Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉଦ୍‌ଘାଟିତ ହେଲା ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳା, ଏଥର ମିଶନଶକ୍ତି ଓ ମହିଳା ଉଦ୍ୟୋଗୀଙ୍କୁ ଗୁରୁତ୍ୱ
ଜାତୀୟ ଖବର

ଉଦ୍‌ଘାଟିତ ହେଲା ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳା, ଏଥର ମିଶନଶକ୍ତି ଓ ମହିଳା ଉଦ୍ୟୋଗୀଙ୍କୁ ଗୁରୁତ୍ୱ

March 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉଦ୍‌ଘାଟିତ ହେଲା ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳା, ଏଥର ମିଶନଶକ୍ତି ଓ ମହିଳା ଉଦ୍ୟୋଗୀଙ୍କୁ ଗୁରୁତ୍ୱ

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ନବମ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳାକୁ ଭର୍ଚୁଆଲ୍‌ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ମିଶନ ଶକ୍ତି ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରି ମେଳାରେ ଅଂଶଗ୍ରହଣ କରିଥିବା ୩୨୦ଟିି ଏମ୍‌ଏସ୍‌ଏମ୍‌ଇ ଓ ୬୦ଟି ଷ୍ଟାର୍ଟ ଅପ୍‌କୁ ସ୍ୱାଗତ ଜଣାଇଥିଲେ ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଏମ୍‌ଏସ୍‌ଏମ୍‌ଇରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ଥିବା ହେତୁ ଏହି ଦିଗରେ ଅଧିକରୁ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି ମେଳାରେ ଉଦ୍ୟୋଗ ନିମନ୍ତେ ଆଲୋଚନା ଚକ୍ର, ସଂପାନ, ସମସ୍ୟା ସମାଧାନ ଶିବିର, ନୂତନ ସୁଯୋଗ ସୃଷ୍ଟି ତଥା ଉଦ୍ୟୋଗୀ ଓ ଅଧିକାରୀମାନଙ୍କ ମଧ୍ୟରେ ମତବିନିମୟର ସୁଯୋଗ ସୃଷ୍ଟି କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ସେ ଦର୍ଶାଇଥିଲେ।

ବିଶେଷ ଭାବେ ଓଡ଼ିଶାରେ ରହିଥିବା ସମ୍ବଳର ଯଥାଯଥ ଉପଯୋଗ କରି ତାକୁ କିପରି ବିଶ୍ୱବଜାରରେ ପହଞ୍ଚାଯାଇ ପରିବ ସେଥିନେଇ ଉଦ୍ୟମ ଜାରି ରଖିଥିବା ସେ ସୂଚନା ଦେଇଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସରକାର ଏହି କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦେଉଥିବା ଦର୍ଶାଇ ଆମେ କୋଭିଡ୍‌ ମହାମାରୀ ସତ୍ତେ୍ୱ ୩୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିପାରିଛୁ ବୋଲି କହିଥିଲେ । ସେ ରାଜ୍ୟ ସରକାର ଲ୍ୟାଣ୍ଡ ବ୍ୟାଙ୍କରେ ଏଥିପାଇଁ ପର୍ଯ୍ୟାପ୍ତ ଜମି ଗଚ୍ଛିତ ରଖିଥିବା, ସିଙ୍ଗଲ ୱିଣ୍ଡୋ କାର୍ଯ୍ୟକାରୀ କରିବା ଓ ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ ଏଥିପ୍ରତି ଯନିବାନ ହେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା ଦର୍ଶାଇଥିଲେ।

ପ୍ରାରମ୍ଭରେ ମେଳା ସଂପର୍କରେ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଅଳ୍ପ ସମୟ ମଧ୍ୟରେ ଆମେ ଏହାକୁ ଆୟୋଜନ କରିଥିବାରୁ ଏଥର ବାହାର ଦେଶରୁ ଉଦ୍ୟୋଗୀଙ୍କୁ ଏହି ମେଳାରେ ସାମିଲ କରାଯାଇ ପାରି ନଥିବା କହିଥିଲେ । ତେବେ ମେଳାରେ ପ୍ରତିଟି ଦିଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ବିଶେଷ ଭାବେ ଏମ୍‌ଏସ୍‌ଏମଇ କ୍ଷେତ୍ରରେ ଅଭିଜ୍ଞତା ଥିବା ବିଶେଷଜ୍ଞମାନଙ୍କୁ ପ୍ରତିଦିନ ମେଳା ପରିସରରେ ହେବାକୁ ଥିବା ସେମିନାରକୁ ଡକା ଯାଇ ଭାବବିନିମୟ କରାଯିବ ବୋଲି ସେ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରୁ ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ରାଜ୍ୟ ସରକାର ଏହି ବିଭାଗର ବାର୍ଷିକ ବଜେଟକୁ ଇତି ମଧ୍ୟରେ ଦୁଇଗୁଣା କରିଥିବାରୁ ଏହାର ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇଥିବା କହିଥିଲେ ।

ଏହି ମେଳାରେ ପ୍ରତି ହ୍ୟାଙ୍ଗରରେ ୬୦ଟି ହିସାବରେ ୫ଟି ହ୍ୟାଙ୍ଗରରେ ପ୍ରାୟ ୩୨୦ଟି ଷ୍ଟଲ ଖୋଲାଯାଇଛି । ଗୋଟିଏ ହ୍ୟାଙ୍ଗର ସ୍ୱତନ୍ତ୍ର ଭାବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ମିଶନ ଶକ୍ତିର ଉଦ୍ୟୋଗୀଙ୍କ ନିମନ୍ତେ ରଖାଯାଇଛି । ବୃହତ୍‌ ଶିଳ୍ପାନୁଷ୍ଠାନ ମଧ୍ୟରେ ନାଲ୍‌କୋ, ମହାନଦୀ କୋଲ୍‌ ଫିଲଡସ୍‌, ପାରାଦ୍ୱୀପ ରିଫେରିନାରୀ ରହିଥିବାବେଳେ ବିଭିନ୍ନ ବ୍ୟାଙ୍କ, ଶିଳ୍ପ ତାଲିମ କେନ୍ଦ୍ର, କଟକ, ଆଇଆଇଟି-ଭୁବନେଶ୍ୱର ଏବଂ ମୋ ସ୍କୁଲ, କୟେର ବୋର୍ଡ, ଓସିସିସିଏଲ୍‌, ଓଆର୍‌ଟିଏସ୍‌ଏସ୍‌ ପ୍ରଭୃତି ସଂସ୍ଥା ଅଂଶଗ୍ରହଣ କରିଛନ୍ତି ।

ଏହି ମେଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଶିଳ୍ପ ନିର୍ଦ୍ଦେଶକ ଜି. ରେଘୁ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ ପ୍ରମୁଖ ମଂଚାସୀନ ଥିଲେ ।

ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳା ମିଶନଶକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026
Latest News

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.