Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ଉପଭୋକ୍ତାଙ୍କୁ ସୁରକ୍ଷା ଯୋଗାଇବାକୁ ଅଣ୍ଟା ଭିଡ଼ିଲା ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ
ଆଜିର ଖବର

ଓଡ଼ିଶାର ଉପଭୋକ୍ତାଙ୍କୁ ସୁରକ୍ଷା ଯୋଗାଇବାକୁ ଅଣ୍ଟା ଭିଡ଼ିଲା ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ

March 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜିକାଲି ଉପଭୋକ୍ତାମାନେ ପ୍ରତି ଜାଗାରେ, ପ୍ରତି ମୁହୂର୍ତ୍ତରେ ଠକେଇର ଶିକାର ହେବାରେ ଲାଗିଛନ୍ତି। ସରକାରଙ୍କର ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଉପଭୋକ୍ତାମାନଙ୍କ ସ୍ୱାର୍ଥ, ସୁରକ୍ଷା ଓ ସଚେତନତା ପାଇଁ କାମ କରୁଥିବା ଅନେକ ସାମାଜିକ ସଂଗଠନ ଏଥିପାଇଁ କାମ କରୁଥିବା ସତ୍ତ୍ୱେ ସଠିକ ଭାବରେ ଲୋକ ସଚେତନତା ହୋଇପାରୁ ନଥିବାରୁ ସାଧାରଣ ଜନତା ଠକେଇର ଶିକାର ହେଉଥିବା ପ୍ରତିଦିନର ଖବରକାଗଜ ଓ ମିଡ଼ିଆରେ ଶୀର୍ଷ ମଣ୍ଡନ କରୁଛି।

ଏଭଳି ପରିସ୍ଥିତିରୁ ସୁଧାର ଆଣିବା ଲକ୍ଷ୍ୟରେ ଅଖିଳ ଭାରତୀୟ ଗ୍ରାହକ କଳ୍ୟାଣ ପରିଷଦ, ଓଡ଼ିଶା ଶାଖା ଦୃଢ ପଦକ୍ଷେପ ନେବାର ଶପଥ ନେଇ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ କେଦାର ଲେନରେ ଥିବା ଉତ୍କଳ ଖଦୀ ମଣ୍ଡଳ (ମହାତ୍ମା ଗାନ୍ଧୀ ଭବନ) ପରିସରରେ ରାଜ୍ୟ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛି।

ଉକ୍ତ କାର୍ଯ୍ୟାଳୟକୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଜଗତସିଂହପୁର ଲୋକସଭା ସାଂସଦ ଡ. ରାଜଶ୍ରୀ ମଲ୍ଲିକ ଓ ଖଦୀ ମଣ୍ଡଳର ସଭାପତି ତଥା ସଂଗଠନର ରାଜ୍ୟ ସଭାପତି ବର୍ଷିୟାନ ଗାନ୍ଧିବାଦୀ ନେତା ବୈଷ୍ଣବ ଚରଣ ଦାସଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ସହ ବିଶ୍ୱ ଉପଭୋକ୍ତା ଅଧିକାର ସପ୍ତାହ ପାଳନ ଉପଲକ୍ଷେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ, ଓଡ଼ିଶା ଶାଖା ଓ ଭାରତୀୟ ମାନକ ବ୍ୟୁରୋର ମଳିତ ଆନୁକୂଲ୍ୟରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା।

ଏହି ସଭାରେ ମାନ୍ୟବର ସାଂସଦ, ମାନ୍ୟବର ମନ୍ତ୍ରୀ, ସଂଗଠନର ରାଜ୍ୟ ସଭାପତି, ଭାରତୀୟ ମାନକ ବ୍ୟୁରୋ ଓଡ଼ିଶା କାର୍ଯ୍ୟାଳୟର ନିର୍ଦ୍ଦେଶକ ଦିବେନ୍ଦୁ ଚକ୍ରବର୍ତ୍ତୀ, ସମାଜସେବୀ ଚିଦାମ୍ବିକା ଖଟୁଆ, ସମାଜସେବୀ ଲୋରା ମହାପାତ୍ର, ସଂଗଠନର ମୁଖ୍ୟ କାର୍ଯ୍ୟକାରୀ ସଭାପତି ଅଶୋକ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

ଉକ୍ତ ସଭାକାର୍ଯ୍ୟ ପ୍ରାରମ୍ଭରେ ସଂଗଠନର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେବା ପରେ ରାଜ୍ୟ ସାଧାରଣ ସମ୍ପାଦକ ସୁନାକର ବେହେରା, ସଂଗଠନର ଭିତ୍ତିଭୂମି ଓ ଆଭିମୁଖ୍ୟ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ସଂଗଠନର ରାଜ୍ୟ ସଭାପତି ବୈଷ୍ଣବ ଚରଣ ଦାସଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆଗେଇ ଚାଲିଥିଲା।

