Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦୁଇଟି ନ୍ୟୁଜ ଚ୍ୟାନେଲ ବିରୋଧରେ ଲାଗିଲା ଦେଶଦ୍ରୋହ ମାମଲା, ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ କଂପାନୀ
ଜାତୀୟ ଖବର

ଦୁଇଟି ନ୍ୟୁଜ ଚ୍ୟାନେଲ ବିରୋଧରେ ଲାଗିଲା ଦେଶଦ୍ରୋହ ମାମଲା, ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ କଂପାନୀ

May 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଆନ୍ଧ୍ର ପ୍ରଦେଶର ଦୁଇଟି ନ୍ୟୁଜ ଚ୍ୟାନେଲ ବିରୋଧରେ ଲାଗିଥିବା  ଦେଶଦ୍ରୋହ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ସେ ଦୁଇଟି ହେଲା ତେଲୁଗୁ ନ୍ୟୁଜ ଚ୍ୟାନେଲ TV5 ଏବଂ ABN Andhra Jyoti । ଏହି ଚ୍ୟାନେଲରେ YSR Congressର ଅସନ୍ତୁଷ୍ଠ ସାଂସଦ କେ ରଘୁରାମ କୃଷ୍ଣାନ ରାଜୁଙ୍କ ବକ୍ତବ୍ୟକୁ ନେଇ ମାମଲା କରାଯାଇଛି। ଏହି ମାମଲା ଆନ୍ଧ୍ର ପୋଲିସ ତରଫରୁ କରାଯାଇଛି।

ଗତକିଛି ମାସ ଧରି କୃଷ୍ଣା ରାଜୁ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ବିରୋଧରେ କହି ଆସୁଛନ୍ତି। ନିଜ ସୋସିଆଲ ମିଡିଆ ଏବଂ ବିଭିନ୍ନ ଚ୍ୟାନେଲରେ ସେ ଜଗନଙ୍କୁ ଟ୍ୟାର୍ଗେଟ କରି ବିଭିନ୍ନ ମନ୍ତବ୍ୟ ଦେଇଆସୁଛନ୍ତି। ଏସବୁ ଦେଖି ଆନ୍ଧ୍ର ପୋଲିସ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାୟର କରି ଗିରଫ ମଧ୍ୟ କରିଛି।

ସେହିପରି ଚ୍ୟାନେଲର ଏକ ଆଲୋଚନା ଚକ୍ରରେ କୃଷ୍ଣାରାଜୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କେତେକ ଆପତ୍ତିଜନକ ଶଦ୍ଦ ପ୍ରୟୋଗ କରିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ କମ୍ଫନ ସୃଷ୍ଟି ହୋଇଥିଲା। ଫଳରେ ଆନ୍ଧ୍ର ପୋଲିସ ଏହି ଦୁଇ ଚ୍ୟାନେଲ ବିରୋଧରେ ଦେଶଦ୍ରୋହ ମାମଲା ଋଜୁ କରିଛି।

ତେବେ ଆନ୍ଧ୍ର ପୋଲିସର ଏହି ମାମଲା ବିରୋଧରେ TV5 ଏବଂ ABN Andhra Jyoti ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଲିଖିତ ଭାବେ ଚ୍ୟାନେଲ ତରଫରୁ କୁହାଯାଇଛି ଯେ ଆନ୍ଧ୍ର ସରକାର ରାଜ୍ୟରେ ଥିବା ନ୍ୟୁଜ ଚ୍ୟାନେଲଗୁଡ଼ିକୁ ଭୟଭୀତ କରିବା ପାଇଁ ଏହା ଏକ ପ୍ରୟାସ। ଏପରି କଲେ ନ୍ୟୁଜ୍ ଚ୍ୟାନେଲଗୁଡିକ ସରକାରଙ୍କ ବିରୋଧରେ ଆଉ କିଛି କହିପାରିବେ ନାହିଁ ବୋଲି କୋର୍ଟରେ ଦର୍ଶାଯାଇଛି।

