Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

Budget2021: ବ୍ୟାଙ୍କ ଏବଂ ବୀମା କ୍ଷେତ୍ରକୁ ମଜବୁତ କରିବା ପାଇଁ କଣ ଯୋଜନା ଆଣିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ପବ୍ଲିକ ସେକ୍ଟର ବ୍ୟାଙ୍କ ଏବଂ ବୀମା କ୍ଷେତ୍ରକୁ ମଜବୁତ କରିବା ପାଇଁ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଗୁଡିକ ହେଲା..

ପିଏସବିରେ ପୁନଃପୁଞ୍ଜୀକରଣ

  • ପିଏସବିଗୁଡ଼ିକର ବିତ୍ତୀୟ କ୍ଷମତାକୁ ଆହୁରି ଅଧିକ ଏକତ୍ରିତ କରିବା ଲାଗି ୨୦୨୧-୨୨ରେ ୨୦,୦୦୦ କୋଟି ଟଙ୍କାର ଅତିରିକ୍ତ ପୁନଃପୁଞ୍ଜୀକରଣ କରାଯିବ।

ଜମା ବୀମା

  • ଡିଆଇସିଜିସି ଆକ୍ଟ, ୧୯୬୧ରେ ସଂଶୋଧନ କରିବା ଲାଗି ପ୍ରସ୍ତାବ ରହିଛି ଯାହାଫଳରେ ଏହାର ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରାଯିବ ଏବଂ ବ୍ୟାଙ୍କରେ ଜମା କରୁଥିବା ଲୋକମାନେ ସହଜରେ ଏବଂ ନିର୍ଦ୍ଧାରିତ ସମୟରେ ନିଜର ଜମା ରାଶିକୁ ସେହି ସୀମା ପର‌୍ୟ୍ୟନ୍ତ ପାଇପାରିବେ, ଯେଉଁ ସୀମା ପର‌୍ୟ୍ୟନ୍ତ ବୀମା କଭରେଜ ନିର୍ଦ୍ଧାରଣ କରାଯାଇଛି।
  • ସିକ୍ୟୁରିଟାଇଜେସନ ଆଣ୍ଡ ରିକନଷ୍ଟ୍ରକ୍ସନ ଅଫ ଫାଇନାନ୍ସିଆଲ ଆସେଟ୍ସ ଏବଂ ଏନଫୋର୍ସମେଣ୍ଟ ଅଫ ସିକ୍ୟୁରିଟି ଇଣ୍ଟ୍ରେଷ୍ଟ (ଏସଏଆରଏଫଏଇଏସଆଇ)ଆଇନ, ୨୦୦୨ ଅନ୍ତର୍ଗତ ସର୍ବନିମ୍ନ ୧୦୦ କୋଟି ଟଙ୍କାର ସମ୍ପତ୍ତି ଥିବା ଏନବିଏଫସିଗୁଡ଼ିକ ପାଇଁ ଋଣ ଆଦାୟ ପାଇଁ ଯୋଗ୍ୟ ସର୍ବନିମ୍ନ ଋଣର ପରିମାଣକୁ ୫୦ ଲକ୍ଷରୁ ୨୦ ଲକ୍ଷକୁ ହ୍ରାସ କରି ଦିଆଯାଇଛି।

