Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ତାଳଚେର ସାର କାରଖାନାକୁ ନେଇ କେନ୍ଦ୍ର କ୍ୟାବିନେଟରେ ନିଆଗଲା ବଡ ନିଷ୍ପତି
ଜାତୀୟ ଖବର

ତାଳଚେର ସାର କାରଖାନାକୁ ନେଇ କେନ୍ଦ୍ର କ୍ୟାବିନେଟରେ ନିଆଗଲା ବଡ ନିଷ୍ପତି

April 20, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ତାଳଚେର ସାର କାରଖାନାକୁ ନେଇ କେନ୍ଦ୍ର କ୍ୟାବିନେଟରେ ନିଆଗଲା ବଡ ନିଷ୍ପତି

ନୂଆଦିଲ୍ଲୀ, ତାଳଚେର ସାରକାରଖାନା (ଟିଏଫଏଲ) ଦ୍ୱାରା କୋଇଲା ବାଷ୍ପୀକରଣ (କୋଲ ଗ୍ୟାସିଫିକେସନ) ବ୍ୟବସ୍ଥାରେ ଉତ୍ପାଦିତ ୟୁରିଆ ନିମନ୍ତେ ସ୍ୱତନ୍ତ୍ର ସବ୍‌ସିଡି ନୀତି ପ୍ରବର୍ତ୍ତନ କରିବାକୁ କେନ୍ଦ୍ର ସାର ମନ୍ତ୍ରଣାଳୟ ଯେଉଁ ପ୍ରସ୍ତାବ ଉପସ୍ଥାପିତ କରିଥିଲା ତାହାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି ।

ଉଦ୍ଦେଶ୍ୟ: ଦେଶରେ ରଣ କୌଶଳାତ୍ମକ ଊର୍ଜ୍ଜା ନିରାପତ୍ତା ନୀତି, ୟୁରିଆ ସାର କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଓ ଦେଶରେ ଗଚ୍ଛିତ ଥିବା ବିପୁଳ କୋଇଲା ସମ୍ପଦକୁ ବିଚାରକୁ ନେଇ କେନ୍ଦ୍ର ସରକାର କୋଲ ଗ୍ୟାସିଫିକେସନ ବ୍ୟବସ୍ଥାରେ ୟୁରିଆ ଉତ୍ପାଦନ କରିବାକୁ ତାଳଚେର କାରଖାନାକୁ ଅନୁମତି ଦେବାକୁ ନୀତିଗତଭାବେ ନିଷ୍ପତି ନେଇଥିଲେ ।

ଏହାଦ୍ୱାରା ଦେଶର ଚାଷୀଙ୍କ ୟୁରିଆ ଆବଶ୍ୟକତା ଅନେକାଂଶରେ ପୂରଣ ହୋଇପାରିବ । ଏଥିସହିତ ଦେଶର ପୂର୍ବାଞ୍ଚଳରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହିତ ପୂର୍ବ ଭାରତକୁ ପଠାଯାଉଥିବା ସାର ପରିବହନ ବାବଦ ସବ୍‌ସିଡି ଯଥେଷ୍ଟ ହ୍ରାସ ପାଇବ । ଏହା ଫଳରେ ସରକାରଙ୍କର ବିପୁଳ ଅର୍ଥ ସଞ୍ଚୟ ହେବ । ଆହୁରି ମଧ୍ୟ ୟୁରିଆ ଆମଦାନୀ ପରିମାଣ ବାର୍ଷିକ ୧୨.୭ଲକ୍ଷ ମେଟ୍ରିକଟନ୍ ହ୍ରାସ ପାଇବ । ୟୁରିଆ ଆମଦାନୀ କମିବା ଦ୍ୱାରା ସରକାର ବିପୁଳ ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟ କରିପାରିବେ ।

ତାଳଚେର ସାର ପ୍ରକଳ୍ପ ମଧ୍ୟ ‘ମେକ୍ ଇନ୍ ଇଣ୍ଡିଆ’ ଓ ଆତ୍ମନିର୍ଭର ଭାରତ କାର‌୍ୟ୍ୟକ୍ରମକୁ ପ୍ରୋତ୍ସହିତ କରିବ । ଏହାଦ୍ୱାରା ପୂର୍ବ ଭାରତର ସଡକ, ରେଳପଥ, ଜଳଯୋଗାଣ ବ୍ୟବସ୍ଥା ଭଳି ଭିତ୍ତିଭୂମି କ୍ଷେତ୍ର ଲାଭବାନ ହେବ ଏବଂ ଅନେକ ଅନୁସାରୀ ଶିଳ୍ପ ସଂସ୍ଥା ଗଢି ଉଠିବ । ଏହି ପ୍ରକଳ୍ପ ମଧ୍ୟ ତାଳଚେରର ପାଶ୍ୱର୍ବର୍ତୀ ଅଂଚଳରେ ନୂଆ ଉଦ୍ୟୋଗ ଓ ବ୍ୟାପାର ବଣିଜକୁ ପ୍ରୋତ୍ସାହିତ କରିବ ।

