ଆଜି ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ, ପାଖାପାଖି ଦୁଇ ଲକ୍ଷ କୋଟି ଛୁଇଁବ

Published: Feb 22, 2021, 9:29 am IST

ଭୁବନେଶ୍ୱର:  ଆଜି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ । ଆଜି ଅପରାହ୍ଣରେ ସେ ଏହି ବଜେଟ୍ ଉପସ୍ଥାପନ କରିବେ। ଚଳିତ ବଜେଟର ଆକାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଟପିବାର ସମ୍ଭାବନା ରହିଛି। ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ବଜେଟ୍ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଥିଲା।

ଗତ ଥରର ବଜେଟ୍ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୧୧.୧ ପ୍ରତିଶତ ଅଧିକ ଥିଲା। କରୋନା ମହାମାରୀ ପରେ ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ। ଗତ ବଜେଟରେ ଅନୁଦାନ ଦିଆଯାଇଥିବା ଅର୍ଥ କରୋନା ପାଇଁ ଖର୍ଚ୍ଚ କରାଯାଇଛି। ସେଥିପାଇଁ ଏଥରର ବଜେଟ କଳେବର କିପରି ରହିବ ସେ ନେଇ ସମସ୍ତଙ୍କର ଅପେକ୍ଷା ରହିଛି। ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ୪.୯ ପ୍ରତିଶତ କମିବ ବୋଲି ଆକଳନ କରାଯାଇଛି ।

Related posts