କମ୍ପାନୀ ବ୍ୟାପାର

  • ଲିମିଟେଡ ଲାଏବିଲିଟି ପାର୍ଟନରସିପ (ଏଲଏଲପି) ଆଇନ ୨୦୦୮କୁ ଅପରାଧମୁକ୍ତ କରାଯିବ।
  • କମ୍ପାନୀ ଆଇନ ୨୦୧୩ ଅନ୍ତର୍ଗତ ଲଘୁ କମ୍ପାନୀଗୁଡ଼ିକର ପରିଭାଷାରେ ସଂଶୋଧନ କରାଯିବ ଯାହାର ଅନ୍ତର୍ଗ ପ୍ରଦତ୍ତ ପୁଞ୍ଜି ଲାଗି ସେଗୁଡ଼ିକର ସର୍ବନିମ୍ନ ସୀମା ୫୦ ଲକ୍ଷ ଟଙ୍କା ପରିବର୍ତ୍ତେ ୨ କୋଟିରୁ ଅଧିକ ହେବ ନାହିଁ। ଏହାଛଡ଼ା କାରବାରର ସର୍ବନିମ୍ନ ସୀମା ୨ କୋଟି ପରିବର୍ତ୍ତେ ୨୦ କୋଟି ଟଙ୍କା କରାଯିବ।
  • ଷ୍ଟାର୍ଟଅପ ଏବଂ ନବୋନ୍ମେଷ ଲାଗି କାମ କରୁଥିବା ଲୋକମାନଙ୍କୁ ଓପିସିର ମଞ୍ଜୁରି ପ୍ରଦାନ କରି ଏକାକୀ ବ୍ୟକ୍ତି କମ୍ପାନୀର ନିଗମନକୁ ପ୍ରୋତ୍ସାହିତ କରାଯିବ।
  • ପ୍ରଦତ୍ତ ପୁଞ୍ଜୀ ଏବଂ କାରବାର ଉପରେ ବିନା କୌଣସି ପ୍ରତିବନ୍ଧକରେ ସେଗୁଡ଼ିକର ପ୍ରଗତିକୁ ଅନୁମତି ମିଳିବ।
  • ଯେକୌଣସି ସମୟରେ କମ୍ପାନୀର ପରିବର୍ତ୍ତନକୁ ଅନୁମତି ମିଳିବ।
  • ଯେକୌଣସି ଭାରତୀୟ ନାଗରିକଙ୍କ ପାଇଁ ଓପିସି ପ୍ରତିଷ୍ଠା ନିମନ୍ତେ ନିବାସ ଅବଧି ସୀମା ୧୮୨ ଦିନରୁ କମାଇ ୧୨୦ ଦିନ କରାଯିବ
  • ପ୍ରବାସୀ ଭାରତୀୟ (ଏନଆରଆଇ)ଙ୍କୁ ଭାରତରେ ଓପିସି ପ୍ରତିଷ୍ଠା କରିବା ଲାଗି ଅନୁମତି ମିଳିବ
  • ନିମ୍ନଲିଖିତ ମାଧ୍ୟମରେ ମାମଲାଗୁଡ଼ିକର ସମାଧାନ ସୁନିଶ୍ଚିତ କରାଯିବ
  • ଏନସିଏଲଟି ଢାଞ୍ଚାକୁ ମଜବୁତ କରାଯିବ
  • ଇକୋର୍ଟ-ପ୍ରଣାଳୀକୁ ମଜବୁତ କରିବା
  • ଇ-କୋର୍ଟ ପ୍ରଣାଳୀକୁ ଲାଗୁ କରିବା
  • ଋଣ ସମାଧାନର ବିକଳ୍ପ ଉପାୟ ଆରମ୍ଭ କରିବା ଏବଂ ଏମଏସଏମଇ ଲାଗି ବିଶେଷ ଢାଞ୍ଚା
  • ବର୍ଷ ୨୦୨୧-୨୨ରେ ଡାଟା ବିଶ୍ଳେଷଣ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମେସିନ, ଶିକ୍ଷାଜନିତ ଏମସିଏ ୨୧ ଭର୍ସନ ୩.୦ ଶୁଭାରମ୍ଭ

