Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସେଲର ରାଉରକେଲା ସୁପର ସ୍ପେଶାଲିଟି ହସ୍ପିଟାଲ୍ ହେଲା କୋଭିଡ୍ କେୟାର ହସ୍ପିଟାଲ୍
ବିଶେଷ ଖବର

ସେଲର ରାଉରକେଲା ସୁପର ସ୍ପେଶାଲିଟି ହସ୍ପିଟାଲ୍ ହେଲା କୋଭିଡ୍ କେୟାର ହସ୍ପିଟାଲ୍

April 16, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସେଲର ରାଉରକେଲା ସୁପର ସ୍ପେଶାଲିଟି ହସ୍ପିଟାଲ୍ ହେଲା କୋଭିଡ୍ କେୟାର ହସ୍ପିଟାଲ୍

ନୂଆଦିଲ୍ଲୀ, ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡର ରାଉରକେଲା ସ୍ଥିତ ସୁପର ସ୍ପେଶାଲିଟି ହସ୍ପିଟାଲକୁ କୋଭିଡ୍ କେୟାର ହସ୍ପିଟାଲ୍ ରୂପେ ଉପଯୋଗ ନିମନ୍ତେ ଅନୁମୋଦନ ପ୍ରଦାନ କରାଯାଇଛି । ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭରତ ସରକାରଙ୍କ ଇସ୍ପାତ ଏବଂ ପିଏନଜି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ସ୍ଥିତ ସେଲ ସୁପର ସ୍ପେଶାଲିଟି ହସ୍ପିଟାଲକୁ କୋଭିଡ୍ କେୟାର ହସ୍ପିଟାଲ୍ ଭାବରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋଭିଡ ବିରୁଦ୍ଧରେ ଦେଶର ସଂଗ୍ରାମରେ ସେଲ ସହଭାଗିତା କରିବା ସହ ଯତପରୋନାସ୍ତି ଯୋଗଦାନ ଦେଉଛି ।

କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ସୁପର ସ୍ପେଶାଲିଟି ହସ୍ପିଟାଲର ଆଇସିୟୁ ସୁବିଧା ବ୍ୟବହାର ପାଇଁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ମଧ୍ୟ ଅନୁରୋଧ କରିଥିଲେ। ସେଲ ଆରଏସପିର ସୁପର ସ୍ପେଶାଲିଟି ହସ୍ପିଟାଲରେ ଉପଲବ୍ଧ ୬୦ ଶଯ୍ୟା ବିଶିଷ୍ଟ ଆଇସିୟୁ ସୁବିଧା କୋଭିଡ-୧୯ ଚିକିତ୍ସା ସେବା ପାଇଁ ବ୍ୟବହୃତ ହେବ । ଏହି ଡାକ୍ତରଖାନା ରାଜ୍ୟରେ କୋଭିଡ ରୋଗୀଙ୍କ ଚିକିତ୍ସା ସୁବିଧାକୁ ଅଧିକ ସୁଦୃଢ କରିବ ।

ଗତ ବର୍ଷ କୋଭିଡ ମହାମାରୀର ପ୍ରକୋପ ଆରମ୍ଭ ହେବାଠାରୁ ସେଲ କାନ୍ଧରେ କାନ୍ଧ ମିଳାଇ ଏହାର ମୁକାବିଲା କରିଆସୁଛି । କମ୍ପାନୀ ପିଏମ କେୟାର୍ସ ପାଣ୍ଠିରେ ୩୦ କୋଟି ଟଙ୍କା ଯୋଗଦାନ କରିବା ସହିତ କର୍ମଚାରୀମାନେ ମଧ୍ୟ ଏହି ପାଣ୍ଠିକୁ ଗୋଟିଏ ଦିନର ଦରମା ପ୍ରଦାନ କରିଥିଲେ । ସେଲ ଦ୍ୱାରା ଗ୍ରହଣ କରାଯାଇଥିବା ବିବିଧ ପ୍ରୟାସ ମାଧ୍ୟମରେ କରୋନା ବିରୁଦ୍ଧରେ ଲଢେଇକୁ ଅଧିକ ବ୍ୟାପକ କରିବା ସହିତ ଏହାର ବିଭିନ୍ନ ପ୍ଲାଣ୍ଟ ଏବଂ ୟୁନିଟ୍ ଗୁଡିକ ସ୍ଥାନୀୟ ପ୍ରଶାସନ ସହିତ ସହଭାଗିତା କରିଆସୁଛନ୍ତି ।

ଏହି କ୍ରମରେ କମ୍ପାନୀର ହସ୍ପିଟାଲଗୁଡିକରେ ସ୍ଵାସ୍ଥ୍ୟସେବା ସୁବିଧାଗୁଡିକୁ ଅଧିକ ବିସ୍ତୃତ କରାଯାଇଥିଲା । ସେଲ ରାଉରକେଲା ଇସ୍ପାତ କାରଖାନାର ଇସ୍ପାତ ଜେନେରାଲ ହସ୍ପିଟାଲରେ ଏକ କୋଭିଡ-୧୯ ପରୀକ୍ଷା କେନ୍ଦ୍ର ସ୍ଥାପନା କରାଯାଇଥିଲା ଯାହା ନିରନ୍ତର କାର‌୍ୟ୍ୟ କରୁଛି ଏବଂ ମହାମାରୀ ବିରୋଧରେ ଓଡିଶାର ସଂଗ୍ରାମରେ ସହଯୋଗ କରୁଛି । ଅନ୍ନଦାନ ଯୋଜନା ଅଧୀନରେ ସେଲ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଏହାର ପାରିପାର୍ଶ୍ୱିକ ଅଞ୍ଚଳରେ ଶୁଖିଲା ରାସନ ଏବଂ ଖାଦ୍ୟ ବଣ୍ଟନ କରିଛି ।

raurkela Raurkela Hospital
Share. Facebook Twitter LinkedIn Email WhatsApp Copy Link

Related Posts

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ସୁପ୍ରିମକୋର୍ଟରେ SIR ଶୁଣାଣି: ଇସି ବିରୋଧରେ ଅନେକ ଅଭିଯୋଗ ଆଣିଲେ ମମତା ବାନାର୍ଜୀ

February 4, 2026

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଦାୟିତ୍ଵବାନ ଦେଶ ତାଲିକାର ଶ୍ରେଷ୍ଠ ୧୦ ରେ ନାହାନ୍ତି ଚୀନ୍, ରୁଷ କିମ୍ବା ଆମେରିକା: ଜାଣନ୍ତୁ ଭାରତର ସ୍ଥିତି

February 4, 2026
Latest News

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.