ବିଧାନସଭାରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦ ହଜାର କୋଟି ଟଙ୍କାର କୃଷି ବଜେଟ କଲେ ଆଗତ

Published: Feb 22, 2021, 5:21 pm IST

ଭୁବନେଶ୍ବର, ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ସାଧାରଣ ବଜେଟ ସହିତ କୃଷି ବଜେଟ ମଧ୍ୟ ଉପସ୍ଥାପିତ କରିଛନ୍ତି। କୃଷି କ୍ଷେତ୍ରରେ ଥିବା ବିଭିନ୍ନ ବିଭାଗ ପାଇଁ ନିମ୍ନ ବ୍ୟୟ ଅଟକଳ କରାଯାଇଛି। ସେଗୁଡିକ ହେଲା

ବିହନ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି

ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ବ୍ୟୟବରାଦ

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି ବ୍ୟୟବରାଦ

କଳାହାଣ୍ଡି ଓ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ

ଜଳସେଚନ ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ

ବନ୍ୟାନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ବ୍ୟୟବରାଦ

ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦କୋଟି

ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ବ୍ୟୟବରାଦ

ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ

ଅଚଳ ଉଠା ଜଳସେଚନ ପଏଣ୍ଟ ପୁନରୁଦ୍ଧାର ପାଇଁ ୧୬୦ କୋଟି

ବିପର୍ଯ୍ୟୟରେ ତ୍ୱରିତ କ୍ଷତିପୂରଣ ପାଇଁ ୫୬୦ କୋଟି

ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୪୧୫ କୋଟି

ମାଛଧରା ଜେଟି ଓ ମାଛ ବଜାର ପାଇଁ ୧୦୦ କୋଟି

ପଶୁଙ୍କୁ ଚିକିତ୍ସା ପାଇଁ ଆରମ୍ଭ ହେବ ପଶୁ ହେଲ୍ପ ଲାଇନ ସେବା

ରାଜ୍ୟରେ ପ୍ରତିଷ୍ଠା ହେବ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳୟ

କୃଷି ବଜେଟ ପାଇଁ ମୋଟ ୧୭,୪୬୮ କୋଟି ବ୍ୟୟବରାଦ

ଓମ୍ବାଡସି ଓ ଡିଏମଏଫରୁ କୃଷି କ୍ଷେତ୍ରରେ ୪୪୭ କୋଟି ବିନିଯୋଗ ହେବ

ମନରେଗାରୁ ୧୯୬୬ କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ ଯୋଜନା

୨୦୨୧-୨୨ରେ କୃଷି କ୍ଷେତ୍ରରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ବ୍ୟୟବରାଦ

Related posts