Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଥମ ଥର ପାଇଁ ରାଜ୍ୟରେ ଏମଏସଏମଇ ର ହେବ ଗଣନା, ଖଦୀକୁ ଦିଆଯିବ ପ୍ରାଧାନ୍ୟ
ବିଶେଷ ଖବର

ପ୍ରଥମ ଥର ପାଇଁ ରାଜ୍ୟରେ ଏମଏସଏମଇ ର ହେବ ଗଣନା, ଖଦୀକୁ ଦିଆଯିବ ପ୍ରାଧାନ୍ୟ

April 9, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଥମ ଥର ପାଇଁ ରାଜ୍ୟରେ ଏମଏସଏମଇ ର ହେବ ଗଣନା, ଖଦୀକୁ ଦିଆଯିବ ପ୍ରାଧାନ୍ୟ

ଭୁବନେଶ୍ବର, କୋଭିଡ୍‌ ପରିସ୍ଥିତି ସତ୍ବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିଭାଗର ନୋଡାଲ୍‌ ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ସେମାନେ କ୍ଷେତ୍ରକୁ ଯାଇ ପ୍ରତ୍ୟକ୍ଷ ଭାବେ ରହିଥିବା ସମସ୍ୟା ସଂପର୍କରେ ଅବଗତ ହେବା ସହ ତା’ର ସମାଧାନ ଦିଗରେ ପ୍ରଚେଷ୍ଟା କଲେ ଅନେକ ସୁଫଳ ମିଳି ପାରିବ ବୋଲି ଆଜି ସମସ୍ତ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନଙ୍କୁ ନେଇ ଆୟୋଜିତ ଏକ ଭିଡ଼ିଓ କନ୍‌ଫରେନ୍ସରେ ଏହା କୁହାଯାଇଛି ।

ପ୍ରାରମ୍ଭରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ବିଭାଗର କାର୍ଯ୍ୟଧାରାକୁ ଆହୁରି ଲୋକାଭିମୁଖୀ କରିବାକୁ ଅଧିକାରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲ।  ଅଧିକ ନିଯୁକ୍ତି ଆତ୍ମନିଯୁକ୍ତିର ସୁଯୋଗ ଥିବା ଏହି ବିଭାଗ ରାଜ୍ୟ ତଥା ଦେଶର ଅର୍ଥନୀତିରେ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନେଇ ପାରିବ ବୋଲି କହିବା ସହ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଭାଗ ପ୍ରତି ଅଧିକ ଆସ୍ଥା ପ୍ରକଟ କରି ଚଳିତ ଥର ବଜେଟକୁ ଦ୍ୱିଗୁଣ କରିଥିବାରୁ ଆମ କାର୍ଯ୍ୟଧାରାକୁ ସେହିଭଳି ଅଧିକ ଦକ୍ଷ ଓ ପାରଦର୍ଶୀ କରିବାକୁ ପଡ଼ିବ ବୋଲି ସେ କହିଥିଲେ।

ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଖଦୀକୁ ଅଧିକ ଲୋକ ପ୍ରିୟ କରି ଅଧିକ ଲୋକ କିପରି ଖଦୀର ବ୍ୟବହାର କରି ପାରିବେ ସେ ନେଇ କେତେକ ଗଠନମୂଳକ କାର୍ଯ୍ୟ ହାତକୁ ନେବାକୁ କହିଥିଲେ। ‘ଆମ କୃଷି’ ଭଳି ଏମ୍‌ଏସ୍‌ଏମ୍‌ଇ ବିଭାଗ ତରଫରୁ ‘ଆମ ଉଦ୍ୟୋଗୀ’ ଦୂରଦର୍ଶନ (ଓଡ଼ିଆ)ରେ ପ୍ରସାରଣ କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ। ବିଭିନ୍ନ ମଲ୍‌ ଏବଂ ବଡ଼ ବଡ଼ ଆଉଟ୍‌ଲେଟ୍‌ଗୁଡ଼ିକରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ ଆକର୍ଷଣୀୟ ପ୍ୟାକେଜିଂ ଏବଂ ବାର୍‌କୋଡ୍‌ ପ୍ରଚଳନ କରିବାକୁ ଗୁରୁତ୍ୱ ଆରୋପ କରାଯାଇଥିଲା।

