Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

Budget2021: ବ୍ୟାଙ୍କ ଏବଂ ବୀମା କ୍ଷେତ୍ରକୁ ମଜବୁତ କରିବା ପାଇଁ କଣ ଯୋଜନା ଆଣିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ପବ୍ଲିକ ସେକ୍ଟର ବ୍ୟାଙ୍କ ଏବଂ ବୀମା କ୍ଷେତ୍ରକୁ ମଜବୁତ କରିବା ପାଇଁ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଗୁଡିକ ହେଲା..

ପିଏସବିରେ ପୁନଃପୁଞ୍ଜୀକରଣ

  • ପିଏସବିଗୁଡ଼ିକର ବିତ୍ତୀୟ କ୍ଷମତାକୁ ଆହୁରି ଅଧିକ ଏକତ୍ରିତ କରିବା ଲାଗି ୨୦୨୧-୨୨ରେ ୨୦,୦୦୦ କୋଟି ଟଙ୍କାର ଅତିରିକ୍ତ ପୁନଃପୁଞ୍ଜୀକରଣ କରାଯିବ।

ଜମା ବୀମା

  • ଡିଆଇସିଜିସି ଆକ୍ଟ, ୧୯୬୧ରେ ସଂଶୋଧନ କରିବା ଲାଗି ପ୍ରସ୍ତାବ ରହିଛି ଯାହାଫଳରେ ଏହାର ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରାଯିବ ଏବଂ ବ୍ୟାଙ୍କରେ ଜମା କରୁଥିବା ଲୋକମାନେ ସହଜରେ ଏବଂ ନିର୍ଦ୍ଧାରିତ ସମୟରେ ନିଜର ଜମା ରାଶିକୁ ସେହି ସୀମା ପର‌୍ୟ୍ୟନ୍ତ ପାଇପାରିବେ, ଯେଉଁ ସୀମା ପର‌୍ୟ୍ୟନ୍ତ ବୀମା କଭରେଜ ନିର୍ଦ୍ଧାରଣ କରାଯାଇଛି।
  • ସିକ୍ୟୁରିଟାଇଜେସନ ଆଣ୍ଡ ରିକନଷ୍ଟ୍ରକ୍ସନ ଅଫ ଫାଇନାନ୍ସିଆଲ ଆସେଟ୍ସ ଏବଂ ଏନଫୋର୍ସମେଣ୍ଟ ଅଫ ସିକ୍ୟୁରିଟି ଇଣ୍ଟ୍ରେଷ୍ଟ (ଏସଏଆରଏଫଏଇଏସଆଇ)ଆଇନ, ୨୦୦୨ ଅନ୍ତର୍ଗତ ସର୍ବନିମ୍ନ ୧୦୦ କୋଟି ଟଙ୍କାର ସମ୍ପତ୍ତି ଥିବା ଏନବିଏଫସିଗୁଡ଼ିକ ପାଇଁ ଋଣ ଆଦାୟ ପାଇଁ ଯୋଗ୍ୟ ସର୍ବନିମ୍ନ ଋଣର ପରିମାଣକୁ ୫୦ ଲକ୍ଷରୁ ୨୦ ଲକ୍ଷକୁ ହ୍ରାସ କରି ଦିଆଯାଇଛି।

କମ୍ପାନୀ ବ୍ୟାପାର

  • ଲିମିଟେଡ ଲାଏବିଲିଟି ପାର୍ଟନରସିପ (ଏଲଏଲପି) ଆଇନ ୨୦୦୮କୁ ଅପରାଧମୁକ୍ତ କରାଯିବ।
  • କମ୍ପାନୀ ଆଇନ ୨୦୧୩ ଅନ୍ତର୍ଗତ ଲଘୁ କମ୍ପାନୀଗୁଡ଼ିକର ପରିଭାଷାରେ ସଂଶୋଧନ କରାଯିବ ଯାହାର ଅନ୍ତର୍ଗ ପ୍ରଦତ୍ତ ପୁଞ୍ଜି ଲାଗି ସେଗୁଡ଼ିକର ସର୍ବନିମ୍ନ ସୀମା ୫୦ ଲକ୍ଷ ଟଙ୍କା ପରିବର୍ତ୍ତେ ୨ କୋଟିରୁ ଅଧିକ ହେବ ନାହିଁ। ଏହାଛଡ଼ା କାରବାରର ସର୍ବନିମ୍ନ ସୀମା ୨ କୋଟି ପରିବର୍ତ୍ତେ ୨୦ କୋଟି ଟଙ୍କା କରାଯିବ।
  • ଷ୍ଟାର୍ଟଅପ ଏବଂ ନବୋନ୍ମେଷ ଲାଗି କାମ କରୁଥିବା ଲୋକମାନଙ୍କୁ ଓପିସିର ମଞ୍ଜୁରି ପ୍ରଦାନ କରି ଏକାକୀ ବ୍ୟକ୍ତି କମ୍ପାନୀର ନିଗମନକୁ ପ୍ରୋତ୍ସାହିତ କରାଯିବ।
  • ପ୍ରଦତ୍ତ ପୁଞ୍ଜୀ ଏବଂ କାରବାର ଉପରେ ବିନା କୌଣସି ପ୍ରତିବନ୍ଧକରେ ସେଗୁଡ଼ିକର ପ୍ରଗତିକୁ ଅନୁମତି ମିଳିବ।
  • ଯେକୌଣସି ସମୟରେ କମ୍ପାନୀର ପରିବର୍ତ୍ତନକୁ ଅନୁମତି ମିଳିବ।
  • ଯେକୌଣସି ଭାରତୀୟ ନାଗରିକଙ୍କ ପାଇଁ ଓପିସି ପ୍ରତିଷ୍ଠା ନିମନ୍ତେ ନିବାସ ଅବଧି ସୀମା ୧୮୨ ଦିନରୁ କମାଇ ୧୨୦ ଦିନ କରାଯିବ
  • ପ୍ରବାସୀ ଭାରତୀୟ (ଏନଆରଆଇ)ଙ୍କୁ ଭାରତରେ ଓପିସି ପ୍ରତିଷ୍ଠା କରିବା ଲାଗି ଅନୁମତି ମିଳିବ
  • ନିମ୍ନଲିଖିତ ମାଧ୍ୟମରେ ମାମଲାଗୁଡ଼ିକର ସମାଧାନ ସୁନିଶ୍ଚିତ କରାଯିବ
  • ଏନସିଏଲଟି ଢାଞ୍ଚାକୁ ମଜବୁତ କରାଯିବ
  • ଇକୋର୍ଟ-ପ୍ରଣାଳୀକୁ ମଜବୁତ କରିବା
  • ଇ-କୋର୍ଟ ପ୍ରଣାଳୀକୁ ଲାଗୁ କରିବା
  • ଋଣ ସମାଧାନର ବିକଳ୍ପ ଉପାୟ ଆରମ୍ଭ କରିବା ଏବଂ ଏମଏସଏମଇ ଲାଗି ବିଶେଷ ଢାଞ୍ଚା
  • ବର୍ଷ ୨୦୨୧-୨୨ରେ ଡାଟା ବିଶ୍ଳେଷଣ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମେସିନ, ଶିକ୍ଷାଜନିତ ଏମସିଏ ୨୧ ଭର୍ସନ ୩.୦ ଶୁଭାରମ୍ଭ

