Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶର ୧୧ ପ୍ରତିଶତରୁ ଅଧିକ ମେଡିକାଲ ଗ୍ରେଡ ଅମ୍ଳଜାନ ମାଗଣାରେ ଯୋଗାଉଛି ରିଲାଏନ୍ସ
ଆଜିର ଖବର

ଦେଶର ୧୧ ପ୍ରତିଶତରୁ ଅଧିକ ମେଡିକାଲ ଗ୍ରେଡ ଅମ୍ଳଜାନ ମାଗଣାରେ ଯୋଗାଉଛି ରିଲାଏନ୍ସ

May 1, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବଇ/ଭୁବନେଶ୍ୱର: ସମଗ୍ର ଭାରତ କୋଭିଡ ମହାମାରୀର ଅପ୍ରତ୍ୟାଶିତ ନୂଆ ଲହରକୁ ନେଇ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୂଲ୍ୟବାନ ଜୀବନ ବଂଚାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି। ସାଂପ୍ରତିକ ସମୟରେ ସମଗ୍ର ଦେଶରେ ଅତି ଗୁରୁତର ରୋଗୀମାନଙ୍କର ଚିକିତ୍ସା ପାଇଁ ଅମ୍ଳଜାନ ସବୁଠାରୁ ଜରୁରୀ ଆବଶ୍ୟକତା ହୋଇଛି। ରିଲାଏନ୍ସ ପାରମ୍ପରିକ ଭାବେ ତରଳ ଅମ୍ଳଜାନର ଉତ୍ପାଦନକାରୀ ହୋଇନଥିବାବେଳେ ସଂପ୍ରତି ଗୋଟିଏ ସ୍ଥାନରେ ଏହି ଜୀବନ ରକ୍ଷାକାରୀ ସମ୍ବଳର ଦେଶରେ ସର୍ବବୃହତ ଉତ୍ପାଦନକାରୀ ହୋଇଛି। ଜାମନଗରସ୍ଥିତ ଏହାର ବିଶୋଧନାଗାର-ତଥା-ପେଟ୍ରୋରସାୟନ କଂପ୍ଲେକ୍ସ ତଥା ଏହାର ଅନ୍ୟାନ୍ୟ ୟୁନିଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସଂପ୍ରତି ଦୈନିକ ୧୦୦୦ ମେଟ୍ରିକ ଟନ୍‌ରୁ ଅଧିକ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁଛି, ଯାହା ଭାରତରେ ହେଉଥିବା ମୋଟ ଉତ୍ପାଦନର ୧୧ ପ୍ରତିଶତ । ଏହି ଅନୁସାରେ ଏହା ପ୍ରତି ଦଶ ଜଣରେ ଜଣେ ରୋଗୀଙ୍କର ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛି। ଏହି ଅମ୍ଳଜାନ କୋଭିଡ-୧୯ରେ ସଂକ୍ରମିତ ଗୁରୁତର ରୋଗୀଙ୍କ ପାଇଁ ମାଗଣାରେ ଯୋଗାଇ ଦିଆଯାଉଛି।

ରିଲାଏନ୍ସର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରିଲାଏନ୍ସ ପକ୍ଷରୁ ଭାରତରେ ମେଡିକାଲ ଅକ୍ସିଜେନ ଉପଲବ୍ଧ ସ୍ଥିତି ମଜଭୁତ କରିବାକୁ ଜାମନଗରଠାରେ ଦୁଇସୂତ୍ରୀ ଆଭିମୁଖ୍ୟ କାର୍ଯ୍ୟକାରୀ କରାଯାଉଛି। ପ୍ରଥମତଃ ରିଲାଏନ୍ସର ଜାମନଗର ଏବଂ ଅନ୍ୟାନ୍ୟ ୟୁନିଟରେ ଥିବା ଶିଳ୍ପଭିତିକ ପ୍ରକ୍ରିୟାରେ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନକୁ ଅଗ୍ରାଧିକାର ଦିଆଯାଉଛି। ଦ୍ୱିତୀୟରେ ଉତ୍ପାଦିତ ଅମ୍ଳଜାନକୁ କରୋନା ପ୍ରଭାବିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ସୁରୁଖୁରୁରେ ଓ ନିରାପଦରେ ପଠାଇବାକୁ ବୋଝେଇ ଓ ପରିବହନ ବ୍ୟବସ୍ଥାକୁ ଅଧିକ ସୁସଂହତ କରାଯାଉଛି। କୋଭିଡ ମହାମାରୀ ପୂର୍ବରୁ ରିଲାଏନ୍ସ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁନଥିଲା।

