Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିବା ବଜେଟ ୨୦୨୧ ର ଜାଣନ୍ତୁ ୧୫ଟି ମୁଖ୍ୟ ଘୋଷଣା
ବିଶେଷ ଖବର

ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିବା ବଜେଟ ୨୦୨୧ ର ଜାଣନ୍ତୁ ୧୫ଟି ମୁଖ୍ୟ ଘୋଷଣା

February 1, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରାମଣ ଆଜି ଆର୍ଥିକ ବଜେଟ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ଦେଶ ପାଇଁ ବଡ ସମସ୍ୟା ଥିଲା। ଏହି ବଜେଟ ଏମିତି ସମୟରେ ଆସୁଛି ଯାହା ବହୁତ ସଙ୍କଟ ରହିଛି। କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବଙ୍କୁ ଗ୍ୟାସ, ମାଗଣାରେ ରାସନ ବ୍ୟବସ୍ଥା କରିଥିଲେ।

୧- କେନ୍ଦ୍ର ସରକାରର କରୋନା ସମୟରେ ଆତ୍ମନିର୍ଭର ପ୍ୟାକେଜ ପରି ଅନେକ ଯୋଜନା ସାମ୍ନାକୁ ଆଣିଥିଲେ। ଯେଉଁଥିରେ ଅର୍ଥ ବ୍ୟବସ୍ଥା ଆଗକୁ ବଢାଯାଇପାରିବ। ଆତ୍ମନିର୍ଭର ପ୍ୟାକେଜରେ ମୋଟ ୨୭.୧ ଲକ୍ଷ କୋଟି ଟଙ୍କା ସହାୟତା ଜାରି କରାଯାଇଛି।

୨- ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରାମଣ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ଘୋଷଣା କରିଛନ୍ତି। ଏଥିରେ ୬୪ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସ୍ଵଚ୍ଛ ଭାରତ ଯୋଜନାକୁ ବଢାଇବା ପାଇଁ ଘୋଷଣା କରାଯାଇଛି। ଏହା ଦ୍ଵାରା ସହରଗୁଡିକରେ ଅମୃତ ଯୋଜନାକୁ ବୃଦ୍ଧି କରାଯିବ। ଏଥିପାଇଁ ୨ ଲକ୍ଷ ୮୭ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହା ସହିତ ଅର୍ଥ ମନ୍ତ୍ରୀ ମିଶନ ପୋଷଣ ୨.୦ ର ଘୋଷଣା କରିଛନ୍ତି।

୩- କରୋନା ଟୀକା ପାଇଁ ୩୫ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରକୁ ୧୩୭ ପ୍ରତିଶତକୁ ବୃଦ୍ଧି କରି ୨ ଲକ୍ଷ ୨୩ କୋଟି ଟଙ୍କା କରାଯାଇଛି।

୪- ଟେକ୍ସଟାଇଲ ପାଇଁ ମେଗା ଇନଭେଷ୍ଟମେଣ୍ଟ ଟେକ୍ସଟାଇଲ ନୂଆ ସ୍କିମ ଲଞ୍ଚ କରାଯିବ। ବିଶ୍ଵସ୍ତରୀୟ ଇନଫ୍ରାଷ୍ଟ୍ରକଚର ନିର୍ମାଣ କରାଯିବ। ତିନି ବର୍ଷରେ ସାତୋଟି ଟେକ୍ସଟାଇଲ ପାର୍କ ନିର୍ମାଣ କରାଯିବ।