ସରକାର ଏସ୍‌ଏଚ୍‌ଜିଗୁଡ଼ିକର ସଶକ୍ତିକରଣ ଉଦ୍ଦେଶ୍ୟରେ ଅବ୍ୟବହୃତ ସଂପତ୍ତିଗୁଡ଼ିକୁ ମିଶନ ଶକ୍ତିକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ଏଣିକି ଏମ୍‌ଏସ୍‌ଏମ୍‌ଇକୁ ଏସ୍‌ଏଚ୍‌ଜି କୈନ୍ଦ୍ରିକ କରିବାକୁ ହେବ। ତେଣୁ ଏଣିକି ରାଜ୍ୟରେ ମହିଳା ଉଦ୍ୟୋଗ ପ୍ରତି ଗୁରୁତ୍ୱ ପ୍ରଦାନ କରିବାକୁ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ ଭାବେ ପ୍ୟାକେଜିଂ ଉପରେ ଅଧିକ ଦୃଷ୍ଟି ଦେବାକୁ ହେବ ।

ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଆମର ଉନ୍ନତ ମାନର ଉତ୍ପାଦଗୁଡ଼ିକ ଆକର୍ଷଣୀୟ ପ୍ୟାକେଜିଂର ଅଭାବ ହେତୁ ବଜାରରେ ଆଦୃତ ହେବାରେ ବିଫଳ ହେଉଥିବା ଦର୍ଶାଇଥିଲେ । ସେ ଦିଗରେ ପାରଦର୍ଶିତା ପ୍ରଦର୍ଶନ ନିମନ୍ତେ କେତେକ ବଛା ବଛା ଅଧିକାରୀମାନଙ୍କୁ ମାଷ୍ଟର ଟ୍ରେନିଂ ପାଇଁ କୋଲକତାଠାରେ ହେବାକୁ ଥିବା ଟ୍ରେନିଂ ନିମେନ୍ତ ପଠାଇବାକୁ ପରାମର୍ଶ ଦିଆଯାଇଥିଲା । ସେମାନେ ତାଲିମରୁ ଫେରି ଅନ୍ୟମାନଙ୍କୁ ଅନୁରୂପ ତାଲିମ ପ୍ରଦାନ କରିବେ। ଏପରି କି କେତେକ ଷ୍ଟାର୍ଟ ଅପ୍‌ମାନଙ୍କୁ ମଧ୍ୟ ପ୍ୟାକେଜିଂ ୟୁନିଟ୍‌ ପ୍ରତିଷ୍ଠା ନିମନ୍ତେ ପ୍ରୋତ୍ସାହିତ କରାଯିବ।

ଆଇଇସିରେ ସୁନ୍ଦର ଓ ଆକର୍ଷଣୀୟ ପୋଷ୍ଟର ତିଆରି କରି ବିଭିନ୍ନ ସ୍ଥାନରେ ଲଗାଇବା ଏବଂ ପ୍ରଚାର ସାମଗ୍ରୀ ବିକଶିତ କରିବା ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଯେଉଁ ଉଦ୍ୟୋଗଗୁଡ଼ିକ କୋଭିଡ୍‌ ପ୍ୟାକେଜ୍‌ ପାଇଛନ୍ତି ସେମାନଙ୍କୁ ପତ୍ର ଲେଖି ରାଜ୍ୟର ଅର୍ଥନୀତିରେ ତାଙ୍କର ଯୋଗଦାନକୁ ପ୍ରଶଂସା କରିବା ଉପରେ ଆଲୋଚନା କରାଯାଇଥିଲା । ଏଥି ସହିତ ବିଭାଗର ଯେଉଁସବୁ ସୁବିଧା କେନ୍ଦ୍ର ରହିଛି ସେଠାରେ ଆଇଇସି ପ୍ରଚାର ପତ୍ରଗୁଡ଼ିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

ଏହି କାର୍ଯ୍ୟ କରିବା ପାଇଁ ସାଧାରଣ ପରିଚାଳକମାନଙ୍କୁ ଅର୍ଥ ପ୍ରଦାନ କରାଯାଇଥିବା ଦର୍ଶାଯାଇଥିଲା । ଜିଲ୍ଲାଗୁଡ଼ିକ ଜିଲ୍ଲା ପାଳମାନଙ୍କ ପରାମର୍ଶ ଅନୁସାରେ ଅନ୍ତତଃ ୩ ବର୍ଷିଆ ସମ୍ଭାବ୍ୟ ଜିଲ୍ଲା ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ସେହି ପରି ପିଏମ୍‌ଇଜି ପରି ଏକ କଫି ଟେବୁଲ ପୁସ୍ତିକା ମୁଦ୍ରଣ କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି । ତା’ଛଡ଼ା ଦୈନନ୍ଦିନ ହାସଲ କରୁଥିବା ଉଲ୍ଲେଖନୀୟ ଘଟଣାବଳୀକୁ ଟୁଇଟ୍‌ କରି ସୋସିଆଲ୍‌ ମିଡ଼ିଆରେ ଦେବା ପାଇଁ ପ୍ରକ୍ରିୟାକୁ ଅପ୍‌ଡେଟ୍‌ କରିବାକୁ ପରାମର୍ଶ ଦିଆଯାଇଥିଲା ।