ପୁଞ୍ଜି ପ୍ରତ୍ୟାହାର ଏବଂ ରଣନୈତିକ ବିକ୍ରି

  • ବଜେଟ ପୂର୍ବାନୁମାନ ୨୦୨୦-୨୧ରେ ପୁଞ୍ଜି ପ୍ରତ୍ୟାହାର ମାଧ୍ୟମରେ ୧,୭୫,୦୦୦ କୋଟି ଟଙ୍କାର ଆନୁମାନିକ ପ୍ରାପ୍ତି ଆଶା କରାଯାଉଛି
  • ବିପିସିଏଲ, ଏୟାର ଇଣ୍ଡିଆ, ଶିପିଂ କର୍ପୋରେସନ ଅଫ ଇଣ୍ଡିଆ, କଣ୍ଟେନର କର୍ପୋରେସନ ଅଫ ଇଣ୍ଡିଆ, ଆଇଡିବିଆଇ ବ୍ୟାଙ୍କ, ବିଇଏମଏଲ, ପବନହଂସ, ନୀଳାଚଳ ଇସ୍ପାତ ନିଗମ ଲିମିଟେଡ ଆଦିର ରଣନୈତିକ ପୁଞ୍ଜି ପ୍ରତ୍ୟାହାର ୨୦୨୦-୨୧ରେ ସମ୍ପୂର୍ଣ୍ଣ ହେବ।
  • ଆଇଡିବିଆଇ ବ୍ୟାଙ୍କ ବ୍ୟତୀତ ଦୁଇଟି ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କ ଏବଂ ଏକ ଜେନେରାଲ ବୀମା କମ୍ପାନୀର ଘରୋଇ କରାଯିବ।
  • ୨୦୨୧-୨୨ରେ ଏଲଆଇସିର ଆଇପିଓ
  • ରଣନୈତିକ ପୁଞ୍ଜିପ୍ରତ୍ୟାହାର ଲାଗି ନୂଆ ନୀତିକୁ ମଞ୍ଜୁରି
  • ସିପିଏସଇ ୪ଟି ରଣନୈତିକ କ୍ଷେତ୍ରରେ ଘରୋଇକରଣକୁ ସ୍ବୀକାର କରାଯାଇଛି
  • ନୀତି ଆୟୋଗ ରଣନୈତିକ ପୁଞ୍ଜି ପ୍ରତ୍ୟାହାର ଲାଗି ପିପିଏସଇର ନୂଆ ସୂଚୀକୁ ଗ୍ରହଣ କରିବ
  • କେନ୍ଦ୍ରୀୟ ପାଣ୍ଠିର ଉପଯୋଗ କରୁଥିବା ରାଷ୍ଟ୍ରାୟତ୍ତ କ୍ଷେତ୍ରର କମ୍ପାନୀଗୁଡ଼ିକର ପୁଞ୍ଜି ପ୍ରତ୍ୟାହାର ଲାଗି ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ।
  • ବେକାର ହୋଇ ପଡ଼ି ରହିଥିବା ଭୂମିର ମୌଦ୍ରିକରଣ ଲାଗି କମ୍ପାନୀ ରୂପରେ ସ୍ବତନ୍ତ୍ର ଉଦ୍ଦେଶ୍ୟ ବାହନ
  • ଦୁଃସ୍ଥିତିରେ ଥିବା ଏବଂ କ୍ଷତି ସହୁଥିବା ସିପିଏସଇକୁ ଠିକ ସମୟରେ ବନ୍ଦ କରିବା ଲାଗି ସଂଶୋଧିତ କାର‌୍ୟ୍ୟ ପ୍ରଣାଳୀର ଶୁଭାରମ୍ଭ

ସରକାରୀ ବିତ୍ତୀୟ ସୁଧାର

  • ସାର୍ବଜନୀନ ଆବେଦନ ଲାଗି ସ୍ବାୟତ୍ତଶାସୀ ସଂସ୍ଥା ନିମନ୍ତେ ଟ୍ରେଜରୀ ସିଙ୍ଗଲ ଆକାଉଣ୍ଟର ସମ୍ପ୍ରସାରଣ
  • ସମବାୟସଂସ୍ଥାଗୁଡ଼ିକ ଲାଗି ଇଜ ଅଫ ଡୁଇଂ ବିଜନେସକୁ ସହଜ କରିବା ନିମନ୍ତେ ପୃଥକ ପ୍ରଶାସନିକ ଢାଞ୍ଚା

