Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଲୋକସଭାରେ ଜାତୀୟ ଇସ୍ପାତ ନୀତି ସଂପର୍କରେ କଣ କହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଜାତୀୟ ଖବର

ଲୋକସଭାରେ ଜାତୀୟ ଇସ୍ପାତ ନୀତି ସଂପର୍କରେ କଣ କହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଲୋକସଭାରେ ଜାତୀୟ ଇସ୍ପାତ ନୀତି ସଂପର୍କରେ ଏକ ପ୍ରଶ୍ନର ଉତ୍ତରରେ କଣ କହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,  ଜାତୀୟ ଇସ୍ପାତ ନୀତି ସୂଚୀତ କରେ ଯେ ସରକାର ଦୀର୍ଘକାଳନୀ ପରିକଳ୍ପନା ସୂତ୍ରରେ ଦେଶର ଇସ୍ପାତ କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇଦେବେ। ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି ଯେ, ଏହି ନୀତିରେ ଦର୍ଶାଯାଇଛି ଯେ ଦେଶରେ ପ୍ରଯୁକ୍ତି ଦୃଷ୍ଟିରୁ ଅତ୍ୟାଧୁନିକ ତଥା ବୈଶ୍ୱିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଇସ୍ପାତ ଶିଳ୍ପର ବିକାଶ ଘଟାଯିବ ଯାହା ଇସ୍ପାତ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରାଇବ ଏବଂ ଦେଶର ଆର୍ଥିକ ବିକାଶରେ ମଧ୍ୟ ସହାୟକ ହେବ।

ସେ ଆହୁରି କହିଛନ୍ତି ଯେ, ଯେହେତୁ ଇସ୍ପାତ ଏକ ଅଣନିୟନ୍ତ୍ରିତ କ୍ଷେତ୍ର, ସରକାର ଏଥିପାଇଁ କେବଳ ଆବଶ୍ୟକ ସୁଯୋଗ ଓ ପ୍ରୋତ୍ସାହନ ହିଁ ଯୋଗାଇଦେବେ। ଇସ୍ପାତ କ୍ଷେତ୍ରର ବିକାଶ ନିମନ୍ତେ ଆବଶ୍ୟକ ଅନୁକୂଳ ଓ ଉପଯୁକ୍ତ ବାତାବରଣ ସୃଷ୍ଟି କରାଯିବ। ସରକାର ଏ ଦିଗରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ସଂପର୍କରେ ନିମ୍ନରେ ସୂଚନା ପ୍ରଦାନ କରାଗଲା:-

– ଘରୋଇ ଭାବେ ଉତ୍ପାଦିତ ଲୌହ ଓ ଇସ୍ପାତ ଉତ୍ପାଦ (ଡିଏମଆଇ ଏଣ୍ଡ ଏସପି) ନୀତି ପ୍ରବର୍ତ୍ତନ କରାଯାଇଛି ଯାହାର ଉଦ୍ଦେଶ୍ୟ ହେଲା ଘରୋଇ ଭାବେ ଉତ୍ପାଦିତ ଇସ୍ପାତ ଉତ୍ପାଦନ ଏବଂ ଉପଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା।

– ଷ୍ଟିଲ ସ୍କ୍ରାପ ନୀତି ପ୍ରବର୍ତ୍ତନ ଦ୍ୱାରା ଘରୋଇ ଭାବେ ସୃଷ୍ଟ ସ୍କ୍ରାପ୍ ଉପଲବ୍ଧତା ବୃଦ୍ଧି ପାଇବ।

– ଗୁଣାତ୍ମକ ଷ୍ଟିଲ ନିୟନ୍ତ୍ରଣ ଆଦେଶନାମା ଜାରି ଦ୍ୱାରା ଅଣ-ମାନଯୁକ୍ତ ଷ୍ଟିଲ ଉତ୍ପାଦନ ଓ ଆମଦାନିକୁ ନିୟନ୍ତ୍ରଣ କରାଯିବ।

– ଇସ୍ପାତ ଆମଦାନୀ ନିମନ୍ତେ ଅତ୍ୟାଧୁନିକ ପଂଜୀକରଣ ପାଇଁ ଷ୍ଟିଲ ଆମଦାନି ମନିଟରିଂ ସିଷ୍ଟମ୍ (ଏସଆଇଏମଏସ) କାର‌୍ୟ୍ୟକାରୀ କରାଯାଉଛି।