କୋଲ ଗ୍ୟାସିଫିକେସନ ପ୍ଳାଣ୍ଟଗୁଡିକ ବ୍ୟବସାୟ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । କୋଇଲା ମୂଲ୍ୟ ପ୍ରାୟତଃ ସ୍ଥିର ରହୁଥିବାରୁ ଏବଂ ଏହା ଦେଶରେ ପ୍ରଚୁର ପରିମାଣରେ ମିଳୁଥିବାରୁ ଏହାର ସଦ୍‌ବିନିଯୋଗ ଲୋଡା । ତାଳଚେର ପ୍ଳାଣ୍ଟ ୟୁରିଆ ଉତ୍ପାଦନ ପାଇଁ ଆବଶ୍ୟକ ପଡୁଥିବା ପ୍ରାକୃତିକ ଗ୍ୟାସ ଆମଦାନୀକୁ ଯଥେଷ୍ଟ କମାଇବ । ଏଠାରୁ ଉତ୍ପାଦିତ କୋଲ ଗ୍ୟାସ ସେ ଆବଶ୍ୟକତା ଅନେକାଂଶରେ ପୂରଣ କରିବ ।

ଏହା ଫଳରେ ଭାରତର ଏଲଏନ୍‌ଜି (ପ୍ରାକୃତିକ ଗ୍ୟାସ) ଆମଦାନୀଜନିତ ବ୍ୟୟ ଯଥେଷ୍ଟ କମିବ । ତାଳଚେର ସାର କାରଖାନାରେ ଯେଉଁ କୋଇଲା ବାଷ୍ପୀକରଣ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ତାହା ସ୍ପଳ୍ପ ଓ ପ୍ରଦୂଷଣ ମୁକ୍ତ ।ଏଥିରେ ଯେଉଁ ଦୂଷିତ ଏମ୍‌ଓଏକ୍ସ, ଏନ୍‌ଓଏକ୍ସ ଏବଂ ଅନ୍ୟାନ୍ୟ କଣିକା ନିର୍ଗତ ହେଉଚି ତାହାର ପରିମାଣ ନଗନ୍ୟ । ପୁରୁଣା କୋଇଲା ଦହନ ପ୍ରକ୍ରିୟାରେ ପ୍ରଦୂଷଣ ଅଧକ ହେଉଥିଲା ।

ପୃଷ୍ଠଭୂମି- ରାଷ୍ଟ୍ରୀୟ କେମିକାଲ୍ସ ଓ ଫର୍ଟିଲାଇଜର, ଗେଲ ଇଣ୍ଡିଆ ଲିମିଟେଡ, କୋଲ ଇଣ୍ଡିଆ ଲିମିଟେଡ ଓ ଭାରତୀୟ ସାର ନିଗମ ଆଦି ଚାରିଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ମିଳିତ ସହଯୋଗରେ ତାଳଚେର ଫର୍ଟିଲାଇଜର ଲିମିଟେଡ ଗଠିତ । ୨୦୧୫ ନଭେମ୍ବର ୧୩ରେ ଏହି ଯୌଥ ଉଦ୍ୟୋଗଟି ଗଠିତ ହୋଇଥିଲା ।

ପୂର୍ବରୁ ତାଳଚେର ସାର କାରଖାନା ଭାରତୀୟ ସାର ନିଗମ ଅଧୀନରେ କାର‌୍ୟ୍ୟ କରୁଥିଲା । ସେହି ପୁରୁଣା ୟୁନିଟ୍ ବଦଳରେ ତାଳଚେରରେ ଏକ ନୂଆ କୋଲ ଗ୍ୟାସିଫିକେସନ ୟୁରିଆ ପ୍ଳାଣ୍ଟ ପ୍ରତିଷ୍ଠା କରାଯାଇଛି । ଏହି କାରଖାନାରେ ବାର୍ଷିକ ୟୁରିଆ ଉତ୍ପାଦନ କ୍ଷମତା ୧୨.୭ ଲକ୍ଷ ମେଟ୍ରିକ ଟନ୍ । ଏହି ୟୁରିଆ ପ୍ରକଳ୍ପର ମୋଟ ନିର୍ମାଣ ଖର୍ଚ୍ଚ ୧୩୨୭୭.୨୧କୋଟି ଟଙ୍କା ରଖାଯାଇଛି । ଏଥିରେ ଅନୁମାନିକ କମ୍ ବେଶୀ ଖର୍ଚ୍ଚ ପରିମାଣ ୧୦% ଧାର୍ଯ୍ୟ ହୋଇଛି ।

କେନ୍ଦ୍ର କ୍ୟାବିନେଟ ତାଳଚେର ସାର କାରଖାନା
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.