୫- ଡ଼େଭଲପମେଣ୍ଟ ଫାଇନାନ୍ସିଆଲ ଇନଷ୍ଟିଚ୍ୟୁଟ ଆରମ୍ଭ କରାଯିବ।

୬- ପୁଞ୍ଜିଗତ ବ୍ୟୟ ପାଇଁ ୫ ଲକ୍ଷ କୋଟିରୁ ଅଧିକ ବଜେଟ ଘୋଷଣା କରାଯାଇଛି। ଯାହା ଗତ ବର୍ଷ ବଜେଟ ଠାରୁ ୩୦ ପ୍ରତିଶତ ଅଧିକ। ଏହା ବ୍ୟତୀତ ରାଜ୍ୟ ଏବଂ ସ୍ଵତନ୍ତ୍ର ବଡିକୁ ୨ ଲକ୍ଷ କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯିବ।

୭- ରାଷ୍ଟ୍ରୀୟ ରେଳ ଯୋଜାନା ୨୦୩୦ ପ୍ରସ୍ତୁତ ହୋଇଛି। ଏଥର ୧.୧୦ ଲକ୍ଷ କୋଟି ଟଙ୍କା ରେଳବାଇକୁ ଦିଆଯାଇଛି। ଭାରତୀୟ ରେଳବାଇ ବ୍ୟତୀତ ମେଟ୍ରୋ, ସିଟି ବସ ସେବାକୁ ବଢାଇବା ଲକ୍ଷ ରଖାଯାଇଛି।

୮- ବିଦ୍ୟୁତ କ୍ଷେତ୍ର ପାଇଁ ୩ ଲକ୍ଷ କୋଟିରୁ ଅଧିକ ନଗଦର ସ୍କିମ ଲଞ୍ଚ କରାଯାଉଛି। ହାଇଡ୍ରୋଜେନ ପ୍ଳାଣ୍ଟ ମଧ୍ୟ ନିର୍ମାଣ କରାଯିବ। ବିଦ୍ୟୁତ କ୍ଷେତ୍ରରେ ପିପିପି ମଡ଼େଲ ଜରିଆରେ ଅନେକ ପ୍ରକଳ୍ପକୁ ପୂର୍ଣ୍ଣ କରାଯିବ।

୯- ଉଜ୍ଜଳା ଯୋଜନାରେ ଆଉ ଏକ କୋଟି ଲାଭାର୍ଥୀଙ୍କୁ ଏଥିରେ ଯୋଡାଯିବ। ଜାମ୍ମୁକାଶ୍ମୀରରେ ମଧ୍ୟ ଗ୍ୟାସ ପାଇପ ଲାଇନ ଯୋଜନା ଆରମ୍ଭ କରାଯିବ। ବୀମା କ୍ଷେତ୍ରରେ ଏଫଡିଆଇକୁ ୪୯ ପ୍ରତିଶତକୁ ବଢାଇ ୭୪ ପ୍ରତିଶତ କରିଦିଆଯାଇଛି।

୧୦- କୃଷକମାନଙ୍କ ଆୟକୁ ଦୁଇଗୁଣ କରିବା ଲାଗି କାମ କରାଯାଉଛି। ୟୁପିଏ ସରକାର ଠାରୁ ତିନି ଗୁଣ ରାଶି ମୋଦୀ ସରକାର କୃଷକଙ୍କ ଖାତାରେ ଜମା କରିଛନ୍ତି। ଦେଶରେ ସ୍ଵାମିତ୍ଵ ଯୋଜନା ଲାଗୁ କରାଯିବ। ଏଗ୍ରୀକଲ୍ଚରରେ କ୍ରେଡିଟ ଲକ୍ଷ୍ୟକୁ ୧୬ ଲକ୍ଷ କୋଟି ପର୍ଯ୍ୟନ୍ତ କରାଯାଉଛି। ଅପରେସନ ଗ୍ରୀନ ସ୍କିମର ଘୋଷଣା କରାଯାଇଛି। ଏଥିରେ ଅନେକ ଫସଲକୁ ସାମିଲ କରାଯିବ।