ପ୍ରମୁଖ ସଚିବ ‘ଉଦ୍ୟମ’ ଅଧୀନରେ ପଂଜୀକରଣ ଉତ୍ସାହଜନକ ହୋଇ ପାରି ନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିଥିଲେ । ଷ୍ଟାର୍ଟ ଅପ୍‌ରେ ସ୍ୱତନ୍ତ୍ର ଭାବେ ଏକ ଭିଡ଼ିଓ କନ୍‌ଫରେନ୍ସିଂ କରିବାକୁ ପ୍ରସ୍ତାବ ରଖାଯାଇଛି । ତା’ଛଡ଼ା ଶିଳ୍ପାଞ୍ଚଳଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବାକୁ କୁହାଯାଇଥିଲା ।

ପିଏମ୍‌ଇଏଫ୍‌ ଯୋଜନାରେ ଓଡ଼ିଶା ଦେଶରେ ଦ୍ୱିତୀୟ ରାଜ୍ୟ ଭାବେ ପରିଗଣିତ ହୋଇଥିବା ଖୁସିର ବିଷୟ । ଉତ୍ତର ପ୍ରଦେଶ ପ୍ରଥମ ଓ ଓଡ଼ିଶା ଦ୍ୱିତୀୟ ସ୍ଥାନ ହାସଲ କରିଛି । ତେଣୁ ଆଗାମୀ ଦିନରେ ଅଧିକ ପରିଶ୍ରମ କରି ଦେଶରେ ପ୍ରଥମ ହେବାକୁ କାର୍ଯ୍ୟ କରିବାକୁ କୁହାଯାଇଛି । ସେହି ପରି ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଚଳିତ ଆର୍ଥିକ ବର୍ଷରେ ତା’ର କାରବାରକୁ ଗତବର୍ଷ ୫୨୨ କୋଟି ସ୍ଥାନରେ ଏଥର ୬୧୨ କୋଟିରେ ପହଞ୍ଚି ପାରିଥିବା ଯୋଗୁଁ ଖୁସି ବ୍ୟକ୍ତ କରାଯାଇଛି ।

ବିଶେଷ ଭାବେ ଜାତୀୟ ରାଜ ପଥକୁ ବିଟୁମେନ୍‌ ବିକ୍ରୟ ଆରମ୍ଭ କରାଯିବା, ଉଚ୍ଚଶିକ୍ଷା ବିଭାଗର ନିର୍ମାଣ କାର୍ଯ୍ୟ ହାତକୁ ନେବା ଏବଂ ଶକ୍ତି ବିଭାଗର ବିଦୁ୍ୟତ କାର୍ଯ୍ୟ କରିବା ଯୋଗୁଁ ଏହା ସମ୍ଭବ ହୋଇ ପାରିଥିବା କୁହାଯାଇଛି । ୨୦୨୨ରେ ଏହାକୁ ୭୫୦ କୋଟି ଏବଂ ୨୦୨୩ ବେଳକୁ ୧ ହଜାର କୋଟିରେ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ସେହି ପରି ଓଡ଼ିଶା ପୂର୍ବାଞ୍ଚଳ ରାଜ୍ୟମାନଙ୍କ ମଧ୍ୟରେ ପ୍ରଥମ ରାଜ୍ୟ ଯାହା ପ୍ରତି ଜିଲ୍ଲାରେ ଜିଲ୍ଲା ରପ୍ତାନୀ କମିଟି ଗଠନ କରି ପାରିଛି । ଏଥି ସହିତ ଜିଲ୍ଲା ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ଏବଂ ଜିଲ୍ଲାଓ୍ୱାରୀ ଉତ୍ପାଦ ଚିହ୍ନଟ କରାଯାଇ ପାରିଛି । ରତ୍ପାନୀ ପ୍ରୋତ୍ସାହନ ଚଳିତ ଆର୍ଥିକ ବର୍ଷରେ ମାର୍ଚ୍ଚ ଶେଷ ସୁଦ୍ଧା ୭୫ ହଜାର କୋଟିରେ ପହଞ୍ଚି ପାରିଛି । ଗତବର୍ଷ ଏହା ୪୭ ହଜାର କୋଟି ଥିଲା । ତା’ଛଡ଼ା ବାର୍ଷିକ ଋଣ ଯୋଜନାରେ ରାଜ୍ୟ ୩୨ କୋଟି ଟଙ୍କା ଋଣ ପ୍ରଦାନ କରିବାରେ ସମର୍ଥ ହୋଇ ପାରିଛି ।

