Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ ମୁକାବିଲାରେ ସଫଳତା ହାସଲ କଲା ଭୁବନେଶ୍ବର ବିମାନ ବନ୍ଦର, ଜରୁରୀ ସାମଗ୍ରୀ ପରିବହନ
ଜାତୀୟ ଖବର

କୋଭିଡ ମୁକାବିଲାରେ ସଫଳତା ହାସଲ କଲା ଭୁବନେଶ୍ବର ବିମାନ ବନ୍ଦର, ଜରୁରୀ ସାମଗ୍ରୀ ପରିବହନ

May 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୋଭିଡ ମୁକାବିଲାରେ ସଫଳତା ହାସଲ କଲା ଭୁବନେଶ୍ବର ବିମାନ ବନ୍ଦର, ଜରୁରୀ ସାମଗ୍ରୀ ପରିବହନ

ଭୁବନେଶ୍ବର, କୋଭିଡ-୧୯ ବିରୋଧରେ ଦେଶର ଲଢ଼େଇକୁ ସୁଦୃଢ଼ କରିବା ଲାଗି ଦୈନିକ ଦେଶର ବିଭିନ୍ନ ବିମାନ ବନ୍ଦର ଜରିଆରେ ଜରୁରି ଚିକିତ୍ସା ସାମଗ୍ରୀ ଓ ସରଞ୍ଜାମ ପରିବହନ କରାଯାଉଛି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)ର ଭୁବନେଶ୍ୱର ବିମାନ ବନ୍ଦର ଏବଂ ଏହାର ଅଂଶୀଦାରମାନେ ଚିକିତ୍ସା ସାମଗ୍ରୀ ଓ ସରଞ୍ଜାମର ୨୪ ଘଣ୍ଟିଆ ବାଧାମୁକ୍ତ ପରିବହନ ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ଏକ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି।

ଭୁବନେଶ୍ୱର ବିମାନବନ୍ଦର ଦେଇ ୯ ମେ ୨୦୨୧ ସୁଦ୍ଧା ବିଭିନ୍ନ ଏୟାରଲାଇନ୍ସ ଜରିଆରେ ମୋଟ ୬୬୯ ବାକ୍ସ (୨୦.୫୩ ଏମଟି) କୋଭିଡ ଟିକା ପରିବହନ କରାଯାଇ ସାରିଲାଣି। ଦେଶରେ ଦେଖାଦେଇଥିବା ଅକ୍ସିଜେନ ସଙ୍କଟକୁ ଦୂର କରିବା ଲାଗି, ୨୩ ଏପ୍ରିଲ ୨୦୨୧ ଠାରୁ ୧୧ ମେ ୨୦୨୧ ସୁଦ୍ଧା ଭାରତୀୟ ବାୟୁସେନାର ସି ୧୭, ସି୧୩୦ ଜେ, ସି ୧୩୦ ଜେ, ଏଏନ ୩୨ ଆଦି ୭୫ଟି ବିମାନ ଜରିଆରେ ମୋଟ ୧୫୬ ଖାଲି ଅକ୍ସିଜେନ ଟ୍ୟାଙ୍କର, ୫୨୬ ଅକ୍ସିଜେନ କନସେଣ୍ଟ୍ରେଟର, ୧୪୦ ଅକ୍ସିଜେନ ସିଲିଣ୍ଡର ପରିବହନ କରାଯାଇ ସାରିଲାଣି।

ସେହିପରି ୩୫୦୦ଟି ୧୦ଲିଟର ସିମଲେସ ସିଲିଣ୍ଡର ଏବଂ ୧୫୨୦ ଟି ୪୬.୭ ଲିଟର ସିମଲେସ ସିଲିଣ୍ଡର ପରିବହନ ଖୁବଶୀଘ୍ର କରାଯିବ ଏବଂ ଏହା ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ବିଦେଶରୁ ଆସିବାର ଯୋଜନା ରହିଛି। ଏହାଛଡ଼ା, ଯାତ୍ରୀମାନଙ୍କର ନିରାପଦ ଯାତ୍ରା ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ବିମାନ ବନ୍ଦର ପକ୍ଷରୁ ସମସ୍ତ କୋଭିଡ-୧୯ ମାର୍ଗଦର୍ଶିକା ପାଳନ କରାଯାଉଛି।

ସମସ୍ତ ଯାତ୍ରୀ, ଅଂଶୀଦାର, ଆଗନ୍ତୁକ, କର୍ମଚାରୀ ଆଦିକୁ ବିମାନ ବନ୍ଦରର କର୍ମଚାରୀମାନେ ନିରନ୍ତର ଭାବେ କୋଭିଡ ଉପଯୁକ୍ତ ଅଭ୍ୟାସ ମାନିବା ଏବଂ ଭିଡ଼ା ଏଡ଼ାଇବା ଲାଗି ସମୟ ବ୍ୟବଧାନ ବଜାୟ ରଖିବା ନିମନ୍ତେ ଅନୁରୋଧ କରୁଛନ୍ତି।

କୋଭିଡ ଉପଯୁକ୍ତ ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଯାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଲାଗି ଟର୍ମିନାଲର ବିଭିନ୍ନ ଇଲେକ୍ଟ୍ରୋନିକ ଓ ସ୍ଥାୟୀ ଡିସପ୍ଲେ ମାଧ୍ୟମରେ ମାର୍ଗଦର୍ଶିକା ପ୍ରଦର୍ଶିତ କରାଯାଉଛି।

ସମସ୍ତ ବିମାନ ବନ୍ଦରଗୁଡ଼ିକ ପକ୍ଷରୁ ଚେଷ୍ଟା ଜାରି ରହିଛି ଏବଂ ସେମାନେ ନିଜର ସାମର୍ଥ୍ୟ ଅନୁଯାୟୀ ଏହି ଲଢ଼େଇରେ ଯୋଗ ଦେଉଛନ୍ତି। ଭୁବନେଶ୍ୱର ବିମାନ ବନ୍ଦର ପକ୍ଷରୁ ସମସ୍ତ ସୁରକ୍ଷା ପଦକ୍ଷେପ ସୁନିଶ୍ଚିତ କରାଯାଇ, ଓଡ଼ିଶା ସରକାରଙ୍କ ସହାୟତାରେ ଏବଂ ସହଭାଗିତାରେ ଏଏଆଇର କର୍ମଚାରୀ ଓ ଅନ୍ୟ ଅଂଶୀଦାରମାନଙ୍କ ପାଇଁ କୋଭିଡ ଟିକାକରଣ କ୍ୟାମ୍ପ ଆୟୋଜନ କରାଯାଇଛି।

Bhubaneswar Airport ଭୁବନେଶ୍ବର ବିମାନ ବନ୍ଦର
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026
Latest News

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.