ପୁଞ୍ଜି ପ୍ରତ୍ୟାହାର ଏବଂ ରଣନୈତିକ ବିକ୍ରି

  • ବଜେଟ ପୂର୍ବାନୁମାନ ୨୦୨୦-୨୧ରେ ପୁଞ୍ଜି ପ୍ରତ୍ୟାହାର ମାଧ୍ୟମରେ ୧,୭୫,୦୦୦ କୋଟି ଟଙ୍କାର ଆନୁମାନିକ ପ୍ରାପ୍ତି ଆଶା କରାଯାଉଛି
  • ବିପିସିଏଲ, ଏୟାର ଇଣ୍ଡିଆ, ଶିପିଂ କର୍ପୋରେସନ ଅଫ ଇଣ୍ଡିଆ, କଣ୍ଟେନର କର୍ପୋରେସନ ଅଫ ଇଣ୍ଡିଆ, ଆଇଡିବିଆଇ ବ୍ୟାଙ୍କ, ବିଇଏମଏଲ, ପବନହଂସ, ନୀଳାଚଳ ଇସ୍ପାତ ନିଗମ ଲିମିଟେଡ ଆଦିର ରଣନୈତିକ ପୁଞ୍ଜି ପ୍ରତ୍ୟାହାର ୨୦୨୦-୨୧ରେ ସମ୍ପୂର୍ଣ୍ଣ ହେବ।
  • ଆଇଡିବିଆଇ ବ୍ୟାଙ୍କ ବ୍ୟତୀତ ଦୁଇଟି ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କ ଏବଂ ଏକ ଜେନେରାଲ ବୀମା କମ୍ପାନୀର ଘରୋଇ କରାଯିବ।
  • ୨୦୨୧-୨୨ରେ ଏଲଆଇସିର ଆଇପିଓ
  • ରଣନୈତିକ ପୁଞ୍ଜିପ୍ରତ୍ୟାହାର ଲାଗି ନୂଆ ନୀତିକୁ ମଞ୍ଜୁରି
  • ସିପିଏସଇ ୪ଟି ରଣନୈତିକ କ୍ଷେତ୍ରରେ ଘରୋଇକରଣକୁ ସ୍ବୀକାର କରାଯାଇଛି
  • ନୀତି ଆୟୋଗ ରଣନୈତିକ ପୁଞ୍ଜି ପ୍ରତ୍ୟାହାର ଲାଗି ପିପିଏସଇର ନୂଆ ସୂଚୀକୁ ଗ୍ରହଣ କରିବ
  • କେନ୍ଦ୍ରୀୟ ପାଣ୍ଠିର ଉପଯୋଗ କରୁଥିବା ରାଷ୍ଟ୍ରାୟତ୍ତ କ୍ଷେତ୍ରର କମ୍ପାନୀଗୁଡ଼ିକର ପୁଞ୍ଜି ପ୍ରତ୍ୟାହାର ଲାଗି ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ।
  • ବେକାର ହୋଇ ପଡ଼ି ରହିଥିବା ଭୂମିର ମୌଦ୍ରିକରଣ ଲାଗି କମ୍ପାନୀ ରୂପରେ ସ୍ବତନ୍ତ୍ର ଉଦ୍ଦେଶ୍ୟ ବାହନ
  • ଦୁଃସ୍ଥିତିରେ ଥିବା ଏବଂ କ୍ଷତି ସହୁଥିବା ସିପିଏସଇକୁ ଠିକ ସମୟରେ ବନ୍ଦ କରିବା ଲାଗି ସଂଶୋଧିତ କାର‌୍ୟ୍ୟ ପ୍ରଣାଳୀର ଶୁଭାରମ୍ଭ