ତେବେ ରିଲାଏନ୍ସର ଇଞ୍ଜିନିୟରମାନେ ଖୁବ କମ ସମୟ ମଧ୍ୟରେ ବିଶୋଧନାଗାର ଏବଂ ପେଟ୍ରୋରସାୟନ ଗ୍ରେଡ ଅମ୍ଳଜାନ ଉତ୍ପାଦନ ଡିଜାଇନକୁ ଅତ୍ୟନ୍ତ ଶୁଦ୍ଧ ମେଡିକାଲ ଗ୍ରେଡ ଅମ୍ଳଜାନରେ ରୂପାନ୍ତରିତ କରିବା ଏବଂ ଉତ୍ପାଦନ ବୃଦ୍ଧି ଘଟାଇବା କାର୍ଯ୍ୟ ସମ୍ପାଦନ କରିଥିଲେ। ମେଡିକାଲ ଗ୍ରେଡ ତରଳ ଅକ୍ସିଜେନକୁ ସାଧାରଣତଃ ତରଳ ଆକାରରେ ବିଯୁକ୍ତ ୧୮୩ ଡିଗ୍ରୀ ସେଲସିୟସ ତାପମାତ୍ରାରେ ପ୍ରସ୍ତୁତ କରାଯାଇଥାଏ ଯାହା ପ୍ରାୟତଃ ୯୯.୫% ଶୁଦ୍ଧ ହୋଇଥାଏ। ସେଥିପାଇଁ ଏହି ଅମ୍ଳଜାନ ଉତ୍ପାଦନ ଏବଂ ଏହାର ପରିମାଣ ବୃଦ୍ଧି କରିବା କ୍ଷେତ୍ରରେ ଅନେକ ଆପଦ ରହିଥାଏ।

ରିଲାଏନ୍ସ ସଂପ୍ରତି ତାହାର ମେଡିକାଲ ଗ୍ରେଡ ଅମ୍ଳଜାନ ଉତ୍ପାଦନ ବସ୍ତୁତଃ ଶୂନ୍ୟ ସ୍ତରରୁ ଦିନକୁ ୧୦୦୦ ଟନ୍‌କୁ ଖୁବ କମ ସମୟ ମଧ୍ୟରେ ପହଂଚାଇବା ସହିତ ଉତ୍ପାଦନ ବୃଦ୍ଧି କରାଇ ପାରିଛି। ରିଲାଏନ୍ସ ଇଞ୍ଜିନିୟରମାନେ ଅକ୍ଳାନ୍ତ ଭାବରେ କାର୍ଯ୍ୟକରି ଏବଂ କ୍ରାୟୋଜେନିକ ବାୟୁ ପୃଥକିକରଣ ୟୁନିଟଗୁଡିକକୁ ସର୍ବାଧିକ କାର୍ଯ୍ୟକ୍ଷମ କରାଇ ତଥା ସେଥିରେ ଆବଶ୍ୟକ ପରିବର୍ତନ ଆଣି ଏହା ସମ୍ଭବ କରିପାରିଛନ୍ତି। ସଂପ୍ରତି ରିଲାଏନ୍ସ ଦେଶରେ ଉତ୍ପାଦିତ ମୋଟ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନର ୧୧ ପ୍ରତିଶତରୁ ଅଧିକ ଉତ୍ପାଦନ କରୁଛି।