– ବିଭିନ୍ନ ହିତଧାରକ ଯେଉଁମାନଙ୍କ ମଧ୍ୟରେ ଶିଳ୍ପ ସଂଘ ଏବଂ ଦେଶର ଅଗ୍ରଣୀ ଘରୋଇ ଇସ୍ପାତ ଶିଳ୍ପ ସଂସ୍ଥା ସାମିଲ, ସେମାନଙ୍କ ସହିତ ଆଲୋଚନା କରାଯାଇ ଏହି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାବଳୀର ଆଲୋଚନା କରାଯାଇ ସେସବୁକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କ ସଂପୃକ୍ତ ମନ୍ତ୍ରଣାଳୟ/ ବିଭାଗ ଦ୍ୱାରା ସମାଧାନ କରାଯିବ।

– ବିଭିନ୍ନ ହିତଧାରକ ଯେଉଁଥିରେ ରେଳବାଇ, ପ୍ରତିରକ୍ଷା, ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ, ଗୃହନିର୍ମାଣ, ବେସାମରିକ ବିମାନ ଚଳାଚଳ, ସଡ଼କ ପହିବହନ ଓ ରାଜମାର୍ଗ, କୃଷି ଓ ଗ୍ରାମାଞ୍ଚଳ ବିକାଶ ଭଳି ମନ୍ତ୍ରଣାଳୟ, ବିଭାଗ ସାମିଲ ସେମାନଙ୍କ ସହ ଆଲୋଚନା କରାଯାଇ ଦେଶରେ ଇସ୍ପାତର ସାମଗ୍ରିକ ଚାହିଦା ବୃଦ୍ଧି ନିମନ୍ତେ କାର‌୍ୟ୍ୟପନ୍ଥା ଗ୍ରହଣ କରାଯିବ।

– ସରକାରଙ୍କ ଦ୍ୱାରା ନିକଟରେ ଘୋଷିତ ଉତ୍ପାଦନ ସଂଲଗ୍ନ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଅଧୀନରେ ‘ସ୍ୱତନ୍ତ୍ର ଇସ୍ପାତ’କୁ ସାମିଲ କରାଯିବ।

– ବିଭିନ୍ନ ଯୋଜନା ଯାହାକି ଭିନ୍ନ ଭିନ୍ନ ସମୟରେ ବିଜ୍ଞପିତ କରାଯାଇଛି ଓ ସେଥିରେ ରପ୍ତାନୀ ଭିତ୍ତିକ ଉତ୍ପାଦନ ନିମନ୍ତେ ବ୍ୟବହୃତ ସାମଗ୍ରୀ ସକାଶେ ଟିକସ ଓ ଉପକର ଯଥା ‘ଡ୍ୟୁଟି ଡ୍ରବ୍ୟାକ୍ ଯୋଜନା’ ଓ ‘ଆଡ଼ଭାନ୍ସଡ଼୍ ଅଥରାଇଜେସନ୍ ଯୋଜନା’ ଇତ୍ୟାଦି ଫେରସ୍ତ ଓ ଛାଡ଼ ଲାଗି ପ୍ରତିଶ୍ରୁତି ପ୍ରଦାନ କରାଯାଇଛି ତାହା ରପ୍ତାନୀଯୋଗ୍ୟ ସାମଗ୍ରୀର ପ୍ରତିଦ୍ୱନ୍ଦ୍ୱୀ ମୂଲ୍ୟ ନିର୍ଦ୍ଧାରଣରେ ସହାୟକ ହେବ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ମିଳୁ ନାହାଁନ୍ତି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, କାରଣ ଦର୍ଶା ନୋଟିସ ଜାରୀ କଲା ଦଳ

March 15, 2026

କାନଭାସରେ ୬୪ ଯୋଗିନୀ, ଆକର୍ଷିତ କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026
Latest News

ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ପଦ୍ମଶ୍ରୀ ପ୍ରଫେସର ହର୍‍ମାନ କୁଲ୍‍କେଙ୍କ ସ୍ମୃତିସଭା

March 15, 2026

ରାଜ୍ୟସଭା ନିର୍ବାଚନ: ମିଳୁ ନାହାଁନ୍ତି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, କାରଣ ଦର୍ଶା ନୋଟିସ ଜାରୀ କଲା ଦଳ

March 15, 2026

ଦ୍ଵିତୀୟ ପର୍ଯ୍ୟାୟ ‘’ଉଲ୍ଲାସ” ପରୀକ୍ଷାରେ ଯୋଗ ଦେଲେ ୧୫୦୦ ନିରକ୍ଷର ପୁରୁଷ ଓ ମହିଳା

March 15, 2026

୭୦୦ ରୁ ଅଧିକ ପଦବୀ ପାଇଁ HPCL ରେ ନିଯୁକ୍ତି: ଶୀଘ୍ର କରନ୍ତୁ ଆବେଦନ

March 15, 2026

କାନଭାସରେ ୬୪ ଯୋଗିନୀ, ଆକର୍ଷିତ କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.