ସରକାରୀ ବିତ୍ତୀୟ ସୁଧାର

  • ସାର୍ବଜନୀନ ଆବେଦନ ଲାଗି ସ୍ବାୟତ୍ତଶାସୀ ସଂସ୍ଥା ନିମନ୍ତେ ଟ୍ରେଜରୀ ସିଙ୍ଗଲ ଆକାଉଣ୍ଟର ସମ୍ପ୍ରସାରଣ
  • ସମବାୟସଂସ୍ଥାଗୁଡ଼ିକ ଲାଗି ଇଜ ଅଫ ଡୁଇଂ ବିଜନେସକୁ ସହଜ କରିବା ନିମନ୍ତେ ପୃଥକ ପ୍ରଶାସନିକ ଢାଞ୍ଚା

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

Budget2021: ଏଥର ସଡକ ବିକାଶ ପାଇଁ ସର୍ବାଧିକ ବ୍ୟୟ ବରାଦ, ଜାଣନ୍ତୁ କେତେ ଟଙ୍କା

ନୂଆଦିଲ୍ଲୀ, ଏଥର ସଡକ ଏବଂ ରାଜପଥ ବିକାଶ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସର୍ବାଧିକ ବ୍ୟୟ ବରାଦ କରିଛନ୍ତି। ସେଗୁଡିକ ନିମ୍ନରେ ପ୍ରଦାନ କରାଗଲା

  • ସଡ଼କ ଓ ରାଜପଥ ମନ୍ତ୍ରଣାଳୟକୁ ୧,୮୧,୧୦୧ ଲକ୍ଷ କୋଟି ଟଙ୍କାର ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଆବଣ୍ଟନ-ଏଥିମଧ୍ୟରୁ ୧,୦୮,୨୩୦ କୋଟି ଟଙ୍କାର ପୁଞ୍ଜି ଯୋଗାଡ଼ କରିବା ଲାଗି
  • ୫.୩୫ ଲକ୍ଷ କୋଟି ଟଙ୍କାର ଭାରତମାଳା ପରିଯୋଜନା ଅନ୍ତର୍ଗତ ୩.୩ ଲକ୍ଷ କୋଟି ଟଙ୍କା ବ୍ୟୟରେ ୧୩୦୦୦ କିମି ଲମ୍ବ ସଡ଼କ ନିର୍ମାଣ ଆରମ୍ଭ
  • ୩୮୦୦ କିମି ଲମ୍ବ ସଡ଼କ ନିର୍ମାଣ ଆରମ୍ଭ ହୋଇସାରିଛି
  • ମାର୍ଚ୍ଚ ୨୦୨୨ ସୁଦ୍ଧା ୮୫୦୦ କିମି ଲମ୍ବ ସଡ଼କ ଆହୁରି ନିର୍ମାଣ କରାଯିବ
  • ୧୧୦୦୦ କିମି ଜାତୀୟ ରାଜପଥ କରିଡର ମଧ୍ୟ ମାର୍ଚ୍ଚ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ।
  • ଆର୍ଥିକ କରିଡର ନିର୍ମାଣ ଲାଗି ଯୋଜନା
  • ତାମିଲନାଡ଼ୁରେ ୧.୦୩ ଲକ୍ଷ କୋଟି ଟଙ୍କାର ନିବେଶରେ ୩୫୦୦ କିମି ଲମ୍ବ ଜାତୀୟ ରାଜପଥ ନିର୍ମାଣ କାର‌୍ୟ୍ୟ କରାଯିବ।
  • କେରଳରେ ୬୫୦୦୦ କୋଟି ଟଙ୍କା ବ୍ୟୟରେ ୧୧୦୦ କିମି ଜାତୀୟ ରାଜପଥ ନିର୍ମାଣ
  • ପଶ୍ଚିମବଙ୍ଗରେ ୨୫୦୦୦ କୋଟି ଟଙ୍କା ବ୍ୟୟରେ ୬୭୫ କିମି ରାଜପଥ ନିର୍ମାଣ କାର‌୍ୟ୍ୟ
  • ଆସାମରେ ୧୯,୦୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ କାମ ବର୍ତ୍ତମା ଜାରି ରହିଛି। ରାଜ୍ୟରେ ଆସନ୍ତା ତିନି ବର୍ଷ ମଧ୍ୟରେ ୩୪,୦୦୦ କୋଟି ଟଙ୍କା ବ୍ୟୟରେ ୧୩୦୦ କିମି ଲମ୍ବ ଜାତୀୟ ରାଜପଥ ନିର୍ମାଣ କାର‌୍ୟ୍ୟ କରାଯିବ।
  • ଗୁରୁତ୍ୱପୂର୍ଣ୍ଣ ସଡ଼କ ଏବଂ ରାଜପଥ ପ୍ରକଳ୍ପ
  • ଦିଲ୍ଳୀ-ମୁମ୍ବାଇ ଏକ୍ସପ୍ରେସୱେ : ୨୬୦କିମି ଅବଶିଷ୍ଟ କାର‌୍ୟ୍ୟ ୩୧/୦୩/୨୦୨୧ ସୁଦ୍ଧା ପ୍ରଦାନ କରାଯିବ।
  • ବେଙ୍ଗାଲୁରୁ-ଚେନ୍ନାଇ ଏକ୍ସପ୍ରେସୱେ : ୨୭୮ କିମି କାର‌୍ୟ୍ୟ ଚଳିତ ଆର୍ଥିକ ବର୍ଷରେ ଆରମ୍ଭ ହୋଇଯିବ। ନିର୍ମାଣ କାର‌୍ୟ୍ୟ ୨୦୨୧-୨୨ ରେ ଆରମ୍ଭ ହେବ।
  • କାନପୁର-ଲକ୍ଷ୍ନୌ ଏକ୍ସପ୍ରେସୱେ : ଜାତୀୟ ରାଜପଥ ସଂଖ୍ୟା-୨୭ ଲାଗି ବିକଳ୍ପ ୬୩ କିମି ଏକ୍ସପ୍ରେସୱେ ନିର୍ମାଣ କାମ ୨୦୨୧-୨୨ରେ ଆରମ୍ଭ ହେବ।
  • ଦିଲ୍ଲୀ-ଡେରାଡୁନ ଆର୍ଥିକ କରିଡର : ୨୧୦ କିମି ଲମ୍ବ କରିଡର କାମ ଚଳିତ ଆର୍ଥିକ ବର୍ଷ ଆରମ୍ଭ ହେବ। ନିର୍ମାଣ କାର‌୍ୟ୍ୟ ୨୦୨୧-୨୨ରେ ଆରମ୍ଭ ହେବ।
  • ରାୟପୁର-ବିଶାଖାପାଟଣା : ଛତିଶଗଡ଼, ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଅତିକ୍ରମ କରିବାକୁ ଥିବା ୪୬୪ କିମି ଲମ୍ବ ସଡ଼କ ପ୍ରକଳ୍ପ ଚଳିତ ଆର୍ଥିକ ବର୍ଷରେ ପ୍ରଦାନ କରାଯିବ।
  • ଚେନ୍ନାଇ-ସେଲମ କରିଡର : ୨୭୭ କିମି ଲମ୍ବ ଏକ୍ସପ୍ରେସୱେ ନିର୍ମାଣ କାମ ୨୦୨୧-୨୨ରେ ଆରମ୍ଭ
  • ଚାରି ଲେନ ଏବଂ ଛଅ ଲେନର ସମସ୍ତ ନୂଆ ରାଜପଥରେ ଉନ୍ନତ ଗମନାଗମ ପରିଚାଳନା ପ୍ରଣାଳି ପ୍ରତିଷ୍ଠା କରାଯିବ :
  • ସ୍ପିଡ ରାଡାର
  • ଭ୍ୟାରିଏବଲ ମେସେଜ ସାଇନବୋର୍ଡ
  • ଜିପିଏସ ଆଧାରିତ ଭ୍ୟାନ ସଂଯୋଗ କରାଯିବ