ସମଗ୍ର ଦେଶରେ ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଏହି ଅମ୍ଳଜାନ ମାଗଣାରେ ଯୋଗାଇ ଦିଆଯାଉଛି ଏବଂ ଏହା ପ୍ରତିଦିନ ୧ଲକ୍ଷରୁ ଅଧିକ ରୋଗୀଙ୍କୁ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରୁଛି। କେବଳ ଅପ୍ରେଲ୍ ମାସରେ ରିଲାଏନ୍ସ ୧୫୦୦୦ ମେଟ୍ରିକ୍ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଯୋଗାଇଥିବା ବେଳେ ୨୦୨୦ ମାର୍ଚ୍ଚରେ ମହାମାରୀ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ରିଲାଏନ୍ସ ସମଗ୍ର ଦେଶରେ ୫୫,୦୦୦ ମେଟ୍ରିକ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଯୋଗାଇ ସାରିଛି।

ଉଚ୍ଚ ଗୁଣମାନର ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ ସହିତ ତାହାକୁ ଦେଶର ବିଭିନ୍ନ ଭାଗକୁ ପରିବହନ କରିବା କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଦୂର କରିବା ଆଉ ଏକ ଆହ୍ୱାନ ହୋଇଛି। ସେଥିପାଇଁ ଏହାର ନିରାପଦ ଏବଂ ତ୍ୱରିତ ପରିବହନ ନିମନ୍ତେ ରିଲାଏନ୍ସ ନିଜର ବୋଝେଇ କ୍ଷମତା ବୃଦ୍ଧି ଘଟାଇବା ଆବଶ୍ୟକତା ଦେଖାଦେଇଥିଲା। ଏହା ହାସଲ କରିବାକୁ ରିଲାଏନ୍ସର ଇଞ୍ଜିନିୟରମାନେ ରେଳ ଏବଂ ସଡକ ପରିବହନ ବ୍ୟବସ୍ଥାରେ ସ୍ମାର୍ଟ ଲଜିଷ୍ଟିକ୍ସ ପରିବର୍ତନ କରିଥିଲେ। ସେଥିମଧ୍ୟରେ ସମାନ୍ତରାଳ ଲାଇନ ବିଛାଇବା, ହୋସ୍ ବ୍ୟବହାର କରିବା ଏବଂ ପ୍ରେସର ଡିଫରେନ୍ସିଆଲ ଜରିଆରେ ତରଳ ଟ୍ୟାଙ୍କରଗୁଡିକୁ ବୋଝେଇ କରିବା ଆଦି ଅନ୍ତର୍ଭୁକ୍ତ। ଅନ୍ୟଏକ ନୂତନ ପଦକ୍ଷେପ ସ୍ୱରୂପ ରିଲାଏନ୍ସ ନାଇଟ୍ରୋଜେନ ଟ୍ୟାଙ୍କରଗୁଡିକୁ ମେଡିକାଲ ଗ୍ରେଡ ଅମ୍ଳଜାନ ପରିବହନ ପାଇଁ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତା ସଂଗଠନ ଦ୍ୱାରା ଅନୁମୋଦିତ ନିରାପଦ ପ୍ରକ୍ରିୟାରେ ପରିବହନକାରୀ ଟ୍ରକରେ ରୂପାନ୍ତରିତ କରିଥିଲା।

