Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସ୍ବାସ୍ଥ୍ୟ ବିଭାଗ ପାଇଁ ଏଥର ବ୍ୟୟ ବରାଦ ହେଲା ୨,୨୩,୮୪୬ କୋଟି ଟଙ୍କା, ଜାଣନ୍ତୁ କେଉଁଥି ପାଇଁ ଏତେ ଟଙ୍କା
ଜାତୀୟ ଖବର

ସ୍ବାସ୍ଥ୍ୟ ବିଭାଗ ପାଇଁ ଏଥର ବ୍ୟୟ ବରାଦ ହେଲା ୨,୨୩,୮୪୬ କୋଟି ଟଙ୍କା, ଜାଣନ୍ତୁ କେଉଁଥି ପାଇଁ ଏତେ ଟଙ୍କା

February 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସ୍ବାସ୍ଥ୍ୟ ବିଭାଗ ପାଇଁ ଏଥର ବ୍ୟୟ ବରାଦ ହେଲା ୨,୨୩,୮୪୬ କୋଟି ଟଙ୍କା, ଜାଣନ୍ତୁ କେଉଁଥି ପାଇଁ ଏତେ ଟଙ୍କା

Budget2021: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ପ୍ରଥମ ଥର ପାଇଁ ଡିଜିଟାଲ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ୨୦୨୧ରେ ମଧ୍ୟ କୋଭିଡ-୧୯ ବିରୋଧରେ ଭାରତର ଲଢ଼େଇ ଜାରି ରହିବ। ଇତିହାସରେ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ, ଯେତେବେଳେ କୋଭିଡ-୧୯ ପରବର୍ତ୍ତୀ ବିଶ୍ୱର ରାଜନୈତିକ, ଅର୍ଥନୈତିକ ଏବଂ ରଣନୈତିକ ସମ୍ପର୍କ ବଦଳିବାରେ ଲାଗିଛି। ଏହା ଏକ ନୂତନ ଅୟମାରମ୍ଭ ଯେଉଁଥିରେ ଭାରତ ନିଜକୁ ନୂଆ ସମ୍ଭାବନା ଏବଂ ଆଶାର ଏକ ଭୂମି ଭାବେ ଉପସ୍ଥାପିତ କରିଛି।

ତେବେ ଚଳିତ ବଜେଟରେ ସୀତାରମଣ ସ୍ବାସ୍ଥ୍ୟ ବିଭାଗ ଉପରେ ଗୁରୁତ୍ବ ଦେଇଛନ୍ତି। ଏଥର ବଜେଟରେ 137 ପ୍ରତିଶତ ଅଧିକ ବଜେଟ ବ୍ୟବସ୍ଥା କରାଯାଇଛି।

  • ୨୦୨୧-୨୨ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ଓ କଲ୍ୟାଣ କ୍ଷେତ୍ରରେ ୨,୨୩,୮୪୬ କୋଟି ଟଙ୍କା ବଜେଟ ବ୍ୟବସ୍ଥା କରାଯାଇଛି ଯାହାକି ୨୦୨୦-୨୧ ଆର୍ଥିକ ବର୍ଷର ବ୍ୟୟବରାଦ  ୯୪,୪୫୨ କୋଟି ଟଙ୍କା ଠାରୁ ୧୩୭% ଅଧିକ। ତିନୋଟି ପ୍ରମୁଖ କ୍ଷେତ୍ର ନିରାକରଣ, ନିଦାନ ଏବଂ କଲ୍ୟାଣ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ।

ସ୍ୱାସ୍ଥ୍ୟ ଓ କଲ୍ୟାଣରେ ସୁଧାର ପାଇଁ ନିଆଯାଉଥିବା ପଦକ୍ଷେପ:

ଟୀକା

  • ୨୦୨୧-୨୨ ଆର୍ଥିକ ବର୍ଷରେ କୋଭିଡ-୧୯ ଟିକା ପାଇଁ ୩୫,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
  • ଭାରତ ନିର୍ମିତ ନ୍ୟୁମୋକୋକାଲ ଟୀକା ସାରା ଦେଶରେ ଦିଆଯିବ, ବର୍ତ୍ତମାନ ଏହା ୫ଟି ରାଜ୍ୟରେ ଦିଆଯାଉଛି-ଏହା ବାର୍ଷିକ ୫୦,୦୦୦ ଶିଶୁ ମୃତ୍ୟୁ ରୋକିବାରେ ସହାୟକ ହେବ।