ଓଡ଼ିଶା ରାଜ୍ୟରେ ପ୍ରଥମ ଥର ପାଇଁ ଏମ୍‌ଏସ୍‌ଏମ୍‌ଇ ସେନ୍‌ସସ୍‌ କାର୍ଯ୍ୟକ୍ରମ ହାତକୁ ନେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଫଳରେ ଏକ ପୂର୍ଣ୍ଣାଙ୍ଗ ଡାଟାବେସ୍‌ ବିଭାଗ ପାଖରେ ରହିବ ଏବଂ ଏହା ଯୋଜନା ପ୍ରସ୍ତୁତିରେ ସାହାଯ୍ୟ କରିବ। ତେଣୁ ଏହି ଦୂରଦର୍ଶୀ କାର୍ଯ୍ୟକ୍ରମକୁ କ୍ରିୟାନ୍ୱିତ କରିବା ପାଇଁ ଏହାର ପ୍ରକ୍ରିୟା ଉ ପରେ ଅଧିକ ଜୋର ଦିଆଯାଇଛି। ଏହି ଗଣନାରେ ରାଜ୍ୟରେ କେତେ ଉଦ୍ୟୋଗ ରହିଛି, ତା’ମଧ୍ୟରେ କେତେ କାର୍ଯ୍ୟକ୍ଷମ ରହିଛି, କେତେ ବନ୍ଦ ରହିଛି, କେଉଁ ପ୍ରକାରର ଉଦ୍ୟୋଗ, ଉଦ୍ୟୋଗର ସଠିକ୍‌ ଠିକଣା, କାର୍ଯ୍ୟ କରୁଥିବା ମାନବସମ୍ବଳର ସଂଖ୍ୟା, ବାର୍ଷିକ ଆୟବ୍ୟୟ, ଉଦ୍ୟୋଗୀ ମହିଳା କି ପୁରୁଷ ଇତ୍ୟାଦି ଅନେକ ତଥ୍ୟ ରହିବ। ଏଥିପାଇଁ ଏକ ମଡେଲ ତଥ୍ୟ ସଂଗ୍ରହ ଫର୍ମାଟ ବିକଶିତ କରିବାକୁ ପରାମର୍ଶ ଦିଆଯାଇଛି।

ପିଏମ୍‌ଏଫ୍‌ଏମ୍‌ଇ ଯୋଜନାରେ ଓଡ଼ିଶା ସାରା ଭାରତରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସେହି ପରି ୮୨ କୋଟି ଟଙ୍କା ବ୍ୟୟରେ ଏକ ନୂତନ ଓ ଅତ୍ୟାଧୁନିକ ଖଦୀ ଭବନ ନିର୍ମାଣ କରି ଖଦୀର ବହୁଳ ପ୍ରଚାର ପ୍ରସାର କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ବିଭାଗ ଏହି ସଫଳତାର ହାର ବଜାୟ ରଖି ଓଡ଼ିଶାକୁ ଦେଶର ସର୍ବୋତ୍କୃଷ୍ଟ ରାଜ୍ୟରେ ପରିଣତ କରିବା ପାଇଁ ଉଦ୍ୟମ କରିବାକୁ ମାନ୍ୟବର ମନ୍ତ୍ରୀ କ୍ୟାପଟେନ୍‌ ମିଶ୍ର ପରାମର୍ଶ ଦେଇଛନ୍ତି।

ଏମଏସଏମଇ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

August 22, 2026

ବିଷାକ୍ତ ସାପ କାମୁଡ଼ାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ

August 22, 2026

ମହାନଦୀରୁ ୨ ନାବାଳିକା ଉଦ୍ଧାର

August 22, 2026
Latest News

ସେପ୍ଟେମ୍ବର ୧ରୁ ନୂଆ ନିୟମ!: ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଆବଶ୍ୟକ ନାହିଁ ଶାରୀରିକ ବୋର୍ଡିଂ ପାସ୍ 

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026

ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

August 22, 2026

ତେଲେଙ୍ଗାନାରେ ରାଜନୈତିକ ଉତ୍ତେଜନା!: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଜମି ଦୁର୍ନୀତି ଅଭିଯୋଗ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.