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ସ୍ବାସ୍ଥ୍ୟ

ସ୍ବାସ୍ଥ୍ୟ ବିଭାଗ ପାଇଁ ଏଥର ବ୍ୟୟ ବରାଦ ହେଲା ୨,୨୩,୮୪୬ କୋଟି ଟଙ୍କା, ଜାଣନ୍ତୁ କେଉଁଥି ପାଇଁ ଏତେ ଟଙ୍କା

Budget2021: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ପ୍ରଥମ ଥର ପାଇଁ ଡିଜିଟାଲ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ୨୦୨୧ରେ ମଧ୍ୟ କୋଭିଡ-୧୯ ବିରୋଧରେ ଭାରତର ଲଢ଼େଇ ଜାରି ରହିବ। ଇତିହାସରେ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ, ଯେତେବେଳେ କୋଭିଡ-୧୯ ପରବର୍ତ୍ତୀ ବିଶ୍ୱର ରାଜନୈତିକ, ଅର୍ଥନୈତିକ ଏବଂ ରଣନୈତିକ ସମ୍ପର୍କ ବଦଳିବାରେ ଲାଗିଛି। ଏହା ଏକ ନୂତନ ଅୟମାରମ୍ଭ ଯେଉଁଥିରେ ଭାରତ ନିଜକୁ ନୂଆ ସମ୍ଭାବନା ଏବଂ ଆଶାର ଏକ ଭୂମି ଭାବେ ଉପସ୍ଥାପିତ କରିଛି।

ତେବେ ଚଳିତ ବଜେଟରେ ସୀତାରମଣ ସ୍ବାସ୍ଥ୍ୟ ବିଭାଗ ଉପରେ ଗୁରୁତ୍ବ ଦେଇଛନ୍ତି। ଏଥର ବଜେଟରେ 137 ପ୍ରତିଶତ ଅଧିକ ବଜେଟ ବ୍ୟବସ୍ଥା କରାଯାଇଛି।

  • ୨୦୨୧-୨୨ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ଓ କଲ୍ୟାଣ କ୍ଷେତ୍ରରେ ୨,୨୩,୮୪୬ କୋଟି ଟଙ୍କା ବଜେଟ ବ୍ୟବସ୍ଥା କରାଯାଇଛି ଯାହାକି ୨୦୨୦-୨୧ ଆର୍ଥିକ ବର୍ଷର ବ୍ୟୟବରାଦ  ୯୪,୪୫୨ କୋଟି ଟଙ୍କା ଠାରୁ ୧୩୭% ଅଧିକ। ତିନୋଟି ପ୍ରମୁଖ କ୍ଷେତ୍ର ନିରାକରଣ, ନିଦାନ ଏବଂ କଲ୍ୟାଣ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ।

ସ୍ୱାସ୍ଥ୍ୟ ଓ କଲ୍ୟାଣରେ ସୁଧାର ପାଇଁ ନିଆଯାଉଥିବା ପଦକ୍ଷେପ:

ଟୀକା

  • ୨୦୨୧-୨୨ ଆର୍ଥିକ ବର୍ଷରେ କୋଭିଡ-୧୯ ଟିକା ପାଇଁ ୩୫,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
  • ଭାରତ ନିର୍ମିତ ନ୍ୟୁମୋକୋକାଲ ଟୀକା ସାରା ଦେଶରେ ଦିଆଯିବ, ବର୍ତ୍ତମାନ ଏହା ୫ଟି ରାଜ୍ୟରେ ଦିଆଯାଉଛି-ଏହା ବାର୍ଷିକ ୫୦,୦୦୦ ଶିଶୁ ମୃତ୍ୟୁ ରୋକିବାରେ ସହାୟକ ହେବ।

