ବିଧାନସଭାରେ ଉପସ୍ଥାପିତ ହେଲା ରାଜ୍ୟ ବଜେଟ, 1 ଲକ୍ଷ 70 ହଜାର କୋଟି ଟଙ୍କାର ବ୍ୟୟ ଅଟକଳ

Published: Feb 22, 2021, 5:02 pm IST

ଭୁବନେଶ୍ବର, ରାଜ୍ୟ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବର୍ତ୍ତମାନ 2021-22 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଛନ୍ତି। ଏଥର ବଜେଟ ଆକାର 1 ଲକ୍ଷ 70 ହଜାର କୋଟି ଟଙ୍କାର ହୋଇଛି। ପ୍ରଶାସନିକ ବ୍ୟବସ୍ଥା ପାଇଁ 85 ହଜାର କୋଟି ଟଙ୍କା ବ୍ୟବରାଦ କରାଯାଇଛି। ସେହିପରି କାଳିଆ ଯୋଜନା ପାଇଁ 1800 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ବିପର୍ଯ୍ୟୟ ପ୍ରଶମନ ପାଇଁ 3 ହଜାର 50 କୋଟି ଟଙ୍କା, ବିଭିନ୍ନ କାର୍ଯ୍ୟକ୍ରମ ପାଇଁ 75 ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

Related posts