ସ୍ୱାସ୍ଥ୍ୟ ବ୍ୟବସ୍ଥା

  • ଆସନ୍ତା ୬ ବର୍ଷ ପାଇଁ ପିଏମ ଆତ୍ମନିର୍ଭର ଯୋଜନାରେ ୬୪,୧୮୦ କୋଟି ଟଙ୍କାର ବ୍ୟୟବରାଦ
  • ସ୍ୱସ୍ଥ ଭାରତ ଯୋଜନା –ଏନଏଚଏମ୍ ଅତିରିକ୍ତ ଏକ ନୂଆ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଆରମ୍ଭ କରାଯିବ।
  • ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱସ୍ଥ ଭାରତ ଯୋଜନା ଅନ୍ତର୍ଗତ ପ୍ରମୁଖ ହସ୍ତକ୍ଷେପ :
  • ୧୭,୭୮୮ଟି ଗ୍ରାମୀଣ ଏବଂ ୧୧, ୦୨୪ଟି ସହରାଞ୍ଚଳ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ପାଇଁ ଗୋଟିଏ ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥାନ
  • ୪ଟି ଆଞ୍ଚଳିକ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି
  • ୧୫ଟି ହେଲ୍ଥ ଏମର୍ଜେନ୍ସି ଅପରେସନ ସେଣ୍ଟର ଏବଂ ୨ଟି ମୋବାଇଲ ହସ୍ପିଟାଲ
  • ସମସ୍ତ ଜିଲ୍ଲାରେ ସମନ୍ବିତ ଜନ ସ୍ୱାସ୍ଥ୍ୟ ପରୀକ୍ଷାଗାର ଏବଂ ୧୧ଟି ରାଜ୍ୟରେ ୩୩୮୨ ବ୍ଲକ ଜନ ସ୍ୱାସ୍ଥ୍ୟ ୟୁନିଟ୍
  • ୬୦୨ଟି ଜିଲ୍ଲାରେ କ୍ରିଟିକାଲ କେୟାର ହସ୍ପିଟାଲ ବ୍ଲକ ଏବଂ ୧୨ଟି କେନ୍ଦ୍ରୀୟ ସଂସ୍ଥାନ
  • ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନଏସଡିସି), ଏହାର ୫ଟି ଆଞ୍ଚଳିକ ଶାଖା ଏବଂ ୨୦ଟି ମେଟ୍ରୋ ପଲିଟାନ ସ୍ୱାସ୍ଥ୍ୟ ନିରୀକ୍ଷଣ ୟୁନିଟର ସୁଦୃଢ଼ୀକରଣ।
  • ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ସଂଯୁକ୍ତ ହେବ ଜାତୀୟ ସ୍ୱାସ୍ଥ୍ୟ ସୂଚନା ପୋର୍ଟାଲର ସମ୍ପ୍ରସାରଣ, ଏହା ସମସ୍ତ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରକୁ ଯୋଡ଼ିବ।
  • ୧୭ ନୂଆ ଜନ ସ୍ୱାସ୍ଥ୍ୟ ୟୁନିଟ ଏବଂ ବର୍ତ୍ତମାନ କାର‌୍ୟ୍ୟକ୍ଷମ ଥିବା ୩୩ଟି ଜନ ସ୍ୱାସ୍ଥ୍ୟ ୟୁନିଟର ସୁଦୃଢ଼ୀକରଣ।
  • ଡବ୍ଲୁଏଚଓ ଦକ୍ଷିଣ-ପୂର୍ବ ଏସିଆ ଆଞ୍ଚଳିକ ୯ ବାୟୋସେଫଟି ଲେଭଲ –ସସସ ଲାବ୍ରୋଟୋରୀ ପାଇଁ ଆଞ୍ଚଳିକ ଗବେଷଣା ପ୍ଲାଟଫର୍ମ।

ପୋଷଣ

  • ମିଶନ ପୋଷଣ ୨.୦ ଶୁଭାରମ୍ଭ କରାଯିବ :
  • ଦେଶରେ ପୋଷଣର ପ୍ରସାର, ପରିସର ଏବଂ ପରିଣାମ ବୃଦ୍ଧି କରିବା ଲାଗି ସହାୟକ ପୋଷଣ କାର‌୍ୟ୍ୟକ୍ରମ ଏବଂ ପୋଷଣ ଅଭିଯାନର ମିଶ୍ରଣ କରାଯିବ।
  • ୧୧୨ଟି ଆକାଂକ୍ଷୀ ଜିଲ୍ଲାରେ ପୁଷ୍ଟିସାଧନ ପରିଣାମରେ ସୁଧାର ଆଣିବା ଲାଗି ସମନ୍ବିତ ରଣନୀତି।

Budget 2021 Health budget
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.