Categories
ବିଶେଷ ଖବର ବ୍ୟବସାୟ

ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିବା ବଜେଟ ୨୦୨୧ ର ଜାଣନ୍ତୁ ୧୫ଟି ମୁଖ୍ୟ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରାମଣ ଆଜି ଆର୍ଥିକ ବଜେଟ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ଦେଶ ପାଇଁ ବଡ ସମସ୍ୟା ଥିଲା। ଏହି ବଜେଟ ଏମିତି ସମୟରେ ଆସୁଛି ଯାହା ବହୁତ ସଙ୍କଟ ରହିଛି। କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବଙ୍କୁ ଗ୍ୟାସ, ମାଗଣାରେ ରାସନ ବ୍ୟବସ୍ଥା କରିଥିଲେ।

୧- କେନ୍ଦ୍ର ସରକାରର କରୋନା ସମୟରେ ଆତ୍ମନିର୍ଭର ପ୍ୟାକେଜ ପରି ଅନେକ ଯୋଜନା ସାମ୍ନାକୁ ଆଣିଥିଲେ। ଯେଉଁଥିରେ ଅର୍ଥ ବ୍ୟବସ୍ଥା ଆଗକୁ ବଢାଯାଇପାରିବ। ଆତ୍ମନିର୍ଭର ପ୍ୟାକେଜରେ ମୋଟ ୨୭.୧ ଲକ୍ଷ କୋଟି ଟଙ୍କା ସହାୟତା ଜାରି କରାଯାଇଛି।

୨- ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରାମଣ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ଘୋଷଣା କରିଛନ୍ତି। ଏଥିରେ ୬୪ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସ୍ଵଚ୍ଛ ଭାରତ ଯୋଜନାକୁ ବଢାଇବା ପାଇଁ ଘୋଷଣା କରାଯାଇଛି। ଏହା ଦ୍ଵାରା ସହରଗୁଡିକରେ ଅମୃତ ଯୋଜନାକୁ ବୃଦ୍ଧି କରାଯିବ। ଏଥିପାଇଁ ୨ ଲକ୍ଷ ୮୭ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହା ସହିତ ଅର୍ଥ ମନ୍ତ୍ରୀ ମିଶନ ପୋଷଣ ୨.୦ ର ଘୋଷଣା କରିଛନ୍ତି।