ଟିଭି 5 ନ୍ୟୁଜ୍ ଚ୍ୟାନେଲର ମାଲିକାନା ଥିବା ଶ୍ରେୟା ବ୍ରୋଡକାଷ୍ଟିଂ ପ୍ରାଇଭେଟ ଲିମିଟେଡ୍ ତାଙ୍କ ଆବେଦନରେ ଅଭିଯୋଗ କରିଛି ଯେ ଜଗନ୍ ମୋହନ ରେଡ୍ଡୀ ସରକାର ଏକ ଭିତ୍ତିହୀନ ଏଫ୍ଆଇଆର୍ ଦାଖଲ କରି ଆଇନଗତ ପ୍ରକ୍ରିୟାର ଅପବ୍ୟବହାର କରି ସମାଲୋଚକ ତଥା ଗଣମାଧ୍ୟମକୁ ନୀରବ କରିବାକୁ ଚାହୁଁଛନ୍ତି।

TV5 କହିଛି ଯେ ରାଜୁଙ୍କୁ ଯୋଜନାବଦ୍ଧ ଭାବରେ ଚ୍ୟାନେଲରେ ସ୍ଲଟ୍ ଦିଆଯାଇଥିଲା, କିନ୍ତୁ ଏହାକୁ ଅପରାଧିକ କାର୍ଯ୍ୟ କୁହାଯାଇପାରିବ ନାହିଁ, କାରଣ ସାଧାରଣତଃ ରାଜନେତାମାନଙ୍କୁ ଚ୍ୟାନେଲରେ କହିବା ପାଇଁ ଡକାଯାଇ ଥାଏ। ସେହି ଭିତ୍ତିରେ ରାଜୁଙ୍କୁ ଡକାଯାଇ ତାଙ୍କର ମତକୁ ସ୍ଥାନିତ କରାଯାଇଥିଲା। ଏହା ଏକ ଅପରାଧିକ କାର୍ଯ୍ୟ ନୁହେଁ ବୋଲି ଚ୍ୟାନେଲ ତରଫରୁ କୁହାଯାଇଛି।

ଏହି ମାମଲାର ତଦନ୍ତ ବନ୍ଦ କରିବାକୁ ଚ୍ୟାନେଲ କୋର୍ଟରେ ନିବେଦନ କରିଛି ଏବଂ ନିର୍ଦ୍ଦେଶ ଜାରି କରି ଆବେଦନକାରୀ କମ୍ପାନୀ, ନ୍ୟୁଜ୍ ଚ୍ୟାନେଲ କିମ୍ବା କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିବେଦନ କରାଯାଇଛି। ଚ୍ୟାନେଲ କହିଛି ଯେ ଏଭଳି ଏଫଆଇଆର ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ପ୍ରେସ ସ୍ୱାଧୀନତାର ଉଲ୍ଲଂଘନ କରୁଛି ।

ଏଥିସହିତ ABN Andhra Jyoti କହିଛି ଯେ ଯେବେଠାରୁ ରାଜ୍ୟରେ ଜଗମୋହନ ରେଡ୍ଡୀ ସରକାରକୁ ଆସିଲେଣି ସେବେଠାରୁ ନ୍ୟୁଜ୍ ଚ୍ୟାନେଲଗୁଡିକୁ ସେମାନେ ଟାର୍ଗେଟରେ ରଖୁଛନ୍ତି। ଯେଉଁଥି ପାଇଁ ଆନ୍ଧ୍ର ପ୍ରଦେଶରେ ଚ୍ୟାନେଲର ପ୍ରଚାର ପ୍ରସାର ହ୍ରାସ ପାଇବାରେ ଲାଗିଛି।

ଓଡିଆ ନ୍ୟୁଜ ଚ୍ୟାନେଲ ନ୍ୟୁଜ ଚ୍ୟାନେଲ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026
Latest News

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.