ଏଥିସହିତ ରିଲାଏନ୍ସ ସାଉଦି ଆରବ, ଜର୍ମାନୀ, ବେଲଜିୟମ, ହଲାଣ୍ଡ ଏବଂ ଥାଇଲାଣ୍ଡ୍‌ରୁ ୨୪ଟି ଆଇଏସ୍‌ଓ କଂଟେନର ବିମାନଯୋଗେ ଭାରତକୁ ଆଣିବା ବ୍ୟବସ୍ଥା କରିଥିଲା। ଏଥିସହ ଦେଶର ତରଳ ଅମ୍ଳଜାନ ପରିବହନ କ୍ଷମତାରେ ବୃଦ୍ଧି ଘଟାଇ ରିଲାଏନ୍ସ ୫୦୦ ମେଟ୍ରିନ ଟନ୍ ଅତିରିକ୍ତ ପରିବହନ କ୍ଷମତା ଯୋଗ କରିଛି। ଏହି ଆଇଏସ୍‌ଓ କଂଟେନରଗୁଡିକ ଦେଶରେ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ପରିବହନ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଦୂର କରିବାରେ ସହାୟକ ହେବ। ବିମାନ ଯୋଗେ ଆଇଏସ୍‌ଓ କଂଟେନରଗୁଡିକ ଭାରତ ଆଣିବାରେ ଭାରତୀୟ ବାୟୁସେନା ସହଯୋଗ ପ୍ରଦାନ କରିଥିବାରୁ କମ୍ପାନୀ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ସେହିଭଳି ଆଇଏସ୍‌ଓ କଂଟେନରଗୁଡିକ ଅଧିଗ୍ରହଣ କରିବାରେ ରିଲାଏନ୍ସର ସହଯୋଗୀ ସାଉଦି ଆରାମକୋ ଏବଂ ବିପି ପୂର୍ଣ୍ଣ ସହଯୋଗ ଯୋଗାଇଦେଇଛନ୍ତି।

ଏହି ସମସ୍ତ ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୁକେଶ ଅମ୍ବାନି କହିଛନ୍ତି, “ସମଗ୍ର ଭାରତ କୋଭିଡ-୧୯ ମହାମାରୀର ନୂଆ ଲହର ବିରୁଦ୍ଧରେ ଲଢେଇ କରୁଥିବାବେଳେ ମୋ ପାଇଁ ଏବଂ ରିଲାଏନ୍ସରେ ଆମ ସମସ୍ତଙ୍କ ପାଇଁ ପ୍ରତ୍ୟେକଟି ଜୀବନ ବଂଚାଇବା ଠାରୁ ଆଉ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଭାରତରେ ମେଡିକାଲ୍ ଗ୍ରେଡ୍ ଅମ୍ଳଜାନ ଉତ୍ପାଦନ ଏବଂ ପରିବହନ କ୍ଷମତାର ବଢାଇବାର ତୁରନ୍ତ ଆବଶ୍ୟମତା ରହିଛି। ଜାମନଗରରେ କାର୍ଯ୍ୟରତ ଯୁବ ଇଞ୍ଜିନିୟରମାନଙ୍କ ସାହସ ଓ ଅକ୍ଳାନ୍ତ ପରିଶ୍ରମ ପାଇଁ ମୁଁ ଗର୍ବିତ କାଣ ସେମାନେ ଦେଶର ଏହି ଜରୁରୀ ଆବଶ୍ୟକତା ସମୟରେ ଧୈର୍ଯ୍ୟର ସହ କାର୍ଯ୍ୟ କରି ନିଜର ଦୃଢ ସଂକଳ୍ପ ବଳରେ ସଫଳତା ହାସଲ କରିଛନ୍ତି। ”