୩- କରୋନା ଟୀକା ପାଇଁ ୩୫ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରକୁ ୧୩୭ ପ୍ରତିଶତକୁ ବୃଦ୍ଧି କରି ୨ ଲକ୍ଷ ୨୩ କୋଟି ଟଙ୍କା କରାଯାଇଛି।

୪- ଟେକ୍ସଟାଇଲ ପାଇଁ ମେଗା ଇନଭେଷ୍ଟମେଣ୍ଟ ଟେକ୍ସଟାଇଲ ନୂଆ ସ୍କିମ ଲଞ୍ଚ କରାଯିବ। ବିଶ୍ଵସ୍ତରୀୟ ଇନଫ୍ରାଷ୍ଟ୍ରକଚର ନିର୍ମାଣ କରାଯିବ। ତିନି ବର୍ଷରେ ସାତୋଟି ଟେକ୍ସଟାଇଲ ପାର୍କ ନିର୍ମାଣ କରାଯିବ।

୫- ଡ଼େଭଲପମେଣ୍ଟ ଫାଇନାନ୍ସିଆଲ ଇନଷ୍ଟିଚ୍ୟୁଟ ଆରମ୍ଭ କରାଯିବ।

୬- ପୁଞ୍ଜିଗତ ବ୍ୟୟ ପାଇଁ ୫ ଲକ୍ଷ କୋଟିରୁ ଅଧିକ ବଜେଟ ଘୋଷଣା କରାଯାଇଛି। ଯାହା ଗତ ବର୍ଷ ବଜେଟ ଠାରୁ ୩୦ ପ୍ରତିଶତ ଅଧିକ। ଏହା ବ୍ୟତୀତ ରାଜ୍ୟ ଏବଂ ସ୍ଵତନ୍ତ୍ର ବଡିକୁ ୨ ଲକ୍ଷ କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯିବ।

୭- ରାଷ୍ଟ୍ରୀୟ ରେଳ ଯୋଜାନା ୨୦୩୦ ପ୍ରସ୍ତୁତ ହୋଇଛି। ଏଥର ୧.୧୦ ଲକ୍ଷ କୋଟି ଟଙ୍କା ରେଳବାଇକୁ ଦିଆଯାଇଛି। ଭାରତୀୟ ରେଳବାଇ ବ୍ୟତୀତ ମେଟ୍ରୋ, ସିଟି ବସ ସେବାକୁ ବଢାଇବା ଲକ୍ଷ ରଖାଯାଇଛି।

୮- ବିଦ୍ୟୁତ କ୍ଷେତ୍ର ପାଇଁ ୩ ଲକ୍ଷ କୋଟିରୁ ଅଧିକ ନଗଦର ସ୍କିମ ଲଞ୍ଚ କରାଯାଉଛି। ହାଇଡ୍ରୋଜେନ ପ୍ଳାଣ୍ଟ ମଧ୍ୟ ନିର୍ମାଣ କରାଯିବ। ବିଦ୍ୟୁତ କ୍ଷେତ୍ରରେ ପିପିପି ମଡ଼େଲ ଜରିଆରେ ଅନେକ ପ୍ରକଳ୍ପକୁ ପୂର୍ଣ୍ଣ କରାଯିବ।

୯- ଉଜ୍ଜଳା ଯୋଜନାରେ ଆଉ ଏକ କୋଟି ଲାଭାର୍ଥୀଙ୍କୁ ଏଥିରେ ଯୋଡାଯିବ। ଜାମ୍ମୁକାଶ୍ମୀରରେ ମଧ୍ୟ ଗ୍ୟାସ ପାଇପ ଲାଇନ ଯୋଜନା ଆରମ୍ଭ କରାଯିବ। ବୀମା କ୍ଷେତ୍ରରେ ଏଫଡିଆଇକୁ ୪୯ ପ୍ରତିଶତକୁ ବଢାଇ ୭୪ ପ୍ରତିଶତ କରିଦିଆଯାଇଛି।

୧୦- କୃଷକମାନଙ୍କ ଆୟକୁ ଦୁଇଗୁଣ କରିବା ଲାଗି କାମ କରାଯାଉଛି। ୟୁପିଏ ସରକାର ଠାରୁ ତିନି ଗୁଣ ରାଶି ମୋଦୀ ସରକାର କୃଷକଙ୍କ ଖାତାରେ ଜମା କରିଛନ୍ତି। ଦେଶରେ ସ୍ଵାମିତ୍ଵ ଯୋଜନା ଲାଗୁ କରାଯିବ। ଏଗ୍ରୀକଲ୍ଚରରେ କ୍ରେଡିଟ ଲକ୍ଷ୍ୟକୁ ୧୬ ଲକ୍ଷ କୋଟି ପର୍ଯ୍ୟନ୍ତ କରାଯାଉଛି। ଅପରେସନ ଗ୍ରୀନ ସ୍କିମର ଘୋଷଣା କରାଯାଇଛି। ଏଥିରେ ଅନେକ ଫସଲକୁ ସାମିଲ କରାଯିବ।