ସ୍ୱାସ୍ଥ୍ୟ ବ୍ୟବସ୍ଥା

  • ଆସନ୍ତା ୬ ବର୍ଷ ପାଇଁ ପିଏମ ଆତ୍ମନିର୍ଭର ଯୋଜନାରେ ୬୪,୧୮୦ କୋଟି ଟଙ୍କାର ବ୍ୟୟବରାଦ
  • ସ୍ୱସ୍ଥ ଭାରତ ଯୋଜନା –ଏନଏଚଏମ୍ ଅତିରିକ୍ତ ଏକ ନୂଆ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଆରମ୍ଭ କରାଯିବ।
  • ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱସ୍ଥ ଭାରତ ଯୋଜନା ଅନ୍ତର୍ଗତ ପ୍ରମୁଖ ହସ୍ତକ୍ଷେପ :
  • ୧୭,୭୮୮ଟି ଗ୍ରାମୀଣ ଏବଂ ୧୧, ୦୨୪ଟି ସହରାଞ୍ଚଳ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ପାଇଁ ଗୋଟିଏ ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥାନ
  • ୪ଟି ଆଞ୍ଚଳିକ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି
  • ୧୫ଟି ହେଲ୍ଥ ଏମର୍ଜେନ୍ସି ଅପରେସନ ସେଣ୍ଟର ଏବଂ ୨ଟି ମୋବାଇଲ ହସ୍ପିଟାଲ
  • ସମସ୍ତ ଜିଲ୍ଲାରେ ସମନ୍ବିତ ଜନ ସ୍ୱାସ୍ଥ୍ୟ ପରୀକ୍ଷାଗାର ଏବଂ ୧୧ଟି ରାଜ୍ୟରେ ୩୩୮୨ ବ୍ଲକ ଜନ ସ୍ୱାସ୍ଥ୍ୟ ୟୁନିଟ୍
  • ୬୦୨ଟି ଜିଲ୍ଲାରେ କ୍ରିଟିକାଲ କେୟାର ହସ୍ପିଟାଲ ବ୍ଲକ ଏବଂ ୧୨ଟି କେନ୍ଦ୍ରୀୟ ସଂସ୍ଥାନ
  • ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନଏସଡିସି), ଏହାର ୫ଟି ଆଞ୍ଚଳିକ ଶାଖା ଏବଂ ୨୦ଟି ମେଟ୍ରୋ ପଲିଟାନ ସ୍ୱାସ୍ଥ୍ୟ ନିରୀକ୍ଷଣ ୟୁନିଟର ସୁଦୃଢ଼ୀକରଣ।
  • ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ସଂଯୁକ୍ତ ହେବ ଜାତୀୟ ସ୍ୱାସ୍ଥ୍ୟ ସୂଚନା ପୋର୍ଟାଲର ସମ୍ପ୍ରସାରଣ, ଏହା ସମସ୍ତ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରକୁ ଯୋଡ଼ିବ।
  • ୧୭ ନୂଆ ଜନ ସ୍ୱାସ୍ଥ୍ୟ ୟୁନିଟ ଏବଂ ବର୍ତ୍ତମାନ କାର‌୍ୟ୍ୟକ୍ଷମ ଥିବା ୩୩ଟି ଜନ ସ୍ୱାସ୍ଥ୍ୟ ୟୁନିଟର ସୁଦୃଢ଼ୀକରଣ।
  • ଡବ୍ଲୁଏଚଓ ଦକ୍ଷିଣ-ପୂର୍ବ ଏସିଆ ଆଞ୍ଚଳିକ ୯ ବାୟୋସେଫଟି ଲେଭଲ –ସସସ ଲାବ୍ରୋଟୋରୀ ପାଇଁ ଆଞ୍ଚଳିକ ଗବେଷଣା ପ୍ଲାଟଫର୍ମ।