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଅଧ୍ୟକ୍ଷା ଶ୍ରୀମତୀ ନିତା ଅମ୍ବାନି କହିଛନ୍ତି, “ଆମ ଦେଶ ସଂପ୍ରତି ଏକ ଅପ୍ରତ୍ୟାଶିତ ସଙ୍କଟ ଦେଇ ଗତିକରୁଛି। ରିଲାଏନ୍ସ ଫାଉଣ୍ଡେସନରେ ଆମେ ଯଥାସମ୍ଭବ ସହାୟତା ଯୋଗାଣ ଜାରି ରଖିବୁ। ପ୍ରତ୍ୟେକଟି ଜୀବନ ମୂଲ୍ୟବାନ। ଆମର ଜାମନଗର ବିଶୋଧନାଗାରରେ ଥିବା ଆମ ପ୍ଲାଂଟଗୁଡିକରେ ପରିବର୍ତନ ଆଣି ରାତାରାତି ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରିବାକୁ ପ୍ରସ୍ତୁତ କରାଯାଇଛି, ଯାହାକୁ ସମଗ୍ର ଦେଶରେ ଯୋଗାଇ ଦିଆଯାଉଛି। ଆମର ଭାବନା ଏବଂ ଆମର ପ୍ରାର୍ଥନା ଆମର ପ୍ରିୟ ଦେଶବାସୀ ଓ ସମସ୍ତ ମହିଳାଙ୍କ ସହିତ ରହିଛି । ସମ୍ମିଳିତ ଭାବରେ ଉଦ୍ୟମ ଜାରିରଖି ଏକାଠି ଏହି ଜଟିଳ ସମସ୍ୟାକୁ ଆମେ ଦୂର କରିବା।”

ଅମ୍ଳଜାନ ଉତ୍ପାଦନ କୋଭିଡ ମହାମାରୀ ମେଡିକାଲ ଗ୍ରେଡ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ
Share. Facebook Twitter LinkedIn Email WhatsApp Copy Link

Related Posts

୩୦୦୦ କୋଟିର ଋଣ ଠକେଇ ମାମଲା: ଅନିଲ ଅମ୍ବାନୀ ଗ୍ରୁପ୍ ଉପରେ ଇଡିର କାର୍ଯ୍ୟାନୁଷ୍ଠାନ, ୫୦ ଟି ସ୍ଥାନରେ ଚଢାଉ

July 24, 2025

ଖଲ୍ଲିକୋଟ ପୋଲିସ ପକ୍ଷରୁ କାର ସମେତ ବିପୁଳ ପରିମାଣର ମଦ ଜବତ: ଚାଳକ ଗିରଫ

July 24, 2025

ସମ୍ୱଲପୁର ନିକଟରେ ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ: ଟ୍ରାକରୁ ଖସିଲା ଜେନେରାଲ କୋଚ୍‌ର ଗୋଟିଏ ବଗି

July 24, 2025

ସଚିନ ତେନ୍ଦୁଲକରଙ୍କର ଏହି ବଲିଉଡ୍ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିଲା?: ଅନେକ ବର୍ଷ ପରେ ସାମ୍ନାକୁ ଆସିଲା ସତ୍ୟ

July 24, 2025
Latest News

୩୦୦୦ କୋଟିର ଋଣ ଠକେଇ ମାମଲା: ଅନିଲ ଅମ୍ବାନୀ ଗ୍ରୁପ୍ ଉପରେ ଇଡିର କାର୍ଯ୍ୟାନୁଷ୍ଠାନ, ୫୦ ଟି ସ୍ଥାନରେ ଚଢାଉ

July 24, 2025

ଖଲ୍ଲିକୋଟ ପୋଲିସ ପକ୍ଷରୁ କାର ସମେତ ବିପୁଳ ପରିମାଣର ମଦ ଜବତ: ଚାଳକ ଗିରଫ

July 24, 2025

ସମ୍ୱଲପୁର ନିକଟରେ ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ: ଟ୍ରାକରୁ ଖସିଲା ଜେନେରାଲ କୋଚ୍‌ର ଗୋଟିଏ ବଗି

July 24, 2025

ସଚିନ ତେନ୍ଦୁଲକରଙ୍କର ଏହି ବଲିଉଡ୍ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିଲା?: ଅନେକ ବର୍ଷ ପରେ ସାମ୍ନାକୁ ଆସିଲା ସତ୍ୟ

July 24, 2025

ଚିତାଲାଗି ଅମାବାସ୍ୟା ଓ ଚିତଉ ଭୋଗ

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.