୧୧- ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ଦେଶ ଏକ ରାସନ କାର୍ଡର ବ୍ୟାବସ୍ଥା କରାଯାଇଛି। ଏକ ପୋର୍ଟାଲର ଆରମ୍ଭ କରାଯିବ, ଯେଉଁଥିରେ ପ୍ରବାସୀ ଶ୍ରମିକଙ୍କ ଡାଟା ରହିବ। ମହିଳା ଶ୍ରମିକଙ୍କୁ ସବୁ ସିଫ୍ଟରେ କାମ କରିବାକୁ ଅନୁମତି ମିଳିବ। ରାତ୍ରି ସିଫ୍ଟ ମହିଳାଙ୍କ ପାଇଁ ଅଧିକ ସୁରକ୍ଷା ଯୋଗାଇ ଦିଆଯିବ। ଏମଏସଏମଇ କ୍ଷେତ୍ର ପାଇଁ ବଡ ଘୋଷଣା ହୋଇଛି ଏବଂ ବଜେଟକୁ ବୃଦ୍ଧି କରାଯାଇଛି।

୧୨- ୧୦୦ ନୂଆ ସୈନିକ ସ୍କୁଲ ଖୋଲାଯିବ। ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିର୍ମାଣ ହେବ। ଏହାସହିତ ଆଦିବାସୀ ଅଞ୍ଚଳ ପାଇଁ ଏକଲବ୍ୟ ସ୍କୁଲ ଖୋଲାଯିବ। ହାୟର ଏଜୁକେସନ କମିଶନର ଗଠନ ଶୀଘ୍ର କରାଯିବ।

୧୩- ଅନୁସୂଚିତ ଜାତିର ବିଦ୍ୟାର୍ଥୀମାନଙ୍କ ପାଇଁ ୩୫ ହଜାର କୋଟି ଟଙ୍କାର ଘୋଷଣା କରାଯାଇଛି। ଏହି କ୍ଷେତ୍ରରେ ସଂଯୁକ୍ତ ଆରବ ଏମିରେଟ୍ସ ସାଥିରେ ମିଶି ସ୍କୁଲ ଟ୍ରେନିଂ ଉପରେ କାମ କରାଯାଉଛି। ଯେଉଁଥିରେ ଲୋକଙ୍କୁ କାମ ମିଳିପାରିବ।

୧୪- ବରିଷ୍ଠ ନାଗରିକମାନଙ୍କ ପାଇଁ ଟାକ୍ସରୁ ମୁକ୍ତି ଦିଆଯାଇଛି। ୭୫ ବର୍ଷରୁ ଅଧିକ ବରିଷ୍ଠ ନାଗରିକମାନେ ଆୟ କର ଦେବେ ନାହିଁ। ଏନଆରଆଇ ଲୋକଙ୍କୁ ଡବଲ ଟାକ୍ସ ସିଷ୍ଟମରୁ ମୁକ୍ତି ମିଳିଛି।

୧୫- ମୋବାଇଲ ଉପକରଣ ଉପରେ କଷ୍ଟମ ଡ୍ୟୁଟିକୁ ବୃଦ୍ଧି କରାଯାଇଛି। ଏବେ ଏଥିରେ ୨.୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତମ୍ବା ଏବଂ ଲୁହା ଉପକରଣ ଉପରେ ଡ୍ୟୁଟି ଟାକ୍ସ ହ୍ରାସ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଭାଙ୍ଗିଲା 73 ବର୍ଷର ପରଂପରା, ଏଥର ଛପାଗଲା ନାହିଁ ବଜେଟ ପୁସ୍ତିକା, ହେଲା ନାହିଁ ହାଲୁଆ ଉତ୍ସବ

BUDGET 2021: ଶେଷରେ, କରୋନା ଯୋଗୁଁ 73 ବର୍ଷର ପୁରୁଣା ବଜେଟ୍ ପରମ୍ପରା ଉପରେ ପ୍ରଭାବ ପଡିଲା। ଏଥର ବଜେଟ ବହି ଛପା କାର୍ଯ୍ୟ ବନ୍ଦ କରାଗଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥର ଫେବୃଆରୀ ୨ ତାରିଖରେ ସଫ୍ଟ କପି ବଜେଟ୍ ଉପସ୍ଥାପନ କରିବେ। ସାଂସଦମାନଙ୍କୁ ମଧ୍ୟ ବଜେଟର ହାର୍ଡ କପି ଦିଆଯିବ ନାହିଁ। ତାହା ବଦଳରେ ସାଂସଦମାନଙ୍କୁ ସଫ୍ଟ କପ ପ୍ରଦାନ କରାଯିବ ବୋଲି ନିଷ୍ପତି କରାଯାଇଛି।

ପ୍ରଥମ ଥର ପାଇଁ ସ୍ବାଧୀନ ଭାରତରେ, 26 ନଭେମ୍ବର 1947 ରେ,  ବଜେଟ୍ ଆକାରରେ ଆର୍ଥିକ ଆକାଉଣ୍ଟିଂ ଉପସ୍ଥାପିତ କରାଯାଇଥିଲା । ସେବେଠାରୁ ସଂସଦରେ ଉପସ୍ଥାପିତ ହେବାକୁ ଥିବା ବଜେଟର ମୁଦ୍ରଣର ଧାରା ରହିଆସିଛି। ପ୍ରତିବର୍ଷ ବଜେଟ୍ ମୁଦ୍ରଣର ଆନୁଷ୍ଠାନିକ ଆରମ୍ଭ ପୂର୍ବରୁ, ହାଲୁଆ ଉତ୍ସବ କରାଯାଇଥାଏ। ହେଲେ ଚଳିତ ବର୍ଷ ତାହା କରାଗଲା ନାହିଁ ।