ରାଜ୍ୟ କାର୍ଯ୍ୟକାରୀ ସଭାପତି ଉପଭୋକ୍ତାଙ୍କ ଅଧିକାର ସମ୍ପର୍କରେ ଉପସ୍ଥିତି ବିଭିନ୍ନ ଜିଲ୍ଲା, ବ୍ଲକସ୍ତରରୁ ଆସିଥିବା ଉପଭୋକ୍ତା କର୍ମୀମାନଙ୍କୁ ମାର୍ଗଦର୍ଶନ କରିବା ପରେ ଏ ଦିଗରେ କାର୍ଯ୍ୟ କରି ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରିଥିବା ୮ଜଣ ଉପଭୋକ୍ତା କର୍ମୀଙ୍କୁ ମାନ୍ୟବର ସାଂସଦ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ।

ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ସଂଗଠନର କାର୍ଯ୍ୟାଳୟ ପରିଚାଳନା ଦାୟିତ୍ୱରେ ଥିବା ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ସ୍ୱାଇଁଙ୍କ ଫୋନ ନଂ-୯୮୬୧୮୬୯୯୨୭ ଓ ସାଧାରଣ ସମ୍ପାଦକ ଶ୍ରୀ ବେହେରାଙ୍କ ଫୋନ୍ ନଂ-୯୨୩୮୦୫୮୧୨୯ ନମ୍ବରରେ ଯୋଗାଯୋଗ କରି ସମସ୍ୟା ସମାଧାନର ମାର୍ଗଦର୍ଶନ ନେଇପାରିବେ ବୋଲି ଘୋଷଣା କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ସମାଜସେବୀ ମନୋରଞ୍ଜନ ମହାନ୍ତି, ସଂଗଠନର ଜିଲ୍ଲା ସଭାପତି ପ୍ରଳୟ ପଟ୍ଟନାୟକ, ସମ୍ପାଦକ ଅକ୍ଷୟ କୁମାର ସ୍ୱାଇଁ, ମହେନ୍ଦ୍ର ମହାପାତ୍ର, ଉତ୍କଳ ଖଦୀ ମଣ୍ଡଳର ତତ୍ତ୍ୱାବଧାରକ ପ୍ରଭାସ କୁମାର ସେଠୀଙ୍କ ସମେତ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ଓଡ଼ିଶା ମହିଳା ମଣ୍ଡଳର ରାଜ୍ୟ ସଭାନେତ୍ରୀ ଗୀତାଞ୍ଜଳି ସ୍ୱାଇଁଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରି କାର୍ଯ୍ୟକୁ ସଫଳତାର ସହ ଆଗେଇ ନେଇଥିଲେ। ସଭା ଶେଷରେ ସଂଗଠନର ରାଜ୍ୟ କୋଷାଧ୍ୟକ୍ଷ ଯଶୋବନ ରାଉତ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ: ୨.୫ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ, ୬ ଫେରାର୍

February 13, 2026

“ମୋର ଓଜନ ହ୍ରାସ ପାଇଛି…”: IND vs PAK ମ୍ୟାଚ୍ ପୂର୍ବରୁ ନିଜ ସ୍ୱାସ୍ଥ୍ୟ ସୂଚନା ଦେଲେ ଅଭିଷେକ ଶର୍ମା

February 13, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026

ଆଜି କେତେ କମିଲା ସୁନା ଦର: ଜାଣନ୍ତୁ ରୂପା ମୂଲ୍ୟ

February 13, 2026
Latest News

ଓଡ଼ିଶାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ: ୨.୫ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ, ୬ ଫେରାର୍

February 13, 2026

“ମୋର ଓଜନ ହ୍ରାସ ପାଇଛି…”: IND vs PAK ମ୍ୟାଚ୍ ପୂର୍ବରୁ ନିଜ ସ୍ୱାସ୍ଥ୍ୟ ସୂଚନା ଦେଲେ ଅଭିଷେକ ଶର୍ମା

February 13, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026

ଆଜି କେତେ କମିଲା ସୁନା ଦର: ଜାଣନ୍ତୁ ରୂପା ମୂଲ୍ୟ

February 13, 2026

ପାକିସ୍ତାନକୁ ଝଟକା: ରୁଷ ସହ ୧୦,୦୦୦ କୋଟିର ଚୁକ୍ତି, ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.