରମଣ ଆରମ୍ଭ କଲା ଇରାନ 

March 1, 2026

ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ମଧ୍ୟ ବିରୋଧ!: ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ, ଆଠ ମୃତ

March 1, 2026

ଖାମେନେଇଙ୍କ ମୃତ୍ୟୁକୁ ନେଇ କାଶ୍ମୀରରେ ଉତ୍ତେଜନା: ଲାଲ ଚୌକରେ ସମର୍ଥକଙ୍କ ପ୍ରତିବାଦ

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.