ବଜେଟ ବହି ଛପା ଏକ ପରଂପରା ତଥା ବେଶ ଗୁପ୍ତ ଭାବରେ ପରିଚାଳନା କରାଯାଇଥାଏ। ମୁଦ୍ରଣ ସମୟରେ, 50 ରୁ ଅଧିକ କର୍ମଚାରୀ ଅର୍ଥ ମନ୍ତ୍ରଣାଳୟର ନର୍ଥ ବ୍ଲକରେ ପ୍ରାୟ 15 ଦିନ ଏକାଠି ରୁହନ୍ତି, ସେମାନଙ୍କୁ ପରିବାରଠାରୁ ସମ୍ପୂର୍ଣ୍ଣ ଦୂରରେ ରଖାଯାଇଥାଏ। ବଜେଟ୍ ମୁଦ୍ରଣରେ ସଂପୃକ୍ତ କର୍ମଚାରୀଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଏ ନାହିଁ। ଏହା ଦ୍ବାରା ବଜେଟ୍ ଲିକ୍ ହେବାର ସମ୍ଭାବନା ରହି ନ ଥାଏ । ସଂସଦରେ ବଜେଟ୍ ଉପସ୍ଥାପିତ ହେବା ପରେ ଏହି କର୍ମଚାରୀମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଇଥାଏ।

ସଂସଦରେ ଉପସ୍ଥାପିତ ପୂର୍ବରୁ ବଜେଟ ତଥ୍ୟ ଯେପରି ଲିକ ନ ହେବ ସେଥିପାଇଁ ବଜେଟ ଛପା କର୍ମଚାରୀଙ୍କୁ ପୁରା କଟକଣା ଭିତରେ ରଖାଯାଇଥାଏ। ତାଙ୍କୁ ଅର୍ଥ ମନ୍ତ୍ରଣାଳୟର ପ୍ରିଣ୍ଟିଂ ପ୍ରେସରେ ମୋବାଇଲ୍ ଫୋନ୍ ମଧ୍ୟ ରଖିବାକୁ ଦିଆଯାଇ ନ ଥାଏ। ସେମାନେ କେବଳ ଜରୁରୀକାଳୀନ ପରିସ୍ଥିତିରେ ବଜେଟ ଛପା ସଂପର୍କରେ କାହା ସହିତ କଥା ହେବାକୁ ଅନୁମତି ଦିଆଯାଇଥାଏ। ଅନ୍ୟ କେତେକ କର୍ମଚାରୀ ମଧ୍ୟ ଏହି ସମସ୍ତ କର୍ମଚାରୀଙ୍କ ଖାଦ୍ୟ ଏବଂ ରହିବା ପାଇଁ ବ୍ୟବସ୍ଥା କରିବା ପାଇଁ ନର୍ଥ ବ୍ଲକରେ ରୁହନ୍ତି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର କୈଣସି ପ୍ରକାର ବିପଦ ନେଲେ ନାହିଁ। ଉଲ୍ଲେଖଥାଉ କି, ବର୍ଷ ବର୍ଷ ଧରି ବଜେଟର ମୁଦ୍ରିତ କପି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି।  ଯଦିଓ ମୁଦ୍ରଣ ହ୍ରାସ ହେଉଥିଲା, ତଥାପି ବଜେଟ୍ ମୁଦ୍ରଣ ପରମ୍ପରାର ଧାରା ବଜାଇ ରହିଥିଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

BUDGET-2021: ଚାଷୀଙ୍କୁ ଖୁସି କରିବା ପାଇଁ ଏଥର ବଜେଟରେ ହୋଇପାରେ କିଛି ବଡ ଘୋଷଣା

ନୂଆଦିଲ୍ଲୀ, ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଆସନ୍ତା ଫେବୃୟାରୀ ୧ ତାରିଖରେ ଉପସ୍ଥାପିତ ହେବ। ଏଥର ଅସନ୍ତୁଷ୍ଟ ଚାଷୀଙ୍କ ପାଇଁ ସରକାର ଏହି ବଜେଟରେ ଏକ ବଡ ଘୋଷଣା କରିବେ ବୋଲି ଆଶା କରାଯାଉଛି। ପିଏମ କିସାନ ଯୋଜନା ଅଧୀନରେ ଦିଆଯାଇଥିବା କିଶାନ ସମ୍ମାନ ନିଧିଙ୍କ ପରିମାଣ ୬୦୦୦ ରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଅର୍ଥନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ପରୋକ୍ଷରେ ଏପରି କିଛି ଆଭାସ ଦେଇଛନ୍ତି। ନିର୍ମଳା ସୀତାରମଣ ଏକ ସଭାରେ କହିଛନ୍ତି ଯେ ଏଥର ବଜେଟ୍ ଭିନ୍ନ ହେବ।

ଏକ ବିଶେଷ ସୁତ୍ରରୁ ଜଣାପଡିଛି ଯେ, ସରକାର ବଜେଟ ଉପରେ ସାଧାରଣ ଲୋକଙ୍କ ମତାମତ ଗ୍ରହଣ କରିଛନ୍ତି। ଏହି ମତାମତରୁ ଅଧିକାଂଶ କହିଛନ୍ତି ଯେ, କିଶାନ ସମ୍ମାନ ନିଧିରେ ବାର୍ଷିକ ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ପର‌୍ୟ୍ୟାପ୍ତ ନୁହେଁ । ଏହି ରାଶିକୁ ବୃଦ୍ଧି କରିବା ପାଇଁ ଅନେକ ଦାବି କରିଛନ୍ତି। ଅର୍ଥାତ୍ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ବଜେଟରେ ଆବଣ୍ଟିତ ପରିମାଣ ପୁଣି ଥରେ ବୃଦ୍ଧି କରାଯିବ ବୋଲି ଆଶା କରାଯାଉଛି।

ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ପରିମାଣ ୧.୫୧ ଲକ୍ଷ କୋଟି ଟଙ୍କା ଥିଲା ଯାହା ପରବର୍ତ୍ତୀ ଆର୍ଥିକ ବର୍ଷରେ ୨୦୨୦-୨୧ ରେ ପ୍ରାୟ ୧.୫୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହା ମଧ୍ୟ ଆଲୋଚନା ହେଉଛି ଯେ ବଜେଟ୍ ୨୦୨୧ ରେ, ଅନ୍ୟ କୃଷକ ସମ୍ବନ୍ଧୀୟ ଯୋଜନା ପାଇଁ ଆବଣ୍ଟନ ମଧ୍ୟ ବୃଦ୍ଧି କରାଯିବ। ଏଥିମଧ୍ୟରେ ଗ୍ରାମୀଣ ବିକାଶ, ଚଗ କୃଷି ଜଳସେଚନ ଯୋଜନା, ଚଗ ଫସଲ ବୀମା ଯୋଜନା ଅନ୍ତର୍ଭୁକ୍ତ। ମୋଟ ଉପରେ, କୃଷି ନିୟମକୁ ବିରୋଧ କରି ସୃଷ୍ଟି ହୋଇଥିବା ପରିବେଶକୁ ସରକାର ଶାନ୍ତ କରିବାକୁ ଚାହୁଁଛନ୍ତି।

ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ହିତାଧିକାରୀ କୃଷକମାନେ କହିଛନ୍ତି ଯେ, ସେମାନେ ବାର୍ଷିକ ୬୦୦୦ ଟଙ୍କା ହିସାବରେ ମାସକୁ ୫୦୦ ଟଙ୍କା ପାଆନ୍ତି। ଏହି ରାଶି ୨୦୦୦ ଟଙ୍କା ଲେଖାଏଁ ତିନି କିସ୍ତିରେ ଚାଷୀଙ୍କ ଆକାଉଣ୍ଟରେ ଜମା ହୋଇଥାଏ। ପ୍ରକୃତ ଖର୍ଚ୍ଚ ଦେଖିଲେ ଏହି ପରିମାଣ ବହୁତ କମ ଅଟେ। କାରଣ ଯଦି ଜଣେ କୃଷକଙ୍କର ବହୁତ ଜମି ଅଛି, ତେବେ ଧାନ ଫସଲ କରିବାକୁ ତାଙ୍କୁ ପ୍ରାୟ ୩ ରୁ ୩.୫ ହଜାର ମିଳିବା ଉଚିତ। ଏଥିସହିତ ଗହମ ଫସଲ ପାଇଁ ପ୍ରାୟ ଅଢେଇ ହଜାର ଟଙ୍କା ଦରକାର।

ପ୍ରଧାନମନ୍ତ୍ରୀ କିଷାନ ଯୋଜନା କ’ଣ ଏବଂ ଏହା କେବେ ଆରମ୍ଭ ହେଲା

ପିଏମ କିଶାନ ଯୋଜନା ୧ ଡିସେମ୍ବର ୨୦୧୮ ରେ ଆରମ୍ଭ କରାଯାଇଥିଲା। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ବାର୍ଷିକ ୬୦୦୦ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ୨ ହଜାର ୩ କିସ୍ତି ଆକାରରେ ପଠାଉଛନ୍ତି। ସମସ୍ତ କୃଷକ ଏହି ସୁବିଧା ପାଆନ୍ତି। ଏପ୍ରିଲ-ଜୁଲାଇ, ଅଗଷ୍ଟ-ନଭେମ୍ବର ଏବଂ ଡିସେମ୍ବର-ମାର୍ଚ୍ଚ ମଧ୍ୟରେ ଆକାଉଣ୍ଟକୁ ଟଙ୍କା ପଠାଯାଏ। ପିଏମ କିଶାନ ସମ୍ମାନ ନିଧୀ ଯୋଜନା ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୧.୫୨ କୋଟି ହିତାଧିକାରୀ ଅଛନ୍ତି।

ୱାବ ସାଇଟର ତଥ୍ୟ ଅନୁସାରେ ପିଏମ କିଶାନ ଯୋଜନାର ସମସ୍ତ କାର‌୍ୟ୍ୟ ଅନଲାଇନ୍ କରାଯାଏ ଏବଂ ସଂପୂର୍ଣ୍ଣ ସ୍ୱଚ୍ଛତା ସହିତ କରାଯାଇଥା। ହିତାଧିକାରୀମାନେ ୱେବସାଇଟ୍ ପରିଦର୍ଶନ କରି ସେମାନଙ୍କ ନାମ ଯାଞ୍ଚ କରିପାରିବେ। ସରକାର ଜମା କରିବା ପରେ ଟଙ୍କା କେବେ ଆକାଉଣ୍ଟକୁ ଆସିଲା କି ନାହିଁ କିମ୍ବା କେବେ ଆସିବ ତାହା ମଧ୍ୟ ଜାଣିହେବ।