ପୋଷଣ

  • ମିଶନ ପୋଷଣ ୨.୦ ଶୁଭାରମ୍ଭ କରାଯିବ :
  • ଦେଶରେ ପୋଷଣର ପ୍ରସାର, ପରିସର ଏବଂ ପରିଣାମ ବୃଦ୍ଧି କରିବା ଲାଗି ସହାୟକ ପୋଷଣ କାର‌୍ୟ୍ୟକ୍ରମ ଏବଂ ପୋଷଣ ଅଭିଯାନର ମିଶ୍ରଣ କରାଯିବ।
  • ୧୧୨ଟି ଆକାଂକ୍ଷୀ ଜିଲ୍ଲାରେ ପୁଷ୍ଟିସାଧନ ପରିଣାମରେ ସୁଧାର ଆଣିବା ଲାଗି ସମନ୍ବିତ ରଣନୀତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

BUDGET-2021: ଚାଷୀଙ୍କୁ ଖୁସି କରିବା ପାଇଁ ଏଥର ବଜେଟରେ ହୋଇପାରେ କିଛି ବଡ ଘୋଷଣା

ନୂଆଦିଲ୍ଲୀ, ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଆସନ୍ତା ଫେବୃୟାରୀ ୧ ତାରିଖରେ ଉପସ୍ଥାପିତ ହେବ। ଏଥର ଅସନ୍ତୁଷ୍ଟ ଚାଷୀଙ୍କ ପାଇଁ ସରକାର ଏହି ବଜେଟରେ ଏକ ବଡ ଘୋଷଣା କରିବେ ବୋଲି ଆଶା କରାଯାଉଛି। ପିଏମ କିସାନ ଯୋଜନା ଅଧୀନରେ ଦିଆଯାଇଥିବା କିଶାନ ସମ୍ମାନ ନିଧିଙ୍କ ପରିମାଣ ୬୦୦୦ ରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଅର୍ଥନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ପରୋକ୍ଷରେ ଏପରି କିଛି ଆଭାସ ଦେଇଛନ୍ତି। ନିର୍ମଳା ସୀତାରମଣ ଏକ ସଭାରେ କହିଛନ୍ତି ଯେ ଏଥର ବଜେଟ୍ ଭିନ୍ନ ହେବ।

ଏକ ବିଶେଷ ସୁତ୍ରରୁ ଜଣାପଡିଛି ଯେ, ସରକାର ବଜେଟ ଉପରେ ସାଧାରଣ ଲୋକଙ୍କ ମତାମତ ଗ୍ରହଣ କରିଛନ୍ତି। ଏହି ମତାମତରୁ ଅଧିକାଂଶ କହିଛନ୍ତି ଯେ, କିଶାନ ସମ୍ମାନ ନିଧିରେ ବାର୍ଷିକ ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ପର‌୍ୟ୍ୟାପ୍ତ ନୁହେଁ । ଏହି ରାଶିକୁ ବୃଦ୍ଧି କରିବା ପାଇଁ ଅନେକ ଦାବି କରିଛନ୍ତି। ଅର୍ଥାତ୍ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ବଜେଟରେ ଆବଣ୍ଟିତ ପରିମାଣ ପୁଣି ଥରେ ବୃଦ୍ଧି କରାଯିବ ବୋଲି ଆଶା କରାଯାଉଛି।

ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ପରିମାଣ ୧.୫୧ ଲକ୍ଷ କୋଟି ଟଙ୍କା ଥିଲା ଯାହା ପରବର୍ତ୍ତୀ ଆର୍ଥିକ ବର୍ଷରେ ୨୦୨୦-୨୧ ରେ ପ୍ରାୟ ୧.୫୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହା ମଧ୍ୟ ଆଲୋଚନା ହେଉଛି ଯେ ବଜେଟ୍ ୨୦୨୧ ରେ, ଅନ୍ୟ କୃଷକ ସମ୍ବନ୍ଧୀୟ ଯୋଜନା ପାଇଁ ଆବଣ୍ଟନ ମଧ୍ୟ ବୃଦ୍ଧି କରାଯିବ। ଏଥିମଧ୍ୟରେ ଗ୍ରାମୀଣ ବିକାଶ, ଚଗ କୃଷି ଜଳସେଚନ ଯୋଜନା, ଚଗ ଫସଲ ବୀମା ଯୋଜନା ଅନ୍ତର୍ଭୁକ୍ତ। ମୋଟ ଉପରେ, କୃଷି ନିୟମକୁ ବିରୋଧ କରି ସୃଷ୍ଟି ହୋଇଥିବା ପରିବେଶକୁ ସରକାର ଶାନ୍ତ କରିବାକୁ ଚାହୁଁଛନ୍ତି।

ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ହିତାଧିକାରୀ କୃଷକମାନେ କହିଛନ୍ତି ଯେ, ସେମାନେ ବାର୍ଷିକ ୬୦୦୦ ଟଙ୍କା ହିସାବରେ ମାସକୁ ୫୦୦ ଟଙ୍କା ପାଆନ୍ତି। ଏହି ରାଶି ୨୦୦୦ ଟଙ୍କା ଲେଖାଏଁ ତିନି କିସ୍ତିରେ ଚାଷୀଙ୍କ ଆକାଉଣ୍ଟରେ ଜମା ହୋଇଥାଏ। ପ୍ରକୃତ ଖର୍ଚ୍ଚ ଦେଖିଲେ ଏହି ପରିମାଣ ବହୁତ କମ ଅଟେ। କାରଣ ଯଦି ଜଣେ କୃଷକଙ୍କର ବହୁତ ଜମି ଅଛି, ତେବେ ଧାନ ଫସଲ କରିବାକୁ ତାଙ୍କୁ ପ୍ରାୟ ୩ ରୁ ୩.୫ ହଜାର ମିଳିବା ଉଚିତ। ଏଥିସହିତ ଗହମ ଫସଲ ପାଇଁ ପ୍ରାୟ ଅଢେଇ ହଜାର ଟଙ୍କା ଦରକାର।

ପ୍ରଧାନମନ୍ତ୍ରୀ କିଷାନ ଯୋଜନା କ’ଣ ଏବଂ ଏହା କେବେ ଆରମ୍ଭ ହେଲା

ପିଏମ କିଶାନ ଯୋଜନା ୧ ଡିସେମ୍ବର ୨୦୧୮ ରେ ଆରମ୍ଭ କରାଯାଇଥିଲା। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ବାର୍ଷିକ ୬୦୦୦ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ୨ ହଜାର ୩ କିସ୍ତି ଆକାରରେ ପଠାଉଛନ୍ତି। ସମସ୍ତ କୃଷକ ଏହି ସୁବିଧା ପାଆନ୍ତି। ଏପ୍ରିଲ-ଜୁଲାଇ, ଅଗଷ୍ଟ-ନଭେମ୍ବର ଏବଂ ଡିସେମ୍ବର-ମାର୍ଚ୍ଚ ମଧ୍ୟରେ ଆକାଉଣ୍ଟକୁ ଟଙ୍କା ପଠାଯାଏ। ପିଏମ କିଶାନ ସମ୍ମାନ ନିଧୀ ଯୋଜନା ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୧.୫୨ କୋଟି ହିତାଧିକାରୀ ଅଛନ୍ତି।

ୱାବ ସାଇଟର ତଥ୍ୟ ଅନୁସାରେ ପିଏମ କିଶାନ ଯୋଜନାର ସମସ୍ତ କାର‌୍ୟ୍ୟ ଅନଲାଇନ୍ କରାଯାଏ ଏବଂ ସଂପୂର୍ଣ୍ଣ ସ୍ୱଚ୍ଛତା ସହିତ କରାଯାଇଥା। ହିତାଧିକାରୀମାନେ ୱେବସାଇଟ୍ ପରିଦର୍ଶନ କରି ସେମାନଙ୍କ ନାମ ଯାଞ୍ଚ କରିପାରିବେ। ସରକାର ଜମା କରିବା ପରେ ଟଙ୍କା କେବେ ଆକାଉଣ୍ଟକୁ ଆସିଲା କି ନାହିଁ କିମ୍ବା କେବେ ଆସିବ ତାହା ମଧ୍ୟ ଜାଣିହେବ।