୧୧- ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ଦେଶ ଏକ ରାସନ କାର୍ଡର ବ୍ୟାବସ୍ଥା କରାଯାଇଛି। ଏକ ପୋର୍ଟାଲର ଆରମ୍ଭ କରାଯିବ, ଯେଉଁଥିରେ ପ୍ରବାସୀ ଶ୍ରମିକଙ୍କ ଡାଟା ରହିବ। ମହିଳା ଶ୍ରମିକଙ୍କୁ ସବୁ ସିଫ୍ଟରେ କାମ କରିବାକୁ ଅନୁମତି ମିଳିବ। ରାତ୍ରି ସିଫ୍ଟ ମହିଳାଙ୍କ ପାଇଁ ଅଧିକ ସୁରକ୍ଷା ଯୋଗାଇ ଦିଆଯିବ। ଏମଏସଏମଇ କ୍ଷେତ୍ର ପାଇଁ ବଡ ଘୋଷଣା ହୋଇଛି ଏବଂ ବଜେଟକୁ ବୃଦ୍ଧି କରାଯାଇଛି।

୧୨- ୧୦୦ ନୂଆ ସୈନିକ ସ୍କୁଲ ଖୋଲାଯିବ। ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିର୍ମାଣ ହେବ। ଏହାସହିତ ଆଦିବାସୀ ଅଞ୍ଚଳ ପାଇଁ ଏକଲବ୍ୟ ସ୍କୁଲ ଖୋଲାଯିବ। ହାୟର ଏଜୁକେସନ କମିଶନର ଗଠନ ଶୀଘ୍ର କରାଯିବ।

୧୩- ଅନୁସୂଚିତ ଜାତିର ବିଦ୍ୟାର୍ଥୀମାନଙ୍କ ପାଇଁ ୩୫ ହଜାର କୋଟି ଟଙ୍କାର ଘୋଷଣା କରାଯାଇଛି। ଏହି କ୍ଷେତ୍ରରେ ସଂଯୁକ୍ତ ଆରବ ଏମିରେଟ୍ସ ସାଥିରେ ମିଶି ସ୍କୁଲ ଟ୍ରେନିଂ ଉପରେ କାମ କରାଯାଉଛି। ଯେଉଁଥିରେ ଲୋକଙ୍କୁ କାମ ମିଳିପାରିବ।

୧୪- ବରିଷ୍ଠ ନାଗରିକମାନଙ୍କ ପାଇଁ ଟାକ୍ସରୁ ମୁକ୍ତି ଦିଆଯାଇଛି। ୭୫ ବର୍ଷରୁ ଅଧିକ ବରିଷ୍ଠ ନାଗରିକମାନେ ଆୟ କର ଦେବେ ନାହିଁ। ଏନଆରଆଇ ଲୋକଙ୍କୁ ଡବଲ ଟାକ୍ସ ସିଷ୍ଟମରୁ ମୁକ୍ତି ମିଳିଛି।

୧୫- ମୋବାଇଲ ଉପକରଣ ଉପରେ କଷ୍ଟମ ଡ୍ୟୁଟିକୁ ବୃଦ୍ଧି କରାଯାଇଛି। ଏବେ ଏଥିରେ ୨.୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତମ୍ବା ଏବଂ ଲୁହା ଉପକରଣ ଉପରେ ଡ୍ୟୁଟି ଟାକ୍ସ ହ୍ରାସ କରାଯାଇଛି।

Budget21 କେନ୍ଦ୍ର ଅର୍ଥ ମନ୍ତ୍ରୀ ବଜେଟ 2021
Share. Facebook Twitter LinkedIn Email WhatsApp Copy Link

Related Posts

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026

ସେହି ପାଞ୍ଚ “ବନ୍ଧୁ” ଦେଶ କିଏ?: ଯାହାଙ୍କ ପାଇଁ ଖୋଲାଅଛି ହରମୁଜ୍

March 26, 2026

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ରୂକୁଣା ରଥଯାତ୍ରା: ଜାଣନ୍ତୁ ଏହାର ପ୍ରଥା ଓ ପରମ୍ପରା

